ଲକ୍ଷ୍ମୀ ବସରେ ଅସମ୍ଭାଳ ଭିଡ଼: ଓହଳିକି ଯାଉଛନ୍ତି ଯାତ୍ରୀ

ଦାରିଙ୍ଗବାଡ଼ି,୨୧।୧୦(ଅରୁଣ ସାହୁ ): ଦୁର୍ଗମ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ବ୍ଲକ ଠାରୁ ପଞ୍ଚାୟଯାଏ ଲକ୍ଷ୍ମୀ ବସ୍‌ ଯୋଗାଇ ଦିଆଯାଇଛି। ତେବେ ଏହା ପର୍ଯ୍ୟାପ୍ତ ହେଉ ନ ଥିବା କୁହାଯାଉଛି। ବସ୍‌ ତୁଳନାରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ବସ୍‌ରେ ଯାତ୍ରୀମାନେ ଠିଆ ହୋଇଯାଉଥିବା ଦେଖିବାକୁ ମିଳିଛି। ତେବେ ବେଳେବେଳେ ଏତେ ସଂଖ୍ୟକ ଲୋକ ହେଉଛନ୍ତି ଯେ, ସେମାନେ ଓହଳିକି ଯାତାୟାତ କରୁଛନ୍ତି। ଏହି ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡିରେ। ବ୍ଲକର  ୬ଟି ପଞ୍ଚାୟତକୁ ଯାତାୟାତ କରୁଥିବା ଲକ୍ଷ୍ମୀବସ କ୍ଷେତ୍ରରେ।
ପ୍ରକାଶ ଯେ, ଗୁମିକିଆ ସମେତ ବୁଡାଗୁଡା, ତିଲୋରୀ, କିରିକୁଟି, ସିମନବାଡି ଏବଂ ଶ୍ରାନିକେତାକୁ ଯାତାୟତ କରୁଥିବା  ଏକ ମାତ୍ର ଲକ୍ଷ୍ମୀ ବସ୍‌ରେ ଶହ ଶହ ଲୋକ ନିର୍ଭର କରୁଛନ୍ତି। ସରକାର ଯେଉଁ ଦିନଠାରୁ ଉକ୍ତ ରାସ୍ତାରେ ଲକ୍ଷ୍ମୀ ବସ୍‌ର ବ୍ୟବସ୍ଥା କଲେ, ଦୀର୍ଘ ବର୍ଷ ଧରି ଉକ୍ତ ରାସ୍ତାରେ ଯାତାୟତ କରୁଥିବା ଘରୋଇ ବସ୍‌ ଗୁଡିକର ବ୍ୟବସାୟ ବନ୍ଦ ହୋଇଗଲା। ଫଳରେ ବାଲିଗୁଡା ଠାରୁ ବୁଡ଼ାଗୁଡା, ତିଲୋରୀ ଦେଇ ଦାରିଙ୍ଗବାଡିକୁ ଆସୁଥିବା ଘରୋଇ ବସ୍‌କୁ ମାଲିକ ବନ୍ଦ କରିଦେଲେ।  ଏବେ ଏକ ମାତ୍ର ଲକ୍ଷ୍ମୀବସ୍‌ ଉପରେ ୬ ପଞ୍ଚାୟତର ଲୋକ  ନିର୍ଭର କରୁଥିବା ବେଳେ ଦିନକୁ ଦୁଇ ଥର ଲକ୍ଷ୍ମୀ ବସ ଉକ୍ତ  ପଞ୍ଚାୟତ ଗୁଡିକୁ ଯାତାୟାତ କରୁଛି। ଗୋଟିଏ ବସ୍‌ ହୋଇଥିବାରୁ ଯାତ୍ରୀଙ୍କ ସଂଖ୍ୟା ବସ୍‌ ସିଟର ଅନୁସାରେ ଦ୍ବିଗୁଣିତ ହୋଇଛି। ତେଣୁ ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀ ଯାତାୟତ କରୁଛନ୍ତି। ଉକ୍ତ ରାସ୍ତାରେ ଲକ୍ଷ୍ମୀ ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀ ବସ୍‌ର ଭିଡ଼ ଯୋଗୁ ଅଟୋରେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି । ଉକ୍ତ ୬ ପଞ୍ଚାୟତ ପାଇଁ ଆଉ କିଛି ଅଧିକା ଲକ୍ଷ୍ମୀ ବସ୍‌ ଯୋଗାଇଦେଲେ ଯାତ୍ରୀମାନେ ସୁବିଧା ଓ ସୁରକ୍ଷିତ ଯାତ୍ରା କରିପାରିବେ ବୋଲି ଦାବି ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ଜୋରଦାର ହେବ…

ଭୁବନେଶ୍ୱର,୩୧।୧: ଡ଼ିଶାରେ ପାନ ମସଲାକୁ ବ୍ୟାନ କରିଥିଲେ ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

ବେଲୁଚିସ୍ତାନରେ ପୁଣି ଜଳିଲା ବିଦ୍ରୋହର ନିଆଁ! BLA ଚଳାଇଛି Operation Herof 2.0 , ୧୨ ପାକିସ୍ତାନୀ ସେନା ନିହତ

କ୍ୱେଟା,୩୧।୧: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ପୁଣି ଥରେ ଯୁଦ୍ଧକ୍ଷେତ୍ର ପାଲଟିଛି, ଶନିବାର (ଜାନୁଆରୀ ୩୧) ବେଲୁଚି ଆର୍ମିମାନେ ଏକକାଳୀନ ୧୦ଟି ସହରରେ ପାକିସ୍ତାନୀ ସେନା ଏବଂ ISI…

ଭେଙ୍କଟପଲମ ମେଗା ପାନୀୟ ଜଳ ପ୍ରକଳ୍ପ: ପରିଦର୍ଶନ କଲେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ

କାଲିମେଳା,୩୧।୧(ଜୀବନକୃଷ୍ଣ ଦାସ ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଭେଙ୍କଟପଲମ ପଞ୍ଚାୟତରେ ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ।…

କ’ଣ ଏମିତି କହିଲା ତୁର୍କୀ? ଖପ୍ପା ହୋଇଗଲା Pakistan, ଜାଣନ୍ତୁ ପୂରା ଘଟଣା

ଇସଲାମାବାଦ,୩୧।୧: ଇସଲାମିକ ନାଟୋ ଗଠନ କରିବାକୁ ଚେଷ୍ଟା କରୁଥିବା Pakistanକୁ ତୁର୍କୀ ଏକ ଗୁରୁତ୍ୱପୂର୍ଣ୍ଣ ଧକ୍କା ଦେଇଛି। ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସ୍ପଷ୍ଟ କରିଛନ୍ତି…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା। ଏହି…

୧୨ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ, ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଲେ ଏହି ବିଭାଗର…

ଭୁବନେଶ୍ୱର,୩୧ା୧: ସରିଲା କ୍ୟାବିନେଟ୍‌ ବୈଠକ। ଏହା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି, ୧୦ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ…

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri