ମାନିଲା ପାକିସ୍ତାନ, ପିଓକେ ବିଦେଶୀ ଅଞ୍ଚଳ

ଇସ୍‌ଲାମାବାଦ,୨ା୬: ପାକ୍‌ ଅଧିକୃତ କଶ୍ମୀର (ପିଓକେ) ବିଦେଶୀ ଅଞ୍ଚଳ ବୋଲି ପାକିସ୍ତାନର ଅତିରିକ୍ତ ଆଟର୍ନି ଜେନେରାଲ ଇସ୍‌ଲାମାବାଦ ହାଇକୋର୍ଟରେ ସ୍ବୀକାର କରିଛନ୍ତି। ଉକ୍ତ ଅଞ୍ଚଳ ପାକିସ୍ତାନ ସରକାରଙ୍କର କ୍ଷେତ୍ରାଧିକାର ମଧ୍ୟରେ ଆସୁନାହିଁ। ଶୁକ୍ରବାର ଇସ୍‌ଲାମାବାଦ ଉଚ୍ଚ ନ୍ୟାୟାଳୟରେ କଶ୍ମୀରୀ କବି ତଥା ସାମ୍ବାଦିକ ଅହମଦ ଫାର୍‌ହାଦ ଶାହଙ୍କୁ ଅପହରଣ ମାମଲାର ଶୁଣାଣି ବେଳେ ପାକ୍‌ ସରକାରଙ୍କ ପକ୍ଷରୁ ପିଓକେ ଏହାର ଅଞ୍ଚଳ ନୁହେଁ ବୋଲି ସ୍ବୀକାର କରାଯାଇଛି, ଯାହାକି ଏକ ବିରଳ ଘଟଣା। ମେ’ ୧୫ରେ ଫାର୍‌ହାଦଙ୍କୁ ତାଙ୍କ ରାଓ୍ବଲପିଣ୍ଡି ସ୍ଥିତ ବାସଭବନରୁ ଅପହରଣ କରାଯାଇଥିଲା। ତାଙ୍କ ସ୍ତ୍ରୀଙ୍କ ପିଟିଶନ୍‌ର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ମୋହସିନ ଅଖତର କୟାନି କବି ଫାର୍‌ହାଦଙ୍କୁ କୋର୍ଟରେ ହାଜର କରାଇବାକୁ ଚାହିଁଥିଲେ। ଶୁକ୍ରବାର ଅତିରିକ୍ତ ଆଟର୍ନି ଜେନେରାଲ ଉକ୍ତ ମାମଲା ଉପରେ ଯୁକ୍ତି ବାଢ଼ୁଥିବାବେଳେ ଫାର୍‌ହାଦ ପିଓକେ ପୋଲିସ ହାଜତରେ ରହିଥିବାରୁ କୋର୍ଟରେ ହାଜର କରାଯାଇପାରିବ ନାହିଁ ବୋଲି କହିଥିଲେ। ପିଓକେ ଏକ ବିଦେଶୀ ଅଞ୍ଚଳ, ଏହାର ନିଜସ୍ବ ସମ୍ବିଧାନ ଓ କୋର୍ଟ ରହିଛି। ତେଣୁ ପାକିସ୍ତାନୀ ଅଦାଲତଙ୍କ ରାୟକୁ ପିଓକେରେ ବିଦେଶୀ କୋର୍ଟ ରାୟ ଭାବେ ନିଆଯାଇଥାଏ ବୋଲି ଅତିରିକ୍ତ ଆଟର୍ନି ଜେନେରାଲ କହିଥିଲେ। ଯଦି ପିଓକେ ବିଦେଶୀ ଅଞ୍ଚଳ ତେବେ ସେଠାରେ ପାକିସ୍ତାନୀ ସେନା ଓ ରେଞ୍ଜର୍ସମାନେ ପ୍ରବେଶ କରୁଛନ୍ତି କିପରି ବୋଲି ଜବାବରେ ବିଚାରପତି ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣରେ ବିରଳ ମହାସଂଯୋଗ! ୧୮ ବର୍ଷ ପରେ ଲାଗିବ ସୂର୍ଯ୍ୟଗ୍ରହଣ-ଚନ୍ଦ୍ରଗ୍ରହଣ, ଜାଣନ୍ତୁ କ’ଣ କରିବେ ନ କରିବେ…

ଚଳିତ ବର୍ଷ ଶ୍ରାବଣ ମାସର ଅମାବାସ୍ୟା ଓ ପୂର୍ଣ୍ଣିମାରେ ଗ୍ରହଣ ପଡ଼ିବ। ପ୍ରାୟ ୧୮ ବର୍ଷ ପରେ ଏଭଳି ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି, ଯେତେବେଳେ…

୧୬ ବର୍ଷ ପରେ ଭଞ୍ଜନଗର କେଭି ପାଳିଲା ପ୍ରତିଷ୍ଠା ଦିବସ, ବିଧାୟକ କହିଲେ ଆତ୍ମନିର୍ଭର ଭାରତର ସ୍ବପ୍ନ…

ଭଞ୍ଜନଗର,୬ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ସ୍ଥାପନାର ୧୬ ବର୍ଷ ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ଧୂମ୍‌ଧାମରେ ପାଳନ କରିଛି।…

ଅବସର ପରେ ରାହାଣେଙ୍କ ବଡ଼ ବୟାନ, ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠାରୁ କନିଷ୍ଠ ଖେଳାଳି। ସେ ସେହି ଚୟନିତ କ୍ରିକେଟରଙ୍କ ମଧ୍ୟରୁ…

ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୮: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ…

ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍‌ଇ-ଠିକାଦାର ଗିରଫ

ପାରଳାଖେମୁଣ୍ଡି,୬ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କାର ସରକାରୀ ପାଣ୍ଠି ଅପବ୍ୟବହାର…

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

ଡିଭାଇଡରରେ ପିଟିହେଲା ଅତିକ ଅହମ୍ମଦଙ୍କ ପୁଅଙ୍କ କାର: ଚାଲିଗଲା ଜୀବନ

ଲକ୍ଷ୍ନୌ,୬।୮: ଏକ ସଡ଼କ ଦୁର୍ଘଟଣାରେ ଅତିକ ଅହମ୍ମଦଙ୍କ ପୁଅ ଅବନ ଅହମ୍ମଦଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଝାନ୍ସୀର ପୁଞ୍ଚ ଥାନା ଅଞ୍ଚଳରେ…

ଘରୋଇ କଳିର କରୁଣ ପରିଣତି, ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri