ଆମ ପାଠ

ଦ୍ୱିତୀ ଚନ୍ଦ୍ର ସାହୁ

ନିକଟରେ ଏକ ଜିଲାରେ ଜିଲା ପ୍ରଶାସନଙ୍କ ଆଗ୍ରହକ୍ରମେ ମଧୁ ବର୍ଣ୍ଣବୋଧ ଅଭିଯାନ ଆରମ୍ଭ କରାଯାଇଛି। ଏହା ଶୁଣିବା ପରେ ଅନେକ କଥା ତାଜା ହୋଇଗଲା। ଠିକ୍‌ ମନେଅଛି ପିଲାଦିନେ ପାଠ ପଢ଼ିଲାବେଳେ ଓଡ଼ିଆ ଭାଷା ଶିକ୍ଷା ପାଇଁ ଦୁଇଟି ବହି ପିଲାଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ଗୋଟେ ହେଲା ଛବିଳ ମଧୁ ବର୍ଣ୍ଣବୋଧ। ବିଲେଇ ଚିତ୍ର ଥିବ ମଲାଟରେ। ସେଇ ବିଲେଇକୁ ନେଇ ପିଲାଙ୍କ ମନରେ ନାନା କଳ୍ପନାଜଳ୍ପନାର ଆରମ୍ଭ ହେଉଥିଲା। ସେଇଠୁ ଆରମ୍ଭ ହେଉଥିଲା ଅକ୍ଷର ଶିକ୍ଷା। ଦ୍ୱିତୀୟଟି ହେଲା ଆମ ଚାଠଶାଳି ପାଠ। ଏଥିରେ ଯୁକ୍ତାକ୍ଷର, ଫଳା, ସଂଖ୍ୟା, ମେଟ୍ରିକ ପଦ୍ଧତି, ପ୍ରାର୍ଥନା ଗୀତ ସହ ଆହୁରି ଅନେକ କଥା ରହିଥିଲା। ସାମାନ୍ୟ ଉଚ୍ଚତର ଶ୍ରେଣୀର ପିଲାଙ୍କ ପାଇଁ ଏହା ଅତି ପ୍ରିୟ ପୁସ୍ତକ ଥିଲା। ସେଥିରୁ ପିଲା ନାନା ପ୍ରକାର ପ୍ରାର୍ଥନା ଗୀତ ଶିଖୁଥିଲେ। ଅନେକ ସାଧାରଣ ଜ୍ଞାନ ବି ହାସଲ କରୁଥିଲେ। ପ୍ରାଥମିକ ଶିକ୍ଷା ପରେ ଇଂରାଜୀ ଶିକ୍ଷାରେ ପାରଦର୍ଶିତା ଲାଭ ଲାଗି ଖୋଜା ପଡୁଥିଲା ବୈକୁଣ୍ଠନାଥ ଆଚାର୍ଯ୍ୟଙ୍କ ଟ୍ରାନ୍ସଲେଶନ ପୁସ୍ତକ। ଏସବୁ ବହି ସମସ୍ତଙ୍କ ପ୍ରିୟ। ଗ୍ରାମାଞ୍ଚଳର ଛାତ୍ରୀଛାତ୍ରଙ୍କ ଲାଗି ଏଇ ସୁବିଧା ପ୍ରାୟତଃ ଥିଲା। ଆଉ ଟିକିଏ ଉନ୍ନତ ଅଞ୍ଚଳରେ ଅଧିକ ବହିର ସୁବିଧା ସୁଯୋଗ ରହିଥିଲା। ସେତେବେଳେ ହେଉଥିଲା ଶ୍ରୀଫଳ ଉତ୍ସବ। ଗାଁ ଗାଁ ବୁଲି ଗୁରୁଙ୍କ ବନ୍ଦନା ଗାନ। ସରସ୍ବତୀ ପୂଜା ବେଳକୁ ପାଠପଢ଼ାର ଶୁଭାରମ୍ଭ ହେଉଥିଲା ତିନୋଟି ଶୂନରୁ। ବିଦ୍ୟାଳୟରେ ନୂଆ ପିଲାଙ୍କ ଭିଡ଼। କପାଳରେ ଲେସି ଦିଆଯାଉଥିଲା ତିନୋଟି ଶୂନର ଯେତକ ଚକ୍‌ଖଡ଼ି ଗୁଣ୍ଡର ପ୍ରଲେପ। ତା’ପରଠାରୁ ପିଲାର ବିଦ୍ୟାରମ୍ଭ।
ମଧୁ ବର୍ଣ୍ଣବୋଧରେ ଥିବା ଅକ୍ଷର ଓ ଯୁକ୍ତାକ୍ଷର, ପଦ ଆଦି କ୍ରମଶଃ ଶିଖୁଥିଲା ପିଲା। ତେଣିକି ଶବ୍ଦ ଓ ବାକ୍ୟ। ହସ୍ତାକ୍ଷର ଲିଖନ ବାଧ୍ୟତାମୂଳକ ଥିଲା। ଏକଥା ହୁଏତ କୁହାଯାଇପାରେ ସେତେବେଳର ଶିକ୍ଷାଦାନ ନିରସ ଥିଲା। ଶିଖେଇବା ପ୍ରଣାଳୀ କଷ୍ଟକର ଥିଲା। ପିଲା ଶିକ୍ଷକଙ୍କ ମାଡ଼ ଡରରେ ପାଠ ପଢ଼ିବା ଛାଡ଼ି ଦେଉଥିଲେ ଇତ୍ୟାଦି ଇତ୍ୟାଦି ଅଭିଯୋଗ କରାଯାଇପାରେ। ଏହାକୁ ସ୍ବୀକାର ବି କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ପିଲା ଯାହା ଶିଖୁଥିଲେ ତାହା ଫଳପ୍ରଦ ଥିଲା। ଏବେ ଅନେକଙ୍କ ଅଭିଯୋଗ ଯେ ଡିଗ୍ରୀ ପଢୁଥିବା ପିଲାଟି ଇଂଲିଶରେ ଦରଖାସ୍ତ ଲେଖିଲାବେଳେ ଅନେକ ଥର ଝୁଣ୍ଟୁଛି। ସେଥିରୁ ସିଂହଭାଗ ପିଲା ଲେଖି ବି ପାରନ୍ତିନାହିଁି। ସେମିତି ଅଷ୍ଟମ ଶ୍ରେଣୀର ପିଲାକୁ ବହି ପଢ଼ିବା ଆସୁନାହିଁ। ଶବ୍ଦ ଚିହ୍ନିିପାରୁନାହିଁ। ଏଥିପାଇଁ ବେଧଡ଼କ ହୋଇ ଶିକ୍ଷକଙ୍କ ଉପରେ ଦୋଷ ଲଦିଦିଆଯାଉଛି। କିନ୍ତୁ ତା’ ପଛର କରୁଣ ବାସ୍ତବତାକୁ ଜାଣିବା ବି ଆବଶ୍ୟକ। ଏଥିପାଇଁ କେବଳ ଶିକ୍ଷକଙ୍କୁ ଦାୟୀ କରାଯାଇପାରିବନାହିଁ। ସବୁଠାରୁ ବଡ଼ କଥା ହେଲା ଶିକ୍ଷକଙ୍କୁ ପାଠ ପଢ଼ାଇବାରେ ପୂର୍ବ ଭଳି ସ୍ବାଧୀନତା ନାହିଁ। ସରକାରୀ ଓ ସରକାରୀ ପ୍ରୋତ୍ସାହନରେ ବେସରକାରୀ ସଙ୍ଗଠନଗୁଡ଼ିକ ଏତେ ପ୍ରକାର ତାଲିମ ଦେଉଛନ୍ତି ଯେ ଶିକ୍ଷକମାନେ ବାସ୍ତବରେ ସେସବୁକୁ ବୁଝି କାମ କରିବାକୁ ହାତରେ ସମୟ ନାହିଁ। ତୋଲିମ ସାରି ବିଦ୍ୟାଳୟକୁ ଫେରିଲେ ତଥ୍ୟ ଫର୍ଦ୍ଦ ଦେବା ପାଇଁ ବିଡ଼ାଏ କାଗଜ ବିଦ୍ୟାଳୟରେ କିମ୍ବା ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ଆସି ଯାଇଥିବ ମୋବାଇଲକୁ। ସେସବୁ ପୂରଣକରି ଦେଉ ଦେଉ ବିଦ୍ୟାଳୟ ଶିକ୍ଷାଦାନ ଠପ୍‌ ହୋଇଯାଇଥିବ। ଏମିତି ବି ଅଛି ବିଦ୍ୟାଳୟ ଥିବ ପିଲା ନ ଥିବେ। ପିଲା ହାଉଯାଉ ହେଉ ଥିବେ, ଶିକ୍ଷକଙ୍କ ଅଭାବ ଲାଗି ରହିଥିବ। ଶିକ୍ଷକଙ୍କ ଅଭାବ ଭିତରେ ଏତେ ସବୁ ବ୍ୟବସ୍ଥା ଶିକ୍ଷକଙ୍କ ମାନସିକତାକୁ ଦୋହଲାଇ ଦେଉଛି।
ଚାପଗ୍ରସ୍ତ ହୋଇ ଶିକ୍ଷକ ଚାକିରି ବଞ୍ଚାଇବା ଲାଗି ପ୍ରଥମେ ବରାଦ ହୋଇଥିବା ତଥ୍ୟ ଓ ତାଲିମ କାର୍ଯ୍ୟକୁ ପ୍ରାଧାନ୍ୟ ଦେଉଛନ୍ତି। ଶ୍ରେଣୀ ଶିକ୍ଷାଦାନକୁ ପରବର୍ତ୍ତୀ ଗୁରୁତ୍ୱ ଦେବାକୁ ବାଧ୍ୟ ହେଉଛି। ତା’ ସହ ବୃତ୍ତି ପଛରେ ଅନେକ କାର୍ଯ୍ୟଭାର ଲଦି ଦିଆଯାଉଛି। ସେସବୁ କାମ କଲାବେଳେ ବିଦ୍ୟାଳୟରେ ଶିକ୍ଷାଦାନ ହୋଇପାରୁନାହିଁ। ଶ୍ରେଣୀ କକ୍ଷ ପଡ଼ିଆ ପଡୁଛି। ହୋହାଲ୍ଲା ଭିତରେ ଦିନ ବିତାଉଛନ୍ତି ପିଲା। କିଛି ବର୍ଷ ଧରି ଯେଉଁଭଳି ଭାବେ ପିଲାଙ୍କୁ ଶିକ୍ଷା ଆରମ୍ଭ କରାଯିବା ଲାଗି ବିଧିବଦ୍ଧ ବ୍ୟବସ୍ଥା କରାଯାଇଛି ସେଥିନେଇ ବି ଶିକ୍ଷକ, ପିଲା ଓ ଶିକ୍ଷାବିତ୍‌ଙ୍କ ମନରେ ଅନେକ ଦ୍ୱନ୍ଦ୍ୱ। ସେ ଦ୍ୱନ୍ଦ୍ୱକୁ ଏଯାବତ ସଫଳ ସମାଧାନ କରାଯାଇ ନାହିଁ। ଅପରପକ୍ଷେ ଶିକ୍ଷକମାନଙ୍କ ମାନସିକତାକୁ ଅବଲୋକନ କରି ନିର୍ଦ୍ଦିଷ୍ଟ ଶଗଡ଼ଗୁଳା ଭିତରେ ଶିକ୍ଷାଦାନ ଲାଗି ଏକ ପ୍ରକାର ଧାରା ଲଦିଦେବାର ପ୍ରୟାସ କରାଯାଇଛି। ଯେଉଁଠି ଶିକ୍ଷକ ଏସବୁ ଧାରାରୁ ମୁକୁଳି ନିଜ ଶୈଳୀରେ ଶିକ୍ଷାଦାନ ଲାଗି ଆଗ୍ରହ ପ୍ରକଟ କରିଛନ୍ତି ସେଠି ଶିକ୍ଷା ସୁଦୂରପ୍ରସାରୀ ହୋଇଛି।
ଇନ୍ଦିରାନଗର, ୪ର୍ଥ ଗଳି, ରାୟଗଡ଼ା,
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri