ଧାନ ଫସଲରେ ପୋକ

ଚଣ୍ଡିଖୋଲ,୧୭ା୧୧(ଡି.ଏନ.ଏ.): ଏବେ ଧାନ ଅମଳ ସମୟ। ହେଲେ ଜମିରେ ପୋକ ଲାଗିଯିବାରୁ ଧାନଗଛଗୁଡ଼ିକ ତଳେ ଶୋଇ ପଡିଛି। ଧାନ ଆହାର ଢୁକି ନ ଥିଲେ ମଧ୍ୟ ସେଗୁଡ଼ିକ ପାଚିଲା ଧାନ ଭଳି ଦେଖାଯାଉଛି। ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଚାଷୀ। ସୋମବାର କୃଷି ବିଭାଗ କର୍ମଚାରୀ ଘଟଣାସ୍ଥଳ ପରିଦର୍ଶନ କରି ଏହା ଚକଡ଼ା ପୋକ କହୁଥିଲା ବେଳେ ବୁଧବାର କୃଷି ବୈଜ୍ଞାନିକମାନେ କ୍ଷେତ୍ର ପରିଦର୍ଶନ କରି ତାହା ମାଟିଆ ଗୁଣ୍ଡିପୋକ ବୋଲି କହିଛନ୍ତି। ବଡ଼ଚଣା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସୁନୀଲ କୁମାର ମହାପାତ୍ର, ବିଜୟ କୁମାର ରାଉତରାୟ ଓ ଲଳିତ କୁମାର ମହାନ୍ତି ଯାଜପୁର ଜିଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଏହା ମାଟିଆ ଗୁଣ୍ଡି ପୋକ ବୋଲି ସ୍ବୀକାର କରିବା ସହିତ ଧାନ ଫସଲ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ସୂଚନା ଦେଇଛନ୍ତି।
ସେମାନଙ୍କ କହିବା ଅନୁଯାୟୀ, ଧାନ ଗଛର ମୂଳରେ ଏହି ପୋକ ଲାଗିଥାଆନ୍ତି। ପୋକ ଲାଗିବା ପରେ ଧାନ ଗଛରୁ ଶଶ ଶୋଷି ଦିଅନ୍ତି। ଫଳରେ ଧାନ ଗଛଗୁଡ଼ିକ ତଳେ ପଡ଼ିଯାଏ। ଧାନଗଛର ମୂଳ ନଷ୍ଟ ହୋଇଯିବା ଯୋଗୁ ପାଚିଲା ଧାନ ହୋଇଥିଲେ ତଳେ ପଡ଼ିଯିବ ଯଦି ଧାନ ଆହାର ଢୋକୁ ଥାଏ ତେବେ ସେଗୁଡ଼ିକ ଧାନ ବଦଳରେ ଅଗାଡ଼ି ହୋଇଯିବ। ଏଥିସହିତ ଯେଉଁଧାନ ଗଛ ଫୁଲ ଉଡ଼ାଉଥିବା ସେଗୁଡ଼ିକ ମଧ୍ୟ ନଷ୍ଟ ହୋଇଯିବ। କେବଳ ପାଚି ଯାଇଥିବା ଧାନକୁ ଛାଡ଼ିଲା ପରେ ଆହାର ଢୋକୁଥିବା କିମ୍ବା ଫୁଲ ଉଡ଼ାଉଥିବା ଧାନ ଗଛ ପାଇଁ ଚାଷୀମାନେ ତୁରନ୍ତ ଔଷଧ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଫ୍ଲେନିଂକାମିଡ଼, ଡ଼ାଇନୋଟିକ୍‌ ଫୁରନ୍‌୍‌, ଇମିତାକ୍ଲୋପ୍ରିଡ, ଟ୍ରାଇଫ୍ଲମେଜୋପାଇରିନ୍‌ ଇତ୍ୟାଦି ଔଷଧ ପାଣିରେ ମିଶାଇ ପକାଇବାକୁ ପଡ଼ିବ। ତେବେ ଚାଷୀମାନେ ଧାନ କ୍ଷେତରେ ଔଷଧ ପକାଇବା ପୂର୍ବରୁ ବୈଜ୍ଞାନିକମାନଙ୍କ ପରାମର୍ଶ ନେବାକୁ ସେ ପ୍ରକାଶ କରିଛନ୍ତି। ଉପରୋକ୍ତ କୀଟନାଶକ ମିଶ୍ରଣ କରି ପ୍ରତି ୧୦ଦିନ ଅନ୍ତରରେ ସିଞ୍ଚନ କଲେ ମାଟିଆଗୁଣ୍ଡି ପୋକ କ୍ଷେତରୁ ଦୂରେଇ ଯିବେ। ନଚେତ୍‌ ସେମାନେ ହୁହୁ ହୋଇ ମାଡ଼ି ଯାଇ ଧାନଗଛର ମୂଳ ଖାଇଯିବେ।
ବୁଧବାର କୃଷି ବୈଜ୍ଞାନିକମାନେ କୋରେଇ ବ୍ଲକର ୨୫ ଗ୍ରାମରେ ୩୮୨ ହେକ୍ଟର ଜମିରେ ଏହି ପୋକମାନେ ପ୍ରାଦୁର୍ଭାବ କରିଥିବା ପ୍ରକାଶ କରିଛନ୍ତି। ସେହିପରି ବଡ଼ଚଣା ବ୍ଲକର ବରଦା ଓ ବାଲିପଡ଼ିଆ ପଞ୍ଚାୟତରେ ଏହି ପୋକ ଲାଗିଥିବା ପ୍ରକାଶ କରିଛନ୍ତି। ଆସନ୍ତାକାଲି ଅନ୍ୟାନ୍ୟ ସ୍ଥାନରେ କ୍ଷେତ୍ର ପରିଦର୍ଶନ କରାଯିବ ବୋଲି ଜିଲା କୃଷି ଉପଅଧିକାରୀ ବୈରାଗୀ ଚରଣ ସେଠୀ ପ୍ରକାଶ କରିଛନ୍ତି। କୃଷି ବୈଜ୍ଞାନିକମାନେ ଗୋବିନ୍ଦ ପୁର, କାନତୋରୀ, ମୂଳାପାଲ, ପଶ୍ଚିମକୋଟ୍‌ ଆଦି ଗ୍ରାମର ଚାଷୀମାନଙ୍କ ସହିତ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ଏନେଇ ଚାଷୀମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ସହିତ ତୁରନ୍ତ ଯାଜପୁର ଜିଲାର ପୋକ ଲାଗିଥିବ କ୍ଷେତ୍ର ପରିଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?