ଗହଳି ହେଲା, ସଂକ୍ରମଣ ବଢ଼ିଲା

ଭୁବନେଶ୍ୱର, ୧୦ା୭(ବ୍ୟୁରୋ): ରାଜଧାନୀରେ ପୁଣି ସକ୍ରିୟ ହୋଇଉଠିଲାଣି କରୋନା। କିଛିଦିନ ହେବ ସଂକ୍ରମଣ ଖସୁଥିବାବେଳେ ଏବେ ଉପରମୁହାଁ ହେଲାଣି ଗ୍ରାଫ୍‌। ଜୀବନଜୀବିକାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର କରୋନା କଟକଣାକୁ କୋହଳ କରିଥିଲେ। ହେଲେ ଲୋକମାନେ ଏହାର ଦୁରୁପଯୋଗ କରୁଥିବା ଦେଖାଯାଉଛି। କୋଭିଡ୍‌ ନିୟମକୁ ଉଲ୍ଲଂଘନ କରି ସହରର ଦୋକାନ ବଜାରଠାରୁ ଆରମ୍ଭ କରି ରାସ୍ତାଘାଟରେ ପ୍ରବଳ ଗହଳି କରୁଛନ୍ତି। ସାମାଜିକ ଦୂରତାକୁ ମାନୁ ନାହାନ୍ତି। ଫଳରେ ୨ଶହ ମଧ୍ୟରେ ରହୁଥିବା ସଂକ୍ରମଣ ଏବେ ୪ଶହ ମୁହଁା ହେବାରେ ଲାଗିଛି। ଏପରି ସ୍ଥିତି ଲାଗି ରହିଲେ ଭୁବନେଶ୍ୱରରେ ସଂକ୍ରମଣ ବ୍ୟାପିବା ସହ ପୂର୍ବ ପରିସ୍ଥିତି ଲେଉଟିବ ବୋଲି ଆଶଙ୍କା କରାଯାଉଛି। କେତେଜଣଙ୍କ ବେପରୁଆ ମନୋଭାବ ଯୋଗୁ ସମସ୍ତଙ୍କୁ ଭୋଗିବାକୁ ପଡୁଥିବାରୁ ଏହା ଉପରେ ପ୍ରଶାସନ ଓ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।
ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ସହରରୁ ୩୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬୯ଜଣ କ୍ୱାରାଣ୍ଟାଇନ୍‌ରୁ ଓ ୩୨୦ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ପଟିଆ ଅଞ୍ଚଳରୁ ସର୍ବାଧିକ ୩୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାପଲ୍ଲୀରୁ ୨୫, ଶୈଳଶ୍ରୀବିହାରରୁ ୧୧, ଖଣ୍ଡଗିରିରୁ ୧୮, ଚନ୍ଦ୍ରଶେଖରପୁରରୁ ୧୦, ରସୁଲଗଡ, ମଞ୍ଚେଶ୍ୱର, ପୁରୁଣା ଭୁବନେଶ୍ୱର, ଶ୍ରୀରାମ ନଗର ଓ ଶହୀଦନଗରରୁ ୯ଜଣ ଲେଖାଏ, ଡୁମୁଡୁମାରୁ ୧୪, ବମିଖାଲ ଓ ପାତ୍ରପଡାରୁ ୮ଜଣ ଲେଖାଏ, ବଡଗଡରୁ ୭, ଆଚାର୍ଯ୍ୟବିହାର, ନୀଳାଦ୍ରିବିହାର ଓ ସାମନ୍ତରାପୁରରୁ ୬ଜଣ ଲେଖାଏ, ଆଇଗିଣିଆ, ୟୁନିଟ-୩ ଓ କଳିଙ୍ଗ ନଗରରୁ ୫ଜଣ ଲେଖାଏ, ଗାଡକଣ, ଗଜପତି ନଗର, ବିଜେବି ନଗର, ସତ୍ୟନଗର, ସୁନ୍ଦରପଦା, ଟଙ୍କପାଣିରୋଡ୍‌, ଚକେଇସିଆଣି, ପ୍ରଶାନ୍ତି ବିହାର ଓ ବାଣୀବିହାର ଅଞ୍ଚଳରୁ ୩ଜଣ ଲେଖାଏ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୯୩ହଜାର ୭୭ରେ ପହଞ୍ଚତ୍ଛି। ସେହିପରି ଗୋଟିଏ ଦିନରେ ପୁଣି ୫ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୪୯୭ରେ ପହଞ୍ଚତ୍ଛି। ସେହିପରି ୨୪ ଘଣ୍ଟାରେ ୩୫୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ଆରୋଗ୍ୟ ସଂଖ୍ୟା ୯୧ ହଜାର ୩୪୯କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୧୨୧୦ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ବିଭିନ୍ନ ଦୋକାନ ସିଲ ସହ ୩୦ହଜାର ଜରିମାନା ଆଦାୟ

ପ୍ରତିଦିନ ସହରରେ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚଢାଉ କରି ଅମାନିଆଙ୍କଠାରୁ ଜରିମାନା ଆଦାୟ କରିବା ସହ ଦୋକାନ ସିଲ୍‌ କରୁଛି। ଶୁକ୍ରବାର ବିଏମ୍‌ସିର ୩ଟି ଜୋନ୍‌ରେ ଚଢାଉ କରି କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଗଜପତି ନଗରସ୍ଥିତ ଏକ ଓମ୍‌ଫେଡ୍‌ ଷ୍ଟଲ, ୟୁନିଟ-୨ ମାର୍କେଟ ବିଲ୍ଡିଂରେ ମମତା ଡ୍ରେସେସ୍‌ ଦୋକାନ, ସୌଭାଗ୍ୟ ନଗରସ୍ଥିତ ଗୋଲ୍‌ଡେନ୍‌ ଚିଲି ଫାଷ୍ଟଫୁଡ୍‌କୁ ସିଲ୍‌ କରାଯାଇଛି। ଦକ୍ଷିଣ ଜୋନ୍‌ରେ ୬ଟି ଫାଷ୍ଟଫୁଡ୍‌ ଦୋକାନ ସିଲ୍‌ କରିବା ସହ ୧୧ହଜାର ଟଙ୍କା ଓ ଦକ୍ଷିଣ ପଶ୍ଚିମ ଜୋନରୁ ୬ହଜାର ଟଙ୍କା ଜରିମାନା କରାଯାଇଛି। ୩ ଜୋନ୍‌ରୁ ସମୁଦାୟ ୩୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଏମ୍‌ସି (ଏନ୍‌ଫୋର୍ସମେଣ୍ଟ)ର ଅତିରିକ୍ତ କମିଶନର ଲିଲନ୍‌ ପ୍ରସାଦ ସାହୁଙ୍କ ତତ୍ତ୍ୱାବଧାନରେ ଏହି ଚଢାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri