ସିନ୍ଧୁ ଜଳ ଉପରେ ରୋକ୍‌ ଲଗାଇବା ପରେ ଥରହର ପାକିସ୍ତାନ, କହିଲା ଟୋପେ ପାଣି ପାଇଁ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆକ୍ରମଣ ପରେ, ଇସଲାମାବାଦରୁ ଦିଲ୍ଲୀ ପର୍ଯ୍ୟନ୍ତ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଆଲୋଚନା ହେଉଥିଲା। କିନ୍ତୁ ଭାରତ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ରୋକ୍‌ ଲଗାଇ ଆତଙ୍କବାଦୀଙ୍କ ପେଣ୍ଠସ୍ଥଳୀ ପାକିସ୍ତାନ ବିରୁଦ୍ଧରେ ଆହୁରି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାକୁ ନେଇ ପାକିସ୍ତାନର ବଡ଼ ବଡ଼ ନେତାମାନେ ପ୍ରତିକ୍ରିୟା ଦେଇଛନ୍ତି। ପ୍ରକୃତରେ, ଭାରତ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମା ଉପରେ ରୋକ୍‌ ଳଗାଇବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି।

ହାଇଦ୍ରାବାଦସ୍ଥିତ ସିନ୍ଧ ତାରକ୍କି ପସନ୍ଦ ପାର୍ଟିର ଅଧ୍ୟକ୍ଷ ଡକ୍ଟର କାଦିର ମାଗସି କହିଛନ୍ତି ଯେ ଏହି ନିଷ୍ପତ୍ତି ପାକିସ୍ତାନରେ ଗୃହଯୁଦ୍ଧ ଆରମ୍ଭ କରିବ। ଭାରତ ସର୍ଜିକାଲ ଷ୍ଟ୍ରାଇକ ନକରି ଏହି ନିଷ୍ପତ୍ତି ନେଇଛି, ଯାହା ପାକିସ୍ତାନକୁ ଅଧିକ କ୍ଷତି ପହଞ୍ଚାଇବ।

ମାଗସିଙ୍କ ଅନୁଯାୟୀ, ସିନ୍ଧୁ ନଦୀର ଜଳକୁ ନେଇ ପାକିସ୍ତାନର ଦୁଇଟି ବଡ଼ ପ୍ରଦେଶ, ସିନ୍ଧ ଏବଂ ପଞ୍ଜାବ, ପୂର୍ବରୁ ମୁହାଁମୁହିଁ ଅଛନ୍ତି। ଲୋକମାନେ ରାସ୍ତାରେ ଲଢ଼ୁଛନ୍ତି ଏବଂ ଏବେ ଭାରତ ଏହି ନିଷ୍ପତ୍ତି ନେଇ ପାକିସ୍ତାନରେ ଚହଳ ପଡିଛି। ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନର ଲୋକମାନେ ଏବେ ନିଜ ଲୋକଙ୍କ ମଧ୍ୟରେ ଲଢ଼ିବେ। ପାକିସ୍ତାନର ପଞ୍ଜାବର ଜନସଂଖ୍ୟା ୧୨ କୋଟି ଏବଂ ସିନ୍ଧର ଜନସଂଖ୍ୟା ୫ କୋଟି।

ପ୍ରତିବର୍ଷ ସିନ୍ଧୁ ନଦୀ ଦେଇ ହାରାହାରି ୧୮୦ ବିଲିୟନ ଘନ ମିଟର ପାଣି ପ୍ରବାହିତ ହୁଏ, ଯାହାର ୮୦ ପ୍ରତିଶତ ପାକିସ୍ତାନ ବ୍ୟବହାର କରେ। ଭାରତ ୨୦ ପ୍ରତିଶତ ପାଣି ବ୍ୟବହାର କରେ। ଆଜିକାଲି ପାକିସ୍ତାନରେ ଜଳ ସଙ୍କଟ ଦେଖାଦେଇଛି। ପାକିସ୍ତାନ ପାଖରେ ମାତ୍ର 30 ଦିନର ପାଣି ସଂରକ୍ଷଣ ଅଛି। ପାଣି ବଣ୍ଟନକୁ ନେଇ ପଞ୍ଜାବ ଏବଂ ସିନ୍ଧ ପରସ୍ପର ବିରୁଦ୍ଧରେ ମୋର୍ଚ୍ଚା ଖୋଲି ସାରିଛନ୍ତି।

ପାକିସ୍ତାନର ୪.୭ କୋଟି ଏକର ଜମି ସିନ୍ଧୁ ନଦୀର ପାଣି ଦ୍ୱାରା ଜଳସେଚନ କରାଯାଏ। ପାକିସ୍ତାନ ମଧ୍ୟ ସିନ୍ଧୁ ନଦୀର ଜଳ ମାଧ୍ୟମରେ ବିଦ୍ୟୁତ ଉତ୍ପାଦନ କରେ। ଏପରି ପରିସ୍ଥିତିରେ, ଯଦି ସିନ୍ଧୁ ଜଳ ଉପରେ ପ୍ରତିବନ୍ଧକ ଲଗାଯାଏ, ତେବେ ପାକିସ୍ତାନରେ ଏକ ବଡ଼ ସଙ୍କଟ ସୃଷ୍ଟି ହେବ। ଋଣଗ୍ରସ୍ତ ପାକିସ୍ତାନ ପାଇଁ ଆଗକୁ ରାସ୍ତା ସହଜ ହେବ ନାହିଁ। ଏହି କାରଣରୁ ପାକିସ୍ତାନର ଶୀର୍ଷ ନେତାମାନେ ଏହାକୁ ଏକ ବଡ଼ ଝଟ୍‌କା ବୋଲି କହିଛନ୍ତି।

ଭାରତ ୨୦୧୬ ଏବଂ ୨୦୧୯ରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଛି। ୨୦୧୬ର ସର୍ଜିକାଲ ଷ୍ଟ୍ରାଇକ୍ରେ ଭାରତ ୨୪୫ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିହତ କରିଥିଲା। ୨୦୧୯ ମସିହାରେ ପୁଲୱାମା ପରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ରେ ଭାରତୀୟ ସେନା ୩୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ନିହତ କରିଥିଲା।

ଏଥର ମଧ୍ୟ ପହଲଗାମ ପରେ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆତଙ୍କବାଦୀମାନଙ୍କୁ ଏପରି ଦଣ୍ଡ ଦିଆଯିବ ଯେ ସେମାନେ ଏହା କଳ୍ପନା ମଧ୍ୟ କରିପାରିବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦୀଙ୍କୁ ନିପାତ କରିବା ବିଷୟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?