Posted inଜାତୀୟ

ଏଲ୍‌ଓସିରେ ପାକିସ୍ତାନୀ ଡ୍ରୋନ୍‌…

ଶ୍ରୀନଗର, ୯।୬ : ଜମ୍ମୁ-କଶ୍ମୀରରେ ଗୁରୁବାର ଭୋର୍‌ ପ୍ରାୟ ୪ଟା ୧୫ ସମୟରେ ଏଲ୍‌ଓସିର ଜମ୍ମୁ ଡିଭିଜନର ଆର୍ନିଆ ସେକ୍ଟରରେ ଏକ ପାକିସ୍ତାନୀ ଡ୍ରୋନ ଆକାଶ ମାର୍ଗରେ ଉଡ଼ିବୁଲୁଥିବାର ଦେଖାଦେଇଛି। ଏହି ଡ୍ରୋନ ପାକିସ୍ତାନ ପାର୍ଶ୍ୱରୁ ଆସିଥିଲା। ଡ୍ରୋନର ଆଲୋକ ଦେଖି ବିଏସଏଫ କର୍ମଚାରୀମାନେ ସତର୍କ ସୂଚନା ଜାରି କରିଥିଲେ। ଅନେକ ରାଉଣ୍ଡ ଗୁଳି ଚଳାଇବା ପରେ ଡ୍ରୋନଟି ଫେରି ଯାଇଥିଲା। ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ରଣନୀତିର ଏକ ଅଂଶ ଭାବରେ ଡ୍ରୋନ ମାଧ୍ୟମରେ ପାକିସ୍ତାନ ସୀମା ଅଞ୍ଚଳକୁ ଇମ୍ପ୍ରୋଭାଇଜଡ ବିସ୍ଫୋରକ ଡିଭାଇସ୍‌ (ଆଇଇଡି) ପଠାଉଛି। ଯାହା ମୁଖ୍ୟତଃ ଜାତୀୟ ରାଜପଥ ନିକଟରେ ପକାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଆତଙ୍କବାଦୀଙ୍କ ପାଇଁ କାର୍ଯ୍ୟ କରୁଥିବା ସହାୟକମାନଙ୍କ ନିକଟରେ ଆଇଇଡି ସହଜରେ ପହଞ୍ଚିପାରିବ। ଗତ କିଛି ଦିନ ହେବ ସୀମାନ୍ତ ଅଞ୍ଚଳରେ ଡ୍ରୋନ ଉଡ଼ି ବୁଲିବାର ବହୁ ଘଟଣା ଘଟିଛି।

ମଙ୍ଗଳବାର କାନାଚାକ ଅଞ୍ଚଳରେ ଜମ୍ମୁ-ପୁଞ୍ଚ ରାଜପଥର ଅଖନୋର ନିକଟରୁ ଏଭଳି ଆଇଇଡି ଜବତ କରାଯାଇଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସୀମା ପାର୍‌ କରାଯାଇ ଆଇଇଡିକୁ ଡ୍ରୋନ୍‌ ଦ୍ୱାରା ଜାତୀୟ ରାଜପଥ ନିକଟବର୍ତ୍ତୀ ଅଞ୍ଚଳରେ ପକାଇ ଦିଆଯାଉଛି। ଯାହା ଦ୍ୱାରା ଏହାକୁ ସଂଗ୍ରହ କରିବାକୁ ଆସୁଥିବା ସହାୟକମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଯଦି କୌଣସି ସ୍ଥାନରେ ସୁରକ୍ଷାକର୍ମୀଙ୍କ ହାତରେ ପଡ଼ିବାର ପରିସ୍ଥିତି ଥାଏ, ତେବେ ଏଥିରୁ ସେମାନେ ରକ୍ଷା ପାଇବା ସହଜ ହୋଇଥାଏ। ଜାତୀୟ ରାଜପଥରେ ଯାନବାହାନ ସଂଖ୍ୟା ଅଧିକ ଥିବାରୁ ଏଠାରେ ସହାୟକଙ୍କୁ ଚିହ୍ନିବା କଷ୍ଟକର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲ୍‌ଡୋଜରରେ ଟେକିନେଲେ ଏଟିଏମ୍‌

ମୁମ୍ବାଇ,୨୬।୪: ସୁବୁଆଡେ ଚର୍ଚ୍ଚାରେ ଏବେ ବୁଲ୍‌ଡୋଜର। ଇତିମଧ୍ୟରେ କିଛି ଦୁର୍ବୃତ୍ତ ବୁଲ୍‌ଡୋଜରରେ ଏଟିଏମ୍‌ କାଉଣ୍ଟର ଟେକିନେଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ମହାରାଷ୍ଟ୍ରର ପୁଣେରେ...

ମୁଣ୍ଡ ଅବା ପିଠି ସ୍ପର୍ଶ କରିବା ନୁହେଁ ଯୌନ ନିର୍ଯାତନା: ହାଇକୋର୍ଟ…

ମୁମ୍ବାଇ,୧୪।୩ : ଅଧିକରୁ ଅଧିକ ଯୌନ ନିର୍ଯାତନା ମାମଲା ସାମ୍ନାକୁ ଆସୁଛି। ଏହି କାରଣରୁ ଦେଶରେ ଏଥିପାଇଁ ଆଇନ ପ୍ରଣୟନ କରାଯାଇଛି। କିନ୍ତୁ ଅନେକ ଥର...

ମାଙ୍ଗାଲୁରୁ ବିମାନ ବନ୍ଦରରେ ଆଇଇଡି ବ୍ୟାଗ୍‌: ଲୋକେ ଆତଙ୍କିତ

ମାଙ୍ଗାଲୁରୁ,୨୦।୧: ସାଧାରଣତନ୍ତ୍ର ଦିବସରେ ଦେଶରେ ଆତଙ୍କବାଦୀମାନେ ଆକ୍ରମଣ ଷଡ଼ଯନ୍ତ୍ର କରିଥିବା ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୋମବାର ମାଙ୍ଗାଲୁରୁ...

ଦୁବାଇ ଚାଲିଗଲେଣି ଦେଶର ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତ

ବେଙ୍ଗାଲୁରୁ,୨।୧୨: ପ୍ରଥମ ଥର ପାଇଁ ଦେଶରେ ଚିହ୍ନଟ ହୋଇଥିବା ୨ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନଭେମ୍ବର ୨୦ ତାରିଖରେ ଭାରତ ଆସିଥିଲେ। ୫ ଦିନ...

କରୋନା ଖାଇଯିବ ୮.୮ ଟ୍ରିଲିୟନ ଡଲାର

ନୂଆଦିଲ୍ଲୀ,୧୬ା୫(ପି.ଟି.): କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତିକୁ ୫.୮ରୁ ୮.୮ ଟ୍ରିଲିୟନ ଡଲାର କ୍ଷତି ସହିବାକୁ ପଡ଼ିପାରେ ବୋଲି ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ପକ୍ଷରୁ...

ଲାଲ୍‌କିଲ୍ଲା ହିଂସା ନେଇ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ,୨୯।୧(ପି.ଟି.): ସାଧାରଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ବେଳେ ଲାଲ୍‌କିଲ୍ଲାରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏହି ହିଂସାରେ ସମ୍ପୃକ୍ତ କୃଷକଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଦେଶଦ୍ରୋହ ଏବଂ...

ଗୋଟିଏ ମଞ୍ଚରେ ମୋଦିଙ୍କ ସହ ନଜର ଆସିପାରନ୍ତି ଅଭିନେତା ମିଥୁନ

କୋଲକାତା,୬ ।୩: ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତି ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହେବାର ସମ୍ଭାବନା...

କରୋନା ଭାଇରସ୍‌ ଯୋଗୁ ଅସ୍ଥାୟୀ ଭାବେ ବନ୍ଦ ହେଲା ଏମ୍ସର ଓପିଡି ସେବା

ନୂଆଦିଲ୍ଲୀ,୨୩।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ (ଏମ୍ସ) ସୋମବାରଠାରୁ ନିୟମିତ ରୋଗୀଙ୍କ ପାଇଁ ସମସ୍ତ ଓପିଡି...

Advertisement
Archives

Model This Week