Posted inଫୁରସତ

ଭାରତ ବୁଲିବାକୁ ଆସିଥିଲେ ପାକିସ୍ତାନ ୟୁଟ୍ୟୁବର, ରାସ୍ତାରେ ସରିଗଲା ତେଲ, ଆଉ ତା’ ପରେ…

ପାକିସ୍ତାନ ୟୁଟ୍ୟୁବର୍‌ ତଥା ମୋଟରସାଇକେଲ ଚାଳକ ଅବରାର ହାସନ ଏକ ମାସ ଧରି ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ପଞ୍ଜାବ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମୁମ୍ବାଇ, କେରଳର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୁଲି ପ୍ରାୟ ୮୦୦୦ କିଲୋମିଟର ଦୂରତା ଅତିକ୍ରମ କରିଥିଲେ। ଏହି ସମୟରେ ସେ ଅନେକ ଅନୁଭୂତି ସାଉଁଟିଥିଲେ। ସେ ଏହି ଅନୁଭୂତିଗୁଡ଼ିକୁ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଶେୟାର କରିଛନ୍ତି। ସେ ତାଙ୍କର ବିଶେଷ ଅନୁଭୂତିରେ ଆଗ୍ରାରୁ ଦିଲ୍ଲୀ ରାଜପଥ ବିଷୟରେ କହିଛନ୍ତି।

इंडिया टूर करके लौटे पाकिस्तानी यूट्यूबर अबरार ने शेयर किया अपना अनुभव. (फोटो-wildlensbyabrar)

ସେ କହିଛନ୍ତି, ଆଗ୍ରାଠାରୁ ଦିଲ୍ଲୀ ଆସିବାବେଳେ ତାଙ୍କ ବାଇକ୍‌ରୁ ଏକ ନିଛାଟିଆ ସ୍ଥାନରେ ପେଟ୍ରୋଲ ସରିଯାଇଥିଲା। ସେ ରାସ୍ତାରେ ସାହାଯ୍ୟକୁ ଅପେକ୍ଷା କରିଥିଲେ। ତା’ପରେ ଜଣେ ବୃଦ୍ଧ କହିଥିଲେ, ରାଜପଥଠାରୁ ଅଳ୍ପ ଦୂରରେ ଏକ ପେଟ୍ରୋଲ ପମ୍ପ ଅଛି। ଏଭଳି ପରିସ୍ଥିତିରେ ବିନୟ ନାମକ ଜଣେ ବ୍ୟକ୍ତି ତାଙ୍କ ବାଇକ୍‌ରେ ବସି ପେଟ୍ରୋଲ ପମ୍ପକୁ ନେଇଥିଲେ। ଯେଉଁଠାରେ ସେ ଏକ ବୋତଲରେ ପେଟ୍ରୋଲ ନେଇ ତା’ପରେ ନିଜ ବାଇକ୍‌ରେ ଭରିଥିଲେ।

ଅବରାର କହିଛନ୍ତି, ପେଟ୍ରୋଲ ପମ୍ପକୁ ଯିବା ପାଇଁ ଏକ ଗାଡ଼ଇ ପାଇବା ସମ୍ଭବ ନୁହେଁ। ସେତେବେଳେ ବିନୟ ଭାଇଙ୍କୁ ଭେଟିଥିଲେ। ଯିଏ କି ନିଜ ପୁଅକୁ ଛାଡ଼ିବା ପାଇଁ ଆସିଥିଲେ। ସେ ମୋତେ ନିଜ ବାଇକ୍‌ରେ ବସାଇ ଗନ୍ତବ୍ୟ ସ୍ଥଳକୁ ନେଇଥିଲେ। ‘ଯାତ୍ରା ଆରମ୍ଭ କରିବା ପୂର୍ବରୁ ଅବରାର ବିନୟଙ୍କୁ ବାରମ୍ବାର ଧନ୍ୟବାଦ ଦେଇଥିଲେ। ବିନୟ ମଧ୍ୟ ଏହା ତାଙ୍କର କର୍ତ୍ତବ୍ୟ ବୋଲି କହିଥିଲେ ଏବଂ ଅବରାରଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପରେ ସେଠାରେ ବହୁ ଲୋକ ରୁଣ୍ଡ ହୋଇ ଅବରାରଙ୍କ ସହ କଥା ହୋଇଥିଲେ।

Abrar Hassan with his trusted Rangeeli.(Credit:wildlensbyabrar/Instagram)

ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭାରତ ଭ୍ରମଣର ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଏହି ସମୟରେ ସେ ଭାରତର ଲୋକଙ୍କ ଆତିଥ୍ୟକୁ ପ୍ରଶଂସା କରିଥିଲେ। ବିଶେଷକରି ଏହି ସମୟ ମଧ୍ୟରେ ଲୋକମାନେ ତାଙ୍କ ସହିତ କିପରି ବ୍ୟବହାର କରିଥିଲେ, ସେ ଭାରତୀୟଙ୍କ ପ୍ରଶଂସକ ହୋଇଥିଲେ। ସେ ତାଙ୍କ ଭିଡିଓକୁ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଶେୟାର କରିଛନ୍ତି। ଖୁବ୍‌ ଭଲପାଇବା ଦେଇଥିବାରୁ ସେ ଭାରତୀୟ ନାଗରିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅବରାର ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ (WildLens by Abrar) ୧.୫ ମିଲିୟନରୁ ଅଧିକ ସବ୍‌ସ୍କ୍ରାଇବର ଥିବା ବେଳେ ତାଙ୍କ ଇନଷ୍ଟାଗ୍ରାମ୍‌ wildlensbyabrarରେ ମଧ୍ୟ ୨ ଲକ୍ଷ ୬୭ ହଜାର ଫଲୋଅର୍ସ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?