Posted inଖେଳ

ପାକିସ୍ତାନ ଟିମ୍‌ରେ ବଡ଼ ଭୂକମ୍ପ, ଅଧିନାୟକଙ୍କ…

ନୂଆଦିଲ୍ଲୀ,୧୬।୫: ପାକିସ୍ତାନ ଟିମ୍‌ରେ ବିଶୃଙ୍ଖଳା ଥମିବାର ନାଁ ନେଉନାହିଁ। ଦଳର ଅଧିନାୟକ ଶାନ ମାସୁଦଙ୍କ ପଦ ବିପଦରେ ଅଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ମାସୁଦଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇପାରେ ଏବଂ ତାଙ୍କ ସ୍ଥାନରେ ସୌଦ ଶକିଲଙ୍କୁ ଟେଷ୍ଟ ଅଧିନାୟକ କରାଯାଇପାରେ। ନିକଟରେ ପାକିସ୍ତାନ ମାଇକ ହେସନଙ୍କୁ ତାଙ୍କ ଦଳରେ ସାମିଲ କରିଛି ଯିଏ ODI ଏବଂ T୨୦ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଛନ୍ତି। ଏବେ ଟେଷ୍ଟ କ୍ରିକେଟରେ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି।

ଟେଷ୍ଟ ଅଧିନାୟକ ଭାବରେ ମାସୁଦଙ୍କ ରେକର୍ଡ ମଧ୍ୟ ବହୁତ ଖରାପ। ସେ ୧୨ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନର ଅଧିନାୟକତ୍ୱ କରିଛନ୍ତି ଏବଂ ସେଥିମଧ୍ୟରୁ ୯ଟିରେ ପରାସ୍ତ ହୋଇଛନ୍ତି। ଏହି ସମୟରେ ପାକିସ୍ତାନ କେବଳ ୩ ମ୍ୟାଚ୍‌ ଜିତିଛି। ହଁ, ଏହା କେବଳ ଟେଷ୍ଟ ଅଧିନାୟକ ପରିବର୍ତ୍ତନ କରିବାର କଥା ନୁହେଁ, ପାକିସ୍ତାନକୁ ଜଣେ ନୂତନ ଟେଷ୍ଟ ମୁଖ୍ୟ ପ୍ରଶିକ୍ଷକ ମଧ୍ୟ ମିଳିବ। ମିସବା-ଉଲ-ହକ ପୁଣି ଥରେ ଟେଷ୍ଟ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇପାରନ୍ତି ବୋଲି ରିପୋର୍ଟ ଆସିଛି। ମିସବା-ଉଲ-ହକଙ୍କ ଅଧିନାୟକତ୍ୱରେ ପାକିସ୍ତାନ ବିଶ୍ୱର ନମ୍ବର ୧ ଟେଷ୍ଟ ଦଳ ହୋଇଥିଲା ଏବଂ ଏବେ ଜଣେ ପରାମର୍ଶଦାତା ଭାବରେ ତାଙ୍କଠାରୁ ସମାନ ଆଶା କରାଯାଉଛି।

ସାଉଦ ଶକିଲଙ୍କୁ ପାକିସ୍ତାନର ଟେଷ୍ଟ ସ୍ପେଶାଲିଷ୍ଟ ବ୍ୟାଟସମ୍ୟାନ ଭାବରେ ଜଣାଶୁଣା। ଏହି ବାମହାତୀ ବ୍ୟାଟସମ୍ୟାନଙ୍କ ବୟସ ମାତ୍ର ୨୯ ବର୍ଷ। ସେ ୧୯ଟି ଟେଷ୍ଟ ମ୍ୟାଚ ଖେଳି ୫୦ ରୁ ଅଧିକ ହାରରେ ୧୬୫୮ ରନ କରିଛନ୍ତି, ଯେଉଁଥିରେ ୪ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ସୌଦ ଶକିଲ ପ୍ରଥମ ଶ୍ରେଣୀ କ୍ରିକେଟରେ ୮୭ ମ୍ୟାଚ ଖେଳି ୨୨ ଶତକ ମାରିଛନ୍ତି ଯେଉଁଥିରେ ତାଙ୍କ ବ୍ୟାଟ ୬୫୩୨ ରନ କରିଛି। ସୌଦ ଶକିଲଙ୍କ ପ୍ରଦର୍ଶନ ଏବଂ ତାଙ୍କର ଶାନ୍ତ ବ୍ୟକ୍ତିତ୍ୱ ଦେଖି, PCB ତାଙ୍କୁ ନୂତନ ଟେଷ୍ଟ ଅଧିନାୟକ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାବିପନ୍ନଙ୍କ ମୁହଁରେ ହସ ଫୁଟାଇଲା ଗଞ୍ଜାମ ପୋଲିସ, ମାନବିକତାର ଆଲୋକ ଜଳାଇଲେ ଏସ୍‌ପି

ପୁରୁଷୋତ୍ତମପୁର,୬ା୧୧(ସବିତା ମିଶ୍ର): ବନ୍ୟାର କରାଳ ବିଭୀଷିକାରେ ଛାରଖାର ହୋଇଯାଇଛି ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ। ବନ୍ୟା ସବୁକିଛି ଛଡ଼ାଇ ନେଇ ଅନେକ ପରିବାରଙ୍କୁ ନିଃସହାୟ କରିଦେଇଛି। ଏଭଳି…

ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ, ଶତାଧିକ କୋଟିର ପ୍ରକଳ୍ପ ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର,୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ୫ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ…

କିଡ୍‌ନୀ ରୋଗ ନେଲା ଆଉ ଜଣଙ୍କ ଜୀବନ, ଚିକିତ୍ସାରେ ସର୍ବସ୍ବାନ୍ତ ବସୁଦେବଙ୍କ ପରିବାର

ଅମରପାଲି,୬ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେଉଛି। ଏହି ରୋଗରେ ଆକ୍ରାନ୍ତ ହୋଇ ଆଉ ଜଣେ ବ୍ୟକ୍ତିଙ୍କ…

ସେହୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କ ଦମଦାର ଇନିଂସ; ନେପାଳକୁ ଧୂଳି ଚଟାଇ୧୦ ୱିକେଟରେ ଜିତିଲା ଭାରତ

ନୂଆଦିଲ୍ଲୀ,୬।୧୧: ୨୦୨୬ ଅଣ୍ଡର-୧୯ ଏସିଆ କପରେ, ଭାରତୀୟ ଦଳ ନେପାଳ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲା। ଶୁକ୍ରବାର (ନଭେମ୍ବର ୬) ‘ଅଲ ଆମେରାଟ କ୍ରିକେଟ ଗ୍ରାଉଣ୍ଡ’…

ବକ୍ସ ଅଫିସରେ ଧମାଲ କଲା ‘ରାମାୟଣ’, ରିଲିଜର ପ୍ରଥମ ଦିନରେ କଲା ୭ ବଡ଼ ରେକର୍ଡ

ମୁମ୍ବାଇ,୬।୧୧: ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟଶଙ୍କ ଅଭିନୀତ ‘ରାମାୟଣ’ ମୁଭି ବକ୍ସ ଅଫିସରେ ଏକ ଚମତ୍କାର ଆରମ୍ଭ କରିଛି ଏବଂ ପ୍ରଥମ ଦିନରେ ହିଁ…

କଂଗ୍ରେସର ବଡ଼ ଘୋଷଣା: ନଭେମ୍ବର ୨୬ରେ…ସରକାରଙ୍କ ବଢିଲା ମୁଣ୍ଡବିନ୍ଧା

ନୂଆଦିଲ୍ଲୀ,୬।୧୧: ସମ୍ବିଧାନ ଦିବସ ଅବସରରେ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା ଆୟୋଜନ କରାଯିବ। ନଭେମ୍ବର ୨୬ ତାରିଖରେ ହେବାକୁ ଥିବା ଏହି ପଦଯାତ୍ରାର ନାମ ‘ସମ୍ବିଧାନ ବଞ୍ଚାଅ…

ବସ ଭଡ଼ା ବୃଦ୍ଧି ପରେ ଶିବକୁମାରଙ୍କୁ ଶିଶୁ ଭାବରେ ଚିତ୍ରଣ କଲା ଭାଜପା, ଶେୟାର କଲା AI-ନିର୍ମିତ ଭିଡିଓ, ଦେଖନ୍ତୁ…

ବେଙ୍ଗାଲୁରୁ,୬।୧୧: ସାଧାରଣ ପରିବହନ ଭଡ଼ା ଏବଂ କ୍ଷୀର ଦର ବୃଦ୍ଧିକୁ ନେଇ କର୍ନାଟକ ଭାଜପା କଂଗ୍ରେସ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛି। ଭାଜପା ମୁଖ୍ୟମନ୍ତ୍ରୀ ଡିକେ…

ନଭେମ୍ବର ୭ରେ ତୁଳା ରାଶିକୁ ଚନ୍ଦ୍ରମାଙ୍କ ଗୋଚର: କର୍କଟ-ତୁଳା ସମେତ ୪ ରାଶିଙ୍କ ଭାଗ୍ୟ ଚମକିବ, ଚାକିରିରେ ବଡ଼ ପଦୋନ୍ନତି

ନୂଆଦିଲ୍ଲୀ,୬।୧୧: ଦୀପାବଳିର ଠିକ ଗୋଟିଏ ଦିନ ପୂର୍ବରୁ ଚନ୍ଦ୍ରମା ନିଜ ରାଶି ପରିବର୍ତ୍ତନ କରିବେ। ନଭେମ୍ବର ୭ ତାରିଖ ସନ୍ଧ୍ୟା ୫ଟା ୧୫ ମିନିଟରେ ଚନ୍ଦ୍ରମା କନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?