ଆଇଏସ୍‌ଆଇ ମୁଖ୍ୟଙ୍କୁ ହଟାଇବାକୁ ଚାହୁଁଛି ପାକ୍‌ ସେନା

ଇସ୍‌ଲାମାବାଦ, ୨୩ା୯: ତାଲିବାନ୍‌ ସରକାରରେ ପାକିସ୍ତାନର ହସ୍ତକ୍ଷେପ ଯୋଗୁ ଆଫଗାନିସ୍ତାନରେ ଅସ୍ଥିରତା ଦେଖାଦେଇଛି। ତାଲିବାନ୍‌ ସରକାରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବାକୁ ପାକ୍‌ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ମୁଖ୍ୟ ଫୈଜ ହମିଦ ଯୋଜନା ଚଳାଇଥିବାବେଳେ ସେନା ମୁଖ୍ୟ କମର ଜାଭେଦ ବାଜ୍‌ଓ୍ବାଙ୍କ ସହ ବିବାଦ ଉପୁଜିଛି। ଏପରି କି ହମିଦ୍‌ଙ୍କୁ ପଦରୁ ହଟାଇବାକୁ ବାଜଓ୍ବା ଚେଷ୍ଟା କରୁଥିବା ଗୋଇନ୍ଦା ବିଭାଗ ସୂତ୍ରରୁ ଜଣାପଡ଼ିଛି। ତେବେ ସ୍ପାଏ ଏଜେନ୍ସି ଉପରେ ହମିଦ୍‌ଙ୍କ ଅଧିକ ପ୍ରଭାବ ଯୋଗୁ ବାଜ୍‌ଓ୍ବାଙ୍କ ଉଦ୍ୟମ ସଫଳ ହୋଇପାରୁ ନାହିଁ।
ବର୍ଷ ଧରି ଆଇଏସ୍‌ଆଇ ତାଲିବାନୀଙ୍କୁ ଦାୟିତ୍ୱ ନେବା ସହ ସେମାନଙ୍କୁ ଆଫଗାନିସ୍ତାନ ମାଟିରେ ନିଜ ସ୍ବାର୍ଥ ପୂରଣ ଉଦ୍ଦେଶ୍ୟରେ ବ୍ୟବହାର କରିଆସିଛି। ଏବେ ତାଲିବାନ୍‌ ସେଠାରେ ସରକାର ଗଢ଼ିଥିବାବେଳେ ସେଠାକାର ନିଷ୍ପତ୍ତି ଉପରେ ପାକ୍‌ ସେନାର ପ୍ରଭାବ ରହୁ ବୋଲି ବାଜଓ୍ବା ଚାହୁଁଛନ୍ତି। କିନ୍ତୁ ହମିଦ୍‌ ତାହା କରାଇ ଦେଉ ନ ଥିବା ଜଣାପଡ଼ିଛି। ତାଲିବାନ୍‌ର ପ୍ରମୁଖ ନେତା ଓ ସଦସ୍ୟଙ୍କ ସହ ଆଇଏସ୍‌ଆଇର ସିଧାସଳଖ ଲିଙ୍କ୍‌ ରହିଛି। ଆଫଗାନିସ୍ତାନରେ ଆଇଏସ୍‌ଆଇର ପ୍ରମୁଖ ଲଢ଼ୁଆ ଏବଂ ରଣନୀତିକାର ମଧ୍ୟ ରହିଛନ୍ତି। ଆଫଗାନିସ୍ତାନକୁ ଆସୁଥିବା ଅର୍ଥ ଓ ସହାୟତାରେ ଆଇଏସ୍‌ଆଇ ନିଜର ଭାଗ ଚାହୁଁଛି। ସେପଟେ ବାଜଓ୍ବା ମଧ୍ୟ ସେଠାରେ ନିଜ ପ୍ରଭାବ ବଢ଼ାଇବାକୁ ଉଦ୍ୟମ କରୁଥିବାବେଳେ ହମିଦ୍‌ ତାଙ୍କୁ ରୋକୁଥିବା ଜଣାଯାଇଛି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନ୍ତର୍କନ୍ଦଳ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବିଶ୍ୱର ଏକତୃତୀୟାଂଶ ଟିକା ନେଇନାହାନ୍ତି’

ଜେନେଭା,୩୧।୩: କେତେକ ଧନୀ ଦେଶରେ କୋଭିଡ୍‌ ଟିକାର ଚତୁର୍ଥ ଓ ପଞ୍ଚମ ଡୋଜ୍‌ ଦିଆଗଲାଣି। ଅଥଚ ବିଶ୍ୱ ଜନସଂଖ୍ୟାର ଏକ-ତୃତୀୟଂଶ ଏପର୍ଯ୍ୟନ୍ତ ଟିକାର ଗୋଟିଏ ହେଲେ...

ଡବ୍ଲ୍ୟୁଏଚ୍‌ଓର ଚେତାବନୀ, ଟଳିନି କରୋନା ବିପଦ…

ଜେନେଭା, ୩୧।୩ : କରୋନା ମହାମାରୀ ନେଇ ବିଶ୍ୱ ସ୍ବାସ୍ଥ୍ୟ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଜାରି କରାଯାଇଛି। ସଂଗଠନ ପକ୍ଷରୁ ପ୍ରକାଶିତ କରୋନା ସମ୍ବନ୍ଧୀୟ ରିପୋର୍ଟରେ ଉଲ୍ଲେଖ...

ରୁଷିଆରେ ଖବରଦାତାଙ୍କ କାର୍ଯ୍ୟ ବନ୍ଦ କଲା ବିବିସି

ଲଣ୍ଡନ,୫।୩ : ରୁଷିଆ ପାର୍ଲାମେଣ୍ଟର ନିମ୍ନ ସଦନ(ଡୁମା) ଶୁକ୍ରବାର ଏକ ନୂଆ ଆଇନ ଅନୁମୋଦନ କରିଛି। ଏଥିରେ ରୁଷିଆ ସଶସ୍ତ୍ର ବାହିନୀ ବିରୋଧରେ ମିଥ୍ୟା ଖବର...

ଜି-୭ରେ ମୋଦି

ବିଆରିଜ୍‌,୨୬ା୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଫ୍ରାନ୍ସର ବିଆରିଜ୍‌ରେ ଆୟୋଜିତ ତିନିଦିନିଆ ଜି-୭ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି। ସେ ବାହାରିନ୍‌ରୁ ଫ୍ରାନ୍ସ ଯାଇ ସମ୍ମିଳନୀରେ...

ପୁଣି ବିଶ୍ୱର ୧ ନମ୍ବର ଧନୀ ହେଲେ ମସ୍କ

ଓ୍ବାଶିଂଟନ୍‌,୨୮।୨: ଟେସଲା ସିଇଓ ଏଲନ ମସ୍କ ପୁଣି ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି। ଗତ ବର୍ଷ ଅଧିକ କ୍ଷତି ହେତୁ ବିଶ୍ୱର କୋଟିପତି...

ସୁଦାନରେ ଜୈବିକ ବୋମା ବିକଶିତ କରାଯିବା ଆଶଙ୍କା: ଡବ୍ଲୁଏଚଓ ଚେତାବନୀ…

ଜେନେଭା,୨୬।୪ : ଆଫ୍ରିକୀୟ ଦେଶ ସୁଦାନରେ ଚାଲିଥିବା ହିଂସା ମଧ୍ୟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଏକ ଭୟଙ୍କର ଚେତାବନୀ ଦେଇଛି। ଡବ୍ଲୁଏଚଓ କହିଛି, ସୁଦାନରେ ରାପିଡ...

କାନାଡାରେ ପହଞ୍ଚିଲା ‘ଓମିକ୍ରନ’

ଓଟାୱା,୨୯ ।୧୧: କରୋନା ଭାଇରସର ନୂଆ ରୂପ ‘ଓମିକ୍ରନ’ ଏବେ ସାରା ବିଶ୍ୱର ନିଦ ହଜାଇ ଦେଇଛି । ସବୁ ଭାରିଏଣ୍ଟଠାରୁ ଏହା ମାରାତ୍ମକ ବୋଲି...

ଏସ୍‌ସିଓ ବୈଠକରେ ମୋଦିଙ୍କ ସମ୍ବୋଧନ, ଏହି ୧୦ କଥା ଉପରେ ଦେଲେ ଗୁରୁତ୍ୱ

ସମରକନ୍ଦ,୧୬ା୯: ଉଜବେକିସ୍ତାନର ସମରକନ୍ଦ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ...

Advertisement
Archives

Model This Week