ରୁଆ ହୋଇଥିବା ଧାନତଳି ପଚିଯିବା ଆଶଙ୍କା

ପଟ୍ଟାମୁଣ୍ଡାଇ,୧୨ା୮(ସ୍ବ.ପ୍ର.): ଚାଷ ପାଇଁ ଚଳିତ ବର୍ଷ ପାଗଯୋଗ ଠିକ୍‌ ନାହିଁ। ବିଳମ୍ବିତ ମୌସୁମୀ ସାଙ୍ଗକୁ ଧାନତଳି ପକା ଯାଇଥିଲା। ତା’ ମଧ୍ୟରୁ ଅନେକ ବିହନ ଗଜା ହେଲାନାହିଁ ତ ପୁଣି ଯେତିକି ତଳି ଉତୁରି ଥିଲା ତା’ ମଧ୍ୟରୁ ନୂଆ କରି ପୋତା ଯାଇଥିବା ଧାନ ତଳିଗୁଡ଼ିକ ପ୍ରାୟତଃ ୫୦ ଭାଗ ଲଘୁଚାପଜନିତ ଲଗାଣ ବର୍ଷାରେ ପଚିବାକୁ ବସିଲାଣି। ଆଉ ନୂଆ ତଳି ପକାଇବା ପାଇଁ ଚାଷୀ ପାଖରେ ସମୟ ନା ସମ୍ବଳ ଅଛି। ଏମିତିରେ ଏ ବର୍ଷ ଖରିଫ୍‌ ଋତୁର ଅଢେଇ ମାସ ଚାଲିଗଲା। ନଷ୍ଟ ହୋଇଯାଇଥିବା ବିହନ ବଦଳରେ ବିହନ ମିଳିବା ବି କଠିନ ହୋଇପଡିଲାଣି।
ଦୋସିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଭାତ ପ୍ରଧାନ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତବର୍ଷ ଖରିଫ୍‌ ଧାନଚାଷ ପାଇଁ ପାଣିପାଗ ଅନୁକୂଳ ନ ଥିବା ଯୋଗୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଧାନତଳି ପକାଇବା ସହ ପର୍ଯ୍ୟାୟକ୍ରମେ ବେଉଷଣ ଓ ଧାନତଳି ରୋଇବା କାର୍ଯ୍ୟ ବିଳମ୍ବ ହୋଇଥିଲା। ଚାଷୀଟିଏ ଶତପ୍ରତିଶତ ଧାନ ଅମଳ କରିବାର ଆଶା ବାନ୍ଧିଥିଲା। ମାତ୍ର ଚଳିତ ଲଘୁଚାପ ବର୍ଷା ସବୁ ଚାଷୀଙ୍କ ହସ ଛଡ଼ାଇ ନେଇଛି। ନୂଆ କରି ରୁଆଯାଇଥିବା ଧାନତଳି ଲଗାଣ ବର୍ଷା ଯୋଗୁ ପଚିଯିବାକୁ ବସିଲାଣି। ଚାଷୀ ହିଡ଼ କାଟି, ପାଣି ବୋହି ରୁଆ ହୋଇଥିବା ଧାନ ତଳିକୁ ବଞ୍ଚାଇ ରଖିବାର ସମସ୍ତ ଚେଷ୍ଟା ମଧ୍ୟ କରୁଛନ୍ତି। ରୁଆ ହୋଇଥିବା ତଳି ବଞ୍ଚାଇବାକୁ ପାଣି ବୋହି ବୋହି ଚାଷୀ ନୟାନ୍ତ ହେଉଛି। ତଥାପି ରୁଆ ହୋଇଥିବା ତଳିକୁ ବଞ୍ଚାଇ ପାରୁନି। ତଳି ଚେର ଧରିବା ପୂର୍ବରୁ ଚାଷଜମିରେ ପାଣି ଭର୍ତ୍ତି ହୋଇଯାଉଛି। ଏବେ ସୁଦ୍ଧା ଅନିୟମିତ ବର୍ଷା ପାଇଁ ୬୦% ଜମିରେ ହଳ ଗାର ପଡ଼ିପାରି ନାହିଁ। ୪୦% ଜମିରେ ତଳି ପକାଯାଉଛି ତ କେଉଁଠି ତଳି ରୁଆ ହୋଇଛି। ଆଗକୁ ରୁଆ ତଳି ବଞ୍ଚତ୍ ରହିବା, ବିଭିନ୍ନ ପ୍ରକାର ପୋକ ଲାଗିବା, କୀଟନାଶକ, ସାର ପଡିବା ଆଉ ପାଗର ଅବସ୍ଥା କିପରି ହେବ ସେ ନେଇ ଚାଷୀ ସନ୍ଦେହରେ ରହିଛନ୍ତି।
ସେହିପରି କୃଷକ ନେତା ବିଜୟ ଦାସ କହିଛନ୍ତି, ପଟ୍ଟାମୁଣ୍ଡାଇ ବ୍ଲକର କେତେକ ଅଞ୍ଚଳରେ ବର୍ଷା ଅଭାବରୁ ଶ୍ରାବଣରେ ବି ଜମି ଶୁଖିଲା ପଡିଥିଲା। ଆଉ କେତେକ ଅଞ୍ଚଳରେ ଉଚ୍ଚା ଜମିରେ ପାଣି ନାହିଁ। ଲଘୁଚାପଜନିତ ବର୍ଷା ଯୋଗୁ ତଳିଆ ଜମିରେ ପାଣି ଭର୍ତ୍ତି ହୋଇଯିବାରୁ ଚାଷୀ ହତାଶ ହୋଇପଡିଛନ୍ତି। ଅନ୍ୟପକ୍ଷରେ କେନାଲରେ ପାଣି ଛାଡିବା ସମୟରେ ପାଣି ମିଳିଲା ନାହିଁ। ମାତ୍ର ଲଗାଣ ବର୍ଷା ଫଳରେ ଦରକାର ନ ଥିବା ସମୟରେ କେନାଲରେ ଉଛୁଳା ପାଣି ଛଡାଯାଉଛି। ଗତବର୍ଷର ଅନିୟମିତ ବର୍ଷା ଯୋଗୁ ଉତ୍ପାଦନ ହ୍ରାସ ହେବା ସହ ଚାଷରେ ଖର୍ଚ୍ଚ ଅଧିକ ହୋଇଥିବା ନେଇ ଚାଷୀ ଭାଙ୍ଗି ପଡିଥିଲେ। ଚଳିତବର୍ଷ କ୍ଷତିଭରଣା ହେବ ଭାବି ମନକୁ ବୁଝାଉଥିବା ଚାଷୀ ଏ ବର୍ଷ ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରୁଛି। ଏହାଦ୍ୱାରା ଚାଷୀ କେତେଦୂର ଫସଲ ଆମଦାନୀ କରିପାରିବାରେ ସଫଳ ହେବ ସେ ନେଇ ପରିଶ୍ରମ କରି ଚାଲିଛି। ପଟ୍ଟାମୁଣ୍ଡାଇ ବ୍ଲକ କୃଷି ଅଧିକାରୀ ଭଦ୍ରନାରାୟଣ ଦାସଙ୍କୁ ପଚାରିବାରେ ଚଳିତବର୍ଷ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧୧,୭୦୦ ହେକ୍ଟର ଜମିରେ ଖରିଫ୍‌ ଧାନଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଅନିୟମିତ ବୃଷ୍ଟିପାତ ଯୋଗୁ ୮,୨୪୫ ହେକ୍ଟର ଜମିରେ ଚାଷ ପାଇଁ ତଳି ପଡି ରୁଆ କାର୍ଯ୍ୟ ଚାଲୁଅଛି। ମାତ୍ର ଲଘୁଚାପଜନିତ ଲଗାଣ ବର୍ଷା କିଛି ମାତ୍ରାରେ ନୂଆ ରୁଆ ଉପରେ କ୍ଷତି କରି ପାରେ। ଅଦ୍ୟାବଧି ପ୍ରାୟ ୪, ୩୦୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇପାରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri