Posted inଖେଳ

ICC ଚେତାବନୀ ପରେ ନରମିଲା ପାକିସ୍ତାନ: ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା କଲା ଦଳ

ନୂଆଦିଲ୍ଲୀ,୨୫।୧: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ର କଠୋର ଆଭିମୁଖ୍ୟ ପରେ ନରମିଲା ପାକିସ୍ତାନ କ୍ରିକେଟ ବୋର୍ଡ (PCB)। ଶେଷରେ ଆଗାମୀ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ନିଜର ୧୫ ଜଣିଆ ଦଳ ଘୋଷଣା କରିଛି। ବାଂଲାଦେଶକୁ ସମର୍ଥନ ଜଣାଇ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ବୟକଟ୍ କରିବ ବୋଲି ଚର୍ଚ୍ଚା ହେଉଥିଲା। ତେବେ ରବିବାର ଦଳ ଘୋଷଣା କରି PCB ସମସ୍ତ ଅନିଶ୍ଚିତତାର ଅନ୍ତ ଘଟାଇଛି।

ଏହି ମେଗା ଇଭେଣ୍ଟ ପାଇଁ ସଲମାନ ଅଲି ଅଘାଙ୍କୁ ପାକିସ୍ତାନ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ଆକିବ ଜାଭେଦ ଓ ମୁଖ୍ୟ କୋଚ୍ ମାଇକ୍ ହେସନଙ୍କ ନେତୃତ୍ୱରେ ଚୟନ କମିଟି ଏକ ସନ୍ତୁଳିତ ଏବଂ ଆକ୍ରମଣାତ୍ମକ ଦଳ ଗଠନ ଉପରେ ଗୁରୁତ୍ୱ ଦେଇଛି।

ଦଳର ଦୁଇ ଅଭିଜ୍ଞ ଖେଳାଳି ବାବର ଆଜମ ଏବଂ ଶାହିନ ଶାହା ଆଫ୍ରିଦି ପୁଣି ଥରେ ଦଳକୁ ଫେରିଛନ୍ତି। ବାବର ବ୍ୟାଟିଂ ବିଭାଗକୁ ମଜବୁତ କରୁଥିବା ବେଳେ ଶାହିନ ଓ ନସିମ ଶାହା ପେସ୍ ବୋଲିଂର ନେତୃତ୍ୱ ନେବେ।

ତେବେ ଖରାପ ଫର୍ମ ଓ ଫିଟନେସ୍ ପାଇଁ ଦ୍ରୁତ ବୋଲର ହାରିସ ରଉଫଙ୍କୁ ଦଳରୁ ବାଦ ଦିଆଯାଇଛି। ସେହିପରି ଅଭିଜ୍ଞ ୱିକେଟକିପର ବ୍ୟାଟର ମହମ୍ମଦ ରିଜୱାନ ମଧ୍ୟ ଦଳରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି।

ପାକିସ୍ତାନର ୧୫ ଜଣିଆ ଦଳ: ସଲମାନ ଅଲି ଅଘା (ଅଧିନାୟକ), ଅବରାର ଅହମ୍ମଦ, ବାବର ଆଜମ, ଫହିମ ଅଶ୍ରଫ, ଫଖର ଜମାନ, ଖ୍ୱାଜା ମହମ୍ମଦ ନାଫେ (ଉଇକେଟ ରକ୍ଷକ), ମହମ୍ମଦ ନୱାଜ, ମହମ୍ମଦ ସଲମାନ ମିର୍ଜା, ନସିମ ଶାହା, ସାହିବଜାଦା ଫରହାନ (ଉଇକେଟ ରକ୍ଷକ), ସାଇମ ଆୟୁବ, ଶାହିନ ଶାହା ଆଫ୍ରିଦି, ଶାଦାବ ଖାନ, ଉସମାନ ଖାନ (ଉଇକେଟ ରକ୍ଷକ) ଏବଂ ଉସମାନ ତାରିକ।

ପାକିସ୍ତାନର ମ୍ୟାଚ୍ ସୂଚୀ:
ଫେବୃଆରୀ ୭: ପାକିସ୍ତାନ ବନାମ ନେଦରଲ୍ୟାଣ୍ଡ (କଲୋମ୍ବୋ)

ଫେବୃଆରୀ ୧୦: ପାକିସ୍ତାନ ବନାମ ଆମେରିକା (କଲୋମ୍ବୋ)

ଫେବୃଆରୀ ୧୫: ଭାରତ ବନାମ ପାକିସ୍ତାନ (କଲୋମ୍ବୋ)

ଫେବୃଆରୀ ୧୮: ପାକିସ୍ତାନ ବନାମ ନାମିବିଆ (କଲୋମ୍ବୋ)


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍‌ରେ ସ୍କଟ୍‌ଲାଣ୍ଡ ସାମିଲ ହେବା ପରେ ମୁହଁ ଖୋଲିଲା ବାଂଲାଦେଶ କ୍ରିକେଟ ବୋର୍ଡ

ଢାକା,୨୫ା୧: ଆସନ୍ତା ୭ ତାରିଖରୁ ଭାରତରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଲାଗି ବାଂଲାଦେଶ ବଦଳରେ ସ୍କଟ୍‌ଲାଣ୍ଡକୁ ସାମିଲ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏହି ନିଷ୍ପତ୍ତିକୁ…

ମେଟା ପଢୁଛି ଆପଣଙ୍କ ହ୍ୱାଟ୍ସଆପ୍ ମେସେଜ୍, ପୂର୍ବତନ କର୍ମଚାରୀ କଲେ ଖୁଲାସା

ନୂଆଦିଲ୍ଲୀ, ୨୫ା୧: ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ହ୍ୱାଟ୍ସଆପ୍‌ର ମାଲିକାନା ସଂସ୍ଥା ‘ମେଟା’ ୟୁଜରମାନଙ୍କ ମେସେଜ ପଢ଼ୁଥିବା ସାଙ୍ଘାତିକ ଅଭିଯୋଗ ଲାଗିଛି।…

ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଆଡ଼କୁ ବଢୁଛି ଭାରତ: କିନ୍ତୁ ମୁଣ୍ଡପିଛା ଆୟରେ ପଛରେ କାହିଁକି?

ନୂଆଦିଲ୍ଲୀ, ୨୫ା୧: ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତୀୟ ଅର୍ଥନୀତି, କିନ୍ତୁ ବଢୁନାହିଁ ମୁଣ୍ଡପିଛା ଆୟ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରିପୋର୍ଟ ଅନୁଯାୟୀ ଭାରତର ଜିଡିପି…

ସରକାରଙ୍କ ବଡ଼ ଘୋଷଣା, ରୋହିତ ଶର୍ମା ଏବଂ ହରମନପ୍ରୀତ କୌରଙ୍କୁ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ,୨୫।୧:  ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ, ଭାରତ ସରକାର ପଦ୍ମ ପୁରସ୍କାର ପାଇଁ ମନୋନୀତ ୧୩୧ ଜଣଙ୍କ ତାଲିକା ପ୍ରକାଶ କରିଛନ୍ତି । ୧୩୧ ଜଣଙ୍କ ମଧ୍ୟରେ ୯…

ଟ୍ରମ୍ପଙ୍କ ଭୟରେ ବଙ୍କରରେ ଲୁଚିଲେ ଖାମେନେଇ; ଜାଣନ୍ତୁ ଏବେ କାହା ହାତରେ ଇରାନର ଦାୟିତ୍ୱ…?

ତେହରାନ,୨୫।୧: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ସମୟରେ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ତେହରାନରେ ନିର୍ମିତ…

ବିଜେଡିକୁ କଡ଼ା କାଉଣ୍ଟର କଲେ ଜୟନାରାୟଣ ମିଶ୍ର, ‘ବଞ୍ଚିଥାନ୍ତୁ..ସାଲାଇନ ଦରକାର ହେଲେ ଦେବୁ’

ଭୁବନେଶ୍ବର, ୨୫ା୧: ଗତ କିଛିଦିନ ହେବ ବିଜେଡିରୁ ଅନେକ ନେତା ନିଲମ୍ବନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏହାକୁ ନେଇ ଆଜି ବିଜେଡିକୁ କଡ଼ା ଟାର୍ଗେଟ…

ଘୋଷଣା ହେଲା ପଦ୍ମ ପୁରସ୍କାର, ଓଡ଼ିଶାରୁ ୩ ଜଣଙ୍କୁ ମିଳିବ…

ଭୁବନେଶ୍ବର, ୨୫ା୧: ଭାରତ ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ୪୫ଜଣଙ୍କୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି । ଗଣତନ୍ତ୍ର…

ଆରଜେ ମହଭାଶଙ୍କୁ ଅନଫଲୋ କରିବା ପରେ, ବିଗ ବସ ୧୩ ଫେମଙ୍କ ସହ ନଜର ଆସିଲେ ୟୁଜଭେନ୍ଦ୍ର ଚହଲ, ଭାଇରାଲ ହେଲାଣି ଫଟୋ

ନୂଆଦିଲ୍ଲୀ,୨୫।୧: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ପ୍ରାୟତଃ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଶିରୋନାମାରେ ରହନ୍ତି। ଏବେ ସେ ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri