ଅଟୋ ସାହାଯ୍ୟରେ ଧାନ ଅମଳ

ଚିତ୍ରକୋଣ୍ଡା,୩୦ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ କିଛିଦିନ ତଳେ ମୋଟରସାଇକେଲ ମାଧ୍ୟମରେ ଚାଷୀ ଫସଲ ଅମଳ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏବେ ଚିତ୍ରକୋଣ୍ଡା ଉପାନ୍ତ ଅଞ୍ଚଳ ଗୁଣ୍ଠାଓ୍ବା ପଞ୍ଚାୟତ ଆର୍‌ଏସ୍‌ସି ଆଠ ଏବଂ ଆରଙ୍ଗି ଗ୍ରାମରେ ଭିନ୍ନ ଉପାୟରେ ଅଟୋ ମାଧ୍ୟମରେ ବହୁ ଚାଷୀ ଫସଲ ଅମଳ କରୁଛନ୍ତି।

ପୁରାତନ କାଳରୁ ଚାଷୀଟିଏ ପାରମ୍ପରିକ ଅନୁଯାୟୀ, ବଳଦ ଏବଂ ମଇଁଷି ସାହାଯ୍ୟରେ ସମସ୍ତ ଚାଷ ଯଥା ଧାନ, ମାଣ୍ଡିଆ, ସୁଆଁ, ବିରି, ମୁଗ, କାନ୍ଦୁଲ, ରାଜମା ଇତ୍ୟାଦି ଫସଲ ଜମିରୁ କାଟି କିମ୍ବା ଉପାଡି ଖଳାରେ ରଖି ବେଙ୍ଗଳା ପକାଇ ଅମଳ କରିଥାଏ l ଆଜିର ଦିନରେ ଦେଖିବାକୁ ଗଲେ ଅନେକ ସ୍ଥାନରେ ଖଳାରେ ଚାଷୀ ଟ୍ରାକ୍ଟର କିମ୍ବା ଅନ୍ୟାନ୍ୟ ସାମଗ୍ରୀ ସାହାଯ୍ୟରେ ଫସଲ ଅମଳ କରୁଛନ୍ତି।

କିନ୍ତୁ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଉପାନ୍ତ ଗୁଣ୍ଠାଓ୍ବା ପଞ୍ଚାୟତ ଆର୍‌ଏସ୍‌ସି ଆଠ ଏବଂ ଆରଙ୍ଗି ଗ୍ରାମର ବହୁ ଚାଷୀ ଅମଳ ନିମନ୍ତେ ଆପଣାଇଛନ୍ତି ନୂଆ ତରିକା। ଅଟୋ ସାହାଯ୍ୟରେ ଚାଷୀ ଖଳାରେ ଧାନ ବେଙ୍ଗଳା କରୁଛନ୍ତି। ଦୁଇ ଗ୍ରାମର ବହୁ ଚାଷୀ ଏମିତି ଉପାୟ ନିଜ ମୁଣ୍ଡକୁ ଆଣିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ତାଙ୍କ ପାଖରେ ଅତ୍ୟଧିକ ବଳଦ କିମ୍ବା ଟ୍ରାକ୍ଟର ନାହିଁ। ତେଣୁ ଅଟୋ ମାଧ୍ୟମରେ ଫସଲ ଅମଳ କରୁଛନ୍ତି। କମ୍‌ ସମୟ ଓ କମ୍‌ ଖର୍ଚ୍ଚରେ ସହଜରେ ଧାନ ଅମଳ କରିପାରୁଛନ୍ତି। ନୂଆ କୌଶଳ ଆପଣାଇ ସ୍ବାଭିମାନ ଅଞ୍ଚଳରେ ଉଦାହରଣ ସାଜିଛନ୍ତି ଉକ୍ତ ଦୁଇ ଗ୍ରାମର ଚାଷୀ l


Enter your email to get our daily news in your inbox.

All Right Reserved By Dharitri.Com

ବଜାର ସଫେଇ କଲେ ଛାତ୍ରୀଛାତ୍ର

ଛତିଆ,୪ା୧୦(ଡି.ଏନ୍‌.ଏ.): ଛତିଆ ବଜାରରେ ଦୀର୍ଘଦିନ ଧରି ପଡିରହିଥିବା ଅଳିଆ ଆବର୍ଜନାକୁ ଗୁରୁବାର ମଣିଆସ୍ଥିତ ଡିଏଭି ପଦ୍ମାବତୀ ସ୍କୁଲ ଛାତ୍ରୀଛାତ୍ର ସଫା କରିଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣା...

ଭୋକିଲା ମାଙ୍କଡ଼ଙ୍କୁ ଆହାର

ରସୁଲପୁର,୨୬।୩(ଡି.ଏନ୍.ଏ.): କରୋନା ପ୍ରଭାବରେ ମଣିଷ ସହିତ ପରୋକ୍ଷରେ ପ୍ରାଣୀ ଜଗତ ବି ପ୍ରଭାବିତ ହୋଇଛି। ବୁଲା ଜୀବଜନ୍ତୁଙ୍କ ପାଇଁ ଖାଦ୍ୟ ସଙ୍କଟ ଦେଖାଦେଇଛି। ଯାଜପୁର ଜିଲାର...

ଚେନ୍ନାଇରେ କାଳବୈଶାଖୀ: ଗଞ୍ଜାମର ୫୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ଘର ଭାଙ୍ଗିଲା

ପାତ୍ରପୁର,୨୬ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ବହୁ ଶ୍ରମିକ ଚେନ୍ନାଇରେ ରହି ଦାଦନ ଖଟୁଛନ୍ତି। ଲକଡାଉନ ପରେ ବହୁ ଶ୍ରମିକ ଚାଲିଚାଲି, ସାଇକେଲ ଓ ଜଳପଥରେ ବିପଦପୂର୍ଣ୍ଣ ଭାବେ...

‘ସ୍ବାସ୍ଥ୍ୟ ପାଇଁ ଚାଲନ୍ତୁ’ ବାର୍ତ୍ତା ନେଇ ଭାରତ ଭ୍ରମଣ

ବ୍ରହ୍ମପୁର ଅଫିସ୍‌,୯।୫: ‘ସ୍ବାସ୍ଥ୍ୟ ପାଇଁ ଚାଲନ୍ତୁ’ ବାର୍ତ୍ତା ନେଇ କେରଳ ପଟ୍ଟାୟମର ଦମ୍ପତି ଭାରତ ଭ୍ରମଣରେ ବାହାରି ରବିବାର ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏହି ଦମ୍ପତିଙ୍କୁ ସହରର ଫାଷ୍ଟ...

ପିପିଇ କିଟ୍‌, ମାସ୍କ କିଣାରେ ଦୁର୍ନୀତି ଅଭିଯୋଗ: ସିବିଆଇ ତଦନ୍ତ ପାଇଁ ଜନସ୍ବାର୍ଥ ମାମଲା

କଟକ ଅଫିସ,୯।୬: କରୋନା ଭୁତାଣୁର ମୁକାବିଲା ପାଇଁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ) କିଟ୍‌ ଓ ମାସ୍କ କିଣିଛନ୍ତି ରାଜ୍ୟ ସରକାର। ଏଥିରେ ଦୁର୍ନୀତି ହୋଇଥିବା...

ବିଶ୍ୱସ୍ତରୀୟ ହେବ ରାୟଗଡ଼ା ଷ୍ଟେଶନ

ରାୟଗଡ଼ା ଅଫିସ, ୨୫ା୭: ରାୟଗଡ଼ା ରେଳଷ୍ଟେଶନ ହେବ ବିଶ୍ୱସ୍ତରୀୟ। ଆସନ୍ତା ସେପ୍ଟେମ୍ବରରେ ଏଥିନିମନ୍ତେ କାର୍ଯ୍ୟ ଆରମ୍ଭ ହେବ। ସେପ୍ଟେମ୍ବର ଶେଷ ସୁଦ୍ଧା ଆଇଏସ୍‌ଓ-୧୪୦୦୧ ସାର୍ଟିଫିକେଟ ହସ୍ତଗତ ହେବା...

ଟ୍ରକ୍‌କୁ ପଛରୁ ଧକ୍କା ଦେଇ ତଳକୁ ଖସିଲା ଟ୍ରକ୍‌: ଲାଗିଲା ନିଆଁ

ଛତ୍ରପୁର,୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ପ୍ରକଳ୍ପ ସମ୍ମୁଖ ଜାତୀୟ ରାଜପଥରେ ଶୁକ୍ରବାର ଏକ ଟ୍ରକ୍‌ ପଛରୁ ଅନ୍ୟ ଏକ ଟ୍ରକ୍‌ ଧକ୍କା...

୭ ବର୍ଷ ଦଣ୍ଡ ବ୍ୟବସ୍ଥା ନ ଥିବା ଅପରାଧର ଅଭିଯୁକ୍ତଙ୍କୁ ଗିରଫ କରନାହିଁ: ହାଇକୋର୍ଟ

କଟକ ଅଫିସ,୫।୫- ଅପରାଧୀଙ୍କୁ ଗିରଫ କରିବାକୁ ତରବର ନ ହେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯେଉଁ ଅପରାଧର ଦଣ୍ଡବିଧାନ ୭ ବର୍ଷ କିମ୍ବା...

Advertisement
Archives

Model This Week