ପଦ୍ମପୁର ଉପନିର୍ବାଚନ: ଆଜି ଭାଜପାର ପ୍ରାର୍ଥିପତ୍ର ଦାଖଲ, ବିଜେଡିର ପ୍ରାର୍ଥିତ୍ୱକୁ ନେଇ ଅଙ୍କକଷା

ବରଗଡ଼ ଅଫିସ୍‌,୧୪।୧୧: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ନିର୍ବାଚନ ଯେତିକି ପାଖେଇ ଆସୁଛି, ଏହାକୁ ନେଇ ଦଳୀୟ ନେତା, କର୍ମୀଙ୍କଠାରୁ ମତଦାତାଙ୍କ ମଧ୍ୟରେ ସେଭଳି ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଭାଜପା, କଂଗ୍ରେସ ଇତିମଧ୍ୟରେ ଦଳୀୟ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେଡ଼ି ପ୍ରାର୍ଥିତ୍ୱ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ଗତ ସାଧାରଣ ନିର୍ବାଚନରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ଦଳ ଏଥର ଉପନିର୍ବାଚନରେ ପୁଣି ସୁଯୋଗ ଦେଇଛି। ସୋମବାର ଭାଜପା ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରଖିଛି । କିନ୍ତୁ ଗତ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀ ନିଜ ଅକ୍ତିଆରରେ କରିଥିବା ବିଜେଡି ଏବେ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ କାହାକୁ ନିର୍ବାଚନୀ ମଇଦାନକୁ ଛାଡ଼ିବ, ତାକୁ ନେଇ ଦ୍ୱନ୍ଦ୍ୱରେ ରହିଛି। ଫଳରେ ବିଜେଡ଼ିର ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବା ଆଲୋଚନା ହେଉଛି। ଅନ୍ୟପଟେ ନିକଟ ଅତୀତରେ ସରିଥିବା ଧାମନଗର ଉପନିର୍ବାଚନରେ ଦଳର ବିଫଳତା ଯୋଗୁ ପଦ୍ମପୁରରେ ଯେଭଳି ତାର ପୁନରାବୃତ୍ତି ନ ହେବ, ସେଥିପ୍ରତି ଦୃଷ୍ଟି ଦେବା ସହିତ ସବୁ ଦିଗକୁ ମାପଚୁପ୍‌ କରି ବିଜେଡ଼ି ପ୍ରାର୍ଥୀ ଚୟନକୁ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି ।
ବିଜୟ ରଞ୍ଜନ ସିଂ ବରିହା ଜୀବିତ ଥିବାବେଳେ ଦଳ ମଧ୍ୟରେ ଅନେକ ଆଶାୟୀ ଥିବା ସତ୍ତ୍ବେ ଦଳ ତାଙ୍କ ଉପରେ ହିଁ ଭରସା କରିଥିଲା। ୧୯୯୦ ଓ ୧୯୯୫ ନିର୍ବାଚନରେ ଜନତା ଦଳ ପ୍ରାର୍ଥୀ ହୋଇ ସେ ବିଜୟୀ ହୋଇଥିଲେ। ବିଜୁ ବାବୁଙ୍କ ଦେହାନ୍ତ ପରେ ବିଜେଡ଼ି ଗଠନ ହୋଇଥିଲା ଏବଂ ଦଳ ତାଙ୍କୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରିଆସୁଥିଲା। ଏହି କ୍ରମରେ ସେ ୨୦୦୦, ୨୦୦୯ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିଥିଲେ। ବରିହାଙ୍କ ଦେହାନ୍ତ ପରେ ଉପନିର୍ବାଚନରେ ପ୍ରାର୍ଥୀ ଖୋଜା ବିଜେଡ଼ିର ଚିନ୍ତା ବଢ଼ାଇ ଦେଇଛି ।
ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ହେବା ପାଇଁ ଅନେକ ଆଶାୟୀ ରହିଛନ୍ତି। ଏହି ଦୌଡ଼ରେ ସ୍ବର୍ଗତ ବରିହାଙ୍କ ପରିବାର ଆଗରେ ରହିଛନ୍ତି। ପୂର୍ବରୁ ସ୍ବର୍ଗତ ବରିହାଙ୍କ ପୁଅ ଭୋଜରାଜଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ମାତ୍ର ଏଥିରେ ବୟସ ବାଧକ ସାଜିଥିଲା। ଏହାପରେ ସ୍ବର୍ଗତ ବରିହାଙ୍କ ସ୍ତ୍ରୀ ତିଳୋତ୍ତମା ଏବଂ ଝିଅ ବର୍ଷାରାଣୀଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସୁଯୋଗ ମିଳିଲେ ସ୍ବାମୀଙ୍କ ଅଧୁରା ସ୍ବପ୍ନକୁ ସାକାର କରିବେ ବୋଲି ସ୍ବର୍ଗତ ବରିହାଙ୍କ ସ୍ତ୍ରୀ ତିଳୋତ୍ତମା କହିଛନ୍ତି। ଫଳରେ ସ୍ବର୍ଗତ ବରିହାଙ୍କ ପରିବାର ଦଳୀୟ ଟିକେଟ୍‌ ଦୌଡ଼ରେ ରହିଥିବା ସ୍ପଷ୍ଟ ହୋଇଛି। ତେବେ ସ୍ବର୍ଗତ ବରିହାଙ୍କ ସ୍ତ୍ରୀ ତିଳୋତ୍ତମା ନା ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରାଗଲେ ଦଳକୁ ଅଧିକ ଫାଇଦା ମିଳିବ, ତାକୁ ନେଇ ବିଜେଡ଼ି ନେତୃବୃନ୍ଦ ଅଙ୍କ କଷୁଥିବା ସୂଚନା ମିଳିଛି। ଅପରପକ୍ଷେ ଏହି ଦୌଡ଼ରେ ମହେନ୍ଦ୍ର ବଢ଼େଇ ମଧ୍ୟ ପଛରେ ପଡ଼ିନାହାନ୍ତି। ବଢ଼େଇ ଗତ କିଛିବର୍ଷ ହେଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ନିଜର ଜନସମ୍ପର୍କ ବୃଦ୍ଧି କରିଛନ୍ତି। ଏବେ ସେ ବିଜେଡ଼ି ପ୍ରାର୍ଥୀ ଦୌଡ଼ରେ ଥିବା ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରୁ ସ୍ପଷ୍ଟ ହୋଇଛି। ଏ ସମ୍ପର୍କରେ ବିଜେଡ଼ିର ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଥିଲେ, ଆସନ୍ତା ୧୭ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସ। ପ୍ରାର୍ଥୀ ଘୋଷଣା ବିଳମ୍ବ ହୋଇନାହିଁ ଏବଂ ଦଳ ଅତିଶୀଘ୍ର ପ୍ରାର୍ଥୀ ଘୋଷଣା କରିବ।

ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri