Posted inଖେଳ

ବାବର ଇସ୍ତଫା ଦେବା ମାତ୍ରେ ନୂଆ ଅଧିନାୟକ ଘୋଷଣା କଲା ପିସିବି, ଜାଣନ୍ତୁ କାହାକୁ ମିଳିଲା ଗୁରୁ ଦାୟିତ୍ୱ

ଲାହୋର,୧୫।୧୧: ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନକୁ ନେଇ ପାକିସ୍ତାନ ଅଧିନାୟକ ପଦରୁ ଇସ୍ତଫା ଦେଉଥିବା ନେଇ ବୁଧବାର ବାବର ଆଜମ ଘୋଷଣା କରିଥିଲେ। ଏହାର କିଛି ସମୟ ନ ପୂରୁଣୁ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ନୂଆ ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି। ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦି ଟି୨୦ ଟିମ୍‌ର ନୂତନ ଅଧିନାୟକ ଦାୟିତ୍ୱ ତୁଲାଇବେ। ସେହିଭଳି ବ୍ୟାଟ୍ସମ୍ୟାନ୍‌ ଶାନ ମସୁଦଙ୍କୁ ଟେଷ୍ଟ ଟିମ୍‌ ଅଧିନାୟକ ଭାବେ ନିଯୁକ୍ତି ମିଳିଛି। ତେବେ ଦିନିକିଆ ଲାଗି କୌଣସି ନାମ ଘୋଷଣା କରାଯାଇ ନ ଥିବାରୁ ତିନୋଟି ଯାକ ଫର୍ମାଟରେ ଭିନ୍ନ ଭିନ୍ନ ଅଧିନାୟକ ରହିବେ ବୋଲି ଅନୁମାନ କରାଯାଉଛି।

ପ୍ରକାଶ ଯେ, ଆଫ୍ରିଦି ନିଜର ନେତୃତ୍ୱର ପ୍ରଦର୍ଶନ ପିଏସ୍‌ଏଲ୍‌ ଲିଗ୍‌ରେ ଦେଖାଇ ସାରିଛନ୍ତି। ଏହି ଲିଗ୍‌ର ଗତ ୨ ସିଜନରେ ତାଙ୍କ ଅଧିନାୟକତ୍ୱରେ ଲାହୋର କଲନ୍ଦର୍ସ ଟୁର୍ନାମେଣ୍ଟ ଜିତିଥିଲା। ଏହାକୁ ଦୃଷ୍ଟିରେ ରଖି ବୋର୍ଡ ତାଙ୍କ ଉପରେ ବିଶ୍ୱାସ ଦେଖାଇଛି। ସେହିଭଳି ଡିସେମ୍ବରରେ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ଏଠାରେ ଉଭୟ ଟିମ୍‌ ୩ ଟେଷ୍ଟ ମ୍ୟାଚ ଖେଳିବେ। ଏଥିରେ ମସୁଦ ନୂଆ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ହରିଶଙ୍କର ବୈଶାଖ ମେଳାରେ ଶ୍ରଦ୍ଧାଳୁଙ୍କୁ ମିଳିଲା ଅନ୍ନସେବା

ବଲାଙ୍ଗୀର,୨।୫(ସୁନିଲ କୁମାର ମହାନ୍ତି): ଓଡ଼ିଶାର ପବିତ୍ର ତୀର୍ଥସ୍ଥଳୀ ହରିଶଙ୍କର ପୀଠରେ ବୈଶାଖମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୁବ କୁଲୁତା ସମାଜ ଖପ୍ରାଖୋଲ ଏବଂ ପଶ୍ଚିମ ଓଡ଼ିଶା…

୨ବାଇକ୍‌ ମୁହାଁ ମୁହିଁ ଧକ୍କା: ତଳେ ପଡିଥିବା ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ

ବଲାଙ୍ଗୀର,୨।୫: ବଲାଙ୍ଗୀର ଜିଲା ଟିଟିଲାଗଡ଼ ରୋଡ଼ ବିଜାଖମନଠାରେ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଦୁଇ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା…

ରାଉରକେଲାରେ ୨ ନାବାଳିକାଙ୍କୁ ବଳାତ୍କାର

ରାଉରକେଲା,୨।୫(ସଙ୍ଗୀତା ଜେନା): ଇସ୍ପାତ ସହର ରାଉରକେଲାର ସେକ୍ଟର-୧୯ ଥାନା ଅଞ୍ଚଳରେ କୋଲ୍‌ ଡ୍ରିଙ୍କ୍‌ସ କିଣିବା ବାହାନାରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ…

ଇଣ୍ଟରନାସନାଲ ବୁକ୍ସ ଅଫ ରେକର୍ଡସରେ ସ୍ଥାନ ପାଇଲେ ଅଢ଼େଇ ବର୍ଷର କନ୍ୟା ‘ଶ୍ରେୟାଶିଂ’: ୨୫ ସେକେଣ୍ଡରେ….

ସାକ୍ଷୀଗୋପାଳ,୨।୫(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାଳ ସଠିକ ଉତ୍ତର ଦେଇଥିବା ଯୋଗୁ ଅଢ଼େଇ ବର୍ଷର ଶିଶୁକନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଟରନାସନାଲ ବୁକ୍ସ…

ବାଇକ୍‌ରେ ଯାଉଥିବା ବେଳେ ଉପରେ ପଡ଼ିଲା ତାଳ ଗଛ: ଚାଲିଗଲା ଯୁବକଙ୍କ ଜୀବନ,ଖବର ପାଇ ବିଷ ପିଇଦେଲେ ସ୍ତ୍ରୀ

ଯାଜପୁର,୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ବଡଚଣା ବଡ଼ବାଲିକିୁଦା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ତାଳଗଛ…

ଦେବଗଡ଼ରେ ପାସହାର ୯୬.୨୬ ପ୍ରତିଶତ: ଅଲିଶା ହେଲେ ଜିଲା ଟପର

ଦେବଗଡ଼,୨।୫(ଶେଖର ଝାଙ୍କର): ଶନିବାର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଦେବଗଡ଼ ଜିଲାରେ ପାସ ହାର ୯୬.୨୬ ପ୍ରତିଶତ ରହିଛି। ଚଳିତ ବର୍ଷ ୮୬ଟି ହାଇସ୍କୁଲର ୪୦୫୧…

ଲିଲି, କପିଳେଶ୍ୱର ଯୁଗ୍ମ ବ୍ଲକ ଟପ୍ପର୍‌

କର୍ଲାମୁଣ୍ଡା,୨ା୫(ପ୍ରଦୀପ କୁମାର ସାହୁ): ଶନିବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କଲାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେଶିଙ୍ଗା ନୋଡାଲ ହାଇସ୍କୁଲ ଛାତ୍ରୀ ଲିଲି ଗହୀର…

ବିଦ୍ୟୁତ୍‌ ତାରରେ ଲାଗିଗଲେ ମା’, ପୁଅ, ଆଉ ତା’ପରେ…

ରିଆମାଳ,୨ା୫(ବଦ୍ରୀ ନାରାୟଣ ଅଗ୍ରୱାଲା) ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଧୀନ କୁଣ୍ଢେଇଗୋଳା ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିଦ୍ୟୁତ୍‌ ତାର ସଂଷ୍ପର୍ଶରେ ଆସି ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri