ଆମ ଶିକ୍ଷା ବ୍ୟବସ୍ଥା

ବିପ୍ଳବ

 

କିଛିଦିନ ତଳେ ବିଶିଷ୍ଟ ଭାଷାବିତ୍‌ ଡ. ଦେବୀପ୍ରସାଦ ପଟ୍ଟନାୟକ ‘ଶିକ୍ଷାନୀତି ଓ ଭାଷାନୀତି’ ଶୀର୍ଷକ ଆଲୋଚନାଟିଏ ଲେଖିଥିଲେ। ସେଥିରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚିତ ହୋଇଥିଲା। ପ୍ରାୟ ପଚାଶ ବର୍ଷ ତଳେ ସମ୍ପୃକ୍ତ ଲେଖକ ଯେତେବେଳେ ଗୋଟିଏ ସାନ୍ତାଳି ଗାଁ ବୁଲିବାକୁ ଯାଇଥିଲେ ଜଣେ ନବେ ବର୍ଷର ବୃଦ୍ଧାଙ୍କ ସହିତ ତାଙ୍କର ସାକ୍ଷାତ୍‌ ହୋଇଥିଲା, ଯିଏ କି ନିଜର ନାତିନାତୁଣୀମାନଙ୍କୁ ସ୍କୁଲ ଯିବାପାଇଁ ବାରଣ କରୁଥିଲେ। ଲେଖକ ଯେତେବେଳେ ତାଙ୍କୁ ଭେଟିଲେ ଏବଂ ନାତିନାତୁଣୀମାନଙ୍କୁ ସ୍କୁଲ ଯିବାକୁ ବାରଣ କରୁଥିବାର କାରଣ ପଚାରିଲେ ବୃଦ୍ଧାଜଣଙ୍କ କ୍ଷୋଭ ପ୍ରକାଶ କରି କହିଲେ ‘କୋଉ ସ୍କୁଲ, ଯେଉଁ ସ୍କୁଲ ଆମ ପରିବାର ଭାଙ୍ଗିଦେଲା? ମାଟ୍ରିକ ପାସ୍‌ ପରେ ମୋ ପିଲାମାନେ ବାରିପଦାରେ ଘର କରିବେ ଆଉ ବି.ଏ. ପାସ ପରେ ଭୁବନେଶ୍ୱରରେ ଘର କରିବେ, ସେଇ ସ୍କୁଲରେ ପିଲାମାନଙ୍କୁ ପଢ଼େଇବି? ସତରେ କେତେ ଦୂରଦ୍ରଷ୍ଟା ଥିଲେ ସେ! ପଚାଶ ବର୍ଷ ତଳେ ସେ ଯେଉଁ ଆଶଙ୍କା କରୁଥିଲେ ଆଜି ସେ ସବୁ ଅକ୍ଷରେ ଅକ୍ଷରେ ସତ ହୋଇଛି। ତାଙ୍କ ପ୍ରଶ୍ନର ଉତ୍ତର କ’ଣ କେଉଁ ଶିକ୍ଷାବିତ୍‌ ଦେଇପାରିବେ?
ଆଜିର ଶିକ୍ଷା ମଣିଷକୁ ଶ୍ରମ ବିମୁଖ, ସ୍ବାର୍ଥପର, ଅବିବେକୀ ଆଉ ଟଙ୍କା ରୋଜଗାର କରୁଥିବା ମେଶିନ ରୂପେ ଗଢ଼ିତୋଳିଛି କହିଲେ ଅତିରଞ୍ଜିତ ହେବନାହିଁ। ଅଧିକାଂଶ ମାତାପିତା ଏଥିପାଇଁ ଦାୟୀ, ମାତ୍ର ଆମ ଶିକ୍ଷା ବ୍ୟବସ୍ଥାର ଅନେକ ଦୁର୍ବଳ ଦିଗ ଏ ସବୁକୁ ପ୍ରୋତ୍ସାହିତ କରୁଛି। ଅଳ୍ପଦିନ ତଳର କଥା କହୁଛି। ଆମେ ଦୁଇ ବନ୍ଧୁ ରାସ୍ତାକଡ଼ରେ ଠିଆ ହୋଇ କଥାବାର୍ତ୍ତା ହେଉଥିବା ସମୟରେ ତାଙ୍କର ପଞ୍ଚମରେ ପଢ଼ୁଥିବା ପୁଅ କାନ୍ଦି କାନ୍ଦି ଆସିଲା। ବନ୍ଧୁଜଣଙ୍କ ତାଙ୍କ ପୁଅକୁ କାନ୍ଦିବାର କାରଣ ପଚାରିଲେ ଏବଂ ସେ ଯାହା ଉତ୍ତର ଦେଲା ତାହା ବାସ୍ତବିକ ଚିନ୍ତାର ବିଷୟ। ତା’ଠୁ ତା’ ସାଙ୍ଗ କମ୍‌ ନମ୍ବର ରଖି ସରକାରଙ୍କ ଦ୍ୱାରା ପରିଚାଳିତ ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପାଇଁ ଉତ୍ତୀର୍ଣ୍ଣ ହୋଇପାରିଲା ଆଉ ସେ ଅଧିକ ନମ୍ବର ରଖି କେମିତି ଫେଲ୍‌ ହୋଇଗଲା? କୋମଳମତି ନିଷ୍ପାପ ଶିଶୁ ମନରେ ଉଠିଥିବା ଏହି ପ୍ରଶ୍ନର ଉତ୍ତର କେଉଁ ସରକାର ପାଖରେ ଅଛିକି? ସରକାରୀ ସ୍କୁଲରେ ମାଗଣା ଖାଇବା, ପିଇବା, ଡ୍ରେସ୍‌, ଜୋତା ଠୁଁ ଆରମ୍ଭକରି ସାଇକେଲ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ରହିଛିି। ତଥାପି ସରକାରୀ ସ୍କୁଲରେ ଉପସ୍ଥାନ ଘରୋଇ ସ୍କୁଲ ଅପେକ୍ଷା ଯଥେଷ୍ଟ କମ୍‌ ଏବଂ ପରୀକ୍ଷା ଫଳ ମଧ୍ୟ ସମାନ ଭାବରେ ନୈରାଶ୍ୟଜନକ। ଏହାର କାରଣ କ’ଣ? ଏହାର ବିଭିନ୍ନ ଦିଗ ରହିଛି। ସରକାରୀ ସ୍କୁଲରେ ଭଲ ପାଠପଢ଼ା ହେଉନାହିଁ ବୋଲି ଏମିତି ଏକ ମାନସିକତା ଅଭିଭାବକ ମହଲରେ ଦୃଢ଼ ହୋଇଛି, କିମ୍ବା ପ୍ରକୃତ ପକ୍ଷେ ଭଲ ପାଠପଢ଼ା ହେଉନାହିଁ। ଏ ଦୁଇଟି ମଧ୍ୟରୁ ଗୋଟିଏ କଥା ସତ। ଅଧିକାଂଶ ଅଭିଭାବକଙ୍କର ହୁଏତ ଧାରଣା ଯେ ସରକାରୀ ସ୍କୁଲର ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ କେବଳ ପାଠପଢ଼ା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ। ସେମାନେ ଜନଗଣନାଠାରୁ ଆରମ୍ଭକରି ଭୋଟ କାର୍ଡ ସଂଶୋଧନ, ସ୍କୁଲ ମରାମତିଠାରୁ ଆରମ୍ଭ କରି ରଙ୍ଗ ହେବା ପର୍ଯ୍ୟନ୍ତ, ମଧ୍ୟାହ୍ନ ଭୋଜନ କଥା ବୁଝିବାଠାରୁ ଆରମ୍ଭକରି ବିଭିନ୍ନ ଫାଇଲ ଚାଷ ପର୍ଯ୍ୟନ୍ତ କାମ କରିଥାନ୍ତି। ଏ ସବୁରୁ ସମୟ ବାହାର କରି ଶିକ୍ଷାଦାନ କରିବା ପାଇଁ ସେମାନଙ୍କୁ କେତେ ସମୟ ଅଣ୍ଟୁଥିବ? ଗୋଟିଏ ଶ୍ରେଣୀ ପାଇଁ ଅଲଗା ଅଲଗା ବ୍ୟବସ୍ଥା, ଅଲଗା ଅଲଗା ବହି, ଅଲଗା ଅଲଗା ଭାଷା ଫଳରେ ଶିକ୍ଷା ସଂକୋଚନର ଗତି ଭୟଙ୍କର ଆଡ଼କୁ ଗତିକରୁଛି। ସରକାରୀ ସ୍କୁଲଗୁଡିକରେ ଶିକ୍ଷାର ଅଧୋଗତି ଫଳରେ ଅଧିକାଂଶ ସ୍କୁଲ ଏବେ ବନ୍ଦ ହୋଇ ତାଲା ଝୁଲୁଛି। କେଉଁଠି ଶିକ୍ଷକ ଅଛନ୍ତି ପିଲା ନାହାନ୍ତି, କେଉଁଠି ପିଲା ଅଛନ୍ତି ଶିକ୍ଷକ ନାହାନ୍ତି, କେଉଁଠି ଉଭୟ ଅଛନ୍ତି ପାଠ ନାହିଁ। କିଛି ବର୍ଷ ହେବ ଶିକ୍ଷାର ଘରୋଇକରଣ ଦ୍ରୁତ ବେଗରେ ଚାଲିଛି। ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥା ପୁଞ୍ଜିପତିମାନଙ୍କ ହାତକୁ ଚାଲିଯିବାର ଦେଖାଯାଉଛି।
ସ୍ବାଧୀନତା ପ୍ରାପ୍ତିର ଦୀର୍ଘ ବର୍ଷ ପରେ ଦେଶରେ ଏକକ ଶିକ୍ଷାନୀତି ନାହିଁ। ଏବେ ହେବ ବୋଲି ଶୁଣାଯାଉଛି। ଯେତେ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ତାହା ଦେଶ ପାଇଁ ମଙ୍ଗଳଦାୟକ। ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ସହିତ ଧନ୍ଦାମୂଳକ ଶିକ୍ଷା, ନୈତିକ ଶିକ୍ଷା, ଶିକ୍ଷାରେ ସଂରକ୍ଷଣର ବିଲୋପ, ପ୍ରଭୃତି ସଂସ୍କାରମୂଳକ ନିଷ୍ପତ୍ତିନେବାର ଆବଶ୍ୟକତା ରହିଛି। ଶିକ୍ଷାର ବ୍ୟାପକତା ସଂକୁଚିତ ହୋଇ କେବଳ ସାର୍ଟିଫିକେଟ ଭିତରେ ସୀମିତ ହୋଇ ରହି ନ ଯାଉ। ଶିକ୍ଷାର ଲକ୍ଷ୍ୟ କେବଳ ଚାକିରି ଆଉ ଟଙ୍କା ରୋଜଗାର କରିବାରେ ସୀମିତ ନ ହେଉ। ଶିକ୍ଷାର ଉତ୍ତମ ବ୍ୟବସ୍ଥା ଦ୍ୱାରା ବ୍ୟକ୍ତିଟିଏ ଅନ୍ଧାରରୁ ଆଲୋକକୁ ଆସୁ। ନିଜ ପ୍ରତି ଆଉ ଅନ୍ୟମାନଙ୍କ ପ୍ରତି ସୁବିଚାର କରୁ। ତେବେ ଯାଇ ଶିକ୍ଷାର ମୂଲ୍ୟ ରହିବ।
ମକୁନ୍ଦପୁର, ବାଙ୍କୀ
ମୋ-୯୪୩୭୪୬୮୦୧୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri