ମୋଦିଙ୍କ ଜନ୍ମଦିନରେ ଭାରତକୁ ଧୋକା ଦେଲା ସାଉଦି ଆରବ: ପାକିସ୍ତାନ ସହ ମିଶି…

ରିୟାଧ୍‌,୧୯।୯: ଭାରତ ଏବଂ ସାଉଦି ଆରବ ଏପର୍ଯ୍ୟନ୍ତ ଭଲ ସମ୍ପର୍କ ରହିଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପର୍କକୁ ମଜଭୁତ କରିବା ପାଇଁ ତିନିଥର ସାଉଦି ଆରବ ଗସ୍ତ କରିଥିଲେ। ସେ ଚଳିତ ବର୍ଷ ଏପ୍ରିଲରେ କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନଙ୍କ ନିମନ୍ତ୍ରଣରେ ଜେଦ୍ଦା ଗସ୍ତ କରିଥିଲେ। ତଥାପି, ସାଉଦି ଆରବ ଏବେ ପାକିସ୍ତାନ ସହିତ ମେଣ୍ଟ କରି ଭାରତକୁ ବିଶ୍ୱାସଘାତକତା କରିଛି। ସାଉଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ଏକ ସୁରକ୍ଷା ସହଯୋଗ ଚୁକ୍ତି ସ୍ବାକ୍ଷରିତ ହୋଇଛି, ଯାହା ଭାରତ ପାଇଁ ଏକ ଝଟକା। ଏହି ଚୁକ୍ତି ସେପ୍ଟେମ୍ବର ୧୭ରେ ସ୍ବାକ୍ଷରିତ ହୋଇଥିଲା, ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ମଧ୍ୟ ଥିଲା।
ପାକିସ୍ତାନ ଓ ସାଉଦି ଆରବ ଏକ ‘ରଣନୈତିକ ପାରସ୍ପରିକ ପ୍ରତିରକ୍ଷା’ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ତଦନୁସାରେ ପାକିସ୍ତାନ କିମ୍ବା ସାଉଦି ଆରବ ଉପରେ କୌଣସି ଆକ୍ରମଣ ହେଲେ ତାକୁ ଉଭୟ ଦେଶ ବିରୋଧରେ ଅତିକ୍ରମଣ ରୂପେ ବିବେଚନା କରାଯିବ ବୋଲି ଏକ ମିଳିତ ଘୋଷଣାନାମାରେ କୁହାଯାଇଛି। ଉପସାଗରୀୟ ରାଷ୍ଟ୍ରର ରାଜଧାନୀ ରିୟାଧକୁ ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ଙ୍କ ଗସ୍ତ ସମୟରେ ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ଙ୍କ ସହ ସେ ଉକ୍ତ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଗଲ୍ଫ ରିଜିଅନ୍‌ରେ ଆମେରିକାର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରହିଆସିଥିବା କାତାର ରାଜଧାନୀ ଦୋହାରେ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍‌ର ଶୀର୍ଷ ରାଜନେତାମାନଙ୍କୁ ହତ୍ୟା ପାଇଁ ଇସ୍ରାଏଲ୍‌ ଟାର୍ଗେଟ କରିବାର କିଛିଦିନ ପରେ ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହୋଇଛି। ପ୍ରତିରକ୍ଷା ଚୁକ୍ତିର ଦିନକ ପରେ ଗୁରୁବାର ନୂଆଦିଲ୍ଲୀ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତର ଜାତୀୟ ସ୍ବାର୍ଥକୁ ସୁରକ୍ଷିତ ରଖିବା ସହ ବ୍ୟାପକ ଜାତୀୟ ନିରାପତ୍ତାକୁ ସୁନିଶ୍ଚିତ କରିବା ଦିଗରେ ସବୁ ପ୍ରକାର ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ କଂଗ୍ରେସ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୂଟନୈତିକ ବିଫଳତା ବୋଲି ସମାଲୋଚନା କରିଛି।

ପାକିସ୍ତାନ-ସାଉଦି ଆରବ ମିଳିତ ଘୋଷଣାନାମାରେ ଉଲ୍ଲେଖ କରାଯାଇଛି, ଏହି ପ୍ରତିରକ୍ଷା ଚୁକ୍ତି ସମ୍ପୃକ୍ତ କ୍ଷେତ୍ରରେ ନିରାପତ୍ତା ଓ ଶାନ୍ତିକୁ ସୁନିଶ୍ଚିତ କରିବା ଲାଗି ଉଭୟ ଦେଶର ସୁରକ୍ଷାକୁ ତ୍ୱରାନ୍ବିତ କରିବା ଉପରେ ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି। ୨ ଦେଶ ମଧ୍ୟରୁ କାହା ଉପରେ ବି ଆକ୍ରମଣ ହେଲେ ତାକୁ ଉଭୟେ ନିଜ ଉପରେ ଅତିକ୍ରମଣ ବିବେଚନା କରି ଏହାର ମିଳିତ ମୁକାବିଲା କରିବେ। ପାକିସ୍ତାନ ଓ ସାଉଦି ଆରବର ୮ ଦଶନ୍ଧି ପୁରୁଣା ଐତିହାସିକ ସହଭାଗିତାକୁ ଆଗକୁ ଆହୁରି ମଜଭୁତ କରିବା ଦିଗରେ ଏହା ସହାୟକ ହେବ। ଭ୍ରାତୃତ୍ୱ ଓ ଇସ୍‌ଲାମିକ୍‌ ଏକତା ଆଧାରିତ ତଥା ଘନିଷ୍ଠ ପ୍ରତିରକ୍ଷା ସହଯୋଗକୁ ଭିତ୍ତିକରି ୨ ଦେଶ ଉପରୋକ୍ତ ସହମତି ପ୍ରକାଶ କରିଛନ୍ତି। ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଏକ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ଙ୍କ ସହ କ୍ଷେତ୍ରୀୟ ଆହ୍ବାନ ଓ ଦ୍ୱିପାକ୍ଷିକ ସହଯୋଗିତା ବୃଦ୍ଧି ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି।

କ୍ରାଉନ୍‌ ପ୍ରିନ୍ସଙ୍କ ନିରନ୍ତର ସମର୍ଥନ, ସାଉଦି ନିବେଶ ଓ ଦୁଇଦେଶର ବାଣିଜ୍ୟ ତଥା ବ୍ୟବସାୟ ବୃଦ୍ଧିକୁ ସେ ସମ୍ମାନ ଦିଅନ୍ତି। ତୈଳ ପ୍ରାଚୁର୍ଯ୍ୟ ରାଷ୍ଟ୍ରକୁ ଶେହବାଜଙ୍କ ଗସ୍ତ ପୂର୍ବରୁ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହାକୁ ଉଭୟ ରାଷ୍ଟ୍ରର ସ୍ବାର୍ଥ ସମ୍ବଳିତ ଏକ ଐତିହାସିକ ସୁଯୋଗ ବୋଲି ଅଭିହିତ କରିଥିଲା। ସପ୍ତାହେ ଭିତରେ ଉପସାଗରୀୟ ଅଞ୍ଚଳକୁ ଏହା ହେଉଛି ଶେହବାଜଙ୍କ ତୃତୀୟ ଗସ୍ତ। ଏହା ପୂର୍ବରୁ ଶେହବାଜ କାତାରକୁ ୨ ଥର (ଗୁରୁବାର ଓ ସୋମବାର) ଗସ୍ତ କରିଥିଲେ। ସେପ୍ଟେମ୍ବର ୯ରେ କାତାରରେ ଇସ୍ରାଏଲର ଆକ୍ରମଣ ପରିପ୍ରେକ୍ଷୀରେ ଦୋହାକୁ ସମର୍ଥନ କରିବା ଥିଲା ତାଙ୍କ ଗସ୍ତର ଉଦ୍ଦେଶ୍ୟ। ଶେହବାଜଙ୍କ ସଦ୍ୟ ରିୟାଧ ଗସ୍ତବେଳେ ତାଙ୍କ ସହ ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ୍‌ ମୁନିର, ବହିର୍ବ୍ୟାପାର ମନ୍ତ୍ରୀ ଇଶାକ୍‌ ଡାର୍‌, ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌, ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ୍‌, ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତରାର, ପରିବେଶ ମନ୍ତ୍ରୀ ମୁସାଦିକ୍‌ ମଲିକ୍‌ ଏବଂ ସ୍ବତନ୍ତ୍ର ସହଯୋଗୀ ତାରିକ୍‌ ଫତେମି ଯାଇଥିଲେ।
ଗତ ମେ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ୪ ଦିନ ଧରି ସାମରିକ ସଂଘର୍ଷ ଲାଗିରହିବାର ୪ ମାସ ପରେ ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସମ୍ପନ୍ନ ହୋଇଛି। ଏହା ଉପରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି, ଜାତୀୟ ସୁରକ୍ଷା ସହ ଆଞ୍ଚଳିକ ଓ ବୈଶ୍ୱିକ ସ୍ଥିରତା ଉପରେ ଏହି ଚୁକ୍ତିର କି ପ୍ରଭାବ ପଡ଼ିବ, ନୂଆଦିଲ୍ଲୀ ତାହା ଅନୁଧ୍ୟାନ କରିବ। ଭାରତର ଜାତୀୟ ସ୍ବାର୍ଥକୁ ସୁରକ୍ଷା ଦେବା ଏବଂ ସବୁ କ୍ଷେତ୍ରରେ ବ୍ୟାପକ ଜାତୀୟ ନିରାପତ୍ତାକୁ ସୁନିଶ୍ଚିତ କରିବା ହେଉଛି ନୂଆଦିଲ୍ଲୀର ପ୍ରାଥମିକତା।

 

 

 


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri