ଓଭର ଏକ୍ସରସାଇଜ୍‌

ଆଜିର ଦିନରେ ସଭିଏଁ କାର୍ଯ୍ୟବ୍ୟସ୍ତ। ଆଉ ଏହି ବ୍ୟସ୍ତବହୁଳ ଜୀବନରେ ସୁସ୍ଥ ରହିବା କୌଣସି ବରଦାନଠୁ କମ୍‌ ନୁହେଁ। ଏମିତିରେ ଅନେକଙ୍କ ପାଇଁ ଫିଟ୍‌ନେସ୍‌ ମନ୍ତ୍ର ପାଲଟିଛି ଏକ୍ସରସାଇଜ୍‌। ହେଲେ କଥାରେ ଅଛି ଅତି ସର୍ବତ୍ର ଗର୍ହିତମ୍‌, ଅର୍ଥାତ୍‌ ବର୍ତ୍ତମାନ ଫିଟ୍‌ନେସ୍‌ ଆଳରେ ଆବଶ୍ୟକତାଠାରୁ ଅଧିକ ଏକ୍ସରସାଇଜ୍‌ ଅନେକଙ୍କ ପାଇଁ ସାଜୁଛି କାଳ, ଯାହା ପ୍ରତି ବେଳହୁଁ ସାବଧାନ ରହିବା ଆବଶ୍ୟକ…

ବର୍ତ୍ତମାନ ଅନେକଙ୍କ ପାଇଁ ଏକ୍ସରସାଇଜ୍‌ ପାଲଟିଛି ଫିଟ୍‌ନେସ୍‌ ମନ୍ତ୍ର। ବିଶେଷକରି ସ୍ଲିମ୍‌ ଫିଗର ପ୍ରତି ସଜାଗ ଥିବା ଯୁବପିଢ଼ି ଏଥିପାଇଁ ଜିମ୍‌ ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି। ଯାହାଙ୍କ ମଧ୍ୟରୁ ଅନେକେ ଏମିତିବି ଅଛନ୍ତି, ଯେଉଁମାନେ ଫିଟ୍‌ନେସ୍‌ ପାଇଁ ଶୀଘ୍ର ପତଳା ହେବା ନିଶାରେ ଆବଶ୍ୟକତାଠାରୁ ଅଧିକ ବା ଓଭର ଏକ୍ସରସାଇଜ୍‌ କରିବାକୁ ମଧ୍ୟ ପଛାନ୍ତି ନାହିଁ। ଖାଲି ସେତିକି ନୁହେଁ, କେତେଜଣ ଗୋଟିଏ ଦିନ କୌଣସି କାରଣରୁ ନ କରିପାରିଲେ ପର ଦିନ ଏକ ସଙ୍ଗେ ଦୁଇଦିନ ପାଇଁ ଏକ୍ସରସାଇଜ୍‌ କରିଥା’ନ୍ତି। ହେଲେ ଏହାଦ୍ୱାରା ଶରୀରକୁ କୌଣସି ଫାଇଦା ମିଳିବା ବଦଳରେ ବିଭିନ୍ନ ସମସ୍ୟାର କାରଣ ସାଜିଥାଏ।
ଗବେଷଣା କୁହେ: ନିକଟରେ ଅନେକ ହୃଦ୍‌ଘାତଜନିତ ମୃତ୍ୟୁ ଘଟଣା ସାମ୍‌ନାକୁ ଆସିଛି, ଯାହା ପଛର ମୁଖ୍ୟ କାରଣ ଓଭର ଏକ୍ସରସାଇଜ୍‌ ବୋଲି ଜଣାପଡ଼ିଛି। ଏନେଇ ଆମେରିକାରେ ହୋଇଥିବା ଏକ ଗବେଷଣା ରିପୋର୍ଟ ମୁତାବକ ଯେପରି କୌଣସି ଔଷଧ ଆବଶ୍ୟକ ମାତ୍ରାରୁ ଅଧିକ ସେବନ କଲେ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ, ଠିକ୍‌ ସେହିପରି ଏକ୍ସରସାଇଜ୍‌ ମଧ୍ୟ ଆବଶ୍ୟକତାଠାରୁ ଅଧିକ ସ୍ବାସ୍ଥ୍ୟ ପ୍ରତି ହାନିକାରକ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହେବା ସହ ହୃତ୍‌ପିଣ୍ଡ ଉପରେ ଚାପ ପଡ଼ିଥାଏ। ବିଶେଷ କରି ଅଧିକ ଟ୍ରେଡ୍‌ମିଲ୍‌ରେ ଚାଲିବା ଦ୍ୱାରା କେତେଜଣଙ୍କ ଠାରେ ହୃଦ୍‌ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି। ଜାଣିବା ଓଭର ଏକ୍ସରସାଇଜ୍‌ର ବିଭିନ୍ନ ପ୍ରଭାବ ସମ୍ପର୍କରେ…
ଥକା ବା ଅଳସୁଆ ଲାଗିବା: ନିୟମିତ ଏକ୍ସରସାଇଜ୍‌ କରିବା ଭଲ। ହେଲେ ଏହା ଆବଶ୍ୟକତାଠାରୁ ଅଧିକ ହେଲେ ଅଧିକ ପରିମାଣରେ କ୍ୟାଲୋରି ବର୍ଣ୍ଣ ହୋଇଥାଏ। ଫଳରେ ଶରୀରକୁ ଏନର୍ଜି ଷ୍ଟୋର କରିବାରେ ଅସୁବିଧା ହୋଇଥାଏ। ଯାହାର ଫଳସ୍ବରୂପ ଦିନ ସାରା ଥକା ଲାଗିବା, ଅଳସୁଆ ଲାଗିବା ବା ନିଦ ଆସିବା ଭଳି ଲକ୍ଷଣ ଦେଖାଦେଇଥାଏ। ଏହା ମାନସିକ ସ୍ବାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ। ତେଣୁ ଏପରି କରିବାଠାରୁ ବଞ୍ଚନ୍ତୁ ଏବଂ ଟ୍ରେନରଙ୍କ ପରାମର୍ଶକ୍ରମେ ଆବଶ୍ୟକ ମାତ୍ରାରେ ଏକ୍ସରସାଇଜ୍‌ କରନ୍ତୁ।
ହୋଇପାରେ ଯନ୍ତ୍ରଣାର କାରଣ: ଓଭର ଏକ୍ସରସାଇଜ୍‌ ପ୍ରଭାବରେ ବେଳେବେଳେ ପାଦ, ଆଣ୍ଠୁ, ହାତ, ବେକ, ଅଣ୍ଟା ଆଦି ସ୍ଥାନରେ ମାଂସପେଶୀ ସଂକୁଚିତ ହୋଇଯିବା ସହ ଉକ୍ତ ସ୍ଥାନ ଫୁଲି ଖୁବ୍‌ ଯନ୍ତ୍ରଣା ହୋଇଥାଏ। ତେଣୁ ଏପରି ଆଦୌ କରନ୍ତୁ ନାହିଁ।
ହୋଇପାରେ ହର୍‌ମୋନ ଅସନ୍ତୁଳନ: ଏକ୍ସରସାଇଜ କରିବା ଦ୍ୱାରା ମସ୍ତିଷ୍କ ପିଟ୍ୟୁଟାରୀ ଗ୍ଲାଣ୍ଡରୁ ଏଣ୍ଡୋଫ୍ରିନ୍‌ ନାମକ ହରମୋନ କ୍ଷରଣ ହୋଇଥାଏ, ଯାହାକି ମଣିଷକୁ ଚିନ୍ତା, କଷ୍ଟ, ଅବସାଦ ଆଦିରୁ ରକ୍ଷା କରି ମନ ଖୁସି ରଖିଥାଏ। ହେଲେ ଓଭର ଏକ୍ସରସାଇଜ କଲେ ଏହି ହରମୋନ ଅଧିକ କ୍ଷରଣରେ ଅସନ୍ତୁଳନ ଦେଖାଦେଇଥାଏ। ତେବେ ଏହି ହରମୋନ ଅଧିକ ହେଲେ କେତେକଙ୍କ ଠାରେ ଏକ ଡ୍ରଗ୍‌ ଭଳି କାର୍ଯ୍ୟ କରିଥାଏ। ଅର୍ଥାତ୍‌ ଏକ୍ସରସାଇଜ୍‌ ସେମାନଙ୍କ ପାଇଁ ଏକ ନିଶା ପାଲଟିଯାଏ, ଯାହା କୌଣସି ଦିନ ନ ହୋଇ ପାରିଲେ ସେମାନଙ୍କ ଠାରେ ଚିଡିଚିଡା ଲାଗିବା, ଅବସାଦ ଭଳି ଲକ୍ଷଣ ଦେଖାଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri