ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ: ଧରାପଡ଼ିଗଲା ସବୁ ସତ

ଇସଲାମାବାଦ୍‌,୨୮।୮: ପାକିସ୍ତାନ ପୁଣିଥରେ ଭାରତ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର ରଚିବାକୁ ଚେଷ୍ଟା କରିଛି। ସୂଚନା ଅନୁଯାୟୀ, ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ବିହାରରେ ପହଞ୍ଚିଛନ୍ତି। ଏହି ଆତଙ୍କବାଦୀମାନେ ପ୍ରଥମେ ପାକିସ୍ତାନରୁ ନେପାଳ ଆସିଥିଲେ ଏବଂ ପରେ ଭାରତରେ ପ୍ରବେଶ କରିଥିଲେ। ଭାରତୀୟ ସେନା ଗୁରୁବାର ଜମ୍ମୁ-କଶ୍ମୀରରେ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ, କିନ୍ତୁ ଏବେ ଆତଙ୍କବାଦୀମାନେ ବିହାରରେ ପହଞ୍ଚି ସାରିଛନ୍ତି। ପୋଲିସ ମଧ୍ୟ ଏ ସମ୍ପର୍କରେ ହାଇଆଲର୍ଟ ଜାରି କରିଛି।

ତିନି ଜଣ ଜୈଶ ଆତଙ୍କବାଦୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ହସନୈନ ଅଲି ରାୱଲପିଣ୍ଡିର ବାସିନ୍ଦା ହୋଇଥିବାବେଳେ ଆଦିଲ ହୁସେନ ଉମରକୋଟର ବାସିନ୍ଦା। ମହମ୍ମଦ ଉସମାନ ବାହାବଲପୁରର ବାସିନ୍ଦା। ଏହି ତିନି ଜଣ ଆତଙ୍କବାଦୀ ବିହାରରେ ପ୍ରବେଶ କରିଛନ୍ତି, କିନ୍ତୁ ସେମାନେ କେଉଁ ଜିଲା କିମ୍ବା ସହରରେ ଅଛନ୍ତି ସେ ବିଷୟରେ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ।

ପାକିସ୍ତାନରୁ ତିନି ଜଣ ଆତଙ୍କବାଦୀ ନେପାଳର କାଠମାଣ୍ଡୁ ଆସିଥିଲେ। ଏହି ତିନି ଜଣ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଏଠାରେ ପହଞ୍ଚିଥିଲେ ଏବଂ ତା’ପରେ ସେମାନେ ଗତ ସପ୍ତାହରେ ନେପାଳ ସୀମାରୁ ଭାରତରେ ପହଞ୍ଚିଥିଲେ। ସେମାନେ ଏବେ ବି ବିହାରରେ ଅଛନ୍ତି। ବିହାର ପୋଲିସ ଏ ସମ୍ପର୍କରେ ହାଇଆଲର୍ଟ ଜାରି କରିଛି ଏବଂ ସର୍ଚ୍ଚ ଅପରେଶନ ମଧ୍ୟ କରାଯାଉଛି। ଏହି ଆତଙ୍କବାଦୀଙ୍କ ଟାର୍ଗେଟ ଏବଂ ସେମାନେ କେଉଁଠି ରହୁଛନ୍ତି ସେ ବିଷୟରେ ସୂଚନା ଉପଲବ୍ଧ ନାହିଁ।

ଅପରେଶନ ସିନ୍ଦୂର ପରେ ଭାରତୀୟ ସେନା ଆତଙ୍କବାଦୀଙ୍କ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, କିନ୍ତୁ ଏବେ ବିହାରରେ ଷଡ଼ଯନ୍ତ୍ର ହେବାର ସମ୍ଭାବନା ରହିଛି। ଏହି ବର୍ଷ ଶେଷରେ ବିହାରରେ ନିର୍ବାଚନ ଅଛି। ପାକିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟ କ’ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଅପରେଶନ ସିନ୍ଦୂର ସମୟରେ ଭାରତ ପାକିସ୍ତାନକୁ ଏକ ଭଲ ଶିକ୍ଷା ଦେଇଥିଲା, କିନ୍ତୁ ଏହା ଏପର୍ଯ୍ୟନ୍ତ ତାର କାର୍ଯ୍ୟକଳାପ ବନ୍ଦ କରୁନାହିଁ। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସେନା ଶହେରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri