ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ପାଇଲେ ସାହିତ୍ୟ ଭାରତୀ ସମ୍ମାନ

କଟକ ଅଫିସ,୨୦ା୩:ସାହିତ୍ୟ ସବୁବେଳେ ବେଦନାର ଭାଷାକୁ ରୂପାୟିତ କରିଥାଏ। ମଣିଷ ଯେତେବେଳେ ସଭ୍ୟ ହେଲା ସେତେବେଳେ ସାହିତ୍ୟକୁ ଚିହ୍ନିଲା। ସାହିତ୍ୟ ଏକ ଆଧ୍ୟାତ୍ମିକ ଶକ୍ତି। ଏହା ମାନବତାକୁ ଉତ୍ତରଣକୁ ନେଇଯାଏ। ମଣିଷର ବ୍ୟଥା ଓ ବେଦନାରୁ ସାହିତ୍ୟ ସୃଷ୍ଟି ହୋଇଥାଏ ବୋଲି କବି ଡ. ଅପର୍ଣ୍ଣା ମହାନ୍ତି କହିଛନ୍ତି। ଗଙ୍ଗାଧର ରଥ ଫାଉଣ୍ଡେଶନ ପକ୍ଷରୁ କଟକ କଳାବିକାଶ କେନ୍ଦ୍ରରେ ରବିବାର ସନ୍ଧ୍ୟାରେ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ବକ୍ତା ଭାବେ ଡ. ଅପର୍ଣ୍ଣା ମହାନ୍ତି ଯୋଗଦେଇ କହିଥିଲେ, ମଣିଷ ଶୂନ୍ୟତା ଭିତରେ ପୂର୍ଣ୍ଣତାକୁ ଖୋଜିଲାବେଳେ ସାହିତ୍ୟକୁ ପାଇଲା। ସାହିତ୍ୟ ତଥାକଥିତ ମନୋରଞ୍ଜନ ନୁହେଁ। ଲୁହର ଜଳ ସିଞ୍ଚତ୍ ଭଲ ପାଇବାର ଲତା ସାହିତ୍ୟ ସୃଷ୍ଟିକରେ। ସାହିତ୍ୟର ଭାଷା ଛଳନା ବା କପଟତାର ଭାଷା ନୁହେଁ। ସାହିତ୍ୟର ଚରିତ୍ର ଥାଏ। ସାହିତି୍ୟକ ଭିତରେ ସ୍ପର୍ଦ୍ଧା ଥାଏ। ସାହିତି୍ୟକଙ୍କୁ ଦ୍ୱିତୀୟ ଈଶ୍ୱର ବୋଲି କୁହାଯାଏ। ସାହିତ୍ୟ ଭାରତୀ ଏହି ଈଶ୍ୱରମାନଙ୍କୁ ସର୍ବଦା ସମ୍ମାନର ଶୀର୍ଷରେ ବସାଇ ଆସିଛି। ସାହିତ୍ୟ ଭାରତୀ ଚରମ ବ୍ୟଥାକୁ ପରମ ଆନନ୍ଦରେ ପରିଣତ କରିଦିଏ ବୋଲି ସେ କହିଛନ୍ତି।
ଅନୁଷ୍ଠାନର ଟ୍ରଷ୍ଟି ଡ. ଜୟନ୍ତ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମାନ ପ୍ରଦାନ ସମାରୋହକୁ ମୁଖ୍ୟ ଅତିଥି ହାଇକୋର୍ଟ ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଉଦ୍‌ଘାଟନ କରି କହିଥିଲେ, ସାହିତ୍ୟର ବିକାଶ ଓ ସାହିତି୍ୟକମାନଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ ଗଙ୍ଗାଧର ରଥ ଫାଉଣ୍ଡେଶନ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଫାଉଣ୍ଡେଶନର ପ୍ରତିଷ୍ଠାତା ସାହିତି୍ୟକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେତେବେଳେ ଆରମ୍ଭ କରିଥିବା ପ୍ରୟାସ ସଫଳ ହୋଇଛି। ଏହି ଅବସରରେ ବିଶିଷ୍ଟ ସାହିତ୍ୟ ସାଧକ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କୁ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଡ. ଷଡ଼ଙ୍ଗୀ ତାଙ୍କୁ ମାନପତ୍ର, କୋଣାର୍କ ସୂର୍ଯ୍ୟମନ୍ଦିରର ଏକ ପ୍ରତିକୃତି ସହ ଏକ ଲକ୍ଷ ଟଙ୍କା ପୁରସ୍କାର ବାବଦ ଅର୍ଥ ପ୍ରଦାନ କରିଥିଲେ। ସେହିପରି ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ, କବି ଭଗବାନ ଜୟସିଂହଙ୍କୁ ଭାନୁଜି ରାଓ ସ୍ମାରକୀ ସମ୍ମାନ, କଥାକାର ମାନସୀ ଦାସଙ୍କୁ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଓ ରୌପ୍ୟ ଉପଢ଼ୌକନ ପ୍ରଦାନ କରାଯାଇଛି। ଏଥିସହ ଡ. ମୌସୁମୀ ପରିଡ଼ା ଏବଂ ରବିନାରାୟଣ ଦାଶଙ୍କୁ ସୁବ୍ରତ ରଥ ସ୍ମାରକୀ ପୁରସ୍କାରରେ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଓ ରୌପ୍ୟ ଉପଢ଼ୌକନ ପ୍ରଦାନ କରାଯାଇଥିଲା।
ପ୍ରଫେସର ଡ. ବିଜୟାନନ୍ଦ ସିଂହ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଫାଉଣ୍ଡେଶନର ସମ୍ପାଦକ ସୁସ୍ମିତା ରଥ ଧନ୍ୟବାଦ ଦେଇଥିଲେ। ବନ୍ଦିତା ଦାଶ, ବିଦ୍ୟୁତ୍‌ ମଞ୍ଜରୀ ପ୍ରଧାନ, ଲିପ୍‌ସିତା ରଥ ମାନପତ୍ର ପାଠ କରିଥିଲେ। ଅଳକା ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆଇନଜୀବୀ ସଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉଲ୍ଲେଖଯୋଗ୍ୟ, ଫାଉଣ୍ଡେଶନ ପକ୍ଷରୁ ୧୯୯୨ରୁ ଏପର୍ଯ୍ୟନ୍ତ ସାହିତ୍ୟ ଭାରତୀ ସମ୍ମାନ ସହିତ ବିଭିନ୍ନ ସମ୍ମାନ କୃତୀ ସାହିତି୍ୟକମାନଙ୍କୁ ପ୍ରଦାନ କରାଯାଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri