୮୫୦ରୁ ଊର୍ଦ୍ଧ୍ୱ ଖଣିଜ ରତ୍ନପଥର ପ୍ରଦର୍ଶିତ, ବିଶ୍ୱ ରେକର୍ଡ ପାଇଁ ଆଶା ବାନ୍ଧିଛନ୍ତି ସଂଗ୍ରାହକ

ବରଗଡ଼,୪ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଗାନ୍ଧିଛକ ନିକଟ କଲ୍ୟାଣମଣ୍ଡପରେ ବୁଧବାର ‘ଦି ଓ୍ବାଣ୍ଡର ମିନେରାଲ୍ସ ପ୍ରୋଗ୍ରାମ’ ଜରିଆରେ ଖଣିଜ ରତ୍ନପଥର ଏବଂ ଜୀବାଶ୍ମ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ବରଗଡ଼ ଲୋକ ସଭା ଏମ୍‌ପି ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ପୂର୍ବତନ ଲୋକ ସଭା ଏମ୍‌ପି ତଥା ରାଜ୍ୟ ମ୍ୟୁଜିୟମର ପୂର୍ବତନ ଡାଇରେକ୍ଟର ଡଃ ପ୍ରଭାସ ସିଂ, ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଡଃ ଡି. ବି. ଗଡ଼ନାୟକ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆର୍ଥ ସାଇନ୍ସ ବିଭାଗ ମୁଖ୍ୟଆସିଷ୍ଟାଣ୍ଟ ପ୍ରଫେସର ଡଃ ଦୁର୍ଯ୍ୟୋଧନ ବେହେରା, ପ୍ରଫେସର ଡଃ ପ୍ରଭାତ କୁମାର ସାହୁ, ବରିଷ୍ଠ ଖବରଦାତା ସୁରେନ୍ଦ୍ର ହୋତା, ସାଇନ୍ସ କମ୍ୟୁନିକେଟର ଲକ୍ଷ୍ମୀ ନାରାୟଣ ବକ୍ସି, ବରିଷ୍ଠ ଆଡ୍‌ଭୋକେଟ୍‌ ଅନନ୍ତ ଶୟନ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରକୃତିପ୍ରେମ ଏନ୍‌ଜିଓର ସାଧାରଣ ସମ୍ପାଦକ ଉପାନନ୍ଦ ସରକାର ପ୍ରଦର୍ଶନୀ ଆୟୋଜନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।
ଉକ୍ତ ପ୍ରଦର୍ଶନୀରେ ବରଗଡ଼ର ସଂଗ୍ରାହକ ଡଃ ସତ୍ୟକେତନ ମହାନ୍ତିଙ୍କ ଦ୍ୱାରା ସଂଗୃହୀତ ୮୫୦ରୁ ଅଧିକ ଖଣିଜ ରତ୍ନ ଏବଂ ୧୧୦୦ରୁ ଊର୍ଦ୍ଧ୍ୱ ବିଭିନ୍ନ ସାମଗ୍ରୀ ଏଥିରେ ପ୍ରଦର୍ଶିତ ହୋଇଥିଲା। ସେଥିମଧ୍ୟରୁ ଦେଶ, ବିଦେଶରୁ ସଂଗୃହୀତ ଖଣିଜ ପଥର, ଜୀବାଶ୍ମ ଆଦି ରହିଥିଲା। ବିଭିନ୍ନ ସ୍କୁଲ, କଲେଜର ଛାତ୍ରୀଛାତ୍ରଙ୍କ ସମେତ ଅଞ୍ଚଳର ଶତାଧିକ ଲୋକ ପ୍ରଦର୍ଶନୀକୁ ଆସି ସଂଗୃହୀତ ବିରଳ ସାମଗ୍ରୀ ଦେଖି ଜ୍ଞାନ ଆହରଣ କରିଥିଲେ।

ଉଲ୍ଲେଖନୀୟ ଯେ, ସଂଗ୍ରାହକ ମହାନ୍ତିଙ୍କ ପାଖରେ ଦେଶ, ବିଦେଶରୁ ସଂଗୃହୀତ ୧୪ପ୍ରକାର ବିଭାଗର ୧୭ ହଜାରରୁ ଊର୍ଦ୍ଧ୍ୱ ସାମଗ୍ରୀ ରହିଥିବା ସେ କହିଛନ୍ତି। ତନ୍ମଧ୍ୟରୁ ବୁଧବାର କେବଳ ଗୋଟିଏ ବିଭାଗର ପ୍ରଦର୍ଶନୀ ହୋଇଥିଲା। ଏଭଳି ସାମଗ୍ରୀ ସଂଗ୍ରହ କରି ସୁରକ୍ଷିତ ରଖିଥିବାରୁ ୨୦୧୩ରେ ସାଂକେତିକ ମୁଦ୍ରା ଏବଂ ୨୦୧୪ରେ ସାମୁଦ୍ରିକ ଶଙ୍ଖ ସଂଗ୍ରହ ପାଇଁ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ସେହିପରି ୨୦୧୯ରେ ଭିଏଟନାମର ଓ୍ବାଲର୍‌ଡ ରେକର୍ଡ଼ ଇନଭର୍ସିଟି ତାଙ୍କୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କରିଛି। ବୁଧବାରର ପ୍ରଦର୍ଶନୀ ମାଧ୍ୟମରେ ସେ ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡ ଦ୍ୱାରା ବିଶ୍ୱ ରେକର୍ଡରେ ସ୍ଥାନ ପାଇବେ ବୋଲି ସଂଗ୍ରାହକ ମହାନ୍ତି ଆଶା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?