ଓଭର ଏକ୍ସରସାଇଜ୍‌

ଆଜିର ଦିନରେ ସଭିଏଁ କାର୍ଯ୍ୟବ୍ୟସ୍ତ। ଆଉ ଏହି ବ୍ୟସ୍ତବହୁଳ ଜୀବନରେ ସୁସ୍ଥ ରହିବା କୌଣସି ବରଦାନଠୁ କମ୍‌ ନୁହେଁ। ଏମିତିରେ ଅନେକଙ୍କ ପାଇଁ ଫିଟ୍‌ନେସ୍‌ ମନ୍ତ୍ର ପାଲଟିଛି ଏକ୍ସରସାଇଜ୍‌। ହେଲେ କଥାରେ ଅଛି ଅତି ସର୍ବତ୍ର ଗର୍ହିତମ୍‌, ଅର୍ଥାତ୍‌ ବର୍ତ୍ତମାନ ଫିଟ୍‌ନେସ୍‌ ଆଳରେ ଆବଶ୍ୟକତାଠାରୁ ଅଧିକ ଏକ୍ସରସାଇଜ୍‌ ଅନେକଙ୍କ ପାଇଁ ସାଜୁଛି କାଳ, ଯାହା ପ୍ରତି ବେଳହୁଁ ସାବଧାନ ରହିବା ଆବଶ୍ୟକ…

ବର୍ତ୍ତମାନ ଅନେକଙ୍କ ପାଇଁ ଏକ୍ସରସାଇଜ୍‌ ପାଲଟିଛି ଫିଟ୍‌ନେସ୍‌ ମନ୍ତ୍ର। ବିଶେଷକରି ସ୍ଲିମ୍‌ ଫିଗର ପ୍ରତି ସଜାଗ ଥିବା ଯୁବପିଢ଼ି ଏଥିପାଇଁ ଜିମ୍‌ ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି। ଯାହାଙ୍କ ମଧ୍ୟରୁ ଅନେକେ ଏମିତିବି ଅଛନ୍ତି, ଯେଉଁମାନେ ଫିଟ୍‌ନେସ୍‌ ପାଇଁ ଶୀଘ୍ର ପତଳା ହେବା ନିଶାରେ ଆବଶ୍ୟକତାଠାରୁ ଅଧିକ ବା ଓଭର ଏକ୍ସରସାଇଜ୍‌ କରିବାକୁ ମଧ୍ୟ ପଛାନ୍ତି ନାହିଁ। ଖାଲି ସେତିକି ନୁହେଁ, କେତେଜଣ ଗୋଟିଏ ଦିନ କୌଣସି କାରଣରୁ ନ କରିପାରିଲେ ପର ଦିନ ଏକ ସଙ୍ଗେ ଦୁଇଦିନ ପାଇଁ ଏକ୍ସରସାଇଜ୍‌ କରିଥା’ନ୍ତି। ହେଲେ ଏହାଦ୍ୱାରା ଶରୀରକୁ କୌଣସି ଫାଇଦା ମିଳିବା ବଦଳରେ ବିଭିନ୍ନ ସମସ୍ୟାର କାରଣ ସାଜିଥାଏ।
ଗବେଷଣା କୁହେ: ନିକଟରେ ଅନେକ ହୃଦ୍‌ଘାତଜନିତ ମୃତ୍ୟୁ ଘଟଣା ସାମ୍‌ନାକୁ ଆସିଛି, ଯାହା ପଛର ମୁଖ୍ୟ କାରଣ ଓଭର ଏକ୍ସରସାଇଜ୍‌ ବୋଲି ଜଣାପଡ଼ିଛି। ଏନେଇ ଆମେରିକାରେ ହୋଇଥିବା ଏକ ଗବେଷଣା ରିପୋର୍ଟ ମୁତାବକ ଯେପରି କୌଣସି ଔଷଧ ଆବଶ୍ୟକ ମାତ୍ରାରୁ ଅଧିକ ସେବନ କଲେ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ, ଠିକ୍‌ ସେହିପରି ଏକ୍ସରସାଇଜ୍‌ ମଧ୍ୟ ଆବଶ୍ୟକତାଠାରୁ ଅଧିକ ସ୍ବାସ୍ଥ୍ୟ ପ୍ରତି ହାନିକାରକ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହେବା ସହ ହୃତ୍‌ପିଣ୍ଡ ଉପରେ ଚାପ ପଡ଼ିଥାଏ। ବିଶେଷ କରି ଅଧିକ ଟ୍ରେଡ୍‌ମିଲ୍‌ରେ ଚାଲିବା ଦ୍ୱାରା କେତେଜଣଙ୍କ ଠାରେ ହୃଦ୍‌ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି। ଜାଣିବା ଓଭର ଏକ୍ସରସାଇଜ୍‌ର ବିଭିନ୍ନ ପ୍ରଭାବ ସମ୍ପର୍କରେ…
ଥକା ବା ଅଳସୁଆ ଲାଗିବା: ନିୟମିତ ଏକ୍ସରସାଇଜ୍‌ କରିବା ଭଲ। ହେଲେ ଏହା ଆବଶ୍ୟକତାଠାରୁ ଅଧିକ ହେଲେ ଅଧିକ ପରିମାଣରେ କ୍ୟାଲୋରି ବର୍ଣ୍ଣ ହୋଇଥାଏ। ଫଳରେ ଶରୀରକୁ ଏନର୍ଜି ଷ୍ଟୋର କରିବାରେ ଅସୁବିଧା ହୋଇଥାଏ। ଯାହାର ଫଳସ୍ବରୂପ ଦିନ ସାରା ଥକା ଲାଗିବା, ଅଳସୁଆ ଲାଗିବା ବା ନିଦ ଆସିବା ଭଳି ଲକ୍ଷଣ ଦେଖାଦେଇଥାଏ। ଏହା ମାନସିକ ସ୍ବାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ। ତେଣୁ ଏପରି କରିବାଠାରୁ ବଞ୍ଚନ୍ତୁ ଏବଂ ଟ୍ରେନରଙ୍କ ପରାମର୍ଶକ୍ରମେ ଆବଶ୍ୟକ ମାତ୍ରାରେ ଏକ୍ସରସାଇଜ୍‌ କରନ୍ତୁ।
ହୋଇପାରେ ଯନ୍ତ୍ରଣାର କାରଣ: ଓଭର ଏକ୍ସରସାଇଜ୍‌ ପ୍ରଭାବରେ ବେଳେବେଳେ ପାଦ, ଆଣ୍ଠୁ, ହାତ, ବେକ, ଅଣ୍ଟା ଆଦି ସ୍ଥାନରେ ମାଂସପେଶୀ ସଂକୁଚିତ ହୋଇଯିବା ସହ ଉକ୍ତ ସ୍ଥାନ ଫୁଲି ଖୁବ୍‌ ଯନ୍ତ୍ରଣା ହୋଇଥାଏ। ତେଣୁ ଏପରି ଆଦୌ କରନ୍ତୁ ନାହିଁ।
ହୋଇପାରେ ହର୍‌ମୋନ ଅସନ୍ତୁଳନ: ଏକ୍ସରସାଇଜ କରିବା ଦ୍ୱାରା ମସ୍ତିଷ୍କ ପିଟ୍ୟୁଟାରୀ ଗ୍ଲାଣ୍ଡରୁ ଏଣ୍ଡୋଫ୍ରିନ୍‌ ନାମକ ହରମୋନ କ୍ଷରଣ ହୋଇଥାଏ, ଯାହାକି ମଣିଷକୁ ଚିନ୍ତା, କଷ୍ଟ, ଅବସାଦ ଆଦିରୁ ରକ୍ଷା କରି ମନ ଖୁସି ରଖିଥାଏ। ହେଲେ ଓଭର ଏକ୍ସରସାଇଜ କଲେ ଏହି ହରମୋନ ଅଧିକ କ୍ଷରଣରେ ଅସନ୍ତୁଳନ ଦେଖାଦେଇଥାଏ। ତେବେ ଏହି ହରମୋନ ଅଧିକ ହେଲେ କେତେକଙ୍କ ଠାରେ ଏକ ଡ୍ରଗ୍‌ ଭଳି କାର୍ଯ୍ୟ କରିଥାଏ। ଅର୍ଥାତ୍‌ ଏକ୍ସରସାଇଜ୍‌ ସେମାନଙ୍କ ପାଇଁ ଏକ ନିଶା ପାଲଟିଯାଏ, ଯାହା କୌଣସି ଦିନ ନ ହୋଇ ପାରିଲେ ସେମାନଙ୍କ ଠାରେ ଚିଡିଚିଡା ଲାଗିବା, ଅବସାଦ ଭଳି ଲକ୍ଷଣ ଦେଖାଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନଷ୍ଟ ହେବନି ପୁରୁଣା ପୋଷାକ

ପୋଷାକ ପୁରୁଣା ହୋଇଗଲେ କିମ୍ବା କୌଣସି କାରଣରୁ ଚିରିଗଲେ ଅବା ଛୋଟ ହୋଇଗଲେ ସାଧାରଣତଃ ଅନେକଙ୍କ ଲାଗି ଏହା ଅନାବଶ୍ୟକ ହୋଇ ପଡିରହେ କିମ୍ବା ଫିଙ୍ଗା...

କାହିଁକି ଭୁଲିହୁଏନି ପ୍ରଥମ ପ୍ରେମ …

କୁହାଯାଏ ପ୍ରଥମ ପ୍ରେମ ଅଭୁଲା। ଯୌବନର ପ୍ରଥମ ଚରଣରେ ସାଥୀ ପାଇଁ ମନରେ ସୃଷ୍ଟି ହୋଇଥିବା ଆବେଗ ପ୍ରେମକୁ ସ୍ବତନ୍ତ୍ର କରିଥାଏ। ଏଥିପାଇଁ ପ୍ରଥମ ପ୍ରେମର...

ଏକ୍‌ମୋ ଚିକିତ୍ସା

ଏକ୍‌ମୋ ଗୋଟିଏ ପରିବର୍ତ୍ତିତ ହାର୍ଟ-ଲଙ୍ଗ୍‌ସ ଯନ୍ତ୍ର। ହୃତ୍‌ପିଣ୍ଡ ବା ହାର୍ଟ ଅପରେଶନ ସମୟରେ ଏହା ବ୍ୟବହାର ହୁଏ। ମୁମୂର୍ଷୁ ରୋଗୀକୁ ଜୀବନ ଦାନ କରେ। ଶରୀରର...

ଚିନାବାଦାମ କମାଏ ମେଦବହୁଳତା

ଥଣ୍ଡାପାଗରେ ଚିନାବାଦାମ ଖାଇବାକୁ ଅନେକେ ପସନ୍ଦ କରିଥାନ୍ତି। ଏଥିରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ମିଳିଥାଏ, ଯାହାକି ବିଭିନ୍ନ ସମସ୍ୟା ଦୂର କରିଥାଏ। ବିଶେଷ ଭାବେ ଚିନାବାଦାମ...

ଘରେ କରନ୍ତୁ ଫେସିଆଲ

ରଜରେ ସଜବାଜର ଏକ ସ୍ବତନ୍ତ୍ର ବିଧି ରହିଥାଏ। ତେବେ ସଜବାଜ ପୂର୍ବରୁ ଯଦି ପାର୍ଲର ଯିବାକୁ ଭୁଲିଯାଇଛନ୍ତି ତେବେ ଘରେ କରନ୍ତୁ ଫେସିଆଲ୍‌… ବେସନ ପ୍ୟାକ୍‌...

ସାବଧାନ ! ବନ୍ଦ ଘରେ ଅଧିକ-ଖୋଲା ପବନରେ କମ୍‌ ସଂକ୍ରମଣ ଆଶଙ୍କା…

ଓ୍ବାଶିଂଟନ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ସଂକ୍ରମଣ ବନ୍ଦ ଘରେ ଅଧିକ ହୋଇଥାଏ। ଅପରପକ୍ଷରେ...

ରୋଷେଇ ଘରର ଔଷଧ

ଆପଣ ଜାଣନ୍ତି କି ରୋଷେଇ ଘରେ ନିତ୍ୟ ବ୍ୟବହୃତ ହେଉଥିବା ଏଭଳି କେତେକ ଖାଦ୍ୟଦ୍ରବ୍ୟ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏଥିରେ...

ଏହି ୬ ରାଶିର ବ୍ୟକ୍ତି ଭାରି ଜିଦିଆ, କାହା କଥା ଶୁଣନ୍ତି ନାହିଁ…

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ ରାଶି ଥାଏ। ପ୍ରତ୍ୟେକଟି ରାଶିର ସ୍ବଭାବ ଅଲଗା। ଏଥିଯୋଗୁ ଭିନ୍ନ ରାଶି ଥିବା ବ୍ୟକ୍ତିର ବ୍ୟକ୍ତିତ୍ୱ ଭିନ୍ନ। ତେବେ କିଛି ରାଶି...

Advertisement
Archives

Model This Week