ପଶ୍ଚିମବଙ୍ଗ ଦଲାଲଙ୍କ କବ୍‌ଜାରେ ରବିଧାନ

ଜଳେଶ୍ୱର, ୧୧।୫(ଡି.ଏନ.ଏ.) – ଗତ କିଛିବର୍ଷ ଧରି ରବି ଓ ଖରିଫ ଧାନ ଅମଳ ସମୟରେ ସରକାରୀ ମଣ୍ଡି ଖୋଲୁ ନ ଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ପଶ୍ଚିମବଙ୍ଗର ଦଲାଲମାନେ କୁଇଣ୍ଟାଲ ପ୍ରତି ପ୍ରାୟ ୭ଶହ ଟଙ୍କାରୁ କମ୍‌ ଦେଉଥିଲେ ମଧ୍ୟ ଚାଷୀମାନେ ବାଧ୍ୟ ହୋଇ ବିକ୍ରି କରି ଦେଉଛନ୍ତି। ଖର୍ଚ୍ଚ ଭରଣା ଲାଗି ଧାନବିକ୍ରି ଚାଷୀର ଏକମାତ୍ର ବିକଳ୍ପ ହୋଇଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି।
ଗତ ଖରିଫ ଋତୁରେ ଅଧିକ ବର୍ଷା, ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ଓ ସୁବର୍ଣ୍ଣରେଖା ନଦୀର ବାରମ୍ବାର ବନ୍ୟା ଯୋଗୁ ଧାନଚାଷ ବ୍ୟାହତ ହୋଇଥିଲା। ରବି ଧାନଚାଷକୁ ନଜରରେ ରଖି ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଚାଷୀମାନେ ଅଣ୍ଟା ଭିଡ଼ିଥିଲେ ା ବାଲେଶ୍ୱର ଜିଲାରେ ୨୪, ୫୦୦ ହେକ୍ଟର ଜମିରେ ଚଳିତବର୍ଷ ରବିଧାନ ଚାଷ ହେବା ଲାଗି ଜିଲା ଆକଳନ କମିଟି ସ୍ଥିର କରିଥିଲା। ବାସ୍ତବରେ ଏହାଠାରୁ ବହୁ ଅଧିକ ରହିଛି। ସରକାରୀ ତଥ୍ୟ ଅନୁଯାୟୀ ଚଳିତବର୍ଷ ଜଳେଶ୍ୱରରେ ୬୫୦୦ ହେକ୍ଟର, ଭୋଗରାଇରେ ୧୦ହଜାର ହେକ୍ଟର ଓ ବାଲିଆପାଳରେ ୨୦୦୦ ହେକ୍ଟର ଧାନଚାଷ ହେବା ଲାଗି ଜିଲା କମିଟି ଆକଳନ କରିଥିଲା ା ଏହାଠାରୁ ଅଧିକ ଜମିରେ ଧାନଚାଷ ହୋଇଛି। ଏବେ ଧାନ ଅମଳ ସମୟ ା ବାତ୍ୟା ‘ଅସାନି’ର ଭୟରେ ଗତ ୭ଦିନ ଧରି ଧାନ ଅମଳ ଜୋରସୋର୍‌ରେ ଚାଲିଛି ା ସରକାରୀ ମଣ୍ଡିଗୁଡ଼ିକ ଆସନ୍ତା ୨୦ତାରିଖରୁ ଖୋଲିବ ବୋଲି ପ୍ୟାକ୍ସ ସୂତ୍ରରୁ ଜଣାପଡିଛି। ସରକାରୀ ମଣ୍ଡିରେ ଧାନ କୁଇଣ୍ଟାଲ ପ୍ରତି ୧୮୬୫ଟଙ୍କାରେ କିଣିବାକୁ ଥିବା ବେଳେ ଏବେ ପଶ୍ଚିମବଙ୍ଗର ଧାନ ବ୍ୟବସାୟୀଙ୍କ ଦଲାଲମାନେ ୧୧୦୦ ଟଙ୍କାରେ କିଣୁଛନ୍ତି। ଫଳରେ ଚାଷୀମାନେ କୁଇଣ୍ଟାଲ ପ୍ରତି ୭୬୫ଟଙ୍କା କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି ା ଏବେ ଧାନ କଟା, ବୁହା, ଅମଳ ସହିତ ବିଗତ ଦିନରେ ସାର, କୀଟନାଶକ, ଅଣୁସାର ଏବଂ ମଜୁରି ଲାଗି ଚାଷୀମାନେ ଧାରକରଜ କରି ଧାନ ରୁଆପୋତା କରିଥିଲେ। ତେଣୁ ଚାଷୀଙ୍କୁ ଧାନ ବିକ୍ରି କରିବା ହିଁ ଏକମାତ୍ର ବିକଳ୍ପ ା ଜଳେଶ୍ୱର ବ୍ଲକରେ ୧୯, ଭୋଗରାଇ ବ୍ଲକରେ ୧୯ ଓ ବାଲିଆପାଳରେ ୧୬ଟି ପ୍ୟାକ୍ସ ଦ୍ୱାରା ଧାନ କ୍ରୟ ଆରମ୍ଭ ହୋଇ ନ ଥିବାରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ା ଅନ୍ୟପକ୍ଷରେ ବାତ୍ୟା ଆସିବାକୁ ଥିବାରୁ ଚାଷୀମାନେ ଆଗୁଆ ଧାନ ଅମଳ କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଧାନକଟା ମେଶିନ୍‌, ବୋହିବା ଲାଗି ଟ୍ରାକ୍ଟର ଖର୍ଚ୍ଚ ଅଧିକ କରିବାକୁ ପଡୁଛି ା ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ଦଲାଲମାନେ ବିଭିନ୍ନ ସ୍ଥାନରେ ପସରା ମେଲାଇ ଧାନ କ୍ରୟ କରିବାରେ ବ୍ୟସ୍ତ। ପ୍ରତିଦିନ ଏହି ୩ଟି ବ୍ଲକରୁ ପ୍ରାୟ ୩୦୦ ଟ୍ରକ୍‌ ଧାନ ପଶ୍ଚିମବଙ୍ଗକୁ ଚାଲାଣ ହେଉଛ। ଧାନକ୍ରୟ ଲାଗି ଯୋଗାଣ ବିଭାଗ ଓ ସମବାୟ ବିଭାଗର ସହମତିରେ କ୍ରୟ ହେଉଥିବାରୁ ଅତିଶୀଘ୍ର ଧାନ ସରକାରୀ ମଣ୍ଡିରେ କିଣିବାକୁ ବହୁ ଚାଷୀ, ଚାଷୀ ପ୍ରତିନିଧି, କୃଷକ କ୍ଲବ, କୃଷକ ସଭା ଓ ବରିଷ୍ଠ ଚାଷୀମାନେ ଦାବି ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…

ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…

ମା’ ଚାମୁଣ୍ଡେଶ୍ୱରୀ ମନ୍ଦିରର ହେବ ସାମଗ୍ରିକ ବିକାଶ: ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କେରାଣ୍ଡିମାଳ ପର୍ବତମାଳାସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ବିରାଜମାନ ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ…

ଫାଷ୍ଟଫୁଡ୍ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ମଦ କାରବାର: ଅବକାରୀ ଟିମ୍‌ର ଅତର୍କିତ ଚଢ଼ାଉ, ଧରାପଡ଼ିଲେ…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଢେପାପେଣ୍ଠ ଗ୍ରାମରେ ଏକ ଫାଷ୍ଟଫୁଡ୍ ଦୋକାନରୁ ବେଆଇନ ବିଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଡେରା ପକାଇଥିଲେ ବଣୁଆ ହାତୀ, ଗାଧୋଇବାକୁ ଯିବା ବେଳେ ହାବୁଡ଼ରେ ପଡ଼ିଗଲେ ଯୁବକ; ଶୁଣ୍ଢରେ କଚାଡ଼ି…

ପାଟଣା/ଢେଙ୍କିକୋଟ,୨୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବାପିଟଣା ଗ୍ରାମର ଜଣେ ୪୨ ବର୍ଷିୟ ଯୁବକଙ୍କୁ ବୁଧବାର ଅପରାହ୍ନରେ ଏକ ମାଇ ହାତୀ ଶୁଣ୍ଢରେ କଚାଡ଼ି…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri