Categories: ଖେଳ

ଦିନିକିଆ ସିରିଜ ଜିତିଲା ପାକିସ୍ତାନ

ସେଞ୍ଚୁରିଆନ,୮।୪: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ୨୮ ରନରେ ବିଜୟୀ ହୋଇଛି। ସ୍ଥାନୀୟ ସୁପର ସ୍ପୋର୍ଟ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ହାରି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୩୨୦ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୪୯.୩ ଓଭରରେ ୨୯୨ ରନକରି ଅଲଆଉଟ ହୋଇ ପରାସ୍ତ ହୋଇଥିଲା। ଏଥିସହିତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ପାକିସ୍ତାନ ୨-୧ରେ ବିଜୟୀ ହୋଇଛି। ଫଖର ଜମାନ ପ୍ଲେୟାର ଅଫ୍‌ ଦି ସିରିଜ ଓ ଅଧିନାୟକ ବାବର ଆଜମ ପ୍ଲେୟାର ଅଫ୍‌ ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ପାକିସ୍ତାନ ତରଫରୁ ଜମାନ ୧୦୧ ରନର ଶତକୀୟ ଇନିଂସ, ଆଜମ ୯୪, ଇମାମ ଉଲ ହକ ୫୭ ରନ ସଂଗ୍ରହ କରିଥିଲେ। ଘରୋଇ ଦଳ ତରଫରୁ କେଶବ ମହାରଜ ୩, ଏଡେନ ମାରାକ୍ରାମ ୨ ଉଇକେଟ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ତରଫରୁ ଓପନର ଜାନେମନ ମଲାନ ୭୦, କାଏଲ ଭେରେୟନ ୬୨, ଆଣ୍ଡିଲ ଫେଲୁକ୍ୱାୟୋ ୫୪ ରନ ସଂଗ୍ରହ କରିଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ଶାହିନ ଶାହା ଆଫ୍ରିଦି ଓ ମହମ୍ମଦ ନଓ୍ବାଜ ୩ଟି ଲେଖାଏ, ହାରିସ ରୌଫ ୨ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ୫୦ ଓଭରରେ ୩୨୦/୭
(ଜମାନ- ୧୦୧, ଆଜମ- ୯୪, ମହାରାଜ- ୩/୪୫, ମାରକ୍ରାମ- ୨/ ୪୮)।
ଦକ୍ଷିଣ ଆଫ୍ରିକା ୪୯. ୩ ଓଭରରେ ୨୯୨ ଅଲଆଉଟ୍‌
(ଜାନେମାନ ମଲାନ- ୭୦, ଭେରେୟନ- ୬୨, ଫେଲୁକ୍ୱାୟୋ- ୫୪, ଆଫ୍ରିଦି- ୩/୫୮, ନଓ୍ବାଜ- ୩/୩୪, ରୌଫ- ୨/୪୫)।

Share