ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ପାଇଲେ ସାହିତ୍ୟ ଭାରତୀ ସମ୍ମାନ

କଟକ ଅଫିସ,୨୦ା୩:ସାହିତ୍ୟ ସବୁବେଳେ ବେଦନାର ଭାଷାକୁ ରୂପାୟିତ କରିଥାଏ। ମଣିଷ ଯେତେବେଳେ ସଭ୍ୟ ହେଲା ସେତେବେଳେ ସାହିତ୍ୟକୁ ଚିହ୍ନିଲା। ସାହିତ୍ୟ ଏକ ଆଧ୍ୟାତ୍ମିକ ଶକ୍ତି। ଏହା ମାନବତାକୁ ଉତ୍ତରଣକୁ ନେଇଯାଏ। ମଣିଷର ବ୍ୟଥା ଓ ବେଦନାରୁ ସାହିତ୍ୟ ସୃଷ୍ଟି ହୋଇଥାଏ ବୋଲି କବି ଡ. ଅପର୍ଣ୍ଣା ମହାନ୍ତି କହିଛନ୍ତି। ଗଙ୍ଗାଧର ରଥ ଫାଉଣ୍ଡେଶନ ପକ୍ଷରୁ କଟକ କଳାବିକାଶ କେନ୍ଦ୍ରରେ ରବିବାର ସନ୍ଧ୍ୟାରେ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ବକ୍ତା ଭାବେ ଡ. ଅପର୍ଣ୍ଣା ମହାନ୍ତି ଯୋଗଦେଇ କହିଥିଲେ, ମଣିଷ ଶୂନ୍ୟତା ଭିତରେ ପୂର୍ଣ୍ଣତାକୁ ଖୋଜିଲାବେଳେ ସାହିତ୍ୟକୁ ପାଇଲା। ସାହିତ୍ୟ ତଥାକଥିତ ମନୋରଞ୍ଜନ ନୁହେଁ। ଲୁହର ଜଳ ସିଞ୍ଚତ୍ ଭଲ ପାଇବାର ଲତା ସାହିତ୍ୟ ସୃଷ୍ଟିକରେ। ସାହିତ୍ୟର ଭାଷା ଛଳନା ବା କପଟତାର ଭାଷା ନୁହେଁ। ସାହିତ୍ୟର ଚରିତ୍ର ଥାଏ। ସାହିତି୍ୟକ ଭିତରେ ସ୍ପର୍ଦ୍ଧା ଥାଏ। ସାହିତି୍ୟକଙ୍କୁ ଦ୍ୱିତୀୟ ଈଶ୍ୱର ବୋଲି କୁହାଯାଏ। ସାହିତ୍ୟ ଭାରତୀ ଏହି ଈଶ୍ୱରମାନଙ୍କୁ ସର୍ବଦା ସମ୍ମାନର ଶୀର୍ଷରେ ବସାଇ ଆସିଛି। ସାହିତ୍ୟ ଭାରତୀ ଚରମ ବ୍ୟଥାକୁ ପରମ ଆନନ୍ଦରେ ପରିଣତ କରିଦିଏ ବୋଲି ସେ କହିଛନ୍ତି।
ଅନୁଷ୍ଠାନର ଟ୍ରଷ୍ଟି ଡ. ଜୟନ୍ତ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମାନ ପ୍ରଦାନ ସମାରୋହକୁ ମୁଖ୍ୟ ଅତିଥି ହାଇକୋର୍ଟ ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଉଦ୍‌ଘାଟନ କରି କହିଥିଲେ, ସାହିତ୍ୟର ବିକାଶ ଓ ସାହିତି୍ୟକମାନଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ ଗଙ୍ଗାଧର ରଥ ଫାଉଣ୍ଡେଶନ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଫାଉଣ୍ଡେଶନର ପ୍ରତିଷ୍ଠାତା ସାହିତି୍ୟକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେତେବେଳେ ଆରମ୍ଭ କରିଥିବା ପ୍ରୟାସ ସଫଳ ହୋଇଛି। ଏହି ଅବସରରେ ବିଶିଷ୍ଟ ସାହିତ୍ୟ ସାଧକ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କୁ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଡ. ଷଡ଼ଙ୍ଗୀ ତାଙ୍କୁ ମାନପତ୍ର, କୋଣାର୍କ ସୂର୍ଯ୍ୟମନ୍ଦିରର ଏକ ପ୍ରତିକୃତି ସହ ଏକ ଲକ୍ଷ ଟଙ୍କା ପୁରସ୍କାର ବାବଦ ଅର୍ଥ ପ୍ରଦାନ କରିଥିଲେ। ସେହିପରି ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ, କବି ଭଗବାନ ଜୟସିଂହଙ୍କୁ ଭାନୁଜି ରାଓ ସ୍ମାରକୀ ସମ୍ମାନ, କଥାକାର ମାନସୀ ଦାସଙ୍କୁ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଓ ରୌପ୍ୟ ଉପଢ଼ୌକନ ପ୍ରଦାନ କରାଯାଇଛି। ଏଥିସହ ଡ. ମୌସୁମୀ ପରିଡ଼ା ଏବଂ ରବିନାରାୟଣ ଦାଶଙ୍କୁ ସୁବ୍ରତ ରଥ ସ୍ମାରକୀ ପୁରସ୍କାରରେ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଓ ରୌପ୍ୟ ଉପଢ଼ୌକନ ପ୍ରଦାନ କରାଯାଇଥିଲା।
ପ୍ରଫେସର ଡ. ବିଜୟାନନ୍ଦ ସିଂହ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଫାଉଣ୍ଡେଶନର ସମ୍ପାଦକ ସୁସ୍ମିତା ରଥ ଧନ୍ୟବାଦ ଦେଇଥିଲେ। ବନ୍ଦିତା ଦାଶ, ବିଦ୍ୟୁତ୍‌ ମଞ୍ଜରୀ ପ୍ରଧାନ, ଲିପ୍‌ସିତା ରଥ ମାନପତ୍ର ପାଠ କରିଥିଲେ। ଅଳକା ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆଇନଜୀବୀ ସଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉଲ୍ଲେଖଯୋଗ୍ୟ, ଫାଉଣ୍ଡେଶନ ପକ୍ଷରୁ ୧୯୯୨ରୁ ଏପର୍ଯ୍ୟନ୍ତ ସାହିତ୍ୟ ଭାରତୀ ସମ୍ମାନ ସହିତ ବିଭିନ୍ନ ସମ୍ମାନ କୃତୀ ସାହିତି୍ୟକମାନଙ୍କୁ ପ୍ରଦାନ କରାଯାଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଏମିତି ଏକ ପ୍ରବନ୍ଧ ଲେଖିବାରୁ ଦଣ୍ଡ କମ୍‌ କରି ଦେଲେ ହାଇକୋର୍ଟ

ମୁମ୍ବାଇ,୧୧।୨: ବମ୍ବେ ହାଇକୋର୍ଟ ଜଣେ ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜୀବନ କାରାଦଣ୍ଡକୁ ୧୨ ବର୍ଷକୁ ହ୍ରାସ କରିଛନ୍ତି।…

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri