ଆଫଗାନିସ୍ତାନ ଉପରେ ପାକିସ୍ତାନ ବାୟୁସେନାର ବୋମାମାଡ: ମହିଳା, ଶିଶୁ ସମେତ ୩୦ ମୃତ

ଇସଲାମାବାଦ,୧୭ ।୪: ପାକିସ୍ତାନ ବାୟୁସେନା ଶନିବାର ରାତିରେ ତା’ର ପଡୋଶୀ ଦେଶ ଆଫଗାନିସ୍ତାନ ଉପରେ ବୋମାମାଡ କରିଥିବା ସୂଚନା ମିଳିଛି । ଏହି ବୋମାମାଡରେ ଶିଶୁ ଓ ମହିଳାଙ୍କ ସମେତ ମୋଟ ୩୦ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପାକିସ୍ତାନ ସେନା ପକ୍ଷରୁ ପାକିସ୍ତାନର ଉତ୍ତର ବଜିରିସ୍ତାନରେ ଆତଙ୍କବାଦୀଙ୍କ ଆକ୍ରମଣରେ ଅତିକମରେ ୮ ସେନାଙ୍କ ମୃତ୍ୟୁ ହେବା ପରେ ପାକିସ୍ତାନ ଏହି ବୋମାମାଡ କରିଛି । ଏହି ଆକ୍ରମଣ ପରେ ତାଲିବାନ ଅସନ୍ତୁଷ୍ଟ ପ୍ରକାଶ କରି ପାକିସ୍ତାନର ରାଷ୍ଟ୍ରଦୂତ ମସୁର ଅହମ୍ମଦ ଖାଁଙ୍କୁ ଆଗକୁ ଏପରି କାର୍ଯ୍ୟ ନ କରିବକୁ ଚେତାବନୀ ଦେଇଛି । ଏହି ଆକ୍ରମଣ ପରେ ପାକିସ୍ତାନ ତହରିକ-ଏ-ତାଲିବାନ(ଟିଟିପି)ଏକ ବୟାନ ଜାରି କରି ଆଫଗାନିସ୍ତାନରେ ପାକିସ୍ତାନ ଆକ୍ରମଣ କରିଥିବା କଥା କହିଛନ୍ତି । ସଙ୍ଗଠନ କହିଛି, ବୋମା ଯୋଗେ ଉଡାଇ ଦେବାକୁ ପ୍ରବାସୀ ଶିବିରକୁ ଟାର୍ଗେଟ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ରହଣି ସମୟରେ ସନ୍ତାନ ଜନ୍ମ କଲେ ଭିସା ବାତିଲ, ପ୍ରଭାବିତ ହେବେ ଅନେକ ଭାରତୀୟ

ନୂଆଦିଲ୍ଲୀ,୧୧ା୧୨: ଆମେରିକାରେ ନାଗରିକତ୍ୱ ହାସଲ କରିବା ପାଇଁ ‘ଜନ୍ମ ପର୍ଯ୍ୟଟନ’କୁ ବନ୍ଦ କରିବା ଲକ୍ଷ୍ୟରେ ଆମେରିକା ଭିସା ନିୟମକୁ କଡ଼ାକଡ଼ି କରିଛି। ଭାରତରେ ଥିବା ଆମେରିକା...

ଗୋଲ୍ଡ କାର୍ଡ ଲଞ୍ଚ୍‌କଲେ ଟ୍ରମ୍ପ୍‌: ଜାଣନ୍ତୁ…

ଓ୍ବାଶିଂଟନ୍‌,୧୧ା୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ୧ ନିୟୁତ ଡଲାର ମୂଲ୍ୟର ‘ଟ୍ରମ୍ପ୍‌ ଗୋଲ୍ଡ କାର୍ଡ’ ଲଞ୍ଚ୍‌ କରିଛନ୍ତି। ଏହି ଭିଜା କାର୍ଯ୍ୟକ୍ରମ ଆପ୍ରବାସୀଙ୍କୁ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri