Posted inଖେଳ

ବାଂଲାଦେଶକୁ ‘ଧୋକା’ ଦେଲା ପାକିସ୍ତାନ, ଆଗକୁ ଠେଲିଦେଇ ନିଜେ…

ନୂଆଦିଲ୍ଲୀ, ୨୫ା୧: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ କ୍ରିକେଟ ଜଗତରେ ଏକ ବଡ଼ ଧରଣର ବିବାଦ ଦେଖାଦେଇଛି। ବାଂଲାଦେଶକୁ ସମର୍ଥନ କରି ବିଶ୍ୱକପ୍ ବୟକଟ୍ କରିବାକୁ ଧମକ ଦେଇଥିବା ପାକିସ୍ତାନ ଶେଷ ମୁହୂର୍ତ୍ତରେ ନିଜର ଆଭିମୁଖ୍ୟ ବଦଳାଇ ଦଳ ଘୋଷଣା କରିଛି। ଏହାକୁ ନେଇ ସୋସିଆଲ ମିଡିଆ ଓ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଯେ ପାକିସ୍ତାନ ନିଜ ବନ୍ଧୁ ରାଷ୍ଟ୍ର ବାଂଲାଦେଶକୁ ‘ଧୋକା’ ଦେଇଛି।

ଭାରତରେ ଖେଳାଯିବାକୁ ଥିବା ମ୍ୟାଚ୍‌ଗୁଡ଼ିକୁ ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଖେଳିବାକୁ ମନା କରିଥିଲା। ପରେ ଆଇସିସି ସେମାନଙ୍କୁ ବିଶ୍ୱକପ୍‌ରୁ ବାଦ୍ ଦେଇ ସ୍କଟଲ୍ୟାଣ୍ଡକୁ ସାମିଲ କରିଛି। ଏହାକୁ ବିରୋଧ କରି ପାକିସ୍ତାନ କ୍ରିକେଟ ବୋର୍ଡ (PCB) ପ୍ରଥମେ ବିଶ୍ୱକପ୍ ଖେଳିବ ନାହିଁ ବୋଲି ଧମକ ଦେଇଥିଲା। କିନ୍ତୁ ରବିବାର ହଠାତ୍ ନିଜର ୧୫ ଜଣିଆ ଦଳ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛି।

ବାଂଲାଦେଶ ଏବଂ ପାକିସ୍ତାନ ମିଳିତ ଭାବେ ଆଇସିସି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନାକଭି ପୂର୍ବରୁ କହିଥିଲେ ଯେ ବାଂଲାଦେଶ ପ୍ରତି ଅନ୍ୟାୟ ହୋଇଛି ଏବଂ ସେମାନେ ନ ଖେଳିଲେ ପାକିସ୍ତାନ ମଧ୍ୟ ବିଚାର କରିବ। କିନ୍ତୁ ଆଇସିସି ପକ୍ଷରୁ କଠୋର କଟକଣା ଓ ଆର୍ଥିକ କ୍ଷତିର ଚେତାବନୀ ମିଳିବା ପରେ ପାକିସ୍ତାନ ନିଜର ଦଳ ଘୋଷଣା କରିଛି, ଯାହାକି ବାଂଲାଦେଶକୁ ଏକାକୀ କରିଦେଇଛି।

ପାକିସ୍ତାନର ୧୫ ଜଣିଆ ସ୍କ୍ୱାଡ୍: ସଲମାନ୍ ଅଲି ଆଘା (ଅଧିନାୟକ), ଆବ୍ରାର ଅହମ୍ମଦ, ବାବର ଆଜମ, ଫହିମ୍ ଅସରଫ୍, ଫକର ଜମାନ, ଖ୍ୱାଜା ମହମ୍ମଦ ନାଫେ, ମହମ୍ମଦ ନୱାଜ, ମହମ୍ମଦ ସଲମାନ ମିର୍ଜା, ନସିମ୍ ଶାହ, ସାହିବଜାଦା ଫରହାନ, ସଇମ୍ ଆୟୁବ, ଶାହୀନ ଶାହ ଆଫ୍ରିଦି, ଶାଦାବ ଖାନ୍, ଉସମାନ ଖାନ୍ ଏବଂ ଉସମାନ ତାରିକ।

ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଲମ୍ବୋରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ରେ ହଇଚଇ କଲେ ଅଭିଷେକ ଶର୍ମା: କଲେ ବିଶ୍ୱରେକର୍ଡ

ଗୌହାଟୀ,୨୬।୧: ଟିମ ଇଣ୍ଡିଆର ଷ୍ଟାର ଓପନର ଅଭିଷେକ ଶର୍ମା ଆଜିକାଲି ଚମତ୍କାର ଫର୍ମରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ମ୍ୟାନ୍‌ମାରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍: ସରକାର ଖୋଲିଲେ ଗୁପ୍ତ ଅପରେସନର ରହସ୍ୟ

ନୂଆଦିଲ୍ଲୀ, ୨୫ା୧: ଭାରତୀୟ ସେନା ପକ୍ଷରୁ ମ୍ୟାନ୍‌ମାର ସୀମା ଭିତରେ ପଶି କରାଯାଇଥିବା ଏକ ଗୁପ୍ତ ଅପରେସନ କରାଯାଇଛି। ଏ ସମ୍ପର୍କରେ ପ୍ରଥମ କରି ଆନୁଷ୍ଠାନିକ ଘୋଷଣା…

ଅଲ୍‌ବିଦା ଅଭିଜିତ୍‌: ଜାଣନ୍ତୁ କେମିତି ପାଇଥିଲେ ସଂଘର୍ଷରୁ ସଫଳତା

ଅଲ୍‌ବିଦା ଅଭିଜିତ୍‌। ଓଡ଼ିଆ ଚଳଚ୍ଚିତ୍ର ହେଉ କି ଆଲବମ୍‌ ଅବା ଷ୍ଟେଜ୍‌ ଶୋ’-ସେ ସତେଯେମିତି ତାଙ୍କର ଆଧିପତ୍ୟ ବିସ୍ତାର କରି ରହିଥିଲେ। ଗୀତ ଯେଉଁଭଳି ହେଉନା କାହିଁକି…

କୋଲକାତାରେ ଭାଜପା-ଟିଏମସି କର୍ମୀ ମୁହାଁମୁହିଁ: ପରସ୍ପରର କାର୍ଯ୍ୟକ୍ରମରେ ଭଙ୍ଗାରୁଜା

କୋଲକାତା, ୨୫ା୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି। ରବିବାର ସନ୍ଧ୍ୟାରେ କୋଲକାତାର ସାଖେରବଜାର ଏବଂ ବେହାଲା ପଶ୍ଚିମ ଅଞ୍ଚଳରେ ଭାଜପା…

ବିଶ୍ୱ ପାଇଁ ଭାରତ ଶାନ୍ତିର ଦୂତ: ୭୭ତମ ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ, ୨୫ା୧: ୭୭ତମ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା…

୧୪ ବଲ୍‌ରେ ଅଭିଷେକଙ୍କ ଅର୍ଦ୍ଧଶତକ

ଗୁଆହାଟୀ,୨୫ା୧- ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ତୃତୀୟ ଟି୨୦ କ୍ରିକେଟ୍‌ ମ୍ୟାଚ୍‌ରେ ଭାରତୀୟ ଓପ୍‌ନର ଅଭିଷେକ ଶର୍ମା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ମାତ୍ର ୧୪…

ଅଭିଷେକ, ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ: ୩-୦ରେ ଭାରତର ଆଗୁଆ ସିରିଜ୍‌ ବିଜୟୀ

ଗୁଆହାଟୀ,୨୫ା୧- ଅଭିଷେକ ଶର୍ମା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ତୃତୀୟ ଟି୨୦ ମ୍ୟାଚ୍‌କୁ ଭାରତ ୮…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri