ଋଣ ପରିଶୋଧ ପାଇଁ ଗିଲ୍‌ଗିଟ୍‌-ବଲ୍ଟିସ୍ତାନକୁ ଚାଇନାକୁ ହସ୍ତାନ୍ତର କରିବାକୁ ପାକିସ୍ତାନର ଯୋଜନା…

ଇସଲାମାବାଦ୍‌, ୨୩।୬ : ଚାଇନାର ଋଣ ବୋଝରେ ପୋତି ହୋଇଥିବା ପାକିସ୍ତାନ ଅର୍ଥନୈତିକ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଏହି ଋଣରୁ ମୁକ୍ତି ପାଇବା ପାଇଁ ପାକିସ୍ତାନର ବେଆଇନ ଦଖଲରେ ଥିବା ପାକ୍‌ ଅଧିକୃତ କାଶ୍ମୀରର ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ଅଞ୍ଚଳକୁ ଚାଇନାକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହେଉଛି। ଏହା କରି ପାକିସ୍ତାନ ଚାଇନାର ଋଣ ଚାପରୁ କିଛି ମାତ୍ରାରେ ମୁକ୍ତି ପାଇପାରିବ।

ଏଏନଆଇର ରିପୋର୍ଟରେ ପାକିସ୍ତାନର ଯୋଜନା ବିଷୟରେ ସୂଚନା ଦିଆଯାଇଛି। ଯଦି ଏହା ଘଟେ, ତେବେ ଭାରତର ଚିନ୍ତା ବଢ଼ିବାର ଆଶଙ୍କା ରହିଛି। ଏହା ଏକ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି। ଏହି କାର୍ଯ୍ୟରେ ଆମେରିକା ଅସନ୍ତୁଷ୍ଟ ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ପାକିସ୍ତାନକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ସହାୟତା ପାଇବାରେ ମଧ୍ୟ ଅସୁବିଧା ହୋଇପାରେ।

ଦକ୍ଷିଣ ଏସିଆରେ ନିଜର ପ୍ରାଧାନ୍ୟ ବଢ଼ାଇବାକୁ ସୁଯୋଗ ଖୋଜୁଥିବା ଚାଇନା ପାଇଁ ଏହା ଏକ ବଡ଼ ସୁଯୋଗ ହେବ ବୋଲି କୁହାଯାଉଛି। କାରଣ, ଚାଇନା ପାକିସ୍ତାନ ଅଥନୈତିକ କରିଡର (ସିପିଇସି) କେବଳ ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ଦେଇ ଯାଇଛି।

ବିଶେଷଜ୍ଞଙ୍କ ଅନୁଯାୟୀ ଗିଲ୍‌ଗିଟ୍‌-ବଲ୍ଟିସ୍ତାନର ଅଞ୍ଚଳ ଆଗାମୀ ସମୟରେ ଭାରତ ଚାଇନା ମଧ୍ୟରେ ମୁହାଁମୁହିଁ ହେବାର ଏକ ନୂତନ ସ୍ଥାନ ଭାବରେ ଉଭା ହୋଇପାରେ। ତେବେ ଚାଇନା ପାଇଁ ଏହି ଅଞ୍ଚଳ ଦଖଲ କରିବା ଏତେ ସହଜ ହେବ ନାହିଁ। ଆନ୍ତର୍ଜାତୀୟ ବିରୋଧ ସହିତ ଗିଲ୍‌ଗିଟ୍‌-ବଲ୍ଟିସ୍ତାନରେ ରହୁଥିବା ଲୋକମାନେ ଏହାର ବିରୋଧ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ ସେଠାରେ ଥିବା ଲୋକମାନେ ସିପିଇସି ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗିଲ୍‌ଗିଟ୍‌-ବାଲ୍ଟିସ୍ତାନ ଅଞ୍ଚଳରେ ସରକାର ସ୍ଥାନୀୟ ପ୍ରଶାସନକୁ କମ କ୍ଷମତା ପ୍ରଦାନ କରିସାରିଛନ୍ତି। ରୋଜଗାର, ବିଦ୍ୟୁତ, ଶିକ୍ଷା ଭଳି ଅତ୍ୟାବଶ୍ୟକ ସେବା ଉପଲବ୍ଧ ନହେବା କାରଣରୁ ଗିଲ୍‌ଗିଟ୍‌-ବଲ୍ଟିସ୍ତାନର ଲୋକମାନେ ସମସ୍ୟାରେ ପଡ଼ିଛନ୍ତି। ଏକ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ମୋଟ ଆତ୍ମହତ୍ୟାର ୯ ପ୍ରତିଶତ ଏହି ଅଞ୍ଚଳରେ ଘଟିଥାଏ।

ଅପରପକ୍ଷରେ, ଗତ ବର୍ଷ ଆଫଗାନିସ୍ତାନ ଛାଡିବା ପରେ ଆମେରିକା ଚାଇନାକୁ ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ଦଖଲ କରିବାକୁ ଅନୁମତି ଦେବା ସ୍ଥିତିରେ ନାହିଁ। ଆମେରିକୀୟ ନେତା ବବ ଲାନସିଆଙ୍କ ଅନୁଯାୟୀ ଯଦି ଗିଲ୍‌ଗିଟ୍‌-ବଲ୍ଟିସ୍ତାନର ଅଞ୍ଚଳ ଭାରତରେ ଥାଆନ୍ତା କିମ୍ବା ଏକ ସ୍ବାଧୀନ ଦେଶ ହୋଇଥାନ୍ତା, ତେବେ ଆମେରିକା ଚାଇନାକୁ ଉପଯୁକ୍ତ ଉତ୍ତର ଦେଇଥାନ୍ତା। ଆଫଗାନିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଆମେରିକାର ସୈନ୍ୟବାହିନୀ ପାକିସ୍ତାନ ଉପରେ ନିର୍ଭର କରି ନଥାନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri