୫ ହଜାର କୋଟି ସମ୍ପତ୍ତିର ମାଲିକ, ପିଲାମାନେ ପାଇବେନି କିଛି…

ଚଣ୍ଡିଗଡ଼,୨୭।୧୦: ବଲିଉଡ ଅଭିନେତା ସୈଫ ଅଲି ଖାଁ ହେଉଛନ୍ତି ପଟୌଦିର ନବାବ ଏବଂ ତାଙ୍କୁ ବଲିଉଡର ନବାବ ମଧ୍ୟ କୁହାଯାଏ। ସେ ରୟାଲ ପରିବାର ସହିତ ତାଙ୍କର ସମ୍ପର୍କ। ସୈଫ୍‌ ଗୋଟିଏ ବର୍ଷରେ ଚଳଚ୍ଚିତ୍ର ଏବଂ ବିଜ୍ଞାପନରେ ଅଭିନୟ କରି ବହୁ ଅର୍ଥ ଉପାର୍ଜନ କରନ୍ତି। ତାଙ୍କର ପୂର୍ବଜଙ୍କ ବହୁ ସମ୍ପତ୍ତି ମଧ୍ୟ ଅଛି।

ଖବର ଅନୁଯାୟୀ, ହରିୟାଣାର ପଟୌଦି ପ୍ୟାଲେସ ଏବଂ ଭୋପାଳରେ ପୈତୃକ ସମ୍ପତ୍ତିକୁ ମିଶାଇ ସୈଫଙ୍କର ୫ ହଜାର କୋଟି ମୂଲ୍ୟର ସମ୍ପତ୍ତି ରହିଛି। କିନ୍ତୁ ଏଥିରେ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଏତେ ବଡ ସମ୍ପତ୍ତିର ମାଲିକ ହେବା ପରେ ମଧ୍ୟ ସୈଫ ଏହାକୁ ନିଜ ପିଲାମାନଙ୍କୁ ଦେଇ ପାରିବେ ନାହିଁ। ଏହା ପଛର କାରଣ ହେଉଛି ଯେ ସୈଫଙ୍କର ସମସ୍ତ ପୈତୃକ ସମ୍ପତ୍ତି ସରକାରଙ୍କ ଶତ୍ରୁ ବିବାଦ ଅଧିନିୟମ (ଏନ୍‌ମି ଡିସ୍‌ପୁଟ୍‌ ଆକ୍ଟ) ଅଧୀନରେ ରହିିଛି।

ଭାରତର ଏହି କାର୍ଯ୍ୟ ଆଇନ ଅନୁଯାୟୀ, କୌଣସି ବ୍ୟକ୍ତି ସମ୍ପତ୍ତି ଉପରେ ଦାବି କରିପାରିବେ ନାହିଁ। ଯଦି କୌଣସି ବ୍ୟକ୍ତି ଏହାକୁ ବିରୋଧ କରନ୍ତି ଏବଂ ଏହାକୁ ତାଙ୍କର ସମ୍ପତ୍ତି ବୋଲି ବିବେଚନା କରନ୍ତି, ତେବେ ସେମାନଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ପଡ଼ିବ। ଯଦି ହାଇକୋର୍ଟ ଏହି ମାମଲା ସମାଧାନ କରି ନ ପାରନ୍ତି, ତେବେ ବ୍ୟକ୍ତି ସୁପ୍ରିମକୋର୍ଟ ଯାଇପାରିବେ। ଯଦି ସୁପ୍ରିମକୋର୍ଟରେ ଏହି ମାମଲାର ଫଇସଲା ହୋଇ ନ ପାରେ ତେବେ କେବଳ ଦେଶର ରାଷ୍ଟ୍ରପତିଙ୍କର ଏହି ମାମଲା ଉପରେ ନିଷ୍ପତ୍ତି ନେବାର ଅଧିକାର ରହିଛି।

ସୈଫ୍‌ଙ୍କ ପର ଦାଦା ହମିଦୁଲ୍ଳା ଖାଁ ବ୍ରିଟିଶ ସମୟର ନବାବ ଥିଲେ। ସେ ତାଙ୍କ ସମ୍ପତ୍ତିର କୌଣସି ଉତ୍ତରାଧିକାରୀଙ୍କ ସମ୍ପର୍କରେ ଉଲ୍ଲେଖ କରି ନ ଥିଲେ।
ସୈଫ୍‌ ପ୍ରଥମେ ଅମୃତା ସିଂଙ୍କୁ ବିବାହ କରିଥିଲେ। ପରେ ସେମାନଙ୍କ ଛାଡପତ୍ର ହୋଇଥିଲାା। ଏହି ବିବାହରୁ ତାଙ୍କର ସାରା ଅଲି ଖାଁ ଏବଂ ଇବ୍ରାହିମ ଅଲି ଖାଁ ଦୁଇ ସନ୍ତାନ ଅଛନ୍ତି। କରୀନା କପୁର ଖାଁଙ୍କୁ ଦ୍ୱିତୀୟ ବିବାହ କରିବା ପରେ ସେମାନଙ୍କର ତୈମୁର ଏବଂ ଜେହ ଦୁଇ ପୁଅ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୫୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ଗୁଡ୍‌ ନ୍ୟୁଜ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର, କରିନା କପୁର ଖାଁ, କିଆରା ଆଡଭାନୀ ଓ ଦିଲ୍‌ଜିତ ଦୋସାଞ୍ଜଙ୍କ ଅଭିନୀତ ଫିଲ୍ମ ‘ଗୁଡ୍‌ ନ୍ୟୁଜ’ ଏବେ...

କ୍ୟାମେରା ଧରି ସମୂଦ୍ରକୁ ଡେଇଁଲେ ଉର୍ବଶୀ: ପଛରେ ପଡ଼ିଗଲା ବିଶାଳକାୟ ମାଛ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। କିଛି ଦିନର ବ୍ୟବଧାନରେ ସେ ନିଜର ଭିଡିଓ ପ୍ରଶଂସକଙ୍କ ପାଇଁ ଶେୟାର କରିଥାନ୍ତି।...

ବଡ଼ ବଜେଟ୍‌ରେ ପ୍ରସ୍ତୁତ ହେବ ‘ପୁଷ୍ପା ପାର୍ଟ-୨’

ସାଉଥ୍‌ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ବ୍ଲକ୍‌ବଷ୍ଟର ଫିଲ୍ମ‘ପୁଷ୍ପା: ଦ ରାଇଜ୍‌’ ରେକର୍ଡ କରିବା ପରେ ଏବେ ଦୁହିଁଙ୍କ ଆଉ ଏକ ଅପକମିଙ୍ଗ୍‌...

ସିଦ୍ଧାର୍ଥଙ୍କ ଜନ୍ମଦିନରେ ‘ଶେରଶାହ’ର ପୋଷ୍ଟର ରିଲିଜ

ବମ୍ବେ: କରନ୍‌ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର’ରେ ଡେବ୍ୟୁ କରିବା ପରେ ଅନେକ ସଫଳତାର ଫର୍ଦ୍ଦ ଯୋଡ଼ା ହୋଇ ସାରିଲାଣି ଅଭିନେତା ସିଦ୍ଧାର୍ଥ...

ବିବାହ ପାଇଁ ଟ୍ବିଙ୍କିଲଙ୍କ ସାମ୍ନାରେ ଅକ୍ଷୟ କୁମାର ରଖିଥିଲେ ଏଭଳି ସର୍ତ୍ତ

ମୁମ୍ବାଇ: ଖିଲାଡ଼ି କିଙ୍ଗ୍‌ ଅକ୍ଷୟ କୁମାର ଏବଂ ଟ୍ବିଙ୍କିଲ ଖାନ୍ନାଙ୍କ ଯୋଡ଼ି ବଲିଉଡ୍‌ରେ ସର୍ବୋତ୍ତମ ଯୋଡ଼ି ଭାବରେ ଗଣନା କରାଯାଏ। ୨୦୦୧ ଜାନୁୟାରୀ ୧୭ରେ ଏହି...

ମହାରାଷ୍ଟ୍ର ବନ୍ୟା ପୀଡ଼ିତଙ୍କୁ ସହଯୋଗର ହାତ ବଢାଇଲେ ଭାଇଜାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁ ଅନେକ ସମୟରେ ସହଯୋଗର ହାତ ବଢାଇଥିବା ଦେଖାଯାଇଛି। ଏଥର କିନ୍ତୁ ତାଙ୍କ ସହଯୋଗକୁ ଦେଖିଲେ ଗର୍ବ କରନ୍ତି ତାଙ୍କ...

ଏଲିଟ୍‌ କ୍ଲବ୍‌ରେ ଶାହିଦ୍‌ କପୁର

ମୁମ୍ବାଇ: ଆମିର, ସଲମାନ୍‌ ଓ ଶାହରୁଖଙ୍କ ଭଳି ଶାହିଦ୍‌ କପୁର ଏବେ ଏଲିଟ୍‌ କ୍ଲବ୍‌ରେ ସ୍ଥାନ ପାଇଛନ୍ତି। ବିଶେଷକରି ‘କବିର ସିଂ’ ଫିଲ୍ମର ସଫଳତା ତାଙ୍କୁ...

ଆକ୍ସନ ନିଶାରେ ରାଜବୀର

ନବାଗତ ରାଜବୀର । ନୂଆ ଓଡ଼ିଆ ସିନେମା ‘ଅରୁନ୍ଧତୀ’ରେ ତାଙ୍କୁ ମିଳିଛି ଏକ ଚ୍ୟାଲେଞ୍ଜିଂ ଭୂମିକା। ଏଥିରେ ତାଙ୍କୁ କେବଳ ଆକ୍ସନ ନୁହେଁ, ରୋମାଣ୍ଟିକ ରୋଲ୍‌ରେ...

Advertisement
Archives

Model This Week