ମୋବାଇଲ ଚୋରି ରୋକିବାକୁ ପାକିସ୍ତାନ ମନ୍ତ୍ରୀଙ୍କ ଅଦ୍ଭୁତ ଉପଦେଶ

ଇସଲାମାବାଦ,୬।୯: ଆର୍ଥିକ ଦାରିଦ୍ର୍ୟ ସହ ସଂଘର୍ଷ କରୁଥିବା ପାକିସ୍ତାନରେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ଭାଙ୍ଗଯାଇଛି। ପ୍ରତିଦିନ ପାକିସ୍ତାନର ଡକାୟତମାନେ ବନ୍ଧୁକ ମୁନରେ ଲୋକଙ୍କୁ ଖୋଲାଖୋଲି ଭାବେ ଲୁଟୁଛନ୍ତି। ଦେଶରେ ଅପରାଧ ହାରକୁ ନେଇ ଉଦ୍ବେଗ ପ୍ରକାଶ କରି ପାକିସ୍ତାନର ସିନ୍ଧ ପ୍ରଦେଶର କାର୍ଯ୍ୟନିର୍ବାହୀ ମନ୍ତ୍ରୀ ବ୍ରିଗେଡିୟର୍‌ (ଅବସରପ୍ରାପ୍ତ) ହରିସ ନୱାଜ ଲୋକମାନଙ୍କୁ ଏକ ଅଦ୍ଭୁତ ଅନୁରୋଧ କରିଛନ୍ତି।
ସେ କହିଛନ୍ତି ଲୋକମାନେ ମୋବାଇଲ ଫୋନ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ଚୋରି ହୋଇପାରିବ ନାହିଁ ବୋଲି ମନ୍ତ୍ରୀ ଅନୁରୋଧ କରିଛନ୍ତି। ଅପରାଧ ହ୍ରାସ କରିବାରେ ନାଗରିକମାନେ ସରକାର ଏବଂ ପୋଲିସ ସହିତ ମଧ୍ୟ ସହଯୋଗ କରିବା ଉଚିତ। ସେ କହିଛନ୍ତି ଯେ ଫୋନକୁ ଲୁକ୍କାୟିତ ପକେଟରେ ରଖନ୍ତୁ, ଯାହାଫଳରେ ମୋବାଇଲ ଚୋରି ହେବ ନାହିଁ।
ମନ୍ତ୍ରୀଙ୍କ ଏହି ବୟାନକୁ ବହୁ ସମାଲୋଚନା କରାଯାଉଛି। ଇଣ୍ଟରନେଟରେ ଅନେକ ୟୁଜର ମନ୍ତ୍ରୀଙ୍କ ଏହି ବୟାନ ବିରୋଧରେ ଆପତ୍ତି ଉଠାଇଛନ୍ତି।
ଉଲ୍ଲେଖନୀୟ କଥା ହେଉଛି, ଯେତେବେଳେ ପାକିସ୍ତାନର ଜଣେ ସରକାରୀ ଅଧିକାରୀ ଏଭଳି ମନ୍ତବ୍ୟ ଦେଇଛନ୍ତି, ଏହା ପ୍ରଥମ ଘଟଣା ନୁହେଁ। ଗତ ବର୍ଷ କରାଚିର ତତ୍କାଳୀନ ପୋଲିସ ମହାନିର୍ଦ୍ଦେଶକ ଜାଭେଦ ଆଲାମ ଓଡୋ ସହରରେ ଅପରାଧ ବଢିବାରେ ଲାଗିଥିବା ଦାବିକୁ ଅସ୍ବୀକାର କରିଥିବାବେଳେ ସହରର ବ୍ୟବସାୟ ସମ୍ପ୍ରଦାୟକୁ ଗଣମାଧ୍ୟମ ମାଧ୍ୟମରେ ଅସୁରକ୍ଷିତ ଭାବନା ସୃଷ୍ଟି କରିଥିବା ଅଭିଯୋଗ କରିଥିଲେ।
ପାକିସ୍ତାନ ନ୍ୟୁଜ ଚ୍ୟାନେଲ ଜିଓ ନ୍ୟୁଜ ରିପୋର୍ଟ ଅନୁଯାୟୀ,୨୦୨୩ର ପ୍ରଥମ ତିନି ମାସରେ କରାଚିରେ ୨୧,୦୦୦ ରୁ ଅଧିକ ସଡ଼କ ଅପରାଧ ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

୩ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ! କାଲିଠୁ ଅଚାନକ ବଢିବ ଇନକମ, ଅଜଣା ଲୋକ ଦେବେ ସରପ୍ରାଇଜ

୨୮ ଅଗଷ୍ଟ ୨୦୨୬ରେ କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଘଟିବ। ଏହାର ପ୍ରଭାବ ତିନୋଟି ରାଶି ପାଇଁ ଲାଭଦାୟକ ହୋଇପାରେ, ଯାହା ସେମାନଙ୍କ କ୍ୟାରିଅର, ଆର୍ଥିକ ଓ ଅଟକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri