ମାଳବନ୍ଧରେ ୭୫ ଫୁଟର ଘାଇ

ନୟାଗଡ଼ ଅଫିସ,୧୮ା୭: ଲଘୁଚାପଜନିତ ବର୍ଷାରେ ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଶନିବାର ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷାରେ ଲୁଣିଝରା, କୁସୁମୀ ପରୀ ନଦୀରେ ବନ୍ୟା ଆସିଛି। ନୟାଗଡ଼ ବ୍ଲକର ବାଲିକୁଦିଆରେ ଲୁଣିଝରା ନଦୀ ମାଳବନ୍ଧରେ ୭୫ ଫୁଟର ଘାଇ ସୃଷ୍ଟି ହୋଇଛି। ଏହି ଘାଇ ପାଇଁ ଗହୀରର ୫ଶହ ଏକର ଜମିରେ ବନ୍ୟାଜଳ ପ୍ରବେଶ କରିଛି। ଜିଲାରେ ୧୨୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଛି। ସେହିଭଳି ନୟାଗଡ଼ ବ୍ଲକର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ବାରବାଟି ଡିହଗାଁରେ ୪ଫୁଟ ଉଚ୍ଚର ବନ୍ୟାଜଳ ଲହଡ଼ି ଭାଙ୍ଗୁଛି। ଏଥିପାଇଁ ବହୁ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ବାଲିକୁଦିଆ ଗାଁ ଭିତରେ ୧ରୁ ୨ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ପୁଣି ନୟାଗଡ଼ ବ୍ଲକର ଯଦୁପୁର ସ୍କୁଲ, ରାଉତରାପୁର ନୂଆସାହି ପରି ୧୦ରୁ ଊର୍ଦ୍ଧ୍ୱ ଗାଁରେ ବନ୍ୟାଜଳ ପଶିଛି।
ଓଡ଼ଗାଁ ବ୍ଲକର କୁରାଳ-ଓଡ଼ଗାଁ ରାସ୍ତା ରବିବାର ପୂର୍ବାହ୍ନ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଚ୍ଛିନ୍ନ ହୋଇପଡିଥିଲା। କୁସୁମୀ ନଦୀର କୁରାଳ ପୋଲ ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହେବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ନୟାଗଡ଼ ବ୍ଳକରେ ଶନିବାର ରାତିରେ ବେଶି ବର୍ଷା ହୋଇଥିବାବେଳେ ଖଣ୍ଡପଡ଼ା ବ୍ଲକରେ ସବୁଠାରୁ କମ ବର୍ଷା ହୋଇଥିବା ଜିଲା ଜରୁରିକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି। ନୂଆଗାଁ ବ୍ଲକରେ ୧୫୫ ମିମି ବର୍ଷା ହୋଇଥିବାବେଳେ ଓଡ଼ଗାଁ ବ୍ଲକରେ ୧୫୨. ୦୭ ମିମି ବର୍ଷା ହୋଇଛି। ପୁଣି ନୟାଗଡ଼ ବ୍ଲକରେ ୧୨୨ ମିମି, ଭାପୁରରେ ୮୫.୦୩ ମିମି, ଦଶପଲ୍ଲା ବ୍ଲକରେ ୧୪୬ ମିମି, ଗଣିଆ ବ୍ଲକରେ ୫୯ ମିମି, ଖଣ୍ଡପଡ଼ା ବ୍ଲକରେ ୪୩.୦୨ ମିମି ଓ ରଣପୁର ବ୍ଲକରେ ୬୮.୮ ମିମି ବର୍ଷା ହୋଇଛି। ଲଘୁଚାପଜନିତ
ବର୍ଷା ଯୋଗୁ ନୟାଗଡ଼ ବ୍ଳକ ନବଘନପୁର ଗାଁର ଅପର୍ତ୍ତି ନାୟକଙ୍କ ୧ ବଖରା ଘର ଭୁଶୁଡ଼ି ପଡିଛି। ଅପର୍ତ୍ତିଙ୍କ ପରିବାର ଜରି ପାଲ ତଳେ ରହୁଛନ୍ତି। ସେହିପରି ବିରୁଡା ପଞ୍ଚାୟତ ମର୍ଦ୍ଦରାଜପୁର ଗାଁର ଗୋବର୍ଦ୍ଧନ ସ୍ବାଇଁଙ୍କ ଘର ଭାଙ୍ଗିପଡିିଛି। ଘର ଭିତରେ କୁସୁମୀ ନଦୀର ବନ୍ୟାଜଳ
ପ୍ରବେଶ କରିଛି। ଏନେଇ ବାଲିକୁଦିଆ ଗାଁର ଚାଷୀ ଘନଶ୍ୟାମ ପ୍ରଧାନ କୁହନ୍ତି, ମୋର ୪ମାଣ ଧାନ ଫସଲ ଉଜୁଡି ଯାଇଛି। ମାଳବନ୍ଧରେ ଘାଇ ଯୋଗୁ ମୋ ଗାଁର ବାହାଡା ଗହୀରର ୫୦୦ ଏକର ଧାନ ଜମିର ଫସଲ ନଷ୍ଟ ହୋଇଛି। ଗଦାଧରପ୍ରସାଦ ସରପଞ୍ଚ ଲକ୍ଷ୍ମୀଧର ପାତ୍ର କୁହନ୍ତି, ଘାଇ ହେବା ଯୋଗୁ ବେଶି କ୍ଷୟକ୍ଷତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri