ସିନ୍ଧୁ ଜଳ ଉପରେ ରୋକ୍‌ ଲଗାଇବା ପରେ ଥରହର ପାକିସ୍ତାନ, କହିଲା ଟୋପେ ପାଣି ପାଇଁ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆକ୍ରମଣ ପରେ, ଇସଲାମାବାଦରୁ ଦିଲ୍ଲୀ ପର୍ଯ୍ୟନ୍ତ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଆଲୋଚନା ହେଉଥିଲା। କିନ୍ତୁ ଭାରତ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ରୋକ୍‌ ଲଗାଇ ଆତଙ୍କବାଦୀଙ୍କ ପେଣ୍ଠସ୍ଥଳୀ ପାକିସ୍ତାନ ବିରୁଦ୍ଧରେ ଆହୁରି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାକୁ ନେଇ ପାକିସ୍ତାନର ବଡ଼ ବଡ଼ ନେତାମାନେ ପ୍ରତିକ୍ରିୟା ଦେଇଛନ୍ତି। ପ୍ରକୃତରେ, ଭାରତ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମା ଉପରେ ରୋକ୍‌ ଳଗାଇବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି।

ହାଇଦ୍ରାବାଦସ୍ଥିତ ସିନ୍ଧ ତାରକ୍କି ପସନ୍ଦ ପାର୍ଟିର ଅଧ୍ୟକ୍ଷ ଡକ୍ଟର କାଦିର ମାଗସି କହିଛନ୍ତି ଯେ ଏହି ନିଷ୍ପତ୍ତି ପାକିସ୍ତାନରେ ଗୃହଯୁଦ୍ଧ ଆରମ୍ଭ କରିବ। ଭାରତ ସର୍ଜିକାଲ ଷ୍ଟ୍ରାଇକ ନକରି ଏହି ନିଷ୍ପତ୍ତି ନେଇଛି, ଯାହା ପାକିସ୍ତାନକୁ ଅଧିକ କ୍ଷତି ପହଞ୍ଚାଇବ।

ମାଗସିଙ୍କ ଅନୁଯାୟୀ, ସିନ୍ଧୁ ନଦୀର ଜଳକୁ ନେଇ ପାକିସ୍ତାନର ଦୁଇଟି ବଡ଼ ପ୍ରଦେଶ, ସିନ୍ଧ ଏବଂ ପଞ୍ଜାବ, ପୂର୍ବରୁ ମୁହାଁମୁହିଁ ଅଛନ୍ତି। ଲୋକମାନେ ରାସ୍ତାରେ ଲଢ଼ୁଛନ୍ତି ଏବଂ ଏବେ ଭାରତ ଏହି ନିଷ୍ପତ୍ତି ନେଇ ପାକିସ୍ତାନରେ ଚହଳ ପଡିଛି। ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନର ଲୋକମାନେ ଏବେ ନିଜ ଲୋକଙ୍କ ମଧ୍ୟରେ ଲଢ଼ିବେ। ପାକିସ୍ତାନର ପଞ୍ଜାବର ଜନସଂଖ୍ୟା ୧୨ କୋଟି ଏବଂ ସିନ୍ଧର ଜନସଂଖ୍ୟା ୫ କୋଟି।

ପ୍ରତିବର୍ଷ ସିନ୍ଧୁ ନଦୀ ଦେଇ ହାରାହାରି ୧୮୦ ବିଲିୟନ ଘନ ମିଟର ପାଣି ପ୍ରବାହିତ ହୁଏ, ଯାହାର ୮୦ ପ୍ରତିଶତ ପାକିସ୍ତାନ ବ୍ୟବହାର କରେ। ଭାରତ ୨୦ ପ୍ରତିଶତ ପାଣି ବ୍ୟବହାର କରେ। ଆଜିକାଲି ପାକିସ୍ତାନରେ ଜଳ ସଙ୍କଟ ଦେଖାଦେଇଛି। ପାକିସ୍ତାନ ପାଖରେ ମାତ୍ର 30 ଦିନର ପାଣି ସଂରକ୍ଷଣ ଅଛି। ପାଣି ବଣ୍ଟନକୁ ନେଇ ପଞ୍ଜାବ ଏବଂ ସିନ୍ଧ ପରସ୍ପର ବିରୁଦ୍ଧରେ ମୋର୍ଚ୍ଚା ଖୋଲି ସାରିଛନ୍ତି।

ପାକିସ୍ତାନର ୪.୭ କୋଟି ଏକର ଜମି ସିନ୍ଧୁ ନଦୀର ପାଣି ଦ୍ୱାରା ଜଳସେଚନ କରାଯାଏ। ପାକିସ୍ତାନ ମଧ୍ୟ ସିନ୍ଧୁ ନଦୀର ଜଳ ମାଧ୍ୟମରେ ବିଦ୍ୟୁତ ଉତ୍ପାଦନ କରେ। ଏପରି ପରିସ୍ଥିତିରେ, ଯଦି ସିନ୍ଧୁ ଜଳ ଉପରେ ପ୍ରତିବନ୍ଧକ ଲଗାଯାଏ, ତେବେ ପାକିସ୍ତାନରେ ଏକ ବଡ଼ ସଙ୍କଟ ସୃଷ୍ଟି ହେବ। ଋଣଗ୍ରସ୍ତ ପାକିସ୍ତାନ ପାଇଁ ଆଗକୁ ରାସ୍ତା ସହଜ ହେବ ନାହିଁ। ଏହି କାରଣରୁ ପାକିସ୍ତାନର ଶୀର୍ଷ ନେତାମାନେ ଏହାକୁ ଏକ ବଡ଼ ଝଟ୍‌କା ବୋଲି କହିଛନ୍ତି।

ଭାରତ ୨୦୧୬ ଏବଂ ୨୦୧୯ରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଛି। ୨୦୧୬ର ସର୍ଜିକାଲ ଷ୍ଟ୍ରାଇକ୍ରେ ଭାରତ ୨୪୫ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିହତ କରିଥିଲା। ୨୦୧୯ ମସିହାରେ ପୁଲୱାମା ପରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ରେ ଭାରତୀୟ ସେନା ୩୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ନିହତ କରିଥିଲା।

ଏଥର ମଧ୍ୟ ପହଲଗାମ ପରେ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆତଙ୍କବାଦୀମାନଙ୍କୁ ଏପରି ଦଣ୍ଡ ଦିଆଯିବ ଯେ ସେମାନେ ଏହା କଳ୍ପନା ମଧ୍ୟ କରିପାରିବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦୀଙ୍କୁ ନିପାତ କରିବା ବିଷୟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri