ଆମ ପରିବେଶ, ଆମ ଆଧାର

ବିମଳ ପ୍ରସନ୍ନ ଦାସ

ଆଜିର ଶିଳ୍ପପ୍ରଧାନ ସଭ୍ୟତାର ପ୍ରକୃତିର ଅତୁଳନୀୟ ଅବଦାନକୁ ମଣିଷ ଏପରି ଅକ୍ଷମଣୀୟ ଭାବେ ପ୍ରଦୂଷିତ କରିଚାଲିଛି ଯେ ପରିବେଶ ପ୍ରଦୂଷଣ ଏବେ ଆତଙ୍କବାଦ ଓ ମାଓବାଦ ଅପେକ୍ଷା ଭୟଙ୍କର ବିପଦ ଭାବରେ ଉଭା ହୋଇଛିି। ଫଳରେ ଲୋକମାନେ ଅସ୍ବାଭାବିକ ଭାବରେ ବିଭିନ୍ନ ବେମାରିରେ ଶଢୁଛନ୍ତି। ବିଶେଷତଃ ଶ୍ୱାସଜନିତ ରୋଗରୁ ସତେଯେପରି ଆଉ ନିସ୍ତାର ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ଆମ ଦେଶର ରାଜଧାନୀ ଦିଲ୍ଲୀ ନଗରୀ। ସକଳ ପ୍ରତିକାରକୁ ପଛରେ ପକାଇ ପ୍ରଦୂଷଣ ପରିବେଶକୁ ସମ୍ପୂର୍ଣ୍ଣ କାବୁ କରିନେଇଛି। ନିକଟରେ ଇଣ୍ଟରନ୍ୟାଶନାଲ ଫୁଡ୍‌ ପଲିସି ରିସଚ୍ଚର୍ର୍ ଇନ୍‌ଷ୍ଟିଚ୍ୟୁଟ (ଆଇଏଫପିିଆରଆଇ) ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ଉତ୍ତରଭାରତର ତିନି ରାଜ୍ୟ ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ପ୍ରଭାବିତ ହୋଇଛି। ଅନେକ କାରଣ ମଧ୍ୟରୁ ଯାହା ଅନ୍ତତଃ ଅକ୍ଳେଶରେ ପ୍ରତିଷେଧ କରାଯାଇପାରନ୍ତା। ସେଥିପାଇଁ ସାମାନ୍ୟ ମାନସିକ ପ୍ରସ୍ତୁତିର ଅଭାବ ପ୍ରକୃତିରେ ବିସ୍ମୟକର। ସେ କାରଣ ଯେତିକି ମାମୁଲି ତା’ର ନିରାକରଣ ମଧ୍ୟ ସେତିକି ନଗଣ୍ୟ। ଚାଷୀ ଧାନ ଫସଲ ବା ଗହମ ଜମିରୁ କାଟି ନେଲା ପରେ ତା’ର ମୂଳି ବା ନଡ଼ାରେ ନିଆଁ ନ ଲଗାଇ ଛାଡି ଦେଲେ ବର୍ଷାରେ ସେ ପଚିଶଢି ଜମିରେ ସାର ହୋଇପାରନ୍ତା, ମାତ୍ର ଚାଷୀର ବିଶ୍ୱାସ ଯେ ସେ ସବୁ ପୋଡି ପାଉଁଶ ହେଲେ ସାର ହୋଇ ଜମି ଉର୍ବର ହେବ, ଫଳରେ ଧୂଆଁ ହିଁ ପରିବେଶର ମୁଖ୍ୟ କାରଣ। ଯାହାଦ୍ୱାରା ଶ୍ୱାସ ସମେତ ବିଭିନ୍ନ ବ୍ୟାଧି ସୃଷ୍ଟି କରୁଛି। ମାତ୍ର ଆମ ରାଜ୍ୟରେ ଧାନଜମିରେ ଘଞ୍ଚ କଂକ୍ରିଟ ଜଙ୍ଗଲ। ରାସ୍ତା ପାଇଁ ଶହଶହ ଗଛ କଟାଯାଉଛି। ଆଜି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମଣିଷକୁ ସ୍ମାର୍ଟ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ହେଲେ ତା’ର ଦୁରୁପଯୋଗ ହେଉଥିବାରୁ ମଣିଷ ପାଇଁ ବିପଦ ସୃଷ୍ଟି କଲାଣି। ଅତ୍ୟଧିକ ଖାଦ୍ୟଶସ୍ୟ ଉପତ୍ାଦନ ଦିଗରେ ବହୁ ପରିମାଣରେ ରାସାୟନିକ ସାର ବ୍ୟବହାର ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରୁଛି। ସେଥିପାଇଁ ବୈଜ୍ଞାନିକ ଓ ଗବେଷକମାନେ ଜୈବିକ ଖତ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଏହା ବ୍ୟୟ ସାପେକ୍ଷ ହେତୁ ଚାଷୀ ଗ୍ରହଣ କରୁନାହିଁ। ସୁତରାଂ ଦିନକୁ ଦିନ ଆମେ ଅସାଧ୍ୟ ରୋଗରେ ଆକ୍ରାନ୍ତ ହେଉଛେ। ଅବଶ୍ୟ ଏ ଦିଗରେ ଓଡ଼ିଶାର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଏଠାର କୃଷକ ନଡ଼ାରେ ଘର ଛପର କରେ। ଗାଈ ଗୋରୁଙ୍କୁ ଖାଇବାକୁ ଦିଏ ଏବଂ ଗୋବର ଦେଇ ଜମିକୁ ଉର୍ବର କରି ଶସ୍ୟ ଉପତ୍ାଦନ କରେ। କିନ୍ତୁ ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ରାଜ୍ୟଗୁଡ଼ିକରେ ବାୟୁ ପ୍ରଦୂଷଣ ହେତୁ ବିଭିନ୍ନ ରୋଗ ବିଶେଷତଃ ଶ୍ୱାସ ରୋଗ ସମ୍ପର୍କରେ ସୁପ୍ରିମକୋର୍ଟ ମଧ୍ୟ ଉଦ୍‌ବେଗ ପ୍ରକାଶ କରି ଉପରୋକ୍ତ ରାଜ୍ୟରେ ନଡ଼ା ଜମିରେ ନ ପୋଡ଼ିବା ଉପରେ ବାରମ୍ବାର ତାଗିଦ କରିଥିଲେ ମଧ୍ୟ କୌଣସି ଗୁରୁତ୍ୱ ଦିଆ ନ ଯିବା ଦୁଃଖର କଥା। କିନ୍ତୁ ବାୟୁ ପ୍ରଦୂଷଣଜନିତ ରୋଗ ବ୍ୟାପିବା ହେତୁ ସେହି କୃଷକ ପରିବାର ସମେତ ଅନ୍ୟ ଲୋକ ଶାରୀରିକ ଓ ଆର୍ଥିକ ଦୃଷ୍ଟିରୁ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ସମସ୍ୟା ପ୍ରତି ସମ୍ପୃକ୍ତ ସରକାର ଓ ଜନସାଧାରଣ ସମ୍ବେଦନଶୀଳ ହୋଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦିଷ୍ଟ ଯୋଜନାବଦ୍ଧ ଉଦ୍ୟମ ଯଥାଶୀଘ୍ର ଗ୍ରହଣ କରିବା ଅପରିହାର୍ଯ୍ୟ। ଏ ଦିଗରେ ବଳମ୍ବ ହିଁ ନିଜ ବେକରେ ନିଜର ଛୁରିକା ଆଘାତ।
ଏବେ ଆସନ୍ତୁ ଦେଖିବା ଆମ ରାଜ୍ୟର ବେଳାଭୂମି ଓ ପରିବେଶ ସମସ୍ୟାର ଚିତ୍ର, ଓଡ଼ିଶାର ଦୁର୍ଲଭ ପ୍ରାକୃତିକ ସମ୍ପଦ ମଧ୍ୟରେ ରହିଛି ସୁଦୀର୍ଘ ବେଳାଭୂମି। ପ୍ରାଚୀନ ଓ ମଧ୍ୟଯୁଗରେ ଏହି ବେଳାଭୂମିରେ ଗଢ଼ି ଉଠିଥିଲା ଅନେକ ବନ୍ଦର। ଏହି ବନ୍ଦରଗୁଡ଼ିକ ନଦୀ ମୁହାଣରେ ଅବସ୍ଥିତ ଥିଲା। ନଦୀପଥରେ ଓଡ଼ିଶାର ଅଭ୍ୟନ୍ତର ଅଞ୍ଚଳରୁ ପଣ୍ୟଦ୍ରବ୍ୟ ଅନାୟାସରେ ବନ୍ଦରଗୁଡ଼ିକରେ ପହଞ୍ଚତ୍ ପାରୁଥିଲା। ଓଡ଼ିଶାର ସାଧବମାନେ ବୋଇତରେ ତାକୁ ଦରିଆପରି ଦେଶକୁ ନେଇ ଅସରନ୍ତି ଧନଦଉଲତ ଆଣି ଓଡ଼ିଶାକୁ ସମୃଦ୍ଧ କରୁଥିଲେ। ମାତ୍ର ସ୍ବାଧୀନତା ପରେ ବେଳାଭୂମିର କାଳବେଳା ସମାଗତ ହେଲା। ହଜାର ହଜାର ବାଂଲାଦେଶୀ ବେଳାଭୂମି ଜବର ଦଖଲ କରିବାକୁ ଲାଗିଲେ, ଲୁଣାଜଙ୍ଗଲ, ହେନ୍ତାଳବଣ କାଟି ନିଜର ଘରବାରି, ଚାଷଜମି କରି ଜବରଦଖଲ କଲେ। ସ୍ଥାନୀୟ ଜନସାଧାରଣ ଓ ପ୍ରଶାସନର ବିରୋଧ ରହିଲା ନାହିଁ। କ୍ରମଶଃ ସେମାନେ ସ୍ଥାୟୀ ବାସିନ୍ଦା ବନିଗଲେ ଓ ଭୋଟର ତାଲିକାରେ ମଧ୍ୟ ନାମ ଦରଜ କରାଇନେଲେ ଏବଂ ତାଙ୍କୁ ସମସ୍ତ ସାହାଯ୍ୟ ସହଯୋଗ କଲେ। ଏପରିକି ରାଜନୈତିକ ଚାପରେ ପଡି ଉପରୋକ୍ତ ଅନୁପ୍ରବେଶକାରୀଙ୍କୁ ପଦାଧିକାରୀମାନେ ନାଗରିକ ଭାବରେ ଗ୍ରହଣ କରିନେଲେ। ଫଳରେ ଅଧିକରୁ ଅଧିକ ଅନୁପ୍ରବେଶକାରୀ ମାଡ଼ିଆସିଲେ ଓ ହେନ୍ତାଳବଣ, ଲୁଣା ଜଙ୍ଗଲ କାଟି ଧାନଚାଷ ଓ ପାନ ବରଜ ପ୍ରଭୃତି କରି ମାଲାମାଲ ହେଲେ। ସେମାନେ ଅସଂଖ୍ୟ ଗୋରୁ, ମଇଁଷି ପୋଷି, ମାଛ ଧରି ନିଜ ନିଜର ସାମ୍ରାଜ୍ୟ ଅବାଧରେ ବିସ୍ତାର କରି ଚାଲିଲେ। ସେମାନେ ଓଡ଼ିଶାରେ ସରକାରୀ ଚାକିରି ପାଇଲେ। ସଂଘ ଗଠନ କରି ସରକାରଙ୍କୁ ଅଥୟ କଲେ। ଏକ ଅନୁଧ୍ୟାନ ସୂଚାଇଛି ଯେ ୭୫% ଲୁଣା ଜଙ୍ଗଲ ଯାହା ଆମର ପରିବେଶ ସୁରକ୍ଷାର ମେଘନାଦ ପାଚେରି ସଦୃଶ ଥିଲା ନଷ୍ଟଭ୍ରଷ୍ଟ ହୋଇଗଲା। ଚିଙ୍ଗୁଡ଼ିଚାଷ ପାଇଁ ପର୍ଯ୍ୟାପ୍ତ ଲୁଣା ଜଙ୍ଗଲ ଧ୍ୱଂସ ପାଇଲା। ଚାଷ ଜମିରେ ଅବାରିତ ଅଟ୍ଟାଳିକାର କଂକ୍ରିଟ ଜଙ୍ଗଲ ରାଜଧାନୀକୁ ବ୍ଲାଷ୍ଟଫର୍ନେସରେ ପରିଣତ କରିବାକୁ ବସିଲାଣି। ଚାଷଜମି ହ୍ରାସ ପାଉଛି। ଅନ୍ୟ ସହରରେ ସମଦଶା। ଏହାର ପରିଣାମ ସମଗ୍ର ରାଜ୍ୟ ଭୋଗୁଛି ଓ ଭୋଗ କରୁଥିବ ମଧ୍ୟ। ୧୯୯୯ର ମହାବତ୍ୟା, ଫାଇଲିନ୍‌, ହୁଡୁହୁଡୁ ପରି କେତେ ମହାବାତ୍ୟା ଏବଂ ମହାମାରୀ ଏ ରାଜ୍ୟର ପରିବେଶ ସନ୍ତୁଳନକୁ ଛାରଖାର କରିଦେଇଛି। ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଓ ଶିକ୍ଷା, ଗମନାଗମନ ଉପରେ ଏହାର ନକାରାତ୍ମକ ପ୍ରଭାବ ଅକଳନୀୟ। ଅନ୍ୟ ଦେଶ ଓ ରାଜ୍ୟ ବେଳାଭୂମି, ଜଙ୍ଗଲକୁ ଜାତୀୟ ସମ୍ପତ୍ତି ବିବେଚନା କରି ତା’ର ସୁରକ୍ଷା ପାଇଁ ସଚେତନ ଥିବାବେଳେ ଆମେ ପ୍ରକୃତିର ଦୁର୍ଲଭ ଅବଦାନକୁ ବ୍ବୋରିସ ବା ନିଅଂଶୀ ସମ୍ପତ୍ତି ବୋଲି ବିଚାର କରୁଥିତ୍ବାରୁ ତା’ର ଅନିବାର୍ଯ୍ୟ ପରିଣାମ ଆମେ ହିଁ ଭୋଗୁଛୁ ଓ ଭୋଗିବା ମଧ୍ୟ।
ମୋ : ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri