ବାସ୍ତୁ ଅନୁଯାୟୀ ଝରଣା ପେଣ୍ଟିଂ, ଘରେ ଲଗାଇଲେ ମିଳିବ ଶୁଭଫଳ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଝରଣାର ପେଣ୍ଟିଂ ହେଉ ଅବା ଫଟୋକୁ ଘରେ ଲଗାଇବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ। କିନ୍ତୁ ଏହାକୁ ନେଇ କିଛିଟା ନିୟମ ରହିଛି; ଯାହାକୁ ମାନିବା ଓ ନ ମାନିବା ଦ୍ୱାରା କ’ଣ ପ୍ରଭାବ ରହିବ ଜାଣନ୍ତୁ ସେ ସମ୍ପର୍କରେ…

* ଜଳର ସମ୍ପର୍କ ଧନ ସହିତ ମଧ୍ୟ ରହିଛି। ତେଣୁ ଘରର କାନ୍ଥରେ ଝରଣାର ପେଣ୍ଟିଂ ଲଗାଇବା ଦ୍ୱାରା ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ ହୋଇଥାଏ; ଯାହା ଫଳରେ ଘରେ ସୁଖ, ସମୃଦ୍ଧିର ବୃଦ୍ଧି ଘଟିଥାଏ ବୋଲି ବିଶ୍ୱାସ ରହିଛି।

* ଝରଣାର ପେଣ୍ଟିଂ ହେଉ ଅବା ଫଟୋକୁ ଘରେ ଏମିତି ସ୍ଥାନରେ ଲଗାଇବା ଦରକାର, ଯେମିତିକି ପାଣିର ଧାରା ଘର ଭିତର ଆଡକୁ ଯାଉଥିବା ପରି ପ୍ରତୀୟମାନ ହେଉଥିବ। କାରଣ ଘର ଭିତରକୁ ପାଣି ପ୍ରବେଶ କରିବାର ଚିତ୍ର ଶୁଭ ସଙ୍କେତ ଦେଇଥାଏ।

* ଅତି ବଡ଼ ସାଇଜ୍‌ର ଝରଣାର ପେଣ୍ଟିଂ ହେଉ ଅବା ଫଟୋକୁ ଘରେ ଲଗାଇବା ଠିକ୍‌ ନୁହେଁ। କାରଣ ଏହା ଘରର ସୌନ୍ଦର୍ଯ୍ୟ ବଢାଇବା ପରିବର୍ତ୍ତେ କମାଇଥାଏ। ତା’ସହିତ ସକାରାତ୍ମକ ଊର୍ଜ୍ଜା ଉପରେ ବି ଖରାପ ପ୍ରଭାବ ପକାଇଥାଏ।

* ଘରର ଉତ୍ତର ଦିଗରେ ଥିବା କାନ୍ଥରେ ଝରଣାର ପେଣ୍ଟିଂ ଲଗାଇବା ଧନବୃଦ୍ଧି ଓ ସୁଖଶାନ୍ତିର ସଙ୍କେତ ଦେଇଥାଏ। ପୂର୍ବ ଓ ପଶ୍ଚିମ ଦିଗରେ ବି ଲଗାଇହେବ କିନ୍ତୁ ଦକ୍ଷିଣ ଦିଗରେ ଲଗାଇଲେ ଏହା ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।

* ବେଡ୍‌ରୁମ୍‌ରେ ବି ଝରଣାର ପେଣ୍ଟିଂ ଲଗାଇବା ଠିକ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ…

କ୍ରିକେଟ ଖେଳୁଥିବା ବେଳେ ଯୁବକଙ୍କ ଉପରେ ହେଲା ବଜ୍ରପାତ: ଟଳିପଡ଼ିଲେ…

ମୋହନା,୧୬।୫(ମନ୍ମଥ ମିଶ୍ର ):  ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଶୁଲୁବା ଗାଁ ରେ ଅଘଟଣ ଘଟିଛି।  ଗାଁ ନିକଟସ୍ଥ ଏକ ପଡିଆରେ ବୟନ୍ତ…

ସନ୍ତରଣରେ ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର

ରାଉରକେଲା,୧୫।୫(ବିପ୍ଳବ ରଞ୍ଜନ ଦାଶ): ନବଗଠିତ ଜିଲା ସୁଇମିଂ ଆସୋସିଏଶନ ପକ୍ଷରୁ ବିର୍ସାମୁଣ୍ଡା ଆଥଲେଟିକ ସୁଇମିଂ ପୁଲ୍‌ରେ ଜିଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି। ବିଭିନ୍ନ…

୫ଟଙ୍କା ଶସ୍ତା ହେଲା ପେଟ୍ରୋଲ; ଏହି ସରକାର କମାଇଲେ ତେଲଦାମ୍‌

ଇସଲାମାବଦ,୧୬।୫: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଅନେକ ଦେଶକୁ ପ୍ରଭାବିତ କରୁଛି। ଯେତେବେଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପରିବର୍ତ୍ତନ ଘଟେ, ଏହାର ତୁରନ୍ତ ପ୍ରଭାବ ସାଧାରଣ ଲୋକଙ୍କ…

୩୩ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦିବ୍ୟାଙ୍ଗ ମହିଳା ଗୁରୁତର

ନନ୍ଦପୁର,୧୬ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମର ଚାଷଜମି ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ଲାଇନର ଖୁଣ୍ଟ ଓ ତାର…

ଧରମ ଝିଅକୁ ୫ମାସର ଗର୍ଭବତୀ କରି ୨୦ବର୍ଷ ଜେଲ ଗଲେ ଦିବ୍ୟାଙ୍ଗ ବାପା।

କଳିଙ୍ଗନଗର, ୧୬।୫ (ଶୁଭାଶିଷ ରାଉତ): ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ହୋଇଛି।…

ଗୃହ ବିଭାଗ ନିଜ ପାଖରେ ରଖିଲେ ବିଜୟ

ଚେନ୍ନାଇ,୧୬।୫: ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ସୁପାରିଶ ଉପରେ କାର୍ଯ୍ୟ କରି ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ରାଜ୍ୟର ନୂତନ କ୍ୟାବିନେଟକୁ ବିଭାଗ ଆବଣ୍ଟନ କରିଛନ୍ତି।…

ଶକ୍ତି ସଙ୍କଟକୁ ନେଇ ବଡ଼ ଚେତାବନୀ ଦେଲେ ମୋଦି

ଆମଷ୍ଟରଡମ,୧୬।୫: ନେଦରଲ୍ୟାଣ୍ଡସର ହେଗରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକୁ ଶକ୍ତି ସଙ୍କଟ ବିଷୟରେ ସତର୍କ କରାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri