ଯନ୍ତ୍ରଣାଦାୟକ ବଟିକା

ଥଣ୍ଡା, କାଶ, ଜ୍ୱର, ମୁଣ୍ଡବିନ୍ଧା ଆଦି ଲକ୍ଷଣ ପ୍ରକାଶ ପାଇଲେ ନିକଟରେ ଥିବା ଔଷଧ ଦୋକାନରୁ ଅଧିକାଂଶ ଭାରତୀୟ ଆଣ୍ଟିବାୟୋଟିକ୍ସ ଆଣି ଚଟାପଟ୍‌ ସେବନ କରିଦିଅନ୍ତି। ବହୁ ଜାଗାରେ ପାନଦୋକାନରେ ମଧ୍ୟ ଏଗୁଡ଼ିକ ଉପଲବ୍ଧ ହେଉଥିବାରୁ ରୋଗୀ ତତ୍‌କ୍ଷଣାତ୍‌ ଉପଶମ ପାଇବା ପାଇଁ ବିନା ଡାକ୍ତରୀ ପରାମର୍ଶରେ ଏସବୁ କିଣିଥାଆନ୍ତି। ଏହାର ନକାରାତ୍ମକ ପ୍ରଭାବ ବିଷୟରେ ବହୁ ଲୋକ ଜାଣିପାରୁ ନ ଥିବାରୁ ଅନେକ ସମୟରେ ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍ସ ଇନ୍‌ଫେକ୍‌ସନ୍ସର ଶିକାର ହେଉଛନ୍ତି। ଅର୍ଥାତ୍‌ ମଣିଷ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ଏସବୁ ଔଷଧ ବଢ଼ାଇବା ପରିବର୍ତ୍ତେ ଦୁର୍ବଳ କରିଦେଉଛି। ସ୍ଥଳବିଶେଷରେ ଲୋକଙ୍କ ଜୀବନ ଯାଉଛି। ନିକଟରେ ବ୍ରିଟେନ୍‌ର ସ୍ବାସ୍ଥ୍ୟ ନିରାପତ୍ତା ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅତ୍ୟନ୍ତ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଏଥିରେ କୁହାଯାଇଛି ଯେ, ୨୦୨୨ରେ ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍ସ ଇନ୍‌ଫେକ୍‌ସନ୍ସରେ ୫୮,୨୨୪ ଲୋକଙ୍କ ପ୍ରାଣ ଯାଇଥିଲା, ଯାହାକି ୨୦୨୧ ତୁଳନାରେ ୪ ପ୍ରତିଶତ ଅଧିକ। ଭାରତରେ ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି ଯେ, ପ୍ରତିବର୍ଷ ଦେଶରେ ଏହି କାରଣରୁ ୬୦ ହଜାରରୁ ଅଧିକ ନବଜାତ ଶିଶୁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏହି ତଥ୍ୟକୁ ଦେଖିଲେ ଦେଶର ଅନ୍ୟାନ୍ୟ ବର୍ଗଙ୍କ ସ୍ଥିତି କେତେ ଗମ୍ଭୀର ହୋଇଥିବ, ତାହା ଅନୁମେୟ। ୨୭ ନଭେମ୍ବର ୨୦୨୩ରେ ରାଜସ୍ଥାନର ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ଚିନ୍ତା ପ୍ରକଟ କରି ସ୍କୁଲସ୍ତରରୁ ସଚେତନତା ସୃଷ୍ଟି କରିବା ଲାଗି ଲକ୍ଷ୍ୟ ରଖିଛି। ବେଆଇନ ଭାବେ ବ୍ୟବହୃତ ଆଣ୍ଟିବାୟୋଟିକ୍ସକୁ ପ୍ରତିହତ ସକାଶେ ଭିଡିଓ, ଚିତ୍ରାଙ୍କନ ପ୍ରତିଯୋଗିତା, ପୋଷ୍ଟର ପ୍ରସ୍ତୁତ ସହ ଏ ସମ୍ବନ୍ଧରେ ବକ୍ତୃତାମାଳା ଆୟୋଜନ କରିବା ଲାଗି ଯୋଜନା କରିଥିବା ସରକାରୀ ଭାବେ କୁହାଯାଇଛି। ଏହା ନିଶ୍ଚିତ ଭାବେ ଅନ୍ୟ ପ୍ରାନ୍ତରର ସରକାରଙ୍କୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଲାଗି ବାଧ୍ୟ କରିବା କଥା।
ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍ସ ଇନ୍‌ଫେକ୍‌ସନ୍ସକୁ ଏବେ ନୀରବ ମହାମାରୀ (ସାଇଲେଣ୍ଟ ପାଣ୍ଡେମିକ୍‌) ଆଖ୍ୟା ଦିଆଗଲାଣି। କେବଳ ଏତିକି ନୁହେଁ, ଆଣ୍ଟିବାୟୋଟିକ୍‌ ବଟିକାକୁ ସେବନ କରାଯିବା ପରେ ମିଳୁଥିବା ଯନ୍ତ୍ରଣାକୁ ଦେଖି ବିଶେଷଜ୍ଞମାନେ ତାହାକୁ ‘ପିଲ୍‌ ପେନ୍‌’ କହିଲେଣି। ରୋଗ ଉପଶମ କରିବ କ’ଣ ସେଗୁଡ଼ିକ ଯନ୍ତ୍ରଣାଦାୟକ ହୋଇଯାଉଛି। ଦେଖାଯାଉଛି, ଯକ୍ଷ୍ମା, ଏଚ୍‌ଆଇଭି ଓ ମ୍ୟାଲେରିଆ ଭଳି ରୋଗରେ ଆଣ୍ଟିବାୟୋଟିକ୍ସର ବହୁଳ ବ୍ୟବହାର ଭାରତ ପାଇଁ ଅଭିଶାପ ପାଲଟିଛି। ଉଦାହରଣ ସ୍ବରୂପ, କେବଳ ଯକ୍ଷ୍ମା କ୍ଷେତ୍ରରେ ଭାରତ ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍ସ ସଂକ୍ରମଣରେ ପ୍ରତିବର୍ଷ ୯୯ ହଜାର ରୋଗୀଙ୍କୁ ଯୋଡ଼ୁଛି। ପାଶ୍ଚାତ୍ୟ ରାଷ୍ଟ୍ରରେ ନିଷିଦ୍ଧ ହୋଇଥିବା ଅନେକ ଆଣ୍ଟିବାୟୋଟିକ୍ସ ଭାରତରେ ପ୍ରସ୍ତୁତ କରାଯିବା ସହିତ ବହୁଳ ବିକ୍ରି ହେଉଛି। ଭାରତୀୟ ଔଷଧ ବଜାର ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ୨୦୨୦ରେ ମାର୍କେଟରେ ଉପଲବ୍‌ଧ ଆଣ୍ଟିବାୟୋଟିକ୍ସ ମଧ୍ୟରୁ ୭୦.୪ ପ୍ରତିଶତ ବେଆଇନ ବା ନିଷିଦ୍ଧ ବର୍ଗର। ଏହା ପଛରେ ଔଷଧ ନିର୍ମାତାଙ୍କ ଲାଭଖୋର ମନୋଭାବ ଦାୟୀ ବୋଲି କୁହାଯାଇପାରେ। ଅନ୍ୟପକ୍ଷରେ ଔଷଧ ପ୍ରମାଣନ ଦେଉଥିବା ସଂସ୍ଥାର କର୍ତ୍ତୃପକ୍ଷ ମଧ୍ୟ ଲୋକଙ୍କ ହିତକୁ ଅଣଦେଖା କରି କମ୍ପାନୀଗୁଡ଼ିକ ସ୍ବାର୍ଥକୁ ଅଗ୍ରାଧିକାର ଦେଉଛନ୍ତି। ଏଭଳି ଜୋର୍‌ ଦେଇ କହିବାର ତାତ୍ପର୍ଯ୍ୟ ଅତି ସ୍ପଷ୍ଟ। ଯଦି ଔଷଧ ନିୟାମକ ସଂସ୍ଥା କୌଣସି ଆଣ୍ଟିବାୟୋଟିକ୍ସକୁ ନିଷିଦ୍ଧ କରିଛି, ତାହା ପୁନଶ୍ଚ ବଜାରରେ ଉପଲବ୍ଧ ହେବା ଅସଙ୍ଗତିକୁ ସୂଚିତ କରୁଛି। ଡାକ୍ତରମାନେ ମଧ୍ୟ ଆଣ୍ଟିବାୟୋଟିକ୍ସ ଲେଖିଲା ବେଳେ ଏହି ଦିଗ ପ୍ରତି ଯତ୍ନବାନ ହେବା ଜରୁରୀ। ଏଥିସହିତ ବ୍ୟାପକ ସଚେତନତା ସୃଷ୍ଟି କରାଗଲେ ହୁଏତ ଆଣ୍ଟିବାୟୋଟିକ୍ସଜନିତ ସଂକ୍ରମଣକୁ ରୋକାଯାଇପାରନ୍ତା।

ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍ସ ଇନ୍‌ଫେକ୍‌ସନ୍ସକୁ ଏବେ ନୀରବ ମହାମାରୀ (ସାଇଲେଣ୍ଟ ପାଣ୍ଡେମିକ୍‌) ଆଖ୍ୟା ଦିଆଗଲାଣି। କେବଳ ଏତିକି ନୁହେଁ, ଆଣ୍ଟିବାୟୋଟିକ୍‌ ବଟିକାକୁ ସେବନ କରାଯିବା ପରେ ମିଳୁଥିବା ଯନ୍ତ୍ରଣାକୁ ଦେଖି ବିଶେଷଜ୍ଞମାନେ ତାହାକୁ ‘ପିଲ୍‌ ପେନ୍‌’ କହିଲେଣି। ରୋଗ ଉପଶମ କରିବ କ’ଣ ସେଗୁଡ଼ିକ ଯନ୍ତ୍ରଣାଦାୟକ ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri