Posted inଖେଳ

ପହଲଗାମ୍‌ ଆକ୍ରମଣ ପରେ ଭାରତ-ପାକିସ୍ତାନ କ୍ରିକେଟକୁ ନେଇ BCCI ଉପାଧ୍ୟକ୍ଷଙ୍କ ବଡ଼ ବୟାନ 

ନୂଆଦିଲ୍ଲୀ,୨୪।୪: କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ରୁ ଅଧିକ ଭାରତୀୟଙ୍କ ଜୀବନ ଯିବା ପରେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଛି। ଏହି କ୍ରମରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ବଡ଼ ବୟାନ ଦେଇଛନ୍ତି। ଭାରତ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ କ୍ରିକେଟ ଖେଳିବ ନାହିଁ ବୋଲି ସେ କହିଛନ୍ତି।
ଶେଷ ଥର ପାଇଁ ଭାରତ ଏବଂ ପାକିସ୍ତାନ ୨୦୧୨-୨୦୧୩ରେ ଏକ ଦ୍ୱିପାକ୍ଷିକ ସିରିଜ ଖେଳିଥିଲେ, ଯେତେବେଳେ ପାକିସ୍ତାନ ଏକ ସୀମିତ ଓଭର ସିରିଜ ଖେଳିବା ପାଇଁ ଭାରତ ଗସ୍ତରେ ଆସିଥିଲା। ଭାରତ ଶେଷ ଥର ପାଇଁ ୨୦୦୮ ମସିହାରେ ପାକିସ୍ତାନ ଗସ୍ତ କରିଥିଲା, ଯେତେବେଳେ ସେମାନେ ଏସିଆ କପ୍‌ ଖେଳିଥିଲେ। ହେଲେ ଏବେ ଶୁକ୍ଲା ସ୍ପଷ୍ଟ କରିଛନ୍ତ ଯେ ଆମେ ଆଗକୁ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ମ୍ୟାଚ ଖେଳିବୁ ନାହିଁ।
ସେ ସ୍ପୋର୍ଟସ ଟକ୍‌କୁ କହିଛନ୍ତି, ‘ଆମେ ପୀଡିତଙ୍କ ସହିତ ଅଛୁ ଏବଂ ଏହାକୁ ନିନ୍ଦା କରୁଛୁ। ଆମ ସରକାର ଯାହା କହିବ, ଆମେ ତାହା କରିବୁ। ସରକାରଙ୍କ ମନୋଭାବ ଯୋଗୁ ଆମେ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜ ଖେଳୁନାହୁଁ ଏବଂ ଭବିଷ୍ୟତରେ ମଧ୍ୟ ଆମେ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜ ଖେଳିବୁ ନାହିଁ। କିନ୍ତୁ ଯେତେବେଳେ ICC ଇଭେଣ୍ଟଗୁଡ଼ିକର କଥା ଆସେ, ଆମେ ICCର ସମ୍ପୃକ୍ତି ଯୋଗୁ ଖେଳୁ। ICC ମଧ୍ୟ ଜାଣେ ଯେ ଯାହା ଘଟୁଛି, ସେମାନେ ଏହାର ମୁକାବିଲା କରିବେ।”
ବିସିସିଆଇ ସଚିବ ଦେବଜିତ ସାଇକିଆ ମଧ୍ୟ ନିରୀହ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଏହି ଭୟଙ୍କର ଆକ୍ରମଣ ପାଇଁ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଗତକାଲି ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ନିର୍ଦ୍ଦୋଷମାନେ ଜୀବନ ହରାଇବା ଘଟଣାରେ କ୍ରିକେଟ ସମ୍ପ୍ରଦାୟ ଗଭୀର ଭାବରେ ମର୍ମାହତ ଏବଂ ଦୁଃଖିତ। ବିସିସିଆଇ ପକ୍ଷରୁ, ଏହି ଭୟଙ୍କର ଏବଂ କାପୁରୁଷତାପୂର୍ଣ୍ଣ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିବା ସହିତ, ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ଏବଂ ଦିବଙ୍ଗତ ଆତ୍ମାଙ୍କ ପାଇଁ ପ୍ରାର୍ଥନା କରୁଛି। ସେମାନଙ୍କ ଯନ୍ତ୍ରଣା ଏବଂ ଦୁଃଖକୁ ବାଣ୍ଟି ଏହି ଦୁଃଖଦ ସମୟରେ ଆମେ ସେମାନଙ୍କ ସହିତ ଠିଆ ହୋଇଛୁ।”

Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri