Posted inଫୁରସତ

ସମାଜସେବାରେ ସମର୍ପିତା ପଦ୍ମଶ୍ରୀ ଶାନ୍ତି ଦେବୀ

ସେବା ଓ ମମତାର ପ୍ରତିମୂର୍ତ୍ତି ଭୂଦାନ ଆନ୍ଦୋଳନର ଅନ୍ୟତମ ପୁରୋଧା ଆଦିବାସୀ ଝିଅମାନଙ୍କ ଶିକ୍ଷା ଓ ପ୍ରଗତି କ୍ଷେତ୍ରରେ ସାଧନା ଜାରି ରଖିଥିବା ପଦ୍ମଶ୍ରୀ ଶାନ୍ତି ଦେବୀ। ୮୮ ବର୍ଷ ବୟସରେ ୨୦୨୨ମସିହା ଜାନୁୟାରୀ ୧୬ରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ଅନାଥ ଅସହାୟ ଆଦିବାସୀ ଶିଶୁମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ଅବିଭକ୍ତ କୋରାପୁଟ ଜିଲାରେ ଦୀର୍ଘ ସାତ ଦଶନ୍ଧି ଧରି ତାଙ୍କର ନିରନ୍ତର ପ୍ରୟାସ ଜାରି ରଖିଥିଲେ।

ସତାଅଶୀ ବର୍ଷ ବୟସରେ ଉପନୀତ ହୋଇ ମଧ୍ୟ ସେ ଗଭୀର ନିଷ୍ଠା ଓ ଆତ୍ମବିଶ୍ବାସ ସହ ସମାଜ ସେବାରେ ବ୍ରତୀ ହୋଇଥିଲେ। ଯେଉଁଥିପାଇଁ ସେ ୨୦୨୧ରେ ପଦ୍ମଶ୍ରୀ ସମ୍ମାନରେ ଭୂଷିତ ହୋଇଥିଲେ। ବାଲେଶ୍ୱରର ଏକ ସ୍ବାଧୀନତା ସଂଗ୍ରାମୀ ପରିବାରରେ ଜନ୍ମଗ୍ରହଣ କରିଥିବା ଶାନ୍ତି ଦେବୀ ୧୭ ବର୍ଷ ବୟସରେ ୧୯୫୧ ମସିହାରେ ପ୍ରଖ୍ୟାତ ସମାଜସେବୀ ସର୍ବୋଦୟ କର୍ମୀ ରତନ ଦାସଙ୍କୁ ବିବାହ କରିଥିଲେ। ସେଇଦିନଠାରୁ ତାଙ୍କ ତ୍ୟାଗପୂତ ଜୀବନର ମୂଳଦୁଆ ପଡ଼ିଥିଲା। ଆଉ ଅବିଭକ୍ତ କୋରାପୁଟ ଜିଲାକୁ ସେବାର କର୍ମଭୂମି ରୂପେ ଚୟନ କରିଥିଲେ।

ତତ୍କାଳୀନ ରାୟଗଡ଼ା ସବ୍‌ ଡିଭିଜନ ଅନ୍ତର୍ଗତ ସଂଖଳପଦରରୁ ଆରମ୍ଭ କରିଥିଲେ ତାଙ୍କ ସେବା ଜୀବନ। ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ପ୍ରେରଣାରେ ଅନୁପ୍ରେରିତ ହୋଇ ଆଦିବାସୀ ବାଳିକାମାନଙ୍କ ପାଇଁ ସେ ପ୍ରତିଷ୍ଠା କରିଥିଲେ ଆବାସିକ ଶିକ୍ଷାଶ୍ରମ। ଏହି ସମୟରେ କୁପୋଷଣର ଶିକାର ଶିଶୁମାନଙ୍କ ସ୍ବାସ୍ଥ୍ୟ ସେବା, କୁଷ୍ଠରୋଗୀମାନଙ୍କ ସେବା ଯତ୍ନରେ ନିଜକୁ ନିୟୋଜିତ କରିଥିଲେ। ପରେ ଆଚାର୍ଯ୍ୟ ବିନୋବା ଭାବେଙ୍କ ସହ ସାକ୍ଷାତ୍‌ ତାଙ୍କ ଜୀବନର ଏକ ମାଇଲଖୁଣ୍ଟ। ବିନୋବାଜୀଙ୍କ ଆଦର୍ଶ ଓ ପୂଜନୀୟା ମାଳତୀ ଦେବୀଙ୍କ ପ୍ରେରଣା କ୍ରମେ ସେ ସର୍ବୋଦୟ ଓ ଭୂଦାନ ଆନ୍ଦୋଳନରେ ଝାସ ଦେଇଥିଲେ। ଭୂମିହୀନ ଆଦିବାସୀମାନଙ୍କୁ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଭୂମି ଓ ବାସସ୍ଥାନ ଯୋଗାଇବା ଥିଲା ଭୂଦାନ ଆନ୍ଦୋଳନର ମୂଳ ଲକ୍ଷ୍ୟ। ଦୀର୍ଘଦିନ ଖାଲିପାଦରେ ଦୁର୍ଗମ ଅଞ୍ଚଳରେ ଚାଲି ଚାଲି ବିନୋବାଜୀ ଓ ମନମୋହନ ଚୌଧୁରୀଙ୍କ ନେତୃତ୍ୱରେ ପଦଯାତ୍ରାରେ ସାମିଲ ହୋଇଥିଲେ।

୧୯୬୪ ମସିହାରେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଅଞ୍ଚଳରେ ‘ସେବା ସମାଜ’ ନାମରେ ଏକ ସାମାଜିକ ଅନୁଷ୍ଠାନ ପ୍ରତିଷ୍ଠା କରି ଅନାଥ ଅସହାୟ ଆଦିବାସୀ ଶିଶୁମାନଙ୍କୁ ଶିକ୍ଷା ଦାନ କରିବାସହ, ସେମାନଙ୍କୁ ଗାନ୍ଧୀ ଓ ବିନୋବାଙ୍କ ଆଦର୍ଶରେ ଅନୁପ୍ରାଣିତ କରିବାକୁ ନିରନ୍ତର ପ୍ରୟାସ ଜାରି ରଖିଥିଲେ। ଏହାପରେ ଗୁଣୁପୁରଠାରେ ସେବା ସମାଜ ସ୍ଥାପନ କରି ନିରାଶ୍ରୟା ହରିଜନ ଓ ଆଦିବାସୀ ଝିଅମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସାମଗ୍ରିକ ବିକାଶ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।

୧୯୮୧ ମସିହାରେ ଜବରଗୁଡାଠାରେ ଏଜୁକେଶନାଲ କମ୍ପ୍ଲେକ୍ସ, ୧୯୯୩ରେ ଲିମାମଡାଠାରେ ଅନାଥ ବାଳିକାମାନଙ୍କ ପାଇଁ ଆବାସ ସ୍ଥଳ ଓ ଶିକ୍ଷାଦାନର ବ୍ୟବସ୍ଥା ସହ ଅନାଥ ଆଦିବାସୀ ଶିଶୁମାନଙ୍କ ଶିକ୍ଷା ବ୍ୟବସ୍ଥା କରିବା ସହ ସେମାନଙ୍କୁ ସ୍ବାବଲମ୍ବୀ ଓ ସଚେତନ କରାଇଥିଲେ। ଏହା ପରେ ସେ ବିଭିନ୍ନ ସମୟରେ ଅନେକ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ହୋଇ ଦକ୍ଷତାର ସହିତ ନିଜର ସେବାମୂଳକ କାର୍ଯ୍ୟରେ ପାରଦର୍ଶିତା ଦେଖାଇ ପାରିଥିଲେ।

୧୯୬୧ ମସିହାରେ ଉତ୍କଳ ନବଜୀବନ ମଣ୍ଡଳର ସମ୍ପାଦିକା ଓ ଉତ୍କଳ ସର୍ବୋଦୟ ମଣ୍ଡଳର କାର୍ଯ୍ୟନିର୍ବାହୀ ସଦସ୍ୟା, ୧୯୭୦ରେ ଓଡ଼ିଶା ଭୂଦାନ ଯଜ୍ଞ ସମିତିର ସମ୍ପାଦିକା ଓ ଓଡ଼ିଶା ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ସଦସ୍ୟା, ୧୯୭୫ରେ ଓଡ଼ିଶା ପ୍ରୋହିବିସନ କଂଗ୍ରେସର ସଭାପତି ଆସନରେ ଅସୀନ ହୋଇଥିଲେ। ୧୯୯୦ରେ କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲାର ଜୁଭେନାଇଲ୍‌ କୋର୍ଟର ଅନ୍ଧାରୀ ଜଜ୍‌ ଭାବରେ ଅନେକ ଜଟିଳ ବାଳ ଅପରାଧର ସହଜ ସମାଧାନ କରିବାରେ ସମର୍ଥ ହୋଇପାରିଥିଲେ। ଏତଦବ୍ୟତୀତ ଅବିଭକ୍ତ କୋରାପୁଟ ଜିଲାର ଜନଜାତି ବିଶେଷ କରି ଡଙ୍ଗରିଆ କନ୍ଧମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ସଂସ୍କାର ପାଇଁ ଶାନ୍ତି ଦେବୀଙ୍କ ଅବଦାନ ଅନସ୍ବୀକାର୍ଯ୍ୟ।

ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା, ବରଗଡ଼ ଆଦି ମାଓପ୍ରବଣ ଜିଲାଗୁଡ଼ିକରେ ୨୦୧୩ ମସିହାରେ ଶାନ୍ତି ଓ ଅହିଂସା ଯାତ୍ରା ମାଧ୍ୟମରେ ମାଓବାଦୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ମଧ୍ୟସ୍ଥତା କରି ସରକାରଙ୍କ ଯୋଜନାଗୁଡ଼ିକର ସୁଫଳ ଆଦିବାସୀମାନଙ୍କ ପାଖରେ ସହଜରେ ପହଞ୍ଚାଇବାକୁ ସେ ପ୍ରୟାସ କରିଥିଲେ।
ନିଜର ସେବାମୂଳକ କାର୍ଯ୍ୟ ପାଇଁ ଶାନ୍ତି ଦେବୀ ଅନେକ ପୁରସ୍କାରରେ ସମ୍ମାନିତ। ସେଥିମଧ୍ୟରୁ ଜାତୀୟ ଶିଶୁ ମଙ୍ଗଳ ପୁରସ୍କାର, ଯମୁନା ଲାଲ୍‌ ବଜାଜ ପୁରସ୍କାର, ଶାରଳା ସମ୍ମାନ ଓ ସଂହତି ସମାଜ ସେବୀ ସମ୍ମାନ, ସର୍ବୋଦୟ ସମ୍ମାନ, ୨୦୧୨ରେ ଟାଇମ୍‌ସ ଅଫ ଇଣ୍ଡିଆ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ ଓ ନବମାତୃକା ପୁରସ୍କାର, ୨୦୧୩ରେ ଓମେନ ପିସ୍‌ ମେକରୀ ଆଓ୍ବାର୍ଡ, ରାଜ୍ୟ ମାନବାଧିକାର ଆଓ୍ବାର୍ଡ, ଆର୍ଯ୍ୟ ଭଟ୍ଟ ଅନୁଷ୍ଠାନ ତରଫରୁ ଏବଂ ରାଧାନାଥ ରଥ ଫାଉଣ୍ଡେଶନ ଟ୍ରଷ୍ଟ ତରଫରୁ ରାଧାନାଥ ସେବା ସମ୍ମାନରେ ସମ୍ମାନିତ ହୋଇଥିଲେ।

ସମାଜସେବା ବ୍ୟତୀତ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ରୁଚି ରହିଥିଲା। ବିନୋବାଜୀଙ୍କ ଜୀବନୀ ଆଧାରିତ ଅନୁବାଦ ପୁସ୍ତକ ‘ଅହିଂସା ଅନ୍ବେଷଣ’ ବିନୋବାଜୀଙ୍କ ରଚନାର ଓଡ଼ିଆ ଅନୁବାଦ ‘ଦିବ୍ୟ ସାନ୍ନିଧ୍ୟ’ ଏବଂ ତାଙ୍କ ରଚିତ ‘ପାବନ ପୁରୁଷ ଶ୍ରୀ ରାମକୃଷ୍ଣ’ ଏବଂ ନବାକ୍ଷରୀ ଛନ୍ଦରେ ଶ୍ରୀ ରାମଚରିତ ମାନସର ଓଡ଼ିଆ ଅନୁବାଦ ତାଙ୍କର ଅନ୍ୟତମ ଅନବଦ୍ୟ କୃତି।
ସମାଜସେବା କ୍ଷେତ୍ରରେ ସେ ଯେଉଁ ପାଦ ଚିହ୍ନ ଛାଡ଼ି ଯାଇଛନ୍ତି ତାହା ତାଙ୍କୁ ସବୁଦିନ ପାଇଁ ଅମର କରି ରଖିଥିବ।

-ଅଶୋଚ୍ୟା ସିଦ୍ଧତପା
ସାମ୍ବାଦିକତା ଓ
ଜନସଂଚାର ବିଭାଗ
ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri