ଅକ୍ସିଜେନ୍‌ ହାହାକାର

ନୂଆଦିଲ୍ଲୀ/ମୁମ୍ବାଇ,୨୧ା୪: ଭାଇରସ୍‌ ଚାଲିଗଲାଣି, ଆଉ କିଛି ହେବ ନାହିଁ। ଘାତକ ଭୂତାଣୁକୁ ନେଇ ସୁରକ୍ଷାର ଏଭଳି ମିଛ ଭାବନା ଭାରତୀୟମାନଙ୍କୁ ପୁଣିଥରେ ମହାମାରୀ କବଳକୁ ଟାଣିନେଇଛି। ଫଳରେ କୋଭିଡ୍‌-୧୯ ଭୂତାଣୁର ନୂଆ ଲହର ଦେଶକୁ ଏକ ବଡ଼ ବିପତ୍ତିକୁ ଡାକିଆଣିଛି। ସଂକ୍ରମଣ ରୋକିବା ପାଇଁ କେଉଁଠି ଭାକ୍ସିନର ଅଭାବ ତ ପୁଣି କେଉଁଠି ଚିକିତ୍ସାଧୀନ ଆକ୍ରାନ୍ତଙ୍କ ଲାଗି ଅକ୍ସିଜେନ ସଙ୍କଟ ଦେଖାଦେଲାଣି। ଜାତୀୟ ରାଜଧାନୀ ଦିଲ୍ଲୀ ହେଉ କି ଆର୍ଥିକ ରାଜଧାନୀ ମୁମ୍ବାଇ ସବୁଠି ଅକ୍ସିଜେନ, ଭେଣ୍ଟିଲେଟର, ଜୀବନ ରକ୍ଷକ ଔଷଧ ଓ ଜରୁରୀ ମେଡିକାଲ ଉପକରଣର ଘୋର ଅଭାବ ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଦୋହଲାଇ ଦେଇଛି। କରୋନା ରୋଗୀ ଚିକିତ୍ସାଧୀନ ବହୁ ହସ୍ପିଟାଲରେ ମହଜୁଦ ଥିବା ଅକ୍ସିଜେନ ମାତ୍ର କିଛି ଘଣ୍ଟାରେ ଶେଷ ହୋଇଯିବ ବୋଲି ଜଣାପଡ଼ିଛି। ଏଭଳି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।
ନୂଆଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲ ଓ ଗଙ୍ଗାରାମ ହସ୍ପିଟାଲରେ ଥିବା ଅକ୍ସିଜେନ ଆଉ ମାତ୍ର କିଛି ସମୟ ମଧ୍ୟରେ ଶେଷ ହୋଇଯିବ। ଏହାକୁ ନେଇ ଚିନ୍ତିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଜରୁରୀ ସହାୟତା ମାଗିଛନ୍ତି। ଏହି ଦୁଇ ବଡ଼ ହସ୍ପିଟାଲକୁ କେନ୍ଦ୍ର ସରକାର ତୁରନ୍ତ ଅକ୍ସିଜେନ ନ ଯୋଗାଇଲେ ଅନେକ ରୋଗୀଙ୍କ ଜୀବନ ଚାଲିଯିବ ବୋଲି କେଜ୍‌ରିଓ୍ବାଲ କହିଛନ୍ତି। ଜରୁରୀ ସମୟରେ ଅକ୍ସିଜେନ ଯୋଗାଣକୁ ସ୍ବାଭାବିକ କରିବା ଲାଗି ସେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ହସ୍ପକ୍ଷେପ ଲୋଡ଼ି ଏକ ପତ୍ର ମଧ୍ୟ ଲେଖିଥିବା ନେଇ ଟୁଇଟ୍‌ କରିଛନ୍ତି। ଦିଲ୍ଲୀ ସରକାର କୋଭିଡ୍‌ ରୋଗୀଙ୍କ ପାଇଁ ଅକ୍ସିଜେନ ଦ୍ୱାରା ଚିକିତ୍ସାକୁ ସୁନିଶ୍ଚିତ କରିବା ଲାଗି ସୋମବାର ଏକ ୨୪ ଜଣିଆ ‘ଅକ୍ସିଜେନ ଅଡିଟ୍‌ କମିଟି’ ଗଠନ କରିଛନ୍ତି। କେଉଁ ସ୍ଥାନରେ ଅକ୍ସିଜେନ ବ୍ୟବହାର ବେଳେ ଅବହେଳା କରାଯାଉଛି ତାହା ଉକ୍ତ କମିଟି ତଦାରଖ କରିବ। ସେହିପରି ମହାରାଷ୍ଟ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଛି। ବିଭିନ୍ନ ହସ୍ପିଟାଲରେ ରୋଗୀ ଅକ୍ସିଜେନ ନ ପାଇ ମୃତ୍ୟୁ ମୁଖକୁ ଠେଲି ହୋଇଯାଉଛନ୍ତି। ରାଜ୍ୟରେ ୬.୩୮ ଲକ୍ଷ ସକ୍ରିୟ ମାମଲା ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୦%ଙ୍କୁ ଅକ୍ସିଜେନ ଦିଆଯାଉଛି। ମହାରାଷ୍ଟ୍ରରେ ଦୈନିକ ୧,୨୫୦ ଟନ୍‌ ମେଡିକାଲ ଅକ୍ସିଜେନ ଉତ୍ପାଦନ ହେଉଥିବାବେଳେ କୋଭିଡ୍‌ ରୋଗୀଙ୍କ ଚିକିତ୍ସାରେ ସବୁ ଶେଷ ହୋଇଯାଉଛି। ଉଦ୍ଧବ ଠାକ୍‌ରେ ସରକାର ଏବେ ଛତିଶଗଡ଼ ଓ ଗୁଜରାଟଠାରୁ ଅତିରିକ୍ତ ୫୦ ଟନ୍‌ ଲେଖାଏ ଅକ୍ସିଜେନ ନେଉଛନ୍ତି। ସେହିପରି ଗୁଜରାଟସ୍ଥିତ ଜାମ୍‌ନଗର ରିଲାଏନ୍ସ ପ୍ଲାଣ୍ଟରୁ ଦୈନିକ ୧୦୦ ଟନ୍‌ ଅକ୍ସିଜେନ ନେବା ପାଇଁ ଯୋଜନା କରୁଛନ୍ତି। ମଧ୍ୟପ୍ରଦେଶରେ ଦିନକୁ ୨୫୦ ଟନ୍‌ ଅକ୍ସିଜେନ ଦରକାର ପଡ଼ୁଥିବାବେଳେ ନିଜସ୍ବ ଉତ୍ପାଦନ ପ୍ଲାଣ୍ଟ ନ ଥିବାରୁ ଗୁଜରାଟ, ଛତିଶଗଡ଼ ଓ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି। କିନ୍ତୁ ଏହି ରାଜ୍ୟଗୁଡ଼ିକରେ ମଧ୍ୟ ସ୍ଥିତି ଦୟନୀୟ ଅବସ୍ଥାକୁ ଚାଲିଆସିଥିବାରୁ ଆଗକୁ ଅକ୍ସିଜେନ୍‌ ଯୋଗାଣ ବ୍ୟାହତ ହୋଇପାରେ। ଗୁଜରାଟକୁ ମଧ୍ୟ ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ୫୦୦ ଟନ୍‌ ଅକ୍ସିଜେନ ଆବଶ୍ୟକ ହେଉଛି।
୧୨ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ, କର୍ନାଟକ, ୟୁପି, ଦିଲ୍ଲୀ, ଛତିଶଗଡ଼, କେରଳ, ତାମିଲନାଡୁ, ପଞ୍ଜାବ ଓ ହରିୟାଣାରେ ଆଗକୁ ସ୍ଥିତି ଆହୁରି ଜଟିଳ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ କ୍ଷମତାସମ୍ପନ୍ନ ଗ୍ରୁପ୍‌-୨ ଅକ୍ସିଜେନ ଓ ଅନ୍ୟ ଉପକରଣ ସଙ୍କଟ ତଦାରଖ କରିବ। ବଳକା ଥିବା ରାଜ୍ୟଗୁଡ଼ିକରୁ ଏହି ୧୨ ରାଜ୍ୟକୁ ତିନୋଟି ପର୍ଯ୍ୟାୟରେ ୧୭,୦୦୦ ଟନ୍‌ ଅକ୍ସିଜେନ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାସହ ସାରା ଦେଶରେ ଅକ୍ସିଜେନ ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୫୦,୦୦୦ ଟନ୍‌ ମେଡିକାଲ ଅକ୍ସିଜେନ ଆମଦାନୀ ପାଇଁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri