ଗଜପତି ଜିଲାରେ ବାହାର ଠିକାଦାରଙ୍କୁ କାମ କରିବାକୁ ମନା, ଜିଲା ଠିକାଦାର ସଂଘର ନୂତନ ନିଷ୍ପତ୍ତି

ମୋହନା, ୧୯।୬ (ମନ୍ମଥ ମିଶ୍ର): ଗଜପତି ଜିଲା ଠିକାଦାର ସଂଘ ପକ୍ଷରୁ ଏକ ନୂତନ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ସଂଘର ସଦସ୍ୟମାନଙ୍କ ସର୍ବସମ୍ମତିକ୍ରମେ ଗୃହୀତ ଏହି ନିୟମାବଳୀ ଅନୁଯାୟୀ, ବାହାର ଜିଲାର ଠିକାଦାରମାନଙ୍କୁ ଗଜପତି ଜିଲାରେ କାମ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି।

ଜିଲା ଠିକାଦାର ସଂଘ ପକ୍ଷରୁ ପ୍ରତ୍ୟେକ ଟେଣ୍ଡର ସରକାରଙ୍କ ସିଡ୍ୟୁଲ୍ ଅନୁଯାୟୀ ପକାଯିବା ସହ ସମସ୍ତ ଠିକାଦାରଙ୍କ ସୁବିଧା ହେବା ଦିଗରେ ଗୁରୁତ୍ୱ ଦିଆଯାଇଛି। ଏ ନେଇ ଜିଲାର ସମସ୍ତ ଠିକାଦାର ଏକମତ ହୋଇ ନିଷ୍ପତ୍ତି ନେଇଛନ୍ତି।

ସଂଘର ନିଷ୍ପତ୍ତି ଅନୁଯାୟୀ, ଜିଲାର ଠିକାଦାରମାନେ ୬ କୋଟି ଟଙ୍କା ପର୍ଯ୍ୟନ୍ତ ସମସ୍ତ ଠିକା କାମ କରିବେ। ଏହାଠାରୁ ଅଧିକ ଟଙ୍କାର ଟେଣ୍ଡରରେ ଅନ୍ୟ ଜିଲାର ଠିକାଦାରମାନେ ଅଂଶଗ୍ରହଣ କରି କାମ କରିପାରିବେ। ତେବେ ସେଥିପାଇଁ ଏକ ସର୍ତ୍ତ ରଖାଯାଇଛି। ସମ୍ପୃକ୍ତ ଠିକାଦାରଙ୍କୁ ଗଜପତି ଜିଲା ଠିକାଦାର ସଂଘକୁ କାମ ଓ ଟେଣ୍ଡର ସମ୍ପର୍କରେ ଅବଗତ କରାଇବା ସହ ସରକାରୀ ସିଡ୍ୟୁଲ୍ ଅନୁଯାୟୀ ଟେଣ୍ଡର ପକାଇବାକୁ ପଡ଼ିବ।

ଯଦି କୌଣସି ବାହାର ଜିଲାର ଠିକାଦାର ସରକାରୀ ସିଡ୍ୟୁଲ୍ ଅନୁଯାୟୀ ଟେଣ୍ଡର ନ ପକାଇ ଅତ୍ୟଧିକ କମ୍ ଦରରେ (ଲେସରେ) ଟେଣ୍ଡର ପକାନ୍ତି, ତେବେ ତାହାକୁ ସଂଘ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁଯାୟୀ, ପୂର୍ବ ସରକାରଙ୍କ ସମୟରେ ଟେଣ୍ଡର ପ୍ରକ୍ରିୟାରେ ସର୍ବାଧିକ ୧୫ ପ୍ରତିଶତ ପର୍ଯ୍ୟନ୍ତ କମ୍ ଦରରେ ଟେଣ୍ଡର ପକାଇବାର ବ୍ୟବସ୍ଥା ଥିଲା। ହେଲେ ସରକାର ପରିବର୍ତ୍ତନ ପରେ ଯିଏ ଯେତେ କମ୍ ଦରରେ ଟେଣ୍ଡର ପକାଇପାରିବେ, ସେହି ବ୍ୟବସ୍ଥା ଲାଗୁ ହୋଇଥିବାରୁ ଠିକାଦାରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଦିନକୁ ଦିନ କୋଠାବାଡ଼ି ଓ ରାସ୍ତା ନିର୍ମାଣ ସାମଗ୍ରୀର ଦରଦାମ ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ, ଅତ୍ୟଧିକ କମ୍ ଦରରେ ଟେଣ୍ଡର ପକାଇ ଅନେକ ଠିକାଦାର ନିମ୍ନମାନର କାମ କରୁଥିବା ଅଭିଯୋଗ ହେଉଛି। ବିଶେଷକରି ବାହାର ଜିଲାର ଅନେକ ଠିକାଦାର ଗଜପତି ଜିଲାରେ ଅଧିକ ରେଟ୍ କାଟି ନିମ୍ନମାନର କାର୍ଯ୍ୟ କରୁଥିବା ନେଇ ସଂଘ ଅସନ୍ତୋଷ ପ୍ରକାଶ କରିଛି।

ଏପରି କାର୍ଯ୍ୟରୁ ବିରତ ରହିବା ସହ ଗଜପତି ଜିଲାର ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ ନ କରିବାକୁ ବାହାର ଜିଲାର ଠିକାଦାରମାନଙ୍କୁ ଜିଲା ଠିକାଦାର ସଂଘ ପକ୍ଷରୁ ମୋହନା ଆର୍‌ଡି କାର୍ଯ୍ୟାଳୟ ସମ୍ମୁଖରେ ଗଣମାଧ୍ୟମ ଜରିଆରେ ଅନୁରୋଧ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?