ଭାରତ ପାକିସ୍ତାନ ଯୁଦ୍ଧବିରତିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ପାକ୍‌, ବିଶ୍ୱରେ ଚହଳ

ଇସଲାମାବାଦ,୨୦।୬: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇଶାକ ଡାର୍‌ ଏକ ଟିଭି ସାକ୍ଷାତକାରରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଭାରତର ‘ଅପରେଶନ ସିନ୍ଦୂର’ ଅଧୀନରେ ପାକିସ୍ତାନର ଦୁଇଟି ପ୍ରମୁଖ ବାୟୁସେନା ଘାଟି ନୁର ଖାନ (ରାୱଲପିଣ୍ଡି) ଓ ଶୋରକୋଟ (ପଞ୍ଜାବ) ଉପରେ ଆକ୍ରମଣ ପରେ ଇସଲାମାବାଦ ନିଜେ ଭାରତ ଠାରୁ ଯୁଦ୍ଧବିରତି ମାଗିଥିଲା। ଏହି ବୟାନ ଏକ ଭାଇରାଲ ଭିଡିଓ ମାଧ୍ୟମରେ ସାମ୍ନାକୁ ଆସିଛି, ଯାହା ପାକିସ୍ତାନର ପୂର୍ବବର୍ତୀ ଦାବିକୁ ଖଣ୍ଡନ କରୁଛି।

ଏପ୍ରିଲ ୨୨, ୨୦୨୫ରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଭାରତ ୭ ମେ ୨୦୨୫ରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ଅଭିଯାନରେ ଭାରତ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (PoK)ରେ ଥିବା ୯ଟି ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିଥିଲା। ଏହା ସହିତ ଭାରତ ବ୍ରହ୍ମୋସ ମିସାଇଲ ବ୍ୟବହାର କରି ପାକିସ୍ତାନର ନୁର ଖାନ ଓ ଶୋରକୋଟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା।

ଜିଓ ନ୍ୟୁଜ ସହ ଏକ ସାକ୍ଷାତକାରରେ ଡାର କହିଛନ୍ତି, ୭ ଓ ୮ ମେରେ ରାତି ୨:୩୦ରେ ଭାରତ ଆମ ନୁର ଖାନ ଓ ଶୋରକୋଟ ବାଯୁସେନା ଘାଟି ଉପରେ ମିସାଇଲ ଆକ୍ରମଣ କଲା। ଏହା ଆମ ପାଇଁ ଅପ୍ରତ୍ୟାଶିତ ଥିଲା। ସେ ଆହୁରି କହିଛନ୍ତି ଯେ, ଆକ୍ରମଣର ୪୫ ମିନିଟ ମଧ୍ୟରେ ସାଉଦି ରାଜକୁମାର ଫୈୟାଲ ବିନ ସାଲମାନ ତାଙ୍କୁ ଫୋନ କରି ପଚାରିଥିଲେ, ମୁଁ କ’ଣ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ କଥା ହୋଇ କହିବି କି ପାକିସ୍ତାନ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ? ଡାର ଏହାକୁ ସୱୀକାର କରି କହିଥିଲେ, ହଁ, ଭାଇ, ଆପଣ କହିପାରିବେ। ଫୈୟାଲ ୨୫ ମିନିଟ ପରେ ପୁନର୍ବାର ଫୋନ କରି କହିଥିଲେ ଯେ ସେ ଜୟଶଙ୍କରଙ୍କୁ ଏହି ବାର୍ତ୍ତା ପହଞ୍ଚାଇ ଦେଇଛନ୍ତି।

ଡାରଙ୍କ ବୟାନ ଅନୁଯାୟୀ, ଯୁଦ୍ଧବିରତି ପାଇଁ କେବଳ ସାଉଦି ଆରବ ନୁହେଁ, ଆମେରିକା, ଯୁକ୍ତରାଜ୍ୟ, କାତାର, ଇରାନ ଓ ଅନ୍ୟ କିଛି ଦେଶ ମଧ୍ୟ ମଧ୍ୟସ୍ଥତା କରିଥିଲେ। ତେବେ ଭାରତ ସ୍ପଷ୍ଟ କରିଛି ଯେ ଏହି ଯୁଦ୍ଧବିରତି ପାଇଁ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ନଥିଲା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କହିଥିଲେ ଯେ ଭାରତ କେବେ ମଧ୍ୟସ୍ଥତା ଗ୍ରହଣ କରେ ନାହିଁ କି ଭବିଷ୍ୟତରେ କରିବ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପୂର୍ବରୁ ଦାବି କରିଥିଲେ ଯେ ପାକିସ୍ତାନ ଅପରେସନ ସିନ୍ଦୁର ସମୟରେ ଭାରତକୁ ପ୍ରବଳ ଜବାବ ଦେଇଥିଲା। କିନ୍ତୁ ଡାରଙ୍କ ଏହି ନୂଆ ବୟାନ ସେହି ଦାବିକୁ ସମ୍ପୂର୍ଣ୍ଣ ଖଣ୍ଡନ କରୁଛି। ସେ ସୱୀକାର କରିଛନ୍ତି ଯେ ଭାରତର ଆକ୍ରମଣ ପାକିସ୍ତାନ ପାଇଁ ଏକ ବଡ଼ ଧକ୍କା ଥିଲା, ଯାହା ପରେ ସେମାନେ ଯୁଦ୍ଧବିରତି ପାଇଁ ବାଧ୍ୟ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?