ଯୁକ୍ତ ୩ ପରୀକ୍ଷାଫଳକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୭।୧୨: ଗୋଟିଏ ପଟେ ଫୁଲବାଣୀ ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ସ୍ବୟଂ ଶାସିତ ମାନ୍ୟତା ଉଠି ଯାଇଛି ା ଅନ୍ୟପଟେ ପିଲାଙ୍କ ସିଲାବସ ସମାପ୍ତ ନ କରି ପରୀକ୍ଷା କରାଯାଇଛି ା ଗତ ୪ ତାରିଖରେ ଯୁକ୍ତ ୩ର କଳା ବିଭାଗ ଫଳାଫଳରେ ଏହା ସ୍ପଷ୍ଟ ହୋଇଛି। ପରୀକ୍ଷା ଦେଇଥିବା ୩୧୬ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୧୩ ଜଣ ଫେଲ ହୋଇଛନ୍ତି। ଏ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଛାତ୍ରୀଛାତ୍ରମାନେ ଏ ନେଇ କଲେଜ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିବା ସହ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ା
ପାସ କରିଥିବା ୨୦୩ ଜଣଙ୍କ ମଧ୍ୟରୁ ୧୫୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ଡିଷ୍ଟିଙ୍କସନରୁ ବଞ୍ଚତ୍ତ କରାଯାଇଛି। କେବଳ କମ୍ୟୁନିକେଟିଭ ଇଂଲିଶ ଲାଗି ଏପରି କରାଯାଇଥିବା ପିଲାମାନେ ଅଭିଯୋଗ କରିଛନ୍ତି। ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ରମାନଙ୍କୁ କୁହାଯାଇଥିଲା କି ଗ୍ରାମାରରୁ ୪୦, ସବଜେକ୍ଟିଭରୁ ୪୦ ମାର୍କ ଏବଂ ୪ଟି ୟୂନିଟରୁ ପ୍ରଶ୍ନ ଆସିବ ା ମାତ୍ର ପ୍ରଶ୍ନ ସିଲାବସ ବାହାରୁ ଆସିଛି। ଯାହା ଫଳରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଭଲ କରି ପାରିନାହାନ୍ତି। ସେହିପରି ପିଲାମାନଙ୍କୁ ଇଣ୍ଟରନାଲ ମାର୍କ ୨୦ ଯାଏ ଦେବାର ଅଛି ା ହେଲେ ଉଦ୍ଦେଶ୍ୟମୂଳକ ଭାବେ ଛାତ୍ରୀଛାତ୍ରଙ୍କୁ ମାତ୍ର ୫ରୁ ୬ ମାର୍କ ଦିଆଯାଇଛି। ଫଳରେ ବହୁ ପିଲା ଫେଲ ହେବା ସହ ଡିଷ୍ଟିଙ୍କସନରୁ ବଞ୍ଚତ୍ତ ହୋଇଛନ୍ତି। ଯେଉଁ ସମୟରେ ତୃତୀୟ ବର୍ଷ ପରୀକ୍ଷା ହେବା କଥା ସେତବେଳେ କରୋନା ଯୋଗୁ ସମ୍ଭବ ହୋଇ ନ ଥିଲା ା ଅନ୍ୟସ୍ଥାନରେ ଅନଲାଇନ ମାଧ୍ୟମରେ ପରୀକ୍ଷା ହୋଇଥିଲା। ମାତ୍ର ଏହି କଲେଜରେ କରାଯାଇ ନ ଥିଲା ା ଅଫଲାଇନ ପରୀକ୍ଷା କରାଯାଇଥିଲେ ବି ସିଲାବସ୍‌ ସମାପ୍ତ ହୋଇ ନ ଥିବା ପରୀକ୍ଷାର୍ଥିମାନେ କହିଛନ୍ତି।
ମୋଟ ୩୧୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲୁ। ୨୮୦ ଜଣଙ୍କର କମ୍ୟୁନିକେଟିଭ ଇଂଲଶରେ ଉଭୟ ସେମିଷ୍ଟାର ଏବଂ ଇଣ୍ଟରନାଲ ମାର୍କରୁ ଉଦ୍ଦେଶ୍ୟମୂଳକ ଭାବେ କମ୍‌ ମାର୍କ ଦିଆଯାଇଛି। ପରୀକ୍ଷାରେ ଯେଉଁ ପ୍ରଶ୍ନ ପଡିବା ପାଇଁ କୁହାଯାଇଥିଲା ତାହା ପଡିଲା ନାହିଁ ା ଇଂଲିଶ ବିଭାଗର ସିଲାବସ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା। ପ୍ରଶ୍ନ ସିଲାବସ୍‌ ବାହାରୁ ଆସିଲା। ଇଣ୍ଟରନାଲରେ ବହୁ କମ୍‌ ନଂ ଦିଆଗଲା। ଫଳରେ ଅଧିକାଂଶ ପିଲା ଫେଲ ହେଲେ। ଆମ ଭବିଷ୍ୟତ ସହ ଖେଳାଯାଉଛି ବୋଲି ବହୁ ପରୀକ୍ଷାର୍ଥୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri