ଜେଲ୍‌ରୁ ନିର୍ବାଚନ ଲଢିବେ ପାକିସ୍ତାନର ଏହି ତିନି ମହିଳା, ଶରିଫ ପରିବାରଙ୍କୁ ଦେବେ କଡା ଟକ୍କର

ଇସଲାମବାଦ,୨୮।୧: ସାଧାରଣ ନିର୍ବାଚନ ନେଇ ପାକିସ୍ତାନରେ ରାଜନୀତି ସରଗରମ। କାରଣ ମଇଦାନକୁ ଓହ୍ଲାଇଛନ୍ତି ଜେଲ୍‌ରେ ସଜା କାଟୁଥିବା ୩ ମହିଳା ନେତା। ପିଟିଆଇର ଏହି ମହିଳା ନେତାମାନେ ଜେଲ୍‌ରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଯାହା ଏବେ ଜାତୀୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ଆସନ୍ତା ମାସ ଅର୍ଥାତ୍‌ ଫେବୃଆରୀ ୮ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ୧୭୫ଟି ଦଳ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ବ୍ୟତୀତ ବହୁ ସଂଖ୍ୟକ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନରେ ଠିଆହୋଇ ନିଜର ଭାଗ୍ୟ ପରୀକ୍ଷା କରିବେ। ତେବେ ଦେଶରେ ଏମିତି କିଛି ପ୍ରାର୍ଥୀ ଅଛନ୍ତି ଯେଉଁମାନେ ଜେଲରୁ ନିର୍ବାଚନ ଲଢୁଛନ୍ତି। ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ତିନିଜଣ ମହିଳା ଜେଲରୁ ନିର୍ବାଚନ ଲଢୁଛନ୍ତିି। ଏହି ତିନିଜଣ ଶରିଫ ପରିବାର ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।

ସୂଚନାଥାଉ କି, ଜେଲରେ ଦଣ୍ଡ ଭୋଗୁଥିବା ପିଟିଆଇର ତିନି ମହିଳା ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ଅଭିଯୋଗରେ ମଇ ୯ରେ ଗିରଫ ହୋଇଥିଲେ।
ତେବେ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଓ ନୱାଜ ସରିଫଙ୍କ ପାର୍ଟି ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି। ଇମ୍ରାନ ଖାନ ଜେଲରେ ଥିବାବେଳେ ପିଏମଏଲ-ଏନ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି। ଏହାରି ଭିତରେ ଏହି ତିନି ପିଟିଆଇ ମହିଳା ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଆସନ୍ତୁ ଜାଣିବା ଏହି ୩ ମହିଳା ନେତା କିଏ।

ଇମ୍ରାନଙ୍କ ଦଳର ମହିଳା ନେତା ଡ ୟସ୍ମିିନ ରସିଦ ଲାହୋର-୧୩୦ ନିର୍ବାଚନମଣ୍ଡଳୀରୁ ନୱାଜ ଶରିଫଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତିି। ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହେବାର ଆଶା କରାଯାଉଛି। ୧୯୯୦ରୁ ଶରିଫ ପ୍ରଥମ ଥର ପାଇଁ ଏହି ଆସନ ଜିତିବା ପରେ ଏହି ନିର୍ବାଚନମଣ୍ଡଳୀ ଏବେ PML-Nର ଗଡ଼ ହୋଇଆସୁଛି। ୧୯୯୩,୧୯୯୭ ଓ ୨୦୧୩ ଶରିଫ ଏହି ଆସନ ବଜାୟ ରଖିଥିବାବେଳେ ତାଙ୍କ ଦଳର ପ୍ରାର୍ଥୀମାନେ ୨୦୦୨ ଓ ୨୦୦୮ରେ ଏହି ଆସନ ଜିତିଥିଲେ। ଡକ୍ଟର ୟସ୍ମିନ ୨୦୧୩ରୁ ୨୦୨୩ପର୍ଯ୍ୟନ୍ତ ଏହି ଆସନରୁ ତିନିଥର ପ୍ରତିଦ୍ୱନ୍ଦିତା କରିଥିଲେ ହେଲେ ପ୍ରତ୍ୟେକ ଥର ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

PML-N ନେତା ହମଜା ଶରିଫଙ୍କୁ ନ୍ୟାଶନାଲ ଆସେମବ୍ଲିର ସବୁଠାରୁ ଟାଣୁଆ ପ୍ରାର୍ଥୀ ଭାବେ ବିବେଚନା କରାଯାଏ। କିନ୍ତୁ ଏଥର ତାଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି ପିଟିଆଇର ଆଲିଆ ହାମଜା ମଲିକ। ତେବେ ୨୦୧୮ ସାଧାରଣ ନିର୍ବାଚନରେ ଏହି ଆସନ PML-N ଦଖଲ କରିଥିଲା। ପିଟିଆଇର ନାଉମାନ କାଇସର ଏବଂ ଟିଏଲପିର ସୁମାଇରାଙ୍କ ବିରୋଧରେ ହମଜା ଲଢି ଏହି ଆସନକୁ ସହଜରେ ଜିତିଥିଲେ। କହିରଖୁଛୁ କି, ୨୦୧୮ରେ ଆଲିଆ ପଞ୍ଜାବର ମହିଳାଙ୍କ ପାଇଁ ଥିବା ସଂରକ୍ଷିତ ଆସନରେ ପିଟିଆଇ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ପାକିସ୍ତାନର ନ୍ୟାଶନାଲ ଆସେମବ୍ଲିକୁ ନିର୍ବାଚିତ ହୋଇଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କୁ ଫେଡେରାଲ ସଂସଦୀୟ ସଚିବ ଭାବରେ ନିଯୁକ୍ତ କରିଥିଲେ।

ଜେଲରେ ଥିବା ପିଟିଆଇ ମହିଳା କାର୍ଯ୍ୟକର୍ତ୍ତା ସାନମ ଜାଭେଦ, ପାକିସ୍ତାନ ମୁସଲିମ ଲିଗ-ନୱାଜ ମୁଖ୍ୟ ମରିୟମ ନୱାଜଙ୍କ ବିପକ୍ଷରେ ନ୍ୟାଶନାଲ ଆମେସବ୍ଲି ୧୧୯ରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବାର ଆଶା କରାଯାଉଛି। ସୂଚନାଥାଉ କି, ସାନମ ଜାଭେଦଙ୍କ ସମେତ ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟିର ଡଜନରୁ ଉର୍ଦ୍ଧ୍ୱ ମହିଳା ଗତ ୯ମାସ ଧରି ଦେଶର ବିଭିନ୍ନ ଜେଲରେ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?