ଗଣତନ୍ତ୍ର ଓ ନାଗରିକ

ଦୀପକ କୁମାର ନନ୍ଦ

 

ଓଡ଼ିଶାରେ ପଞ୍ଚାୟତିରାଜ ନିର୍ବାଚନ ଶେଷ ହୋଇ ସାରିଥିଲେ ବି ସେଥିରେ ଅନେକ ବିଷୟ ସାମ୍ନାକୁ ଆସଛି। ତୃଣମୂଳ ସ୍ତରରେ ଗଣତନ୍ତ୍ର ପ୍ରତିଷ୍ଠା, ସ୍ଥାନୀୟ ବିକାଶମୂଳକ ଯୋଜନା ଏବଂ କାର୍ଯ୍ୟକରିବା ପାଇଁ ପଞ୍ଚାୟତିରାଜ ନିର୍ବାଚନ ଏବଂ ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ପରିପ୍ରେକ୍ଷୀରେ କେବଳ ଏକ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ନୁହେଁ ତା ସହିତ ଗଣ ବିତର୍କ, ଆଲୋଚନା ଏବଂ ସଚେତନ ନାଗରିକ ବିଷୟରେ ଆଲୋଚନା କରିବା ନିହାତି ଜରୁରୀ।
ଗତ ନିର୍ବାଚନ ସମୟରେ କିଛି ବିଚଳିତ ସହିତ କିଛି ଆଦର୍ଶ ଦୃଶ୍ୟ ଦେଖିବାକୁ ମିଳିଥିଲା।
ସର୍ବସାଧାରଣରେ ଏକ ଦୃଶ୍ୟ ଆସିଥିଲା ବାଲାଙ୍ଗୀର ଜିଲାର ଏକ ଗାଁରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ପାର୍ଥୀଙ୍କୁ ନିଲାମ କରିଥିଲେ, କିନ୍ତୁ ପରେ ଜିଲା କଲେକ୍ଟର ଏଥିରେ ହସ୍ତକ୍ଷେପ କରି ନିର୍ବାଚନ କରାଇଥିଲେ। ଅନ୍ୟ ସ୍ଥାନମାନଙ୍କରେ ପ୍ରଚାର ସମୟରେ ଟଙ୍କା ବଣ୍ଟନ କରିଥିବା ଅଭିଯୋଗ ହୋଇଛି। ଏହା ଏକ ଖୋଲା ସତ୍ୟ ଯେ ଅର୍ଥ, ବାହୁବଳ ଏବଂ ମଦ୍ୟ ଗ୍ରାମାଞ୍ଚଳର ନିର୍ବାଚନକୁ ପ୍ରଭାବିତ କରିଥାଏ। ଅପରପକ୍ଷେ, ସୁନ୍ଦରଗଡ଼ ଜିଲାର ଏକ ଗାଁରେ ଏକ ଆଦର୍ଶ ଅଭ୍ୟାସ ଦେଖିବାକୁ ମିଳିଥିଲା, ତହିଁରେ ପ୍ରାର୍ଥୀମାନଙ୍କୁ ସେମାନଙ୍କ ଉଦ୍ଦେଶ୍ୟର ବିବୃତି ପରୀକ୍ଷା ମାଧ୍ୟମରେ ଲେଖିବାକୁ କୁହାଯାଇଥିଲା। ପଞ୍ଚାୟତ ସ୍ତରୀୟ ନିର୍ବାଚନରେ ଏଭଳି ଘଟଣା ସାଧାରଣତଃ ଅବାସ୍ତବିକ, ଯାହା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ନିର୍ବାଚନରେ ଏବଂ ଆମେରିକାରେ ରାଷ୍ଟ୍ରପତିଙ୍କ ନିର୍ବାଚନୀ ବିତର୍କରେ ଦେଖିବାକୁ ମିଳିଥାଏ। ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କ ଅନୁଯାୟୀ, ‘ଗଣ ଆଲୋଚନା ଏବଂ ବିତର୍କ’ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତରେ ବହୁଳ ଜନସାଧାରଣଙ୍କ ଅଂଶଗ୍ରହଣ ସହିତ ସର୍ବସାଧାରଣ ଅବଗତ ହୋଇ ଆଲୋଚନା ହେବା ଆହୁରି ଆବଶ୍ୟକ।
ତେବେ ପ୍ରଶ୍ନ ହେଉଛି, ନାଗରିକମାନଙ୍କର ଗୋଟିଏ ଗୋଷ୍ଠୀ କାହିଁକି ଟଙ୍କା ଏବଂ ମଦ୍ୟକୁ ବାଛିଥିବାବେଳେ ଅନ୍ୟଟି ପ୍ରାର୍ଥୀ ଚୟନ କରିବା ପୂର୍ବରୁ କିଛି ବିତର୍କ ଏବଂ ଆଲୋଚନାକୁ ବାଛିଛନ୍ତି? ତାହାର ଉତ୍ତର ଅବଗତ ତଥା ସଚେତନ ନାଗରିକ ଏବଂ ରାଜନୈତିକ ଦଳର ପ୍ରକୃତି ମଧ୍ୟରେ ରହିଛି। ଆଜିକାଲି ନାଗରିକଙ୍କୁ ଏକ କାର୍ଯ୍ୟକର୍ତ୍ତାର ରୂପ ଦେବା ରାଜନୈତିକ ଦଳଗୁଡ଼ିକର ଏକ ଫ୍ୟାଶନ ପାଲଟି ଗଲାଣି। ସେମାନେ ନିଜ ପାଖରେ ଥିବା କାର୍ଯ୍ୟକର୍ତ୍ତାର ସଂଖ୍ୟା ବିଷୟରେ ମଧ୍ୟ ଗର୍ବ କରନ୍ତି ଏବଂ ତା ସହିତ ନାଗରିକ ମଧ୍ୟ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ସହିତ ସେମାନଙ୍କର ସଂପୃକ୍ତିକୁ ନେଇ ଆନନ୍ଦିତ। ସେମାନେ ସ୍ଥାନୀୟ ନେତାଙ୍କ ସହ ସଂଯୋଗ ରଖି ରାସ୍ତା ନିର୍ମାଣ ଏବଂ ଅନ୍ୟାନ୍ୟ ନାଗରିକ କାର୍ଯ୍ୟ କରି ଟଙ୍କା ରୋଜଗାର କରି ନିଜର ଆଧିପତ୍ୟ ଜାହିର କରନ୍ତି। ସେମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ନିର୍ଦ୍ଦିଷ୍ଟ ପଦବୀ ଏବଂ ଦାୟିତ୍ୱ ମଧ୍ୟ ଦିଆଯାଇ ଥାଏ ଯେପରି କି ମଣ୍ଡଳ, ବ୍ଲକ, ଜୋନାଲ ଏବଂ ପଞ୍ଚାୟତ ସଭାପତି ଇତ୍ୟାଦି। ଏହା ସହିତ ଗ୍ରାମାଞ୍ଚଳରେ ଅଧିକାଂଶ ନାଗରିକ ସେମାନଙ୍କ ଅଧିକାର ବିଷୟରେ ଅବଗତ ନୁହନ୍ତି। ସେମାନେ ଗଣତନ୍ତ୍ର ଏବଂ ସମ୍ବିଧାନ ଅପେକ୍ଷା ରାଜନୈତିକ ଦଳ ଏବଂ ସରକାରକୁ ଅଧିକ ଶ୍ରେୟ ମନେକରନ୍ତି। ଏହାର କାରଣ ହେଉଛି ରାଜନୈତିକ ଦଳମାନେ ସିଧାସଳଖ ଲୋକଙ୍କ ସହ ଯୋଡି ହୋଇ ପାର୍ଟି କର୍ମୀ ସୃଷ୍ଟି କରନ୍ତି, କିନ୍ତୁ ନାଗରିକମାନଙ୍କୁ ସାମ୍ବିଧାନିକ ଅଧିକାର ଅବଗତ କରାନ୍ତି ନାହିଁ। ଆଉ ସେହି ଲୋକମାନେ ରାଜନୀତିକୁ ଏକ ଲାଭଜନକ ବ୍ୟବସାୟ ଏବଂ ନିର୍ବାଚନ ଏକ ସମୟ ମନେ କରନ୍ତି; ତେଣୁ ସେମାନେ ପ୍ରଚାର ସମୟରେ ପ୍ରାର୍ଥୀଙ୍କଠାରୁ ଟଙ୍କା ମାଗନ୍ତି। ନିର୍ବାଚନ ସମୟରେ ପ୍ରାର୍ଥୀ ଭୋଟ ପାଇଁ ଗାଁକୁ ଆସନ୍ତି, କିନ୍ତୁ ଜିତିବା ପରେ ସେମାନଙ୍କର ଆଚରଣ ବଦଳିଯାଏ। ତେଣୁ କିଛି ନାଗରିକ ପ୍ରାର୍ଥୀଙ୍କଠାରୁ ଟଙ୍କା ବାହାର କରିବାର ଏକମାତ୍ର ପ୍ରଚାର ସମୟ ପାଇଥାନ୍ତି।
ଅଧିକନ୍ତୁ, ଏହା ମଧ୍ୟ ସାକ୍ଷୀ ଯେ ଥରେ ଜଣେ ବ୍ୟକ୍ତି ନିର୍ବାଚିତ ହୋଇଗଲେ, କିଛି ବଡ଼ ଧରଣର ନ ହେଲେ ବି ଅନ୍ତତଃ ନିଜ ପାଇଁ ପ୍ରଧାନମନ୍ତ୍ରୀ ଆବାସିକ ବାସଗୃହ ଯୋଜନା ଅଧୀନରେ ଘରଖଣ୍ଡିଏ କରିନିଏ।
ଅନ୍ୟପକ୍ଷରେ ସଚେତନ ନାଗରିକ ମୂଳତଃ ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ଅଧିକାରକୁ ଗୁରୁତ୍ୱ ଦିଏ ଏବଂ ରାଜନେତା ତଥା ଦଳଗୁଡ଼ିକରୁ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ଦାବି କରେ। ଆଇନ ଏବଂ ଭାରତୀୟ ସମ୍ବିଧାନରେ ଲିଖିତ ଅଧିକାର ଏବଂ ବ୍ୟବସ୍ଥା ବିଷୟରେ ସେମାନେ ଅବଗତ। ସେମାନେ ଜାଣନ୍ତି ଯେ ଜଣେ ସଚେତନ ନାଗରିକ ରାଜନୈତିକ ଦଳଠାରୁ ଊର୍ଦ୍ଧ୍ୱରେ, ତେଣୁ କୌଣସି ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା ବୋଲି ନିଜକୁ ଯୋଡିବାକୁ ଉଚିତ ମନେକରନ୍ତି ନାହିଁ। ସେମାନେ ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ଦକ୍ଷତା ଦେଖନ୍ତି ଏବଂ ଭୋଟ ଦିଅନ୍ତି। ସୁନ୍ଦରଗଡ଼ରେ ଘଟିଥିବା ଘଟଣା ଯେଉଁଠାରେ ସରପଞ୍ଚ ପ୍ରାର୍ଥୀଙ୍କୁ ପରୀକ୍ଷା ଲେଖିବାକୁ କୁହାଯାଇଥିଲା ତାହା ସଚେତନ ନାଗରିକଙ୍କ ନିଷ୍ପତ୍ତି ଏବଂ ଚାପକୁ ସୂଚାଇଥାଏ। ଅନ୍ୟ ଅର୍ଥରେ, ଗଣତନ୍ତ୍ରରେ ଆଦର୍ଶ ଅଭ୍ୟାସ ସଚେତନ ନାଗରିକଙ୍କଠାରୁ ଆସିଥାଏ।
ତେଣୁ ଏହା ସିଦ୍ଧାନ୍ତ କରାଯାଇ ପାରେ ଯେ ନିର୍ବାଚନରେ ଏକ ଆଦର୍ଶ ଅଭ୍ୟାସ ସୂଚନାପ୍ରାପ୍ତ ସଚେତନ ନାଗରିକଙ୍କଠାରୁ ଆସିଥାଏ। ଖୁବ୍‌ କମ୍‌ ନାଗରିକ ସୂଚନାପ୍ରାପ୍ତ ସଚେତନ, କିନ୍ତୁ ଉତ୍ତମ ଶାସନ ପାଇଁ ଗଣତନ୍ତ୍ର ଅଧିକ ସୂଚନାପ୍ରାପ୍ତ ନାଗରିକ ଆବଶ୍ୟକ କରେ। ଯେଉଁ ମୁହୂର୍ତ୍ତରେ ଜଣେ ନାଗରିକ ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା ରୂପରେ ସୀମିତ ରୁହେ, ସମାଜ ଏକ ଅବଗତ ତଥା ସଚେତନ ନାଗରିକକୁ ହରାଇଥାଏ। କାରଣ ସେମାନଙ୍କୁ ରାଜନୈତିକ ଦଳକୁ ଅନୁସରଣ କରିବାକୁ ପଡ଼ିବ ଏବଂ ସିଧାସଳଖ ସମ୍ବିଧାନକୁ ନୁହେଁ । ଆମର ଅଧିକ ସକ୍ରିୟ ରାଜନୈତିକ ଦଳ ଅଛନ୍ତି, ଯେଉଁମାନେ ନାଗରିକଙ୍କୁ ସୂଚନା ଦିଅନ୍ତି ନାହିଁ କିନ୍ତୁ କାର୍ଯ୍ୟକର୍ତ୍ତା ତିଆରି କରନ୍ତି। ଅପରପକ୍ଷେ, କମ ସଂସ୍ଥା, ଅନୁଷ୍ଠାନ, ରାଜନୈତିକ ଦଳ ଅଛନ୍ତି ଯେଉଁମାନେ ସଚେତନ ନାଗରିକ ତିଆରି କରନ୍ତି। ଅନ୍ୟପକ୍ଷରେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଅଧିକ ସଚେତନ ନାଗରିକର ଆବଶ୍ୟକତା ଅଛି।
ପିଏଚଡି ସ୍କଲାର, ଟାଟା ଇନଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସ, ମୁମ୍ବାଇ


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?