ଯନ୍ତ୍ରଣାଦାୟକ ବଟିକା

ଥଣ୍ଡା, କାଶ, ଜ୍ୱର, ମୁଣ୍ଡବିନ୍ଧା ଆଦି ଲକ୍ଷଣ ପ୍ରକାଶ ପାଇଲେ ନିକଟରେ ଥିବା ଔଷଧ ଦୋକାନରୁ ଅଧିକାଂଶ ଭାରତୀୟ ଆଣ୍ଟିବାୟୋଟିକ୍ସ ଆଣି ଚଟାପଟ୍‌ ସେବନ କରିଦିଅନ୍ତି। ବହୁ ଜାଗାରେ ପାନଦୋକାନରେ ମଧ୍ୟ ଏଗୁଡ଼ିକ ଉପଲବ୍ଧ ହେଉଥିବାରୁ ରୋଗୀ ତତ୍‌କ୍ଷଣାତ୍‌ ଉପଶମ ପାଇବା ପାଇଁ ବିନା ଡାକ୍ତରୀ ପରାମର୍ଶରେ ଏସବୁ କିଣିଥାଆନ୍ତି। ଏହାର ନକାରାତ୍ମକ ପ୍ରଭାବ ବିଷୟରେ ବହୁ ଲୋକ ଜାଣିପାରୁ ନ ଥିବାରୁ ଅନେକ ସମୟରେ ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍ସ ଇନ୍‌ଫେକ୍‌ସନ୍ସର ଶିକାର ହେଉଛନ୍ତି। ଅର୍ଥାତ୍‌ ମଣିଷ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ଏସବୁ ଔଷଧ ବଢ଼ାଇବା ପରିବର୍ତ୍ତେ ଦୁର୍ବଳ କରିଦେଉଛି। ସ୍ଥଳବିଶେଷରେ ଲୋକଙ୍କ ଜୀବନ ଯାଉଛି। ନିକଟରେ ବ୍ରିଟେନ୍‌ର ସ୍ବାସ୍ଥ୍ୟ ନିରାପତ୍ତା ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅତ୍ୟନ୍ତ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଏଥିରେ କୁହାଯାଇଛି ଯେ, ୨୦୨୨ରେ ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍ସ ଇନ୍‌ଫେକ୍‌ସନ୍ସରେ ୫୮,୨୨୪ ଲୋକଙ୍କ ପ୍ରାଣ ଯାଇଥିଲା, ଯାହାକି ୨୦୨୧ ତୁଳନାରେ ୪ ପ୍ରତିଶତ ଅଧିକ। ଭାରତରେ ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି ଯେ, ପ୍ରତିବର୍ଷ ଦେଶରେ ଏହି କାରଣରୁ ୬୦ ହଜାରରୁ ଅଧିକ ନବଜାତ ଶିଶୁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏହି ତଥ୍ୟକୁ ଦେଖିଲେ ଦେଶର ଅନ୍ୟାନ୍ୟ ବର୍ଗଙ୍କ ସ୍ଥିତି କେତେ ଗମ୍ଭୀର ହୋଇଥିବ, ତାହା ଅନୁମେୟ। ୨୭ ନଭେମ୍ବର ୨୦୨୩ରେ ରାଜସ୍ଥାନର ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ଚିନ୍ତା ପ୍ରକଟ କରି ସ୍କୁଲସ୍ତରରୁ ସଚେତନତା ସୃଷ୍ଟି କରିବା ଲାଗି ଲକ୍ଷ୍ୟ ରଖିଛି। ବେଆଇନ ଭାବେ ବ୍ୟବହୃତ ଆଣ୍ଟିବାୟୋଟିକ୍ସକୁ ପ୍ରତିହତ ସକାଶେ ଭିଡିଓ, ଚିତ୍ରାଙ୍କନ ପ୍ରତିଯୋଗିତା, ପୋଷ୍ଟର ପ୍ରସ୍ତୁତ ସହ ଏ ସମ୍ବନ୍ଧରେ ବକ୍ତୃତାମାଳା ଆୟୋଜନ କରିବା ଲାଗି ଯୋଜନା କରିଥିବା ସରକାରୀ ଭାବେ କୁହାଯାଇଛି। ଏହା ନିଶ୍ଚିତ ଭାବେ ଅନ୍ୟ ପ୍ରାନ୍ତରର ସରକାରଙ୍କୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଲାଗି ବାଧ୍ୟ କରିବା କଥା।
ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍ସ ଇନ୍‌ଫେକ୍‌ସନ୍ସକୁ ଏବେ ନୀରବ ମହାମାରୀ (ସାଇଲେଣ୍ଟ ପାଣ୍ଡେମିକ୍‌) ଆଖ୍ୟା ଦିଆଗଲାଣି। କେବଳ ଏତିକି ନୁହେଁ, ଆଣ୍ଟିବାୟୋଟିକ୍‌ ବଟିକାକୁ ସେବନ କରାଯିବା ପରେ ମିଳୁଥିବା ଯନ୍ତ୍ରଣାକୁ ଦେଖି ବିଶେଷଜ୍ଞମାନେ ତାହାକୁ ‘ପିଲ୍‌ ପେନ୍‌’ କହିଲେଣି। ରୋଗ ଉପଶମ କରିବ କ’ଣ ସେଗୁଡ଼ିକ ଯନ୍ତ୍ରଣାଦାୟକ ହୋଇଯାଉଛି। ଦେଖାଯାଉଛି, ଯକ୍ଷ୍ମା, ଏଚ୍‌ଆଇଭି ଓ ମ୍ୟାଲେରିଆ ଭଳି ରୋଗରେ ଆଣ୍ଟିବାୟୋଟିକ୍ସର ବହୁଳ ବ୍ୟବହାର ଭାରତ ପାଇଁ ଅଭିଶାପ ପାଲଟିଛି। ଉଦାହରଣ ସ୍ବରୂପ, କେବଳ ଯକ୍ଷ୍ମା କ୍ଷେତ୍ରରେ ଭାରତ ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍ସ ସଂକ୍ରମଣରେ ପ୍ରତିବର୍ଷ ୯୯ ହଜାର ରୋଗୀଙ୍କୁ ଯୋଡ଼ୁଛି। ପାଶ୍ଚାତ୍ୟ ରାଷ୍ଟ୍ରରେ ନିଷିଦ୍ଧ ହୋଇଥିବା ଅନେକ ଆଣ୍ଟିବାୟୋଟିକ୍ସ ଭାରତରେ ପ୍ରସ୍ତୁତ କରାଯିବା ସହିତ ବହୁଳ ବିକ୍ରି ହେଉଛି। ଭାରତୀୟ ଔଷଧ ବଜାର ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ୨୦୨୦ରେ ମାର୍କେଟରେ ଉପଲବ୍‌ଧ ଆଣ୍ଟିବାୟୋଟିକ୍ସ ମଧ୍ୟରୁ ୭୦.୪ ପ୍ରତିଶତ ବେଆଇନ ବା ନିଷିଦ୍ଧ ବର୍ଗର। ଏହା ପଛରେ ଔଷଧ ନିର୍ମାତାଙ୍କ ଲାଭଖୋର ମନୋଭାବ ଦାୟୀ ବୋଲି କୁହାଯାଇପାରେ। ଅନ୍ୟପକ୍ଷରେ ଔଷଧ ପ୍ରମାଣନ ଦେଉଥିବା ସଂସ୍ଥାର କର୍ତ୍ତୃପକ୍ଷ ମଧ୍ୟ ଲୋକଙ୍କ ହିତକୁ ଅଣଦେଖା କରି କମ୍ପାନୀଗୁଡ଼ିକ ସ୍ବାର୍ଥକୁ ଅଗ୍ରାଧିକାର ଦେଉଛନ୍ତି। ଏଭଳି ଜୋର୍‌ ଦେଇ କହିବାର ତାତ୍ପର୍ଯ୍ୟ ଅତି ସ୍ପଷ୍ଟ। ଯଦି ଔଷଧ ନିୟାମକ ସଂସ୍ଥା କୌଣସି ଆଣ୍ଟିବାୟୋଟିକ୍ସକୁ ନିଷିଦ୍ଧ କରିଛି, ତାହା ପୁନଶ୍ଚ ବଜାରରେ ଉପଲବ୍ଧ ହେବା ଅସଙ୍ଗତିକୁ ସୂଚିତ କରୁଛି। ଡାକ୍ତରମାନେ ମଧ୍ୟ ଆଣ୍ଟିବାୟୋଟିକ୍ସ ଲେଖିଲା ବେଳେ ଏହି ଦିଗ ପ୍ରତି ଯତ୍ନବାନ ହେବା ଜରୁରୀ। ଏଥିସହିତ ବ୍ୟାପକ ସଚେତନତା ସୃଷ୍ଟି କରାଗଲେ ହୁଏତ ଆଣ୍ଟିବାୟୋଟିକ୍ସଜନିତ ସଂକ୍ରମଣକୁ ରୋକାଯାଇପାରନ୍ତା।

ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍ସ ଇନ୍‌ଫେକ୍‌ସନ୍ସକୁ ଏବେ ନୀରବ ମହାମାରୀ (ସାଇଲେଣ୍ଟ ପାଣ୍ଡେମିକ୍‌) ଆଖ୍ୟା ଦିଆଗଲାଣି। କେବଳ ଏତିକି ନୁହେଁ, ଆଣ୍ଟିବାୟୋଟିକ୍‌ ବଟିକାକୁ ସେବନ କରାଯିବା ପରେ ମିଳୁଥିବା ଯନ୍ତ୍ରଣାକୁ ଦେଖି ବିଶେଷଜ୍ଞମାନେ ତାହାକୁ ‘ପିଲ୍‌ ପେନ୍‌’ କହିଲେଣି। ରୋଗ ଉପଶମ କରିବ କ’ଣ ସେଗୁଡ଼ିକ ଯନ୍ତ୍ରଣାଦାୟକ ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri