Posted inଖେଳ

ପାକିସ୍ତାନୀ ଖେଳାଳିଙ୍କୁ ମିଳିବ ମାତ୍ର ୩୧୦୦ ଟଙ୍କା

ଇସଲାମାବାଦ,୧୩।୩: ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିଙ୍କ ପାଉଣାକୁ ଏପରି କାଟି ଦେଇଛି ଯାହା କଳ୍ପନା ବାହାରେ। ବୋର୍ଡ ଜାତୀୟ ଟି-୨୦ କପରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ମ୍ୟାଚ୍‌ ଫିସରେ କମ୍‌ କରିଦେଇଛି। ଏହି ଟୁର୍ନାମେଣ୍ଟରେ ଖେଳାଳିମାନଙ୍କୁ ପ୍ରତି ମ୍ୟାଚ ପାଇଁ ୧୦,୦୦୦ ପାକିସ୍ତାନୀ ଟଙ୍କା ଅର୍ଥାତ ଭାରତୀୟ ଟଙ୍କାରେ(୩୧୦୦) ଦିଆଯିବ। ଯାହା ଗତ ସିଜିନ ତୁଳନାରେ ୭୫% କମ୍‌। ଗତ ବର୍ଷ ଖେଳାଳିମାନଙ୍କୁ ପ୍ରତି ମ୍ୟାଚ୍‌ ପାଇଁ ୪୦,୦୦୦ ପାକିସ୍ତାନୀ ଟଙ୍କା ଦିଆଯାଇଥିଲା। ୨୦୨୨ ମସିହାରେ ପାକିସ୍ତାନୀ ଖେଳାଳିମାନଙ୍କୁ ପ୍ରତି ମ୍ୟାଚ ପାଇଁ ୬୦,୦୦୦ ଟଙ୍କା ଦିଆଯାଉଥିଲା, ଯାହା ତୁଳନାରେ ଏହି କଟକଣା ଆହୁରି ବଡ଼। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏଥର ଜାତୀୟ ଟି-୨୦ କପରେ, ରିଜର୍ଭ ଖେଳାଳିମାନଙ୍କୁ ପ୍ରତି ମ୍ୟାଚ ପାଇଁ କେବଳ ୧୫୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ପିସିବିର ଏହି ନିର୍ଦ୍ଦେଶ ପରେ, ସମସ୍ତ ଘରୋଇ ଖେଳାଳିଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଖେଳାଳିମାନେ ଏହାକୁ ନେଇ କ୍ରୋଧିତ ହୋଇଯାଇଛନ୍ତି। ଏସବୁ ମଧ୍ୟରେ ପିସିବି ମୁଖ୍ୟ ମୋହସିନ ନକଭି ଏବେ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି। ଜାତୀୟ ଟି-୨୦ ଚାମ୍ପିଅନଶିପରେ ଖେଳିବା ପାଇଁ ମନୋନୀତ ଖେଳାଳି ଏବଂ ରିଜର୍ଭ ଖେଳାଳିଙ୍କ ମ୍ୟାଚ ଫି ହ୍ରାସ ନିଷ୍ପତ୍ତିର ସମୀକ୍ଷା କରିବାକୁ ମୋହସିନ ନକଭି ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରଥମେ ମୋହସିନ ନକଭି ନିଜେ ୭୫ ପ୍ରତିଶତ ପାଉଣା କାଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏବେ ସେ ନିଜେ ନିଜ ନିଷ୍ପତ୍ତିର ସମୀକ୍ଷା କରୁଛନ୍ତି।

ବର୍ତ୍ତମାନର ଅଧ୍ୟକ୍ଷ ମୋହସିନ ନକଭିଙ୍କ ନେତୃତ୍ୱରେ ପିସିବି ଅନେକ ବଡ଼ ଖର୍ଚ୍ଚ କରିଥିବାରୁ ପାକିସ୍ତାନର ଘରୋଇ ଖେଳାଳିଙ୍କ ମ୍ୟାଚ ଫିସ ହ୍ରାସକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଏକ ଆଶ୍ଚର୍ଯ୍ୟଜନକ ବୋଲି କୁହାଯାଉଛି। ଗତ ବର୍ଷ ଅଧ୍ୟକ୍ଷ ହେବା ପରେ, ସେ କହିଥିଲେ ଯେ ପିସିବି ଆକାଉଣ୍ଟରେ ଥିବା ଟଙ୍କା “ଲୁଚାଇ ରଖିବା ପାଇଁ ନୁହେଁ” ଏବଂ ଏହାକୁ ଖେଳାଳି ଏବଂ ପାକିସ୍ତାନ କ୍ରିକେଟର ସେବାରେ ଖର୍ଚ୍ଚ କରାଯିବ। ସେବେଠାରୁ ପିସିବି ଅନେକ ମହଙ୍ଗା କିନ୍ତୁ ଆବଶ୍ୟକ ଷ୍ଟାଡିୟମ ଅପଗ୍ରେଡ କରିଛି। ଏହା ସହିତ ବିଦେଶୀ ପ୍ରଶିକ୍ଷକମାନଙ୍କୁ ମହଙ୍ଗା ଚୁକ୍ତିନାମାରେ ନିଯୁକ୍ତି ଦେଇଛି। ପରେ ସେମାନଙ୍କୁ ଶୀଘ୍ର ବାହାର କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri