୩ ଚାଇନା ନାଗରିକଙ୍କ ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଭାରତ ସମେତ ବିଭିନ୍ନ ଦେଶରେ କ୍ରେଡିଟ୍‌ ଗୋଲ୍ଡ ଲୋନ ଆପ୍‌ ସମେତ ଅନ୍ୟାନ୍ୟ ଲୋନ ଆପ୍‌ରେ ହୋଇଥିବା ବଡ଼ଧରଣର ଠକେଇ ଓ ନିର୍ଯାତନା ମାମଲାରେ ମାଷ୍ଟରମାଇଣ୍ଡ ଥିବା ୩ ଚାଇନା ନାଗରିକଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଚିହ୍ନଟ କରିଛି। ସେମାନେ ହେଲେ ଚାଇନା ଜିଆଙ୍ଗ୍‌ସୁ ଅଞ୍ଚଳର ସେନ୍‌ ଝେନ୍‌ହୁଆ ଓରଫ ଟୋନି, କୁଆନ୍‌ ହୋଙ୍ଗ୍‌ୱେ ଓରଫ ପୌଲ ଓ ସିଚୁଆନ୍‌ ଅଞ୍ଚଳର ୟାଙ୍ଗ୍‌ ହେୟିଙ୍ଗ୍‌ ଓରଫ ଡୋରିସ୍‌। ସମ୍ପୃକ୍ତ ୩ ମାଷ୍ଟରମାଇଣ୍ଡଙ୍କୁ ଧରିବାକୁ ପ୍ରକ୍ରିୟା ଆରମ୍ଭ କରି ଇଓଡବ୍ଲ୍ୟୁ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍‌ ଇମିଗ୍ରେଶନ୍‌ (ବିଓଆଇ)ର ସହାୟତା ଲୋଡ଼ିଛି। ଇଓଡବ୍ଲ୍ୟୁର ଅନୁରୋଧକ୍ରମେ ବିଓଆଇ ପକ୍ଷରୁ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରାଯାଇ ଦେଶର ସମସ୍ତ ଏୟାରପୋର୍ଟ ଓ ସି ବିଚ୍‌ ସମେତ ଅନ୍ୟାନ୍ୟ ଚେକ୍‌ ପୋଷ୍ଟରେ ଆଲର୍ଟ ଜାରି କରାଯାଇଛି। ଏଥିସହ ସେମାନଙ୍କ ଉପରେ ନଜର ରଖିବାକୁ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଓ ପୋଲିସକୁ ମଧ୍ୟ କୁହାଯାଇଛି। ଏଥିସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ବିଦେଶୀ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସିଗୁଡ଼ିକ ସହ ଯୋଗାଯୋଗ କରାଯାଉଛି। ସମ୍ପୃକ୍ତ ୩ ଚାଇନା ନାଗରିକଙ୍କୁ ଉପଯୁକ୍ତ ମାଧ୍ୟମରେ ଭାରତକୁ ହସ୍ତାନ୍ତର କରାଯିବାକୁ ଉଦ୍ୟମ କରାଯାଉଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ, ଏହି ଠକେଇ ମାମଲାରେ ବୁଧବାର ଦିଲ୍ଲୀରୁ ଗିରଫ ହୋଇଥିବା ଚାଇନା ରାକେଟର ଅନ୍ୟତମ ସହଯୋଗୀ ତଥା ଭାରତୀୟ ମୁଖ୍ୟ ନୀତିନ ମଲ୍ଲିକଙ୍କୁ ଇଓଡବ୍ଲ୍ୟୁ ଶନିବାରଠୁ ୪ ଦିନିଆ ରିମାଣ୍ଡରେ ନେଇ ମାମଲା ସଂକ୍ରାନ୍ତରେ ଖୋଳତାଡ଼ କରୁଛି। ଏଥିସହ ତାଙ୍କଠାରୁ ୩ ମାଷ୍ଟରମାଇଣ୍ଡଙ୍କ ବିଷୟରେ ତଥ୍ୟ ଯୋଗାଡ଼ କରିଛି। ରିମାଣ୍ଡ ଅବଧି ଆଉ ୨ ଦିନ ଥିବା ବାକି ଥିବାବେଳେ ଅଭିଯୁକ୍ତ ନୀତିନଙ୍କଠୁ ପଚରାଉଚରା କରି ମାମଲା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଡ଼ କରି ଅନ୍ୟ ସହଯୋଗୀଙ୍କୁ ଧରିବାକୁ ଆଶା ରଖିଛି ଇଓଡବ୍ଲ୍ୟୁ।
ଇଓଡବ୍ଲ୍ୟୁ ସୂଚନା ଅନୁଯାୟୀ, ଚାଇନା ଠକେଇ ର଼୍ୟାକେଟର ସଦସ୍ୟମାନେ ‘ଏମ୍‌ଏସ୍‌ ଗୁଡ୍‌ ଷ୍ଟାର୍ଟ ବିଜ୍‌ନେସ୍‌ ପ୍ରାଇଭେଟ୍‌ ଲିଃ’ ଓ ‘ଏମ୍‌ଏସ୍‌ ରାଇଟ୍‌ ଷ୍ଟାର୍ଟ ବିଜ୍‌ନେସ୍‌ ପ୍ରାଇଭେଟ୍‌ ଲିଃ’ ଭଳି ସେଲ୍‌ କମ୍ପାନୀ ଖୋଲି ଭାରତୀୟଙ୍କୁ ତାହାର ନିର୍ଦ୍ଦେଶକ କରୁଥିଲେ। ବିଶେଷ କରି ନିମ୍ନମଧ୍ୟବିତ୍ତ ପରିବାରର ନିରୀହ ଲୋକଙ୍କୁ ସେମାନେ ଟାର୍ଗେଟ କରନ୍ତି। ଇଣ୍ଡୋନେସିଆ, ଶ୍ରୀଲଙ୍କା, ପାକିସ୍ତାନ, ନେପାଳ, ବାଂଲାଦେଶରେ ଏପରି ବେଆଇନ ଲୋନ ଆପ୍‌ ଚଲାଉଥିବାବେଳେ ୟୁଏସ୍‌ଏ ଓ ହଂକଂ ସହ ଏମାନଙ୍କର ମଧ୍ୟ ଲିଙ୍କ୍‌ ରହିଛି। ଏପରିକି ଆଫ୍ରିକା ଓ ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକରେ ମଧ୍ୟ ଏହି ଗ୍ୟାଙ୍ଗ ବିଭିନ୍ନ ବେଆଇନ ଲୋନ୍‌ ଆପ ଚଲାଇବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଭୁବନେଶ୍ୱରର ଶକ୍ତିପ୍ରସାଦ ଦାସ ‘କ୍ରେଡିଟ୍‌ ଗୋଲ୍ଡ’ ଆପ୍‌କୁ ଡାଉନ୍‌ଲୋଡ୍‌ କରିବା ପରେ ତାଙ୍କ ପାଖକୁ ୯ ହଜାର ଟଙ୍କାର ଲୋନ୍‌ ଆସିଥିଲା। ୪ ଦିନ ପରେ ତାଙ୍କୁ ହ୍ବାଟ୍ସଆପ୍‌ ଦ୍ୱାରା କଲ୍‌ କରାଯାଇ ୧୫ ହଜାର ୬୨୭ ଟଙ୍କା ଲୋନ୍‌ ଭରିବାକୁ କୁହାଯାଇଥିଲା। ସେ ଟଙ୍କା ନ ଦେବାରୁ ତାଙ୍କୁ ବିଭିନ୍ନ ନମ୍ବରରେ କଲ୍‌ କରାଯାଇ ଗାଳିଗୁଲଜ କରାଯିବା ସହ ଅଶ୍ଳୀଳ ଫଟୋ ପଠାଯାଇ ମାନସିକ ନିର୍ଯାତନା ଦିଆଯାଇଥିଲା। ଅଭିଯୋଗ ପରେ ଇଓଡବ୍ଲ୍ୟୁ ଜୁଲାଇ ୨ରେ ଏକ ମାମଲା (ନଂ.୧୩/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri