୧୪୦୧ ଶିକ୍ଷକ ପଦବୀରୁ ୩୩୧ ଖାଲି

ଜଗତ୍‌ସିଂହପୁର ଅଫିସ, ୨୭ା୪: ରାଜ୍ୟ ସରକାର ଏବେ ଉଚ୍ଚ ବିଦ୍ୟାଳୟଗୁଡିକୁ ୫-ଟିରେ ରୂପାନ୍ତରଣ ଅଭିଯାନ ଜାରି ରଖିଛନ୍ତି। ଏହାଦ୍ୱାରା ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମିର ଅଭାବ ଦୂର କରାଯାଇ ପାରୁଛି। ଏଥିସହ ପ୍ରତ୍ୟେକ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟରେ ୨ଟି ଲେଖାଏ ସ୍ମାର୍ଟ କ୍ଲାସ୍‌ ରୁମ୍‌, ଇ-ଲାଇବ୍ରେରୀ, ଉନ୍ନତ ମାନର ବିଜ୍ଞାନାଗାର, କ୍ରୀଡା ଭିତ୍ତିଭୂମିର ବିକାଶ, ଝିଅ ଓ ପୁଅଙ୍କ ପାଇଁ ଉନ୍ନତି, ପ୍ରଶାସନ ଗୃହ, ପାନୀୟ ଜଳ ଆଦି ଯୋଗାଯିବା ସହ ସୁନ୍ଦର ପରିବେଶ ସୃଷ୍ଟି କରାଯାଇ ପାରୁଥିବା ଦର୍ଶାଯାଉଛି। ଏହି ଅନୁଯାୟୀ, ଜଗତ୍‌ସିଂହପୁର ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୪ଟି, ୨ୟ ପର୍ଯ୍ୟାୟରେ ୭୫ ଓ ୩ୟ ପର୍ଯ୍ୟାୟରେ ୧୦୭ଟି ଏହିପରି ମୋଟ ୧୯୬ଟି ହାଇସ୍କୁଲ ୫-ଟିରେ ରୂପାନ୍ତରିତ ହୋଇସାରିଲାଣି। ଅବଶିଷ୍ଟ ୪ର୍ଥ ପର୍ଯ୍ୟାୟରେ କରାଯିବ ବୋଲି ଘୋଷଣା କରାଯାଇଛି। କିନ୍ତୁ ବାସ୍ତବ ଅଭାବ ପୂରଣ କ୍ଷେତ୍ରରେ ସରକାର ଆନ୍ତରିକତା ପ୍ରକାଶ କରିନାହାନ୍ତି। ଯାହାର ଜ୍ୱଳନ୍ତ ପ୍ରମାଣ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଦେଖିବାକୁ ମିଳିଛି। ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ ହୋଇଛି। ଜିଲାର ୧୫୧ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଥିବାବେଳେ ସେଥିରେ ଅନୁମୋଦିତ ପଦବୀ ସଂଖ୍ୟା ୧୪୦୧ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ସମସ୍ତ ପଦବୀ ପୂରଣ କରାଗଲାନାହିଁ। ଜିଲା ଶିକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୩୫୯ଟି ଶିକ୍ଷକ ପଦବୀ ଖାଲି ପଡିଛି। ଏହାଦ୍ୱାରା ଚଳିତ ଶିକ୍ଷାବର୍ଷ ଶିକ୍ଷାଦାନରେ ଗୁରୁତର ବାଧା ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି।
ଜଗତ୍‌ସିଂହପୁର ରାଜ୍ୟର ଦ୍ୱିତୀୟ ଶିକ୍ଷିତ ଜିଲା ଭାବେ ପରିଚିତ। କିନ୍ତୁ କୋଭିଡ୍‌-୧୯ ଯୋଗୁ ୨ ବର୍ଷ ବିଦ୍ୟାଳୟରେ ଶିକ୍ଷାଦାନ ବନ୍ଦ ଥିଲା। ଅନଲାଇନ ମାଧ୍ୟମରେ କାମଚଳା ଶିକ୍ଷାଦାନ ଚାଲିଥିଲେ ସୁଦ୍ଧା ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିନାହିଁ। ମୋଟାମୋଟି ଭାବେ ଛାତ୍ରୀଛାତ୍ରମାନେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲେ। ଏବେ ବିଦ୍ୟାଳୟଗୁଡିକ ଖୋଲିଥିଲେ ସୁଦ୍ଧା ଶିକ୍ଷକଙ୍କ ଅଭାବ ଚିନ୍ତାର କାରଣ ହୋଇଛି। ଜିଲା ଶିକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଜିଲାର ୧୬ଟି ଓଇଏସ୍‌ କ୍ଲାସ୍‌-୨ ପ୍ରଧାନ ଶିକ୍ଷକ ପଦବୀ ମଧ୍ୟରୁ ୧୧ଟି ଖାଲି ପଡିଛି। ସେହିପରି ୧୩୫ ସନିୟର ଏସ୍‌ଇଏସ୍‌ ପ୍ରଧାନ ଶିକ୍ଷକ ପଦବୀରୁ ୧୧ଟି ଖାଲି ଅଛି। ୩୯୭ ଟିଜିଟି (ଆର୍ଟସ୍‌) ପଦବୀରୁ ୧୦୩, ୨୦୯ ଟିଜିଟି (ପିସିଏମ୍‌)ରୁ ୪୭, ୧୯୨ ଟିଜିଟି (ସିଭିଜେଡ୍‌)ରୁ ୪୯, ୧୫୦ ସଂସ୍କୃତ ପଦବୀରୁ ୪୦, ୧୪୭ ହିନ୍ଦି ପଦବୀରୁ ୪୩, ୧୪୫ ପିଇଟି ପଦବୀରୁ ୨୩ ଓ ୧୦ ଊର୍ଦ୍ଦୁ ପଦବୀରୁ ୪ଟି ଖାଲି ରହିଛି। ଏତେ ସଂଖ୍ୟକ ପଦବୀ ଖାଲିଥିବାବେଳେ ସରକାରଙ୍କ ପକ୍ଷରୁ ଆବଶ୍ୟକ ସଂଖ୍ୟକ ଅତିଥି ଶିକ୍ଷକ ନିଯୁକ୍ତି ମଧ୍ୟ କରାଯାଇପାରିନାହିଁ। ସରକାର ତୁରନ୍ତ ଖାଲି ପଦବୀ ପୂରଣ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ ନ କଲେ ଆଗକୁ ଛାତ୍ରୀଛାତ୍ର ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବେ ବୋଲି ଅନେକ ଅଭିଭାବକ ମତପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ସରକାର ଷ୍ଟାଫ ସିଲେକ୍ସନ ବୋର୍ଡ ଦ୍ୱାରା ନୂଆ ଶିକ୍ଷକ ପଦବୀ ପୂରଣ ପାଇଁ ପଦକ୍ଷେପ ନେଉଛନ୍ତି। ବିଦ୍ୟାଳୟ ଖୋଲିବା ପୂର୍ବରୁ ଶତାଧିକ ପଦବୀ ପୂରଣ ହୋଇଯିବ ବୋଲି ଆଶା। ସେହିପରି ଅତିଥି ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri