Posted inଖେଳ

ପାକିସ୍ତାନୀ କ୍ରିକେଟରଙ୍କୁ ୧୨ ବର୍ଷ ଜେଲ୍‌

କଲମ୍ବୋ,୧୨ା୯: ଜଣେ ନେତାଙ୍କ ହତ୍ୟାର ସୁପାରି ଦେବା ଅଭିଯୋଗରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଖଲିଦ୍‌ ଲତିଫଙ୍କୁ ୧୨ ବର୍ଷ ଜେଲ ଦଣ୍ଡ। ଇସଲାମ ବିରୋଧରେ ଆଇ ପ୍ରଣୟନକୁ ବିରୋଧ କରି ଲତିଫ୍‌ ୨୧ ହଜାର ୟୁରୋର ସୁପାରି ଦେଇଥିଲେ। ନିଜର ଇସଲାମ ବିରୋଧୀ ମତବାଦ ପାଇଁ ପ୍ରସିଦ୍ଧ ଗିର୍ଟ ଓ୍ବିଲ୍ଡର୍ସଙ୍କ ହତ୍ୟା ପାଇଁ ସୁପାରି ଦେଇଥିବା କାରଣରୁ ନେଦରଲାଣ୍ଡ୍ସର ଏକ କୋର୍ଟ ତାଙ୍କୁ ୧୨ ବର୍ଷର ଜେଲ ଦଣ୍ଡ ପ୍ରଦାନ କରିଛନ୍ତି। ୨୦୧୮ ମସିହାରେ ଓ୍ବିଲ୍ଡର୍ସଙ୍କୁ ହତ୍ୟା କରିବା ପାଇଁ ସେ ଜଣେ ସୁପାରି କିଲରଙ୍କୁ ପଇସା ଦେଉଥିବାର ଭିଡିଓ ଭାଇରାଲ ହୋଇଥିଲା। ୨୦୧୮ରୁ ଏହି ମାମଲାର ଟ୍ରାଏଲ୍ସ ଚାଲିଥିଲା। ସୋମବାର ରାୟ ପ୍ରକାଶ ପାଇବା ସମୟରେ ଲତିଫ୍‌ ଓ ତାଙ୍କ ଓକିଲ କୋର୍ଟରେ ଅନୁପସ୍ଥିତ ଥିଲେ। ୩୭ ବର୍ଷୀୟ ଲତିଫ ପାକିସ୍ତାନ ପାଇଁ ୫ ଦିନିକିଆ ଓ ୧୦ ଟି୨୦ ମ୍ୟାଚ ଖେଳିଛନ୍ତି। ୨୦୧୭ରେ ଏକ ସ୍ପଟ୍‌ ଫିକ୍ସିଂ ମାମଲାରେ ଲତିଫଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ ୫ ବର୍ଷ ବାସନ୍ଦ କରିଥିଲା। ଏହାପରେ ଜଣେ ଇସଲାମ ପ୍ରଚାରକ ଭାବରେ କାର୍ଯ୍ୟ କରୁଥିଲେ ଲତିଫ୍‌। ଏହି ରାୟ ପ୍ରକାଶ ସମୟରେ ଓ୍ବିଲ୍ଡର୍ସ କୋର୍ଟରେ ଉପସ୍ଥିତ ରହିଥିଲେ। ୨୦୧୮ରେ ମହମ୍ମଦଙ୍କ କାର୍ଟୁନ୍‌ର ଏକ ପ୍ରଦର୍ଶନୀ କରିବା ପାଇଁ ଓ୍ବିଲ୍ଡର୍ସ ଘୋଷଣା କରିବା ପରେ ଲତିଫ୍‌ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ଏପରିକି ଜଣେ ସୁପାରି କିଲରକୁ ୨୧ ହଜାର ଡଲାର ମଧ୍ୟ ପ୍ରଦାନ କରିଥିଲେ। ବିଗତ କିଛି ବର୍ଷ ଧରି ଓ୍ବିଲ୍ଡର୍ସ ପୋଲିସ୍‌ ସୁରକ୍ଷା ମଧ୍ୟରେ ଜୀବନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ସୁଆମ ଛକ

ପାଟଣା,୧୪।୪(ବୀର କିଶୋର ଦାଶ): ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତିରେ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଛକ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଇବାକୁ ମିଳିଥିଲା।…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ଲୋକ ସଭାରେ ରହିବେ ୮୫୦ ଏମପି; କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୧୪।୪: ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (ମହିଳା ସଶକ୍ତିକରଣ ଆଇନ) କାର୍ଯ୍ୟକାରୀ କରିବା ପାଇଁ ସରକାର ଏପ୍ରିଲ ୧୬ ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ସଂସଦର ଏକ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri