Posted inଜାତୀୟ

ନୌସେରାରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୨୧।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଛି। ପାକିସ୍ତାନ ଜାଣିଶୁଣି ଏଠାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ରାଜୌରୀ ଜିଲାର ନୌସେରା ସେକ୍ଟରରେ ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ଏଥିରେ ଜଣେ ହାବିଲଦାର ଶହୀଦ୍‌ ହୋଇଛନ୍ତି॥ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ସୀମାବର୍ତ୍ତୀ ପୋଷ୍ଟ ଉପରକୁ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ଏହାର ଜବାବରେ ଭାରତୀୟ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଗୁଳିଗୋଳାମାଡ଼ କରାଯାଇଛି। ଏସମ୍ପର୍କରେ ଶନିବାର ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ସୈନ୍ୟ ବାହିନୀ ଏଭଳି ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ଶାସନ ଲାଗୁ ହେବା ସତ୍ତ୍ୱେ: ସରକାର ଗଠନ ଉଦ୍ୟମ ଜାରି

ମୁମ୍ବାଇ,୧୩ା୧୧(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ମଙ୍ଗଳବାର ରାଷ୍ଟ୍ରପତି ଶାସନ ଜାରି କରାଯିବା ପରେ ସବୁ ରାଜନୈତିକ ଦଳ ବିସ୍ମିତ ହେବା ସତ୍ତ୍ୱେ ସରକାର ଗଠନ ପ୍ରକ୍ରିୟାରୁ ଓହରିନାହାନ୍ତି। ରାଜ୍ୟପାଳ...

ହାର୍ଦ୍ଦିକ ପାଣ୍ଡ୍ୟା ମାରିଲେ ଏମିତି ସର୍ଟ, ହସି ହସି ଗଡିଲେ ସ୍ତ୍ରୀ

ମୁମ୍ବାଇ,୨୦।୫: ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସହିତ ଫାପ ଡୁ ପ୍ଲେସିସ ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ଚମତ୍କାର ବ୍ୟାଟିଂ ଜରିଆରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଶେଷ...

ମତଦାନର ଗୋଟିଏ ଦିନ ପୂର୍ବରୁ ଭୋଟର ଲିଷ୍ଟରୁ ଶଶିକଳାଙ୍କ ନାମ ଗାଏବ

ଚେନ୍ନାଇ,୫।୪: ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ୬ରେ ମତଦାନ ହେବାକୁ ଯାଉଛି। ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ନିକଟତମ ବନ୍ଧୁ...

ଲୁହ ଛଳ ଛଳ ଆଖିରେ ପୁନିତ ରାଜକୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ

ବେଙ୍ଗାଲୁରୁ,୩୧।୧୦: କନ୍ନଡ ଚଳଚ୍ଚିତ୍ରର ସୁପରଷ୍ଟାର ପୁନିତ ରାଜକୁମାରଙ୍କ ରବିବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବେଙ୍ଗାଲୁରୁର କାନ୍ତିରଭା ଷ୍ଟୁଡିଓ ନିକଟରେ ପୂରା ରାଜକୀୟ ସମ୍ମାନରେ ଶେଷକୃତ୍ୟ କରାଯାଇଥିଲା।...

ରାଜନୈତିକ ଦଳକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ: ଓ୍ବେବ୍‌ସାଇଟରେ ଦିଅ ପ୍ରାର୍ଥୀଙ୍କ ଆପରାଧିକ ତଥ୍ୟ

ନୂଆଦିଲ୍ଲୀ, ୧୩।୨(ପି.ଟି.):ଦେଶର ରାଜନୀତି କ୍ରମଶଃ କଳୁଷିତ ହେବାରେ ଲାଗିଥିବାରୁ ଗୁରୁବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ଏହାସହ ନିଜ ନିଜ ପ୍ରାର୍ଥୀମାନଙ୍କ ବିରୋଧରେ ଥିବା ଆପରାଧିକ ମାମଲା...

ପ୍ରଦୂଷିତ ସହର ତାଲିକା ଶୀର୍ଷରେ ଦିଲ୍ଲୀ, ଶ୍ରେଷ୍ଠ ୧୦ରେ ଭାରତର ୩ ସହର…

ନୂଆଦିଲ୍ଲୀ,୧୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ସହିତ ଏବେ ବାୟୁ ପ୍ରଦୂଷଣ ମଧ୍ୟ ବଢିଚାଲିଛି। ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍କଟ ଜନକ ରହିଛି। ନିଶ୍ୱାସ ନେବାକୁ...

ଦେଶରେ ସ୍ବାସ୍ଥ୍ୟ ଖର୍ଚ୍ଚ ପ୍ରତିରକ୍ଷା ବଜେଟଠାରୁ ୧୦ଗୁଣା କମ୍‌

ଓ୍ବାଶିଂଟନ/ନୂଆଦିଲ୍ଲୀ, ୩୦।୭: ଭାରତରେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ ହେଉଛି। ଅପରପକ୍ଷରେ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ କରାଯାଉଥିବା ଖର୍ଚ୍ଚ କମ୍‌ ରହିଛି। ଦେଶରେ ସ୍ବାସ୍ଥ୍ୟ...

ମନ୍ଦିର ବାହାରେ ଭିକ୍ଷା ମାଗୁଥିଲେ କୋଟିପତିଙ୍କ ପୁଅ : ଘରେ ପହଞ୍ଚାଇଲା ସ୍ବେଚ୍ଛାସେବୀ ସଂଗଠନ

ଅମ୍ବାଲା,୧୧।୧: ଫିଲ୍ମ କାହାଣୀ ପରି ହରିୟାଣାରେ ଏକ ନିଆରା ଘଟଣା ଘଟିଛି। ଏଠାରେ ଅମ୍ବାଲାର ଏକ ମନ୍ଦିର ବାହାରେ ବସି ଭିକ୍ଷା କରୁଥିବା ଜଣେ ବ୍ୟକ୍ତି...

Advertisement
Archives

Model This Week