ପାକିସ୍ତାନ ସୈନ୍ୟ ବିଭାଗ ହେବାରେ ଲାଗିଛି ମେଡ୍‌ ଇନ୍‌ ଚାଇନା…

ଇସଲାମାବାଦ, ୨୭।୪ : ପାକିସ୍ତାନ ସୈନ୍ୟ ବାହିନୀ ମେଡ୍‌ ଇନ୍‌ ଚାଇନା ହେବାରେ ଲାଗିଛି। ୨୦୧୭ରୁ ୨୦୨୧ ମଧ୍ୟରେ ଯୁଦ୍ଧ ବିମାନ, ଯୁଦ୍ଧ ଜାହାଜ, ବୁଡ଼ାଜାହାଜ ଏବଂ କ୍ଷେପଣାସ୍ତ୍ର ସମେତ ପାକିସ୍ତାନର ପ୍ରମୁଖ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଦେଶ ଭାବରେ ଚାଇନା ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିଛି। ସ୍ବିଡେନର ଷ୍ଟକହୋମ ଅନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (ଏସଆଇପିଆରଆଇ) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି।୨୦୧୭ରୁ ୨୦୨୧ ମଧ୍ୟରେ ବେଜିଂ ଇସଲାମାବାଦର ପ୍ରମୁଖ ଅସ୍ତ୍ରଶସ୍ତ୍ରର ୭୨ ପ୍ରତିଶତ ପୂରଣ କରିଛି।

ଅପରପକ୍ଷେ, ଚାଇନା ଦ୍ୱାରା ରପ୍ତାନି ହୋଇଥିବା ସମସ୍ତ ପ୍ରମୁଖ ଅସ୍ତ୍ରଶସ୍ତ୍ରର ୪୭ ପ୍ରତିଶତ ଏହି ସମୟ ମଧ୍ୟରେ ପାକିସ୍ତାନକୁ ଦିଆଯାଇଥିଲା । ୨୦୧୨-୧୬ ମଧ୍ୟରେ ପାକିସ୍ତାନ ୬୭ ପ୍ରତିଶତ ଅସ୍ତ୍ରଶସ୍ତ୍ର ଚାଇନାରୁ ଆମଦାନୀ କରିଥିଲା। ଏହା ୧୦୦୭-୧୧ ମଧ୍ୟରେ ମାତ୍ର ୩୯ ପ୍ରତିଶତ ଥିଲା।

ଚାଇନା ପାକିସ୍ତାନ ଯୁଦ୍ଧ ବିମାନ ସହିତ ବିଭିନ୍ନ ପ୍ରକାରର ଗାଇଡେଡ ବୋମା ଏବଂ କ୍ଷେପଣାସ୍ତ୍ର, ଉନ୍ନତ ଦୂରଗାମୀ ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ର ଯୋଗାଉଛି। ଚାଇନା ସହିତ ପାକିସ୍ତାନ ୨୦୧୭-୨୧ ମଧ୍ୟରେ ସ୍ବିଡେନରୁ ୬.୪ ପ୍ରତିଶତ ଏବଂ ରୁଷିଆଠାରୁ ୫.୬ ପ୍ରତିଶତ ଅସ୍ତ୍ରଶସ୍ତ୍ର କିଣିଛି।

ଚାଇନାର ଜଣେ ବିଶେଷଜ୍ଞ କହିଛନ୍ତି ଯେ କୌଣସି ଦେଶରୁ ଅସ୍ତ୍ରଶସ୍ତ୍ର କିଣିବା ପାକିସ୍ତାନର ଅଧିକାର। ଚେଙ୍ଗଡୁ ଇନଷ୍ଟିଚ୍ୟୁଟ ଅଫ ୱାଲର୍‌ଡ ଆଫେୟାର୍ସର ମୁଖ୍ୟ ଲଙ୍ଗ ଜିଙ୍ଗଚୁନ କହିଛନ୍ତି, ଏକ ସାର୍ବଭୌମ ଦେଶ ଭାବରେ ପାକିସ୍ତାନ ଚାଇନା କିମ୍ବା ଆମେରିକା ସମେତ ଯେ କୌଣସି ଦେଶରୁ ଅସ୍ତ୍ରଶସ୍ତ୍ର କିଣି ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri