ବିଚାରଧାରାରୁ ଦୂରରେ

ଭାରତୀୟ ଜନତା ପାର୍ଟି(ଭାଜପା) ତା’ ଓ୍ବେବ୍‌ସାଇଟ୍‌ରେ କହିଛି, “ଅବିଭାଜ୍ୟ ମାନବବାଦର ଦର୍ଶନ ବା ବିଚାରଧାରା ଏକକକୁ ସୂଚିତ କରେ ଯାହାର କେବଳ ଭୌତିକ ବିଷୟ ନୁହେଁ ବରଂ ଆଧ୍ୟାତ୍ମିକ ଦିଗ ରହିଛି। ଏହା ଅର୍ଥନୈତିକ ବିକାଶର ଏକକ ଅବିଚ୍ଛେଦ୍ୟ ଆଭିମୁଖ୍ୟକୁ ପ୍ରକାଶ କରେ, ଯାହା ପରିବାର, ସମାଜ ଏବଂ ରାଷ୍ଟ୍ର ସହ ଜଡ଼ିତ।” ଏହିସବୁ ଶବ୍ଦର ଅର୍ଥ କ’ଣ? ଆଧ୍ୟାତ୍ମିକ ଦିଗ ସହିତ ଏକ ସରକାର ଏବଂ ରାଜନୈତିକ ଦଳର କ’ଣ ସମ୍ପର୍କ ଅଛି ଏବଂ ଏହା ଯଦି ସମ୍ଭବ ହୁଏ ତେବେ ଏହି ଆଧ୍ୟାତ୍ମିକ ଦିଗକୁ ଦେଶର ସାଧାରଣ ସୁଯୋଗଗୁଡ଼ିକ ସହିତ କିପରି ଉପଯୋଗ କରାଯାଇପାରିବ? ଏହି ଶବ୍ଦଗୁଡ଼ିକ ନୀତି ମାଧ୍ୟମରେ ଭାଜପାର ଇସ୍ତାହାରରେ କିମ୍ବା ବଜେଟରେ କିପରି ପ୍ରତିଫଳିତ ହୁଏ? ଯଦି ସେସବୁ ହେଉଛି ତେବେ ସେଗୁଡ଼ିକ କିଭଳି ଅନ୍ୟ ଦଳର ନୀତିରୁ ବାଦ୍‌ ପଡ଼ିଛନ୍ତି? ଆସନ୍ତୁ, କିଛି ବର୍ଷ ପୂର୍ବେ ପ୍ରକାଶିତ ଭାଜପା/ ଜନସଂଘର ଇସ୍ତାହାରକୁ ଦେଖିବା। ଆଶ୍ଚର୍ଯ୍ୟର କଥା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହାର ସ୍ଥିତି ଓଲଟପାଲଟ ହୋଇଯାଇଛି ଓ ଏହା କାହିଁକି ହୋଇଛି ତାହା ବୁଝାପଡ଼ୁନାହିଁ। ଜନସଂଘ ୧୯୫୪ ଓ ପୁନର୍ବାର ୧୯୭୧ ଇସ୍ତାହାରରେ ସମସ୍ତ ଭାରତୀୟ ନାଗରିକଙ୍କ ସର୍ବାଧିକ ଆୟକୁ ମାସିକ ୨,୦୦୦ ଟଙ୍କା ଏବଂ ସର୍ବନିମ୍ନ ୧୦୦ ଟଙ୍କାରେ ଅର୍ଥାତ୍‌ ୨୦:୧ ଅନୁପାତରେ ସୀମିତ ରଖିବାକୁ ସ୍ଥିର କରିଥିଲା। ଏହି ବ୍ୟବଧାନକୁ ହ୍ରାସକରି ୧୦: ୧ରେ ପହଁଞ୍ଚିବା ଯାଏ କାର୍ଯ୍ୟ ଜାରି ରଖିବ ଏବଂ ସମସ୍ତ ଭାରତୀୟ କେବଳ ସେମାନଙ୍କ ସ୍ଥିତିକୁ ଆଧାରକରି ଏହି ପରିସର ଭିତରେ ଆୟ କରିପାରିବେ। ଦଳ ମଧ୍ୟ ସହରରେ ବାସୋପଯୋଗୀ ଘରର ଆକାର ଛୋଟ କରିବା ସହ ୧୦୦୦ ବର୍ଗ ଗଜ୍‌ରୁ ଅଧିକ ପ୍ଲଟ୍‌ ଦିଆଯିବ ନାହିଁ ବୋଲି କହିଥିଲା। ୧୯୫୪ରେ କହିଥିଲା ଯେ କେବଳ ପୂର୍ବରୁ କେବେ ଚାଷ ହୋଇ ନ ଥିବା ଜମିକୁ ହଳ କରିବା ପାଇଁ ଟ୍ରାକ୍ଟର ବ୍ୟବହାର କରାଯିବ ଓ ସାଧାରଣ ହଳ ଉଦ୍ଦେଶ୍ୟରେ ସେଗୁଡ଼ିକର ବ୍ୟବହାର ବନ୍ଦ ହେବ। ଅବଶ୍ୟ ବଳଦ ଓ ଷଣ୍ଢ ହତ୍ୟା ରୋକିବାକୁ ଏହା ଏକ ପ୍ରୟାସ କରୁଥିଲା। ୧୯୫୧ରେ ଗୋହତ୍ୟା ନିଷେଧାଦେଶ ସମ୍ପର୍କରେ ସ୍ପଷ୍ଟ କରାଯାଇଥିଲା ଯେ, କୃଷିରେ ଏକ ଅର୍ଥନୈତିକ ୟୁନିଟ୍‌ କରିବା ପାଇଁ ଏହା ଦରକାର। ୧୯୫୪ରେ ଏହା ଅଧିକ ଧର୍ମୀୟ ବିଷୟ ଥିଲା ଏବଂ ଗୋ- ସୁରକ୍ଷାକୁ ଏକ ‘ଧର୍ମୀୟ ଦାୟିତ୍ୱ’ ଭାବେ ପ୍ରକାଶ କରିଥିଲା। ଯଦିଓ ଏହା ଏବେ ନିଜକୁ ଏକକ ନାଗରିକ ସଂହିତାର ଅଗ୍ରଦୂତ ବୋଲି କହୁଛି, ତଥାପି ଦଳ ଛାଡ଼ପତ୍ର ଏବଂ ଏକକ ପରିବାରକୁ କ୍ରମାଗତ ଭାବରେ ବିରୋଧ କରିଥିଲା। ଏହାର ଇସ୍ତାହାର (୧୯୫୭ ଓ ୧୯୫୮) ଦର୍ଶାଏ ଯେ ଯୌଥ ପରିବାର ଏବଂ ସ୍ଥାୟୀ ବିବାହ ହିନ୍ଦୁ ସମାଜର ଆଧାର ଭାବେ ରହିଆସିଛି। ଏହି ଆଧାରକୁ ପରିବର୍ତ୍ତନ କରୁଥିବା ଆଇନଗୁଡ଼ିକ ଶେଷରେ ସମାଜକୁ ଭାଗଭାଗ କରିଦେବ। ଏଣୁ ଜନସଂଘ ହିନ୍ଦୁ ବିବାହ ଏବଂ ହିନ୍ଦୁ ଉତ୍ତରାଧିକାର ଆଇନକୁ ରଦ୍ଦ କରିବ।
ଜାତି ହିଂସା ଉପରେ ଜନସଂଘର ୧୯୭୩ ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଅଧିକାଂଶ କ୍ଷେତ୍ରରେ ବିବାଦ ହରିଜନ ଏବଂ ହିନ୍ଦୁ ଜାତିଙ୍କ ମଧ୍ୟରେ ନୁହେଁ, ବରଂ ଏହା ହରିଜନ ଏବଂ ଏକ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ଅଛି ଯେଉଁମାନେ କ୍ଷମତାରେ ଅଛନ୍ତି ଏବଂ ସେମାନେ ଉଚ୍ଚ ଜାତିର। ଅର୍ଥାତ୍‌, ଜାତି କେବଳ ବିବାଦର ଉତ୍ସ ନୁହେଁ। ସାଂସ୍କୃତିକ ଦୃଷ୍ଟିରୁ ଦଳ ମଦ୍ୟପାନ ବିରୋଧରେ ଦୃଢ଼ ଭାବରେ ଠିଆହୋଇ ଦେଶବ୍ୟାପୀ ନିଷେଧାଦେଶ ଦାବି କରିଥିଲା। ଦଳ ଚାହୁଁଥିଲା ସମସ୍ତ କ୍ଷେତ୍ରରେ ଇଂରାଜୀ ବଦଳରେ ସ୍ଥାନୀୟ ଭାଷା ଏବଂ ବିଶେଷକରି ହିନ୍ଦୀ ବ୍ୟବହାର କରାଯିବ। କୌତୂହଳର ବିଷୟ, ଜନସଂଘ କହିଥିଲା ଯେ, ଏହା ୟୁଏପିଏ ଭଳି ପ୍ରିଭେନ୍‌ସନ ଡିଣ୍ଟେନସନ ଆଇନ(ଅପରାଧ ସନ୍ଦେହରେ ଅଟକ ରଖାଯିବା)କୁ ପ୍ରତ୍ୟାହାର କରିବ ଯାହା ବ୍ୟକ୍ତିଗତ ସ୍ବାଧୀନତାର ସମ୍ପୂର୍ଣ୍ଣ ବିରୋଧୀ। ଏହି ପ୍ରତିଶ୍ରୁତି ୧୯୫୦ ଦଶକରେ ବାରମ୍ବାର ଦିଆଯାଇଥିଲା। ତଥାପି ୧୯୬୭ ସୁଦ୍ଧା ଏହା ସ୍ବୀକୃତ ହେବାକୁ ଲାଗିଲା ଏବଂ କୁହାଗଲା ଯେ, ଦେଶର ଶତ୍ରୁଙ୍କୁ ସମର୍ଥନ କରୁଥିବା ଏବଂ ବ୍ୟାଘାତକାରୀ ତତ୍ତ୍ୱଗୁଡ଼ିକ ମୌଳିକ ଅଧିକାରକୁ ଯେଭଳି ଶୋଷଣ ନ କରନ୍ତି ତାହା ନିଶ୍ଚିତ କରାଯିବା ଲାଗି ପଦକ୍ଷେପ ନିଆଯିବ। ପରେ ସଂଘ ଏବଂ ଭାଜପା ପ୍ରିଭେନ୍‌ସନ ଡିଣ୍ଟେନସନ ପାଇଁ ଅଧିକ ଉତ୍ସାହୀ ହୋଇପଡ଼ିଲେ। ୧୯୫୪ରେ ଦଳ କହିଥିଲା, ଏହା ସମ୍ବିଧାନର ପ୍ରଥମ ସଂଶୋଧନ ଯାହା ‘ଯୁକ୍ତିଯୁକ୍ତ ପ୍ରତିବନ୍ଧକ’ ଲଗାଇ ବାକ୍‌ ସ୍ବାଧୀନତାକୁ ବନ୍ଦ କରି ଦେଇଛି, ତାହାକୁ ପ୍ରତ୍ୟାହାର କରିବ। ଏହି ସଂଶୋଧନ ମୂଳତଃ ଅଭିବ୍ୟକ୍ତିର ସ୍ବାଧୀନତାକୁ ଛଡ଼ାଇ ନେଇଛି। ଅବଶ୍ୟ ୧୯୫୪ ପରେ ପ୍ରଥମ ସଂଶୋଧନକୁ ରଦ୍ଦ କରାଯାଉ ବୋଲି ଦାବି କରିଥିଲା ଏବଂ ଭାରତୀୟଙ୍କ ପାଇଁ ଅଭିବ୍ୟକ୍ତି, ସଙ୍ଗଠନ ଏବଂ ସମାବେଶ ସ୍ବାଧୀନତା ଫେରାଇ ଦିଆଯାଉ। କିନ୍ତୁ ତାହା ଜନସଂଘ ଇସ୍ତାହାରରୁ ଅଦୃଶ୍ୟ ହୋଇଗଲା। ଭାଜପା ସମ୍ବିଧାନ ଅନୁଯାୟୀ ଅବିଭାଜ୍ୟ ମାନବବାଦ ହେଉଛି ପାର୍ଟିର ‘ମୌଳିକ ବା ମୂଳ ବିଚାରଧାରା’। ସମ୍ବିଧାନର ପ୍ରଥମ ପାରା ଅନୁଯାୟୀ ଭାରତ ଏକ ସଂଘୀୟ ରାଜ୍ୟର ଦେଶ ହେବ, ଅର୍ଥାତ୍‌ ବିହାର ମାତା, ବଙ୍ଗ ମାତା, ପଞ୍ଜାବ ମାତା, କନ୍ନଡ ମାତା, ତାମିଲ ମାତା ସମସ୍ତଙ୍କୁ ଏକାଠି କରି ଭାରତମାତା ହେବା କହି ଏହା ଭାଷାଭିତ୍ତିକ ରାଜ୍ୟଗୁଡ଼ିକର ଧାରଣାକୁ ବିରୋଧ କରେ। ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ଆମେ ପ୍ରଦେଶଗୁଡ଼ିକୁ ଭାରତମାତାର ଅଙ୍ଗ ବୋଲି ଭାବିଛୁ ଏବଂ ଏକକ ମାତା ଭାବରେ ନୁହେଁ। ତେଣୁ ସମ୍ବିଧାନ ସଂଘୀୟ ପରିବର୍ତ୍ତେ ଏକୀକୃତ ହେବା ଉଚିତ। ଏଥିପାଇଁ ଶେଷ ଥର ଭାଜପା କେବେ ପଦକ୍ଷେପ ନେବା ଶୁଣିଥିଲେ କି? ଜନସଂଘ ଏହାର ବହୁସଂଖ୍ୟକବାଦକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବାରେ ଅସମର୍ଥ ହୋଇଥିଲା। କାରଣ ବାବ୍ରି ମସ୍‌ଜିଦ ବିରୋଧରେ ଅଭିଯାନ ଭଳିି ମୁସଲମାନ ବିରୋଧୀ ଭାବନାକୁ ଏକତ୍ରିତ କରିବା ପାଇଁ ଏହାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମର ଅଭାବ ଥିଲା। କିନ୍ତୁ ପରେ ଭାଜପା ପୂରା ଦମ୍‌ରେ ତାହା କରିବାକୁ ସକ୍ଷମ ହେଲା। ଭାଜପା ଥରେ କ୍ଷମତା ହାସଲ ହେବା ପରେ ବହୁ ଦଶନ୍ଧିଧରି ଜନସଂଘ ଇସ୍ତାହାରରେ ସମର୍ଥନ କରୁଥିବା ଏବଂ ଦାବିକରି ଆସୁଥିବା ‘ମୌଳିକ ବିଚାରଧାରା’ରୁ ପୂରା ଦୂରେଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri