ଋଣ ପରିଶୋଧ ପାଇଁ ଗିଲ୍‌ଗିଟ୍‌-ବଲ୍ଟିସ୍ତାନକୁ ଚାଇନାକୁ ହସ୍ତାନ୍ତର କରିବାକୁ ପାକିସ୍ତାନର ଯୋଜନା…

ଇସଲାମାବାଦ୍‌, ୨୩।୬ : ଚାଇନାର ଋଣ ବୋଝରେ ପୋତି ହୋଇଥିବା ପାକିସ୍ତାନ ଅର୍ଥନୈତିକ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଏହି ଋଣରୁ ମୁକ୍ତି ପାଇବା ପାଇଁ ପାକିସ୍ତାନର ବେଆଇନ ଦଖଲରେ ଥିବା ପାକ୍‌ ଅଧିକୃତ କାଶ୍ମୀରର ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ଅଞ୍ଚଳକୁ ଚାଇନାକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହେଉଛି। ଏହା କରି ପାକିସ୍ତାନ ଚାଇନାର ଋଣ ଚାପରୁ କିଛି ମାତ୍ରାରେ ମୁକ୍ତି ପାଇପାରିବ।

ଏଏନଆଇର ରିପୋର୍ଟରେ ପାକିସ୍ତାନର ଯୋଜନା ବିଷୟରେ ସୂଚନା ଦିଆଯାଇଛି। ଯଦି ଏହା ଘଟେ, ତେବେ ଭାରତର ଚିନ୍ତା ବଢ଼ିବାର ଆଶଙ୍କା ରହିଛି। ଏହା ଏକ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି। ଏହି କାର୍ଯ୍ୟରେ ଆମେରିକା ଅସନ୍ତୁଷ୍ଟ ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ପାକିସ୍ତାନକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ସହାୟତା ପାଇବାରେ ମଧ୍ୟ ଅସୁବିଧା ହୋଇପାରେ।

ଦକ୍ଷିଣ ଏସିଆରେ ନିଜର ପ୍ରାଧାନ୍ୟ ବଢ଼ାଇବାକୁ ସୁଯୋଗ ଖୋଜୁଥିବା ଚାଇନା ପାଇଁ ଏହା ଏକ ବଡ଼ ସୁଯୋଗ ହେବ ବୋଲି କୁହାଯାଉଛି। କାରଣ, ଚାଇନା ପାକିସ୍ତାନ ଅଥନୈତିକ କରିଡର (ସିପିଇସି) କେବଳ ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ଦେଇ ଯାଇଛି।

ବିଶେଷଜ୍ଞଙ୍କ ଅନୁଯାୟୀ ଗିଲ୍‌ଗିଟ୍‌-ବଲ୍ଟିସ୍ତାନର ଅଞ୍ଚଳ ଆଗାମୀ ସମୟରେ ଭାରତ ଚାଇନା ମଧ୍ୟରେ ମୁହାଁମୁହିଁ ହେବାର ଏକ ନୂତନ ସ୍ଥାନ ଭାବରେ ଉଭା ହୋଇପାରେ। ତେବେ ଚାଇନା ପାଇଁ ଏହି ଅଞ୍ଚଳ ଦଖଲ କରିବା ଏତେ ସହଜ ହେବ ନାହିଁ। ଆନ୍ତର୍ଜାତୀୟ ବିରୋଧ ସହିତ ଗିଲ୍‌ଗିଟ୍‌-ବଲ୍ଟିସ୍ତାନରେ ରହୁଥିବା ଲୋକମାନେ ଏହାର ବିରୋଧ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ ସେଠାରେ ଥିବା ଲୋକମାନେ ସିପିଇସି ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗିଲ୍‌ଗିଟ୍‌-ବାଲ୍ଟିସ୍ତାନ ଅଞ୍ଚଳରେ ସରକାର ସ୍ଥାନୀୟ ପ୍ରଶାସନକୁ କମ କ୍ଷମତା ପ୍ରଦାନ କରିସାରିଛନ୍ତି। ରୋଜଗାର, ବିଦ୍ୟୁତ, ଶିକ୍ଷା ଭଳି ଅତ୍ୟାବଶ୍ୟକ ସେବା ଉପଲବ୍ଧ ନହେବା କାରଣରୁ ଗିଲ୍‌ଗିଟ୍‌-ବଲ୍ଟିସ୍ତାନର ଲୋକମାନେ ସମସ୍ୟାରେ ପଡ଼ିଛନ୍ତି। ଏକ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ମୋଟ ଆତ୍ମହତ୍ୟାର ୯ ପ୍ରତିଶତ ଏହି ଅଞ୍ଚଳରେ ଘଟିଥାଏ।

ଅପରପକ୍ଷରେ, ଗତ ବର୍ଷ ଆଫଗାନିସ୍ତାନ ଛାଡିବା ପରେ ଆମେରିକା ଚାଇନାକୁ ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ଦଖଲ କରିବାକୁ ଅନୁମତି ଦେବା ସ୍ଥିତିରେ ନାହିଁ। ଆମେରିକୀୟ ନେତା ବବ ଲାନସିଆଙ୍କ ଅନୁଯାୟୀ ଯଦି ଗିଲ୍‌ଗିଟ୍‌-ବଲ୍ଟିସ୍ତାନର ଅଞ୍ଚଳ ଭାରତରେ ଥାଆନ୍ତା କିମ୍ବା ଏକ ସ୍ବାଧୀନ ଦେଶ ହୋଇଥାନ୍ତା, ତେବେ ଆମେରିକା ଚାଇନାକୁ ଉପଯୁକ୍ତ ଉତ୍ତର ଦେଇଥାନ୍ତା। ଆଫଗାନିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଆମେରିକାର ସୈନ୍ୟବାହିନୀ ପାକିସ୍ତାନ ଉପରେ ନିର୍ଭର କରି ନଥାନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri