Posted inଖେଳ

ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛନ୍ତି ପେସ୍‌

କୋଲକାତା, ୧୨ା୧୨ (ପି.ଟି.)- ଭାରତୀୟ ଟେନିସ୍‌ ଆଇକନ୍‌ ଲିଆଣ୍ଡର ପେସ୍‌ ଆସନ୍ତାବର୍ଷ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ଲାଗି ପ୍ରସ୍ତୁତ ହେଉଛନ୍ତି। ଜଣେ ପ୍ରଫେସନାଲ ଖେଳାଳି ହିସାବରେ ୨୦୨୦ ତାଙ୍କର ଶେଷବର୍ଷ ହେବ ବୋଲି ୨୦୧୯ ଖ୍ରଷ୍ଟମାସ୍‌ ଡେ’ରେ ସେ ଘୋଷଣା କରିଥିଲେ। ଏଥିରୁ ସ୍ପଷ୍ଟ ସୂଚୀତ ହେଉଥିଲା ଯେ, ସେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ। ଏଠାରେ ମୋଟୋଭୋଲ୍ଟ ମୋବିଲିଟି ସ୍ମାର୍ଟ ଇ-ସାଇକେଲ୍ସର ଅନାବରଣ ଉତ୍ସବରେ ଯୋଗଦାନ ଅବସରରେ ପେସ୍‌ କହିଛନ୍ତି କରୋନା ମହାମାରୀ ଦ୍ୱାରା ସମଗ୍ର ବିଶ୍ୱ ଏତେ ପ୍ରଭାବିତ ହେବ ବୋଲି କେହି କଳ୍ପନାରେ ସୁଦ୍ଧା ଭାବି ନ ଥିଲେ। ବହୁ ଦିନ ଧରି ବ୍ରେକ୍‌ ପରେ ସେ ଖୁସି ଅନୁଭବ କରୁଛନ୍ତି। ଶାରୀରିକ, ମାନସିକ ଓ ଭାବନାତ୍ମକ ଦିଗରୁ ସେ ପ୍ରସ୍ତୁତ ଅଛନ୍ତି। ଇତିହାସ ପୃଷ୍ଠାରେ ଭାରତର ନାମ କିପରି ଲିପିବଦ୍ଧ ହୋଇ ରହିବ ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ। ଏହି ଦୃଷ୍ଟିରୁ ସେ ୩୦ ବର୍ଷ ହେଲା ତାଙ୍କ କ୍ୟାରିୟର ଜାରି ରଖିଛନ୍ତି। ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହେବ। ସେତେବେଳକୁ ପେସ୍‌ଙ୍କୁ ୪୮ବର୍ଷ ବୟସ ହୋଇଥିବ। ସେ କହିଛନ୍ତି, ବୟସ ଏକ ସଂଖ୍ୟା ଛଡ଼ା ଆଉ କିଛି ନୁହେଁ। ରେକର୍ଡ ବୁକ୍‌ରେ ଭାରତର ନାମ ସବୁଦିନ ପାଇଁ ରହୁ ବୋଲି ସେ ଚାହାନ୍ତି। ଜଣେ ଟେନିସ ଖେଳାଳି ହିସାବରେ ସର୍ବାଧିକ ୭ ଥର ଅଲିମ୍ପିକ୍ସରେ ଭାଗ ନେଇ ସେ ପୂର୍ବରୁ ରେକର୍ଡର ଅଧିକାରୀ ହୋଇସାରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭାଗ ନେଲେ ଏହି ସଂଖ୍ୟା ୮ରେ ପହଞ୍ଚତ୍ୟିବ। ଭବିଷ୍ୟତରେ ଏହି ରେକର୍ଡ ଭାଙ୍ଗିବା ସହଜ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri