ପଶ୍ଚିମବଙ୍ଗ ଦଲାଲଙ୍କ କବ୍‌ଜାରେ ରବିଧାନ

ଜଳେଶ୍ୱର, ୧୧।୫(ଡି.ଏନ.ଏ.) – ଗତ କିଛିବର୍ଷ ଧରି ରବି ଓ ଖରିଫ ଧାନ ଅମଳ ସମୟରେ ସରକାରୀ ମଣ୍ଡି ଖୋଲୁ ନ ଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ପଶ୍ଚିମବଙ୍ଗର ଦଲାଲମାନେ କୁଇଣ୍ଟାଲ ପ୍ରତି ପ୍ରାୟ ୭ଶହ ଟଙ୍କାରୁ କମ୍‌ ଦେଉଥିଲେ ମଧ୍ୟ ଚାଷୀମାନେ ବାଧ୍ୟ ହୋଇ ବିକ୍ରି କରି ଦେଉଛନ୍ତି। ଖର୍ଚ୍ଚ ଭରଣା ଲାଗି ଧାନବିକ୍ରି ଚାଷୀର ଏକମାତ୍ର ବିକଳ୍ପ ହୋଇଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି।
ଗତ ଖରିଫ ଋତୁରେ ଅଧିକ ବର୍ଷା, ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ଓ ସୁବର୍ଣ୍ଣରେଖା ନଦୀର ବାରମ୍ବାର ବନ୍ୟା ଯୋଗୁ ଧାନଚାଷ ବ୍ୟାହତ ହୋଇଥିଲା। ରବି ଧାନଚାଷକୁ ନଜରରେ ରଖି ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଚାଷୀମାନେ ଅଣ୍ଟା ଭିଡ଼ିଥିଲେ ା ବାଲେଶ୍ୱର ଜିଲାରେ ୨୪, ୫୦୦ ହେକ୍ଟର ଜମିରେ ଚଳିତବର୍ଷ ରବିଧାନ ଚାଷ ହେବା ଲାଗି ଜିଲା ଆକଳନ କମିଟି ସ୍ଥିର କରିଥିଲା। ବାସ୍ତବରେ ଏହାଠାରୁ ବହୁ ଅଧିକ ରହିଛି। ସରକାରୀ ତଥ୍ୟ ଅନୁଯାୟୀ ଚଳିତବର୍ଷ ଜଳେଶ୍ୱରରେ ୬୫୦୦ ହେକ୍ଟର, ଭୋଗରାଇରେ ୧୦ହଜାର ହେକ୍ଟର ଓ ବାଲିଆପାଳରେ ୨୦୦୦ ହେକ୍ଟର ଧାନଚାଷ ହେବା ଲାଗି ଜିଲା କମିଟି ଆକଳନ କରିଥିଲା ା ଏହାଠାରୁ ଅଧିକ ଜମିରେ ଧାନଚାଷ ହୋଇଛି। ଏବେ ଧାନ ଅମଳ ସମୟ ା ବାତ୍ୟା ‘ଅସାନି’ର ଭୟରେ ଗତ ୭ଦିନ ଧରି ଧାନ ଅମଳ ଜୋରସୋର୍‌ରେ ଚାଲିଛି ା ସରକାରୀ ମଣ୍ଡିଗୁଡ଼ିକ ଆସନ୍ତା ୨୦ତାରିଖରୁ ଖୋଲିବ ବୋଲି ପ୍ୟାକ୍ସ ସୂତ୍ରରୁ ଜଣାପଡିଛି। ସରକାରୀ ମଣ୍ଡିରେ ଧାନ କୁଇଣ୍ଟାଲ ପ୍ରତି ୧୮୬୫ଟଙ୍କାରେ କିଣିବାକୁ ଥିବା ବେଳେ ଏବେ ପଶ୍ଚିମବଙ୍ଗର ଧାନ ବ୍ୟବସାୟୀଙ୍କ ଦଲାଲମାନେ ୧୧୦୦ ଟଙ୍କାରେ କିଣୁଛନ୍ତି। ଫଳରେ ଚାଷୀମାନେ କୁଇଣ୍ଟାଲ ପ୍ରତି ୭୬୫ଟଙ୍କା କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି ା ଏବେ ଧାନ କଟା, ବୁହା, ଅମଳ ସହିତ ବିଗତ ଦିନରେ ସାର, କୀଟନାଶକ, ଅଣୁସାର ଏବଂ ମଜୁରି ଲାଗି ଚାଷୀମାନେ ଧାରକରଜ କରି ଧାନ ରୁଆପୋତା କରିଥିଲେ। ତେଣୁ ଚାଷୀଙ୍କୁ ଧାନ ବିକ୍ରି କରିବା ହିଁ ଏକମାତ୍ର ବିକଳ୍ପ ା ଜଳେଶ୍ୱର ବ୍ଲକରେ ୧୯, ଭୋଗରାଇ ବ୍ଲକରେ ୧୯ ଓ ବାଲିଆପାଳରେ ୧୬ଟି ପ୍ୟାକ୍ସ ଦ୍ୱାରା ଧାନ କ୍ରୟ ଆରମ୍ଭ ହୋଇ ନ ଥିବାରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ା ଅନ୍ୟପକ୍ଷରେ ବାତ୍ୟା ଆସିବାକୁ ଥିବାରୁ ଚାଷୀମାନେ ଆଗୁଆ ଧାନ ଅମଳ କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଧାନକଟା ମେଶିନ୍‌, ବୋହିବା ଲାଗି ଟ୍ରାକ୍ଟର ଖର୍ଚ୍ଚ ଅଧିକ କରିବାକୁ ପଡୁଛି ା ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ଦଲାଲମାନେ ବିଭିନ୍ନ ସ୍ଥାନରେ ପସରା ମେଲାଇ ଧାନ କ୍ରୟ କରିବାରେ ବ୍ୟସ୍ତ। ପ୍ରତିଦିନ ଏହି ୩ଟି ବ୍ଲକରୁ ପ୍ରାୟ ୩୦୦ ଟ୍ରକ୍‌ ଧାନ ପଶ୍ଚିମବଙ୍ଗକୁ ଚାଲାଣ ହେଉଛ। ଧାନକ୍ରୟ ଲାଗି ଯୋଗାଣ ବିଭାଗ ଓ ସମବାୟ ବିଭାଗର ସହମତିରେ କ୍ରୟ ହେଉଥିବାରୁ ଅତିଶୀଘ୍ର ଧାନ ସରକାରୀ ମଣ୍ଡିରେ କିଣିବାକୁ ବହୁ ଚାଷୀ, ଚାଷୀ ପ୍ରତିନିଧି, କୃଷକ କ୍ଲବ, କୃଷକ ସଭା ଓ ବରିଷ୍ଠ ଚାଷୀମାନେ ଦାବି ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଏବେ ମାଓବାଦୀଙ୍କ ରାଜ୍‌ ଚଳିବ ନାହିଁ, ସ୍ବାଭିମାନ ଅଞ୍ଚଳରେ ପୋଲିସ-ଗୁଇନ୍ଦା ବିଭାଗ ମାରିଲା ପୋଷ୍ଟର

ଚିତ୍ରକୋଣ୍ଡା,୨୬ା୧୦(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ତଥା ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସୀମାନ୍ତ ଅଞ୍ଚଳରୁ ମାଓବାଦୀ ମୂଳପୋଛ ପାଇଁ ପ୍ରୟାସ ଜାରି ରହିଛି।...

ଲକ୍‌ଡାଉନ୍‌ ବେଳେ ଗଞ୍ଜେଇ ଚାଲାଣ, ୪ ଗିରଫ

ଫିରିଙ୍ଗିଆ,୨୬ା୩-କରୋନା ଲାଗି ରାଜ୍ୟ ଲକ୍‌ଡାଉନରେ ଥିବା ବେଳେ ଗଞ୍ଜେଇ ଚାଲାଣକାରୀ ସକ୍ରିୟ ହୋଇଉଠିଛନ୍ତି। ପୋଲିସର ବ୍ଲକିଂକୁ ଚକମା ଦେଇ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଫିରିଙ୍ଗିଆ...

ଯୁବତୀଙ୍କୁ ବଳାତ୍କାର ମାମଲା : ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୫।୯(ଡି.ଏନ୍‌.ଏ.): ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର ଦିଗପହଣ୍ଡି ପୋଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ...

ଗହୀରମଥାରୁ ୨ ଟ୍ରଲର ଜବତ, ୨୨ ମତ୍ସ୍ୟଜୀବୀ କୋର୍ଟ ଚାଲାଣ

ରାଜନଗର,୨୨।୧୨(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ଗହୀରମଥା ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ରବିବାର ବେଆଇନ ଭାବରେ ମାଛ ଧରୁଥିବା ଦୁଇଟି ଟ୍ରଲରକୁ ରାଜନଗର ବନବିଭାଗ ଜବତ କରିଛି।...

ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କ ନିକଟରେ ଆବେଦନ କଲେ ଦମ୍ପତି

ଖୋର୍ଦ୍ଧା ଅଫିସ,୧୬।୮: ଯେଉଁ ମା’ବାପା ସନ୍ତାନର ସୁଖ ପାଇଁ ନିଜକୁ ଜଳାଞ୍ଜଳି ଦେଇଥାନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ସେହି ସନ୍ତାନମାନେ ସେମାନଙ୍କ କର୍ତ୍ତବ୍ୟକୁ ଭୁଲିଯାଇଥାନ୍ତି। ବାର୍ଦ୍ଧକ୍ୟରେ...

ନଳକୂପରୁ ବାହାରୁଛି ଲୁଣାପାଣି : ପାନୀୟ ଜଳ ପାଇଁ ବିଡିଓଙ୍କୁ ଘେରିଲେ ମହିଳା

ବାସୁଦେବପୁର, ୨୯।୬ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତ ତେନ୍ତୁଳିଆଡିଆ ଗ୍ରାମ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଏହି ଗ୍ରାମବାସୀ ପାନୀୟ...

ବାଦାମବାଡ଼ିରେ ଫାଟିଲା ପାଇପ୍‌, ଉଠିଲା ୧୫ଫୁଟ ଉଚ୍ଚକୁ ପାଣି

କଟକ ଅଫିସ୍‌,୧୦।୧୦: କଟକ ବାଦାମବାଡ଼ି ଟ୍ରାଫିକ୍‌ ଛକରେ ରବିବାର ଅପରାହ୍ଣରେ ଭୂତଳ ପାଣି ପାଇପ୍‌ ଫାଟି ଯାଇଛି। ପ୍ରାୟ ୧୫ଫୁଟ ଉଚ୍ଚକୁ ପାଣି ଉଠି ରାସ୍ତା...

ଆରମ୍ଭ ହେଲାଣି ଅଙ୍କକଷା

ଢେଙ୍କାନାଳ ଅଫିସ, ୧୫ା୧ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଉଠିଛି ଢେଙ୍କାନାଳ। ରାଜ୍ୟ ରାଜନୀତିର ଅନ୍ୟତମ ପାଓ୍ବାର କରିଡର କୁହାଯାଉଥିବା ଏହି ଶିଳ୍ପ ଜିଲାରେ ଗତ...

Advertisement
Archives

Model This Week