ଭାରତ ପାକିସ୍ତାନ ଯୁଦ୍ଧବିରତିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ପାକ୍‌, ବିଶ୍ୱରେ ଚହଳ

ଇସଲାମାବାଦ,୨୦।୬: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇଶାକ ଡାର୍‌ ଏକ ଟିଭି ସାକ୍ଷାତକାରରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଭାରତର ‘ଅପରେଶନ ସିନ୍ଦୂର’ ଅଧୀନରେ ପାକିସ୍ତାନର ଦୁଇଟି ପ୍ରମୁଖ ବାୟୁସେନା ଘାଟି ନୁର ଖାନ (ରାୱଲପିଣ୍ଡି) ଓ ଶୋରକୋଟ (ପଞ୍ଜାବ) ଉପରେ ଆକ୍ରମଣ ପରେ ଇସଲାମାବାଦ ନିଜେ ଭାରତ ଠାରୁ ଯୁଦ୍ଧବିରତି ମାଗିଥିଲା। ଏହି ବୟାନ ଏକ ଭାଇରାଲ ଭିଡିଓ ମାଧ୍ୟମରେ ସାମ୍ନାକୁ ଆସିଛି, ଯାହା ପାକିସ୍ତାନର ପୂର୍ବବର୍ତୀ ଦାବିକୁ ଖଣ୍ଡନ କରୁଛି।

ଏପ୍ରିଲ ୨୨, ୨୦୨୫ରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଭାରତ ୭ ମେ ୨୦୨୫ରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ଅଭିଯାନରେ ଭାରତ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (PoK)ରେ ଥିବା ୯ଟି ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିଥିଲା। ଏହା ସହିତ ଭାରତ ବ୍ରହ୍ମୋସ ମିସାଇଲ ବ୍ୟବହାର କରି ପାକିସ୍ତାନର ନୁର ଖାନ ଓ ଶୋରକୋଟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା।

ଜିଓ ନ୍ୟୁଜ ସହ ଏକ ସାକ୍ଷାତକାରରେ ଡାର କହିଛନ୍ତି, ୭ ଓ ୮ ମେରେ ରାତି ୨:୩୦ରେ ଭାରତ ଆମ ନୁର ଖାନ ଓ ଶୋରକୋଟ ବାଯୁସେନା ଘାଟି ଉପରେ ମିସାଇଲ ଆକ୍ରମଣ କଲା। ଏହା ଆମ ପାଇଁ ଅପ୍ରତ୍ୟାଶିତ ଥିଲା। ସେ ଆହୁରି କହିଛନ୍ତି ଯେ, ଆକ୍ରମଣର ୪୫ ମିନିଟ ମଧ୍ୟରେ ସାଉଦି ରାଜକୁମାର ଫୈୟାଲ ବିନ ସାଲମାନ ତାଙ୍କୁ ଫୋନ କରି ପଚାରିଥିଲେ, ମୁଁ କ’ଣ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ କଥା ହୋଇ କହିବି କି ପାକିସ୍ତାନ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ? ଡାର ଏହାକୁ ସୱୀକାର କରି କହିଥିଲେ, ହଁ, ଭାଇ, ଆପଣ କହିପାରିବେ। ଫୈୟାଲ ୨୫ ମିନିଟ ପରେ ପୁନର୍ବାର ଫୋନ କରି କହିଥିଲେ ଯେ ସେ ଜୟଶଙ୍କରଙ୍କୁ ଏହି ବାର୍ତ୍ତା ପହଞ୍ଚାଇ ଦେଇଛନ୍ତି।

ଡାରଙ୍କ ବୟାନ ଅନୁଯାୟୀ, ଯୁଦ୍ଧବିରତି ପାଇଁ କେବଳ ସାଉଦି ଆରବ ନୁହେଁ, ଆମେରିକା, ଯୁକ୍ତରାଜ୍ୟ, କାତାର, ଇରାନ ଓ ଅନ୍ୟ କିଛି ଦେଶ ମଧ୍ୟ ମଧ୍ୟସ୍ଥତା କରିଥିଲେ। ତେବେ ଭାରତ ସ୍ପଷ୍ଟ କରିଛି ଯେ ଏହି ଯୁଦ୍ଧବିରତି ପାଇଁ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ନଥିଲା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କହିଥିଲେ ଯେ ଭାରତ କେବେ ମଧ୍ୟସ୍ଥତା ଗ୍ରହଣ କରେ ନାହିଁ କି ଭବିଷ୍ୟତରେ କରିବ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପୂର୍ବରୁ ଦାବି କରିଥିଲେ ଯେ ପାକିସ୍ତାନ ଅପରେସନ ସିନ୍ଦୁର ସମୟରେ ଭାରତକୁ ପ୍ରବଳ ଜବାବ ଦେଇଥିଲା। କିନ୍ତୁ ଡାରଙ୍କ ଏହି ନୂଆ ବୟାନ ସେହି ଦାବିକୁ ସମ୍ପୂର୍ଣ୍ଣ ଖଣ୍ଡନ କରୁଛି। ସେ ସୱୀକାର କରିଛନ୍ତି ଯେ ଭାରତର ଆକ୍ରମଣ ପାକିସ୍ତାନ ପାଇଁ ଏକ ବଡ଼ ଧକ୍କା ଥିଲା, ଯାହା ପରେ ସେମାନେ ଯୁଦ୍ଧବିରତି ପାଇଁ ବାଧ୍ୟ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri